ସେପ୍ଟେମ୍ବର 11, 2017 ରେ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର 125ତମ ବର୍ଷ ପୂର୍ତ୍ତି ଏବଂ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଯୁବ ଭାରତ, ନବ ଭାରତ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କ ସମ୍ମେଳନରେ ଉଦ୍ବୋଧନ ଦେବେ ।

ଏ ସମ୍ପର୍କରେ ନିଜ ଟ୍ୱିଟର ଏକାଉଣ୍ଟ ମାଧ୍ୟମରେ ଏକାଧିକ ଟ୍ୱିଟ୍ କରି ପ୍ରଧାନମନ୍ତ୍ରୀ କହିଛନ୍ତି: -

“ଆସନ୍ତାକାଲି ଯୁବ ଭାରତ, ନବ ଭାରତ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କ ସମ୍ମେଳନରେ ଉଦ୍ବୋଧନ ଦେବା ଲାଗି ମୁଁ ଅତ୍ୟନ୍ତ ଆଗ୍ରହର ସହ ଅପେକ୍ଷା କରିଛି ।

ଏହି ଛାତ୍ରଛାତ୍ରୀଙ୍କ ସମ୍ମେଳନ 11 ସେପ୍ଟେମ୍ବରରେ ଆୟୋଜିତ ହେଉଛି, 1893ରେ ଯେଉଁଦିନ ସ୍ୱାମୀ ବିବେକାନନ୍ଦ ତାଙ୍କ ଐତିହାସିକ ଚିକାଗୋ ଅଭିଭାଷଣ ରଖିଥିଲେ ।

ଚଳିତ ବର୍ଷ, ଆମେ ସ୍ୱାମୀ ବିବେକାନନ୍ଦଙ୍କ ଚିକାଗୋ ଅଭିଭାଷଣର 125ତମ ବର୍ଷ ପୂର୍ତ୍ତି ଏବଂ ପଣ୍ଡିତ ଦୀନଦୟାଲ୍ ଉପାଧ୍ୟାୟଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ପାଳନ କରୁଛୁ ।

ସ୍ୱାମୀ ବିବେକାନନ୍ଦ ଦୃଢ଼ ଭାବେ ଯୁବଶକ୍ତିର ସାମର୍ଥ୍ୟ ଉପରେ ବିଶ୍ୱାସ କରୁଥିଲେ  । ରାଷ୍ଟ୍ର ନିର୍ମାଣ କ୍ଷେତ୍ରରେ ଯୁବପିଢ଼ିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସେ ଦେଖିପାରିଥିଲେ ।

ସ୍ୱାମୀ ବିବେକାନନ୍ଦଙ୍କ ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇ ଆମେ ଆମ ଯୁବପିଢ଼ିଙ୍କ ସ୍ୱପ୍ନ ଏବଂ ଆଶା ଆକାଂକ୍ଷାକୁ ବାସ୍ତବ ରୂପ ଦେବା ଲାଗି ଅବିରତ ଭାବେ କାର୍ଯ୍ୟ କରିଚାଲିଛୁ ।” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 1, 2026
June 01, 2026

Self-Reliant India Rising: Healthcare, Ports, Railways & More Under PM Modi