Data base, cold chain augmentation and transportation mechanism being readied.
Digital platform for vaccine delivery and monitoring has been prepared and tested in consultation with all the stakeholders.
Priority groups for Covid-19 vaccination like Health Workers, Frontline workers and other vulnerable groups being identified.

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-19 ଟିକା ଯୋଗାଣ, ବିତରଣ ଏବଂ ପରିଚାଳନା ବାବଦ ପ୍ରସ୍ତୁତିକାର୍ଯ୍ୟର ସମୀକ୍ଷା କରିଛନ୍ତି । ଟିକା ବିକାଶ କାର୍ଯ୍ୟରେ ଯଥାସାଧ୍ୟ ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ଉଦ୍ଭାବକ, ବୈଜ୍ଞାନିକ, ଶିକ୍ଷାବିତ ଏବଂ ଫାର୍ମା କମ୍ପାନିଗୁଡ଼ିକର ପ୍ରଶଂସା କରିବା ସହ ଟିକା ସଂକ୍ରାନ୍ତ ଗବେଷଣା, ବିକାଶ ଏବଂ ଉତ୍ପାଦନକୁ ସଫଳତା ପୂର୍ବକ ଆଗେଇ ନେବା ପାଇଁ ସବୁପ୍ରକାର ଉଦ୍ୟମ କରାଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଭାରତରେ 5ଟି ଟିକା ବିକଶିତ ପର୍ଯ୍ୟାୟରେ ପହଞ୍ଚିଛି, ତନ୍ମଧ୍ୟରୁ 4ଟି ଦ୍ୱିତୀୟ/ତୃତୀୟ ପର୍ଯ୍ୟାୟରେ ରହିଥିବା ବେଳେ ଗୋଟିଏ ପ୍ରଥମ/ଦ୍ୱିତୀୟ ପର୍ଯ୍ୟାୟରେ ରହିଛି । ଭାରତୀୟ ଟିକାର ବିକାଶ ଏବଂ ବ୍ୟବହାର ଲାଗି ସହଯୋଗ ପାଇଁ ବାଂଲାଦେଶ, ମିଆଁମାର, କତାର, ଭୁଟାନ, ସ୍ୱିଜରଲାଣ୍ଡ, ବାହାରିନ, ଅଷ୍ଟ୍ରିଆ ଏବଂ ଦକ୍ଷିଣ କୋରିଆ ଆଗ୍ରହ ପ୍ରକାଶ କରିଛନ୍ତି ।

ଟିକା ଉପଲବ୍ଧ ହେବା କ୍ଷଣି ତାହାର ସଫଳ ପରିଚାଳନା ସକାଶେ ସ୍ୱାସ୍ଥ୍ୟ କର୍ମୀ, ଆଗଧାଡିର  କର୍ମଚାରୀଙ୍କ ତଥ୍ୟ ପ୍ରସ୍ତୁତି, ଶୀତଳଭଣ୍ଡାର ବୃଦ୍ଧି, ସିରିଂଜ, ଛୁଞ୍ଚି ଆଦି ସଂଗ୍ରହଣ କାର୍ଯ୍ୟ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ।

ଟିକାକରଣ ଯୋଗାଣ ଶୃଙ୍ଖଳ ବୃଦ୍ଧି କରାଯାଇଥିବା ବେଳେ ଅଣ ଟିକା ଯୋଗାଣ ମଧ୍ୟ ବୃଦ୍ଧି କରାଯାଉଛି । ଟିକାକରଣ କାର୍ଯ୍ୟକ୍ରମର ସଫଳ କାର୍ଯ୍ୟକାରିତା ସକାଶେ ଡାକ୍ତରୀ ଓ ନର୍ସିଙ୍ଗ ଛାତ୍ରଛାତ୍ରୀ ଏବଂ ଷ୍ଟାଫମାନଙ୍କୁ ତାଲିମ ଯୋଗାଇ ଦିଆଯିବ । ପ୍ରାଥମିକତା ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକ ସ୍ଥାନ ଓ ବ୍ୟକ୍ତି ପର୍ଯ୍ୟନ୍ତ ଟିକା ପହଞ୍ଚାଇବା, ଏହାକୁ ସୁନିଶ୍ଚିତ କରିବା ପାଇଁ ସମସ୍ତ ପଦକ୍ଷେପ ଠିକଣା ଢଙ୍ଗରେ ନିଆଯାଉଛି ।

ପ୍ରଧାନମନ୍ତ୍ରୀ ସମସ୍ତ ପ୍ରତିଷ୍ଠିତ ରାଷ୍ଟ୍ରୀୟ ତଥା ଅନ୍ତଃରାଷ୍ଟ୍ରୀୟ ଏବଂ ନିୟାମକଙ୍କ ସହ ମିଳିତ ଭାବେ କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ଭାରତୀୟ ଗବେଷଣା ଓ ଉତ୍ପାଦନ କଠୋରତା ଏବଂ ଉତ୍କୃଷ୍ଟ ଅନ୍ତର୍ଜାତୀୟ ମାନକଗୁଡ଼ିକୁ ସୁନିଶ୍ଚିତ କରାଯାଇ ପାରିବ ।

ରାଜ୍ୟ ସରକାର ଏବଂ ସମସ୍ତ ସମ୍ବନ୍ଧିତ ଅଂଶୀଦାରଙ୍କ ପରାମର୍ଶ ଦ୍ୱାରା କୋଭିଡ-19 ଟିକା ପରିଚାଳନା ସଂକ୍ରାନ୍ତ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ (ଏଇଜିଭିଏସି) ପ୍ରଥମ ପର୍ଯ୍ୟାୟରେ ଅଗ୍ରାଧିକାର ଗୋଷ୍ଠୀଙ୍କର ଟିକାକରଣ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ ପାଇଁ ପଦକ୍ଷେପ ନେଇଛି ।

ଟିକା ପରିଚାଳନା ଏବଂ ବିତରଣ ପାଇଁ ଡିଜିଟାଲ ପ୍ଲାଟଫର୍ମ ପ୍ରସ୍ତୁତ କରାଯାଇଛି ଏବଂ ରାଜ୍ୟ ତଥା ଜିଲ୍ଲା ସ୍ତରର ଅଂଶୀଦାରଙ୍କ ସହ ସହଯୋଗିତାରେ ପରୀକ୍ଷାମୂଳକ ଭାବେ କାର୍ଯ୍ୟ କରାଯାଉଛି ।

ପ୍ରଧାନମନ୍ତ୍ରୀ ଆପାତକାଳୀନ ଉପଯୋଗ ପ୍ରାଧିକରଣର ଦିଗଗୁଡ଼ିକୁ ଏବଂ ଔଷଧର ଉତ୍ପାଦନ ଏବଂ କ୍ରୟ ପାଇଁ ସମୀକ୍ଷା କରିଛନ୍ତି । ଏହି ଜାତୀୟ ତଥା ଅନ୍ତର୍ଜାତୀୟ ଟିକାଗୁଡ଼ିକର ତୃତୀୟ ପର୍ଯ୍ୟାୟ ଫଳାଫଳ ରିପୋର୍ଟ ଆସିବା କ୍ଷଣି ଆମର ସୁଦୃଢ଼ ଏବଂ ସ୍ୱତନ୍ତ୍ର ନିୟାମକ ଦ୍ରୁତ ଗତିରେ ତଥା କଡ଼ାକଡ଼ି ଭାବେ ଉପଯୋଗ ପାଇଁ ପ୍ରାଧିକରଣ ଅନୁସାରେ ତାହାର ଯାଞ୍ଚ କରିବେ ।

ସରକାର କୋଭିଡ-19 ଟିକା ଗବେଷଣା ଏବଂ ବିକାଶକୁ ସମର୍ଥନ କରିବା ପାଇଁ କୋଭିଡ ସୁରକ୍ଷା ମିଶନ ଅଧୀନରେ 900 କୋଟି ଟଙ୍କା ସହାୟତା ପ୍ରଦାନ କରିଛନ୍ତି ।

ପ୍ରାରମ୍ଭିକ ଟିକାକରଣ ଅଭିଯାନ ପାଇଁ ଶ୍ରୀଘ ନିୟାମକ ମଂଜୁରି ଏବଂ ସମୟାନୁସାରେ ସଂଗ୍ରହଣ ଲାଗି ସମୟବଦ୍ଧ ଯୋଜନା ପ୍ରସ୍ତୁତି ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଟିକା ବିକାଶ ପାଇଁ ହେଉଥିବା ବ୍ୟାପକ ଉଦ୍ୟମଗୁଡ଼ିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏଥିସହ ସମ୍ପ୍ରତ୍ତି କରୋନା ମହାମାରୀ ପୃଷ୍ଠଭୂମିକୁ ଦୃଷ୍ଟିରେ ରଖି କୌଣସି ପ୍ରକାର କୋହଳ ମନୋଭାବ ପୋଷଣ ନ କରିବା ପାଇଁ ସେ ଗୁରୁତ୍ୱ ଦେବା ସହ ଲୋକମାନେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ବଜାୟ ଏବଂ ସ୍ୱଚ୍ଛତା ଓ ପରିଷ୍କାର ଓ ପରିଚ୍ଛନ୍ନତା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଏହି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ପ୍ରଧାନ ସଚିବ, କ୍ୟାବିନେଟ ସଚିବ, ନୀତି ଆୟୋଗ ସଦସ୍ୟ (ସ୍ୱାସ୍ଥ୍ୟ), ପ୍ରମୁଖ ବୈଜ୍ଞାନିକ ଉପଦେଷ୍ଟା, ସ୍ୱାସ୍ଥ୍ୟ ସଚିବ, ଆଇସିଏମଆର ଡିଜି, ପିଏମଓ ଅଧିକାରୀବୃନ୍ଦ, ଭାରତ ସରକାରଙ୍କ ତତସଂକ୍ରାନ୍ତ ବିଭାଗଗୁଡ଼ିକର ସଚିବମାନେ ଯୋଗଦେଇଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s 5G traffic surges 70% Y-o-Y: Nokia report

Media Coverage

India’s 5G traffic surges 70% Y-o-Y: Nokia report
NM on the go

Nm on the go

Always be the first to hear from the PM. Get the App Now!
...
A bunch of moments from PM Modi’s Assam visit that stood out
April 01, 2026

Prime Minister Narendra Modi visited a tea garden in Assam’s Dibrugarh and interacted with the women working there. Walking through the plantation, he briefly joined them in plucking tea leaves and observed their work up close.

The PM’s interaction with the plantation workers was a memorable one. Calling tea the soul of Assam, the Prime Minister acknowledged the contribution of tea garden workers in shaping the state’s identity and sustaining a sector that reaches markets across the world.

The women working in the tea plantation shared various aspects of their culture. The PM praised the tea garden communities for their hard work and perseverance, noting that it has strengthened Assam’s pride.

In a special gesture, the women also sang a traditional song paying homage to Jagat Janani Maa. It reflected how tradition remains closely linked with everyday life in the tea gardens, offering a glimpse into the lives and contributions of those who form the backbone of Assam’s tea industry.