As new laws are made, old ones should be reviewed and weeded out if found unnecessary: PM to officials
Work towards creating a New India by 2022: PM Modi to officials
Focus attention on the 100 most backward districts of India: PM to officers

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟରତ 80 ଜଣ ଅତିରିକ୍ତ ସଚିବ ଏବଂ ଯୁଗ୍ମ ସଚିବଙ୍କ ସହ ଶନିବାର ଦିନ ବାର୍ତ୍ତାଳାପ କରିଥିଲେ । ମୋଟ 5ଟି ବାର୍ତ୍ତାଳାପ ଶୃଙ୍ଖଳା ମଧ୍ୟରୁ ଏହା ଥିଲା ତୃତୀୟ ।

ଏହି ବାର୍ତ୍ତାଳାପ ସମୟରେ ଅଧିକାରୀମାନେ କୃଷି, ପାନୀୟ ଜଳ, ନାଗରିକ କୈନ୍ଦ୍ରିକ ପ୍ରଶାସନ, ନବସୃଜନ ଏବଂ ଶାସନତନ୍ତ୍ରରେ ଦଳଗତ କାର୍ଯ୍ୟପ୍ରଣାଳୀ, ପ୍ରକଳ୍ପ କାର୍ଯ୍ୟକାରୀତା, ଶିକ୍ଷା, ବିନିର୍ମାଣ, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ସୌର ଶକ୍ତି ଆଦି ବିଷୟରେ ନିଜ ନିଜର ଅଭିଜ୍ଞତା ବାଣ୍ଟିଥିଲେ ।

ପ୍ରକଳ୍ପ ଅନୁଧ୍ୟାନ ଲାଗି ପ୍ରଧାନମନ୍ତ୍ରୀ ତାଙ୍କର ପ୍ରଗତି ଉପକ୍ରମ ସମ୍ପର୍କରେ ଉଲ୍ଲେଖ କରିଥିଲେ । ବିନିର୍ମାଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କହିଥିଲେ ଭାରତରେ ଇଲେକ୍ଟ୍ରୋନିକ ବିନିର୍ମାଣ କ୍ଷେତ୍ର ବର୍ତ୍ତମାନ ଚିକିତ୍ସା ଉପକରଣ ନିର୍ମାଣ ପ୍ରତି ଗୁରୁତ୍ୱାରୋପ କରିବା ଆବଶ୍ୟକ ।

ସରକାର ଓ ଶାସନତନ୍ତ୍ରକୁ ଏକ ସଂଗଠିତ ସଂସ୍ଥାରେ ପରିଣତ କରିବା ଲାଗି ସକାରାତ୍ମକ କାର୍ଯ୍ୟ ପରିବେଶ ସୃଷ୍ଟି କରିବାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ନୂଆ ଆଇନ ପ୍ରସ୍ତୁତ ହେଉଥିବାରୁ, ପୁରୁଣା ଆଇନଗୁଡ଼ିକର ସମୀକ୍ଷା କରାଯାଇ ଆବଶ୍ୟକ ହେଲେ ସେସବୁକୁ ଉଚ୍ଛେଦ କରାଯିବା ଦରକାର ।

ବର୍ତ୍ତମାନର ଜାଗତିକ ପରିସ୍ଥିତି ଭାରତ ସପକ୍ଷରେ ସକାରାତ୍ମକ ରହିଥିବା ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଅଧିକାରୀମାନଙ୍କୁ 2022 ସୁଦ୍ଧା ଏକ ନୂଆ ଭାରତ ନିର୍ମାଣ ଲାଗି ସ୍ପଷ୍ଟ ଲକ୍ଷ୍ୟ ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ ସଚିବ ସ୍ତରର ଅଧିକାରୀମାନଙ୍କୁ ଦେଶର 100 ଟି ସର୍ବାଧିକ ଅନଗ୍ରସର ଜିଲ୍ଲା ପ୍ରତି ବିଶେଷ ଗୁରୁତ୍ୱ ଦେଇ କାର୍ଯ୍ୟ କରିବାକୁ କହିଥିଲେ, ଯା’ଦ୍ୱାରା ଏହି ଜିଲ୍ଲାଗୁଡ଼ିକ ବିଭିନ୍ନ ବିକାଶ ମାନଦଣ୍ଡରେ ଜାତୀୟ ସ୍ତର ସହ ସମାନ ହୋଇପାରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission

Media Coverage

ISRO Successfully Tests CE20 Cryogenic Engine At Uprated 220 KN Thrust For C32 Stage Of Upcoming LVM3 Mission
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 11, 2026
September 11, 2026

Seva Pakhwada to Superpower Status: Why Citizens Are Hailing PM Modi’s Relentless Push