"ମୋର ବିଶ୍ୱାସ ଯେ ସଦନର ସମସ୍ତ ସଦସ୍ୟ ଏହି ଭାବନାକୁ ସମ୍ମାନ ଦେଇ ଆଗକୁ ଯିବେ :ପ୍ରଧାନମନ୍ତ୍ରୀ ମୋଦୀ "
ଆସନ୍ତୁ ଆମେ କଠିନ ପରିଶ୍ରମ କରିବା ଏବଂ ଦୀର୍ଘ ସମୟ ଧରି ପଡ଼ିରହିଥିବା ସଂସଦୀୟ ଏଜେଣ୍ଡାକୁ ପୁରା କରିବ :ପ୍ରଧାନମନ୍ତ୍ରୀ ମୋଦୀ
"ଦଳମାନଙ୍କର ବିଚାର ଉପରେ ଦେଶର ହିତ ସର୍ବଦା ଆୟତ୍ତାଧୀନ ହୋଇପାରିବ :ପ୍ରଧାନମନ୍ତ୍ରୀ ମୋଦୀ "

ନମସ୍କାର ବନ୍ଧୁଗଣ,

ଆପଣମାନଙ୍କୁ ସମସ୍ତଙ୍କୁ ଶୀତକାଳୀନ ଅଧିବେଶନକୁ ସ୍ୱାଗତ । ଏହି ଅଧିବେଶନ ବେସ ଗୁରୁତ୍ୱପୂର୍ଣ୍ଣ । ମୋର ଆଶା ଯେ ଜନକଲ୍ୟାଣ ଏବଂ ଦେଶର ଲାଭ ପାଇଁ ସାଧାରଣ ଗୁରୁତ୍ୱବହନ କରୁଥିବା ଏବଂ ଦେଶ ପାଇଁ ସର୍ବାଧିକ ଗୁରୁତ୍ୱପୂର୍ଣ୍ଣ ସମ୍ଭବ କାର୍ଯ୍ୟ ହାସଲ କରିବା ଦିଗରେ ଆମେ ସମସ୍ତେ ପ୍ରୟାସ କରିବା । ମୋର ବିଶ୍ୱାସ ଯେ ସଦନର ସମସ୍ତ ସଦସ୍ୟ ଏହି ଭାବନାକୁ ସମ୍ମାନ ଦେଇ ଆଗକୁ ଯିବେ । ବିତର୍କ ହେଉ, ଆଲୋଚନା ହେଉ ଏବଂ ଚର୍ଚ୍ଚା ହେଉ କିନ୍ତୁ ମୋର ଅନୁରୋଧ ରହିବ ଯେ ଏହି ସଦନ ନିର୍ଦ୍ଧାରିତ ସମୟଠାରୁ ମଧ୍ୟ ଅଧିକ କାମ କରିବ । ସମସ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ଫଳାଫଳ ପର୍ଯ୍ୟନ୍ତ ପହଁଚାଇବ । ଆଲୋଚନା କରି ଏହାକୁ ଆହୁରି ଅଧିକ ସାର୍ଥକ କରିବା ଲାଗି ଏବଂ ଅଧିକ ସୁଦୃଢ଼ କରିବା ଲାଗି ପ୍ରୟାସ ହେଉ ଏବଂ ମୋର ବିଶ୍ୱାସ ଯେ ସମସ୍ତ ରାଜନୈତିକ ଦଳ ଯେଉଁମାନେ ମେ’ମାସରେ ପରୀକ୍ଷାର ସମ୍ମୁଖୀନ ହେବାକୁ ଯାଉଛନ୍ତି ସେମାନେ ଲୋକମାନଙ୍କ କଲ୍ୟାଣ ପ୍ରତି ଧ୍ୟାନ ଦେଇ ଏହି ଅଧିବେଶନର ସର୍ବାଧିକ ଉପଯୋଗ ଜନସ୍ୱାର୍ଥ ଲାଗି କରିବେ, ଦଳର ହିତ ପାଇଁ କରିବେ ନାହିଁ । ଏହି ବିଶ୍ୱାସର ସହିତ ମୁଁ ସମସ୍ତଙ୍କୁ ଶୁଭକାମନା ଜଣାଉଛି ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Auckland's Sky Tower lights up in India's tricolour as PM Modi begins historic New Zealand visit

Media Coverage

Auckland's Sky Tower lights up in India's tricolour as PM Modi begins historic New Zealand visit
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 11, 2026
July 11, 2026

Record Exports, Record Investments, Record Pride: India’s Rise Under PM Modi is Multi-Dimensional