PM’s statement prior to his departure to Sweden and UK

ସ୍ୱିଡେନ ଏବଂ ଯୁକ୍ତରାଜ୍ୟ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ନିମ୍ନରେ ଦିଆଗଲା ।

“17-20 ଏପ୍ରିଲ 2018 ରେ ଦ୍ୱିପାକ୍ଷିକ ବୈଠକ ଏବଂ ଭାରତ-ନର୍ଡିକ ଶିଖର ସମ୍ମିଳନୀ ଏବଂ ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକରେ ଯୋଗ ଦେବା ଲାଗି ମୁଁ ସ୍ୱିଡେନ ଏବଂ ଯୁକ୍ତରାଜ୍ୟ ଗସ୍ତରେ ଯାଉଛି ।

ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫୱେନଙ୍କ ନିମନ୍ତ୍ରଣକ୍ରମେ ମୁଁ 17 ଏପ୍ରିଲରେ ଷ୍ଟକହୋମ ଗସ୍ତ କରିବି । ସ୍ୱିଡେନକୁ ଏହା ମୋର ପ୍ରଥମ ଗସ୍ତ । ଭାରତ ଏବଂ ସ୍ୱିଡେନ ମଧ୍ୟରେ ଉଦାର ଏବଂ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି । ଏକ ମୁକ୍ତ, ସାମଗ୍ରୀକ ଏବଂ ନିୟମ ଆଧାରିତ ବିଶ୍ୱବ୍ୟବସ୍ଥା ଲାଗି ପ୍ରତିବଦ୍ଧତା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧ ଉପରେ ଆମର ଭାଗିଦାରୀ ଆଧାରିତ । ଆମର ବିକାଶମୂଳକ କାର୍ଯ୍ୟକ୍ରମରେ ସ୍ୱିଡେନ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର । ପ୍ରଧାନମନ୍ତ୍ରୀ ଲୋଫୱେନ ଏବଂ ମୁଁ ଏହି ଅବସରରେ ଉଭୟ ରାଷ୍ଟ୍ରର ବ୍ୟବସାୟିକ ନେତୃତ୍ୱବୃନ୍ଦଙ୍କ ସହ ଆଲୋଚନା କରିବୁ । ଆମେ ବାଣିଜ୍ୟ ଓ ନିବେଶ, ଉଦ୍ଭାବନ, ବିଜ୍ଞାନ ଓ ପ୍ରଯୁକ୍ତି, ଦକ୍ଷତା ବିକାଶ, ସ୍ମାର୍ଟ ସିଟି, ସ୍ୱଚ୍ଛ ଶକ୍ତି, ଡିଜିଟାଲକରଣ ଏବଂ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରି ଭବିଷ୍ୟତ ସହଯୋଗର ମାର୍ଗଚିତ୍ର/ରୋଡମେପ ଆଲୋଚନା ମାଧ୍ୟମରେ ନିର୍ଦ୍ଧାରଣ କରିବୁ । ସ୍ୱୀଡେନର ରାଜା ମହାମହିମ କିଙ୍ଗ କାର୍ଲ ଷୋଡ଼ଶ ଗୁସ୍ତାଫାଙ୍କ ସହିତ ମଧ୍ୟ ମୋର ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ଭାରତ ଏବଂ ସ୍ୱିଡେନ ମିଳିତ ଭାବେ 17 ଏପ୍ରିଲରେ ଷ୍ଟକହୋମଠାରେ ଫିନଲାଣ୍ଡ, ନରୱେ, ଡେନମାର୍କ ଏବଂ ଆଇସଲାଣ୍ଡର ପ୍ରଧାନମନ୍ତ୍ରୀମାନଙ୍କ ସହିତ “ଭାରତ-ନର୍ଡିକ ଶିଖର ସମ୍ମିଳନୀ”ର ଆୟୋଜନ କରିବେ । ସ୍ୱଚ୍ଛ ପ୍ରଯୁକ୍ତି, ପରିବେଶଗତ ସମସ୍ୟାର ସମାଧାନ, ବନ୍ଦର ଆଧୁନିକୀକରଣ, ଶୀତଳଭଣ୍ଡାର-ଶୃଙ୍ଖଳା, ଦକ୍ଷତା ବିକାଶ ଏବଂ ନବସୃଜନ/ଉଦ୍ଭାବନ ଆଦି କ୍ଷେତ୍ରରେ ସଫଳତା ପାଇଁ ନର୍ଡିକ ରାଷ୍ଟ୍ରଗୁଡ଼ିକ ବିଶ୍ୱସ୍ତରରେ ପ୍ରସିଦ୍ଧି ହାସଲ କରିଛନ୍ତି । ଭାରତର ରୂପାନ୍ତରଣ ପାଇଁ ଆମର ସଂକଳ୍ପ ଖୁବ ଭଲ ଭାବେ ନର୍ଡିକ ଦକ୍ଷତା ସହିତ ମେଳ ଖାଉଛି ।

18 ଏପ୍ରିଲ 2018ରେ ପ୍ରଧାନମନ୍ତ୍ରୀ ଥେରେସା ମେ’ଙ୍କ ନିମନ୍ତ୍ରଣ କ୍ରମେ ମୁଁ ଲଣ୍ଡନ ଗସ୍ତ କରିବି । ନଭେମ୍ବର 2015ରେ ମୁଁ ଶେଷ ଥର ଲାଗି ଯୁକ୍ତରାଜ୍ୟ ଗସ୍ତରେ ଯାଇଥିଲି ।

ଭାରତ ଏବଂ ଯୁକ୍ତରାଜ୍ୟ ମଧ୍ୟରେ ଦୃଢ଼ ଐତିହାସିକ ସମ୍ପର୍କରେ ବନ୍ଧା ଏକ ଆଧୁନିକ ଭାଗିଦାରୀ ରହିଛି ।

ଏହି ବୃଦ୍ଧିପାଉଥିବା ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ଗତି ପ୍ରଦାନ କରିବା ଲାଗି ମୋର ଲଣ୍ଡନ ଗସ୍ତ ଦୁଇ ଦେଶ ପାଇଁ ଏକ ନୂଆ ସୁଯୋଗ ଆଣିଛି । ସ୍ୱାସ୍ଥ୍ୟସେବା, ନବସୃଜନ/ଉଦ୍ଭାବନ, ଡିଜିଟାଲକରଣ, ବୈଦ୍ୟୁତିକ ପରିବହନ, ସ୍ୱଚ୍ଛ ଶକ୍ତି ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ଭାରତ-ଯୁକ୍ତରାଜ୍ୟ ଭାଗିଦାରୀକୁ ସମ୍ପ୍ରସାରଣ କରିବା ପ୍ରତି ମୁଁ ଗୁରୁତ୍ୱ ଦେବି । “ଜୀବନ୍ତ ସେତୁ” ବିଷୟବସ୍ତୁ ଅନ୍ତର୍ଗତ ଭାରତ-ଯୁକ୍ତରାଜ୍ୟ ବହୁପକ୍ଷୀୟ ସମ୍ପର୍କକୁ ସମୃଦ୍ଧ କରିଥିବା ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କୁ ଭେଟିବା ଲାଗି ମୋତେ ସୁଯୋଗ ମିଳିବ ।

ମୋର ମଧ୍ୟ ବ୍ରିଟେନ ମହାରାଣୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଅର୍ଥନୈତିକ ଭାଗିଦାରୀର ନୂଆ ଆଭିମୁଖ୍ୟ ନେଇ କାର୍ଯ୍ୟ କରୁଥିବା ଦୁଇ ଦେଶର ସିଇଓମାନଙ୍କ ସହିତ ମଧ୍ୟ ମୋର ବିସ୍ତୃତ ଭାବେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଲଣ୍ଡନରେ ଏକ ଆୟୁର୍ବେଦ ଉତ୍କର୍ଷ କେନ୍ଦ୍ରର ଶୁଭାରମ୍ଭ ଏବଂ ଯୁକ୍ତରାଜ୍ୟକୁ ଆନ୍ତର୍ଜାତିକ ସୌର ମେଂଟର ନୂତନ ସଦସ୍ୟ ଭାବେ ସାମିଲ କରିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

19 ଏବଂ 20 ଏପ୍ରିଲରେ ଯୁକ୍ତରାଜ୍ୟ ପକ୍ଷରୁ ଆୟୋଜନ କରାଯାଉଥିବା ରାଜ୍ୟଗୋଷ୍ଠୀ ସରକାରୀ ମୁଖ୍ୟମାନଙ୍କ ବୈଠକରେ ମୁଁ ଯୋଗଦେବାର କାର୍ଯ୍ୟକ୍ରମ  ରହିଛି । ଏହି ଅବସରରେ ମାଲଟା ଦେଶ ରାଜ୍ୟଗୋଷ୍ଠୀ ରାଷ୍ଟ୍ରସମୂହର ନୂତନ ସଦସ୍ୟ ଭାବେ ଯୋଗଦେବ । ରାଜ୍ୟଗୋଷ୍ଠୀ ଏପରି ଏକ ଅଭିନବ ବହୁପକ୍ଷୀୟ ଗୋଷ୍ଠୀ ଯାହା କେବଳ ଏହାର ବିକାଶଶୀଳ ସଦସ୍ୟ, ବିଶେଷ କରି କ୍ଷୁଦ୍ର ରାଷ୍ଟ୍ର ଏବଂ କ୍ଷୁଦ୍ର ଦ୍ୱୀପ ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ ଗୁରୁତ୍ୱପୂର୍ଣ୍ଣ ସହାୟତା ଯୋଗାଇ ଦେଉନାହିଁ; ବରଂ ବିକାଶମୂଳକ ପ୍ରସଙ୍ଗରେ ଏହାର ଏକ ଦୃଢ଼ ଆନ୍ତର୍ଜାତିକ ସ୍ୱର ହୋଇ ରହିଛି ।

ମୋର ବିଶ୍ୱାସ ଯେ ସ୍ୱିଡେନ ଏବଂ ଯୁକ୍ତରାଜ୍ୟକୁ ମୋର ଏହି ଗସ୍ତ ଏସବୁ ରାଷ୍ଟ୍ରଗୁଡ଼ିକ ସହ ଆମ ସମ୍ପର୍କ ବଢ଼ାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।”

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's pace of economic growth shows that its Viksit Bharat dream is not out of reach

Media Coverage

India's pace of economic growth shows that its Viksit Bharat dream is not out of reach
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles the loss of lives due to a mishap in Rewa, Madhya Pradesh
September 02, 2026

Prime Minister Shri Narendra Modi today expressed deep grief over the loss of lives due to a mishap in Rewa, Madhya Pradesh. The Prime Minister extended his condolences to those who have lost their loved ones and prayed for the swift recovery of the injured.

In a post on X, the Prime Minister's Office shared:

"The loss of lives due to a mishap in Rewa, Madhya Pradesh is saddening. My thoughts are with those who have lost their loved ones. Praying for the swift recovery of the injured: PM @narendramodi"