PM’s statement prior to his departure to Qingdao in China

ଚୀନର କ୍ୱିଙ୍ଗଡାଓ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନିମ୍ନଲିଖିତ ବିବୃତି ପ୍ରଦାନ କରିଛନ୍ତି ।

“ସାଙ୍ଘାଇ ସହଯୋଗ ସଂଗଠନ (ଏସସିଓ)ର ରାଷ୍ଟ୍ରମୂଖ୍ୟ ପରିଷଦର ବାର୍ଷିକ ବୈଠକରେ ଯୋଗଦେବା ପାଇଁ ମୁଁ ଚୀନର କ୍ୱିଙ୍ଗଡାଓ ଗସ୍ତ କରିବି ।

ପରିଷଦର ପୂର୍ଣ୍ଣ ସଦସ୍ୟ ଭାବେ ଆମର ପ୍ରଥମ ବୈଠକରେ ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ଗ୍ରହଣ କରିବା ନେଇ ମୁଁ ଉତ୍ସାହିତ । ଏସସିଓରେ ସହଯୋଗକୁ ନେଇ ବିଭିନ୍ନ କାର୍ଯ୍ୟସୂଚୀ ରହିଛି । ଏଥିରେ ସାମିଲ ରହିଛି ସନ୍ତ୍ରାସବାଦ ବିରୋଧରେ ସଂଗ୍ରାମ,  ସଂଯୋଗ, ବାଣିଜ୍ୟ, ପରମ୍ପରା, ଆଇନ, ସ୍ୱାସ୍ଥ୍ୟ ଏବଂ କୃଷି କ୍ଷେତ୍ରରେ ସହଯୋଗିତା ବୃଦ୍ଧି ଲାଗି ବିଚ୍ଛିନ୍ନତାବାଦ ଓ ଉଗ୍ରବାଦ, ପରିବେଶ ସୁରକ୍ଷା ଓ ବିପର୍ଯ୍ୟୟ ଦୂରୀକରଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି ।  ଭାରତ ଏସସିଓର ପୂର୍ଣ୍ଣ ସଦସ୍ୟ ହେବାର ଗତ ଏକ ବର୍ଷ ମଧ୍ୟରେ ଏସବୁ କ୍ଷେତ୍ରରେ ଏହି ସଙ୍ଗଠନ ଏବଂ ଏହାର ସଦସ୍ୟ ରାଷ୍ଟ୍ରମାନଙ୍କ ସହ ଆମର ଆଲୋଚନା ବୃଦ୍ଧି ପାଇଛି । ମୁଁ ମନେକରୁଛି ଯେ କ୍ୱିଙ୍ଗଡାଓ ସମ୍ମିଳନୀ ଏସସିଓ କାର୍ଯ୍ୟସୂଚୀକୁ ଆହୁରି ବଳିଷ୍ଠ କରିବ ଏବଂ ଏସସିଓ ସହିତ ଭାରତର ପ୍ରତିଶୃତିବଦ୍ଧତାର ଏକ ନୂତନ ପ୍ରାରମ୍ଭ ହେବ ।

ଏସସିଓର ସଦସ୍ୟ ରାଷ୍ଟ୍ରମାନଙ୍କ ସହ ଭାରତର ଗଭୀର ବନ୍ଧୁତ୍ୱ ଏବଂ ବହୁବିଧ କ୍ଷେତ୍ରରେ ସମ୍ପର୍କ ରହିଛି । ଏସସିଓ ସମ୍ମିଳନୀର ପାର୍ଶ୍ଵବର୍ତ୍ତୀ କାର୍ଯ୍ୟକ୍ରମ ଭାବେ ମୋତେ ଏସସିଓ ସଦସ୍ୟ ରାଷ୍ଟ୍ରମୂଖ୍ୟଙ୍କ ସମେତ ଅନେକ ନେତୃବୃନ୍ଦଙ୍କ ସହ ମତ ଆଦାନ ପ୍ରଦାନ କରିବାର ଉତ୍ତମ ସୁଯୋଗ ମିଳିବ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian youth are at the forefront of tech-led growth, innovation: PM Modi

Media Coverage

Indian youth are at the forefront of tech-led growth, innovation: PM Modi
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 14, 2026
June 14, 2026

From Healthcare to Himalayas: PM Modi's Vision Building an Unstoppable India