PM’s statement prior to his departure to Davos

ଡାଭୋସ ଯାତ୍ରାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିବୃତି ନିମ୍ନରେ ପ୍ରଦତ୍ତ ହେଲା ।

‘‘ବିଶ୍ୱ ଆର୍ଥିକ ଫୋରମରେ ଯୋଗଦେବା ଲାଗି ଭାରତର ପରମ ମିତ୍ର ତଥା ଏହାର ପ୍ରତିଷ୍ଠାତା ପ୍ରଫେସର କ୍ଲସ ସ୍କ୍ୱାବ ମୋତେ ନିମନ୍ତ୍ରଣ କରିଛନ୍ତି । ଡାଭୋସଠାରେ ଅନୁଷ୍ଠିତ ହେଉଥିବା ଏହି ଫୋରମରେ ଯୋଗଦେବା ଲାଗି ମୁଁ ଉତ୍କଣ୍ଠିତ ଏବଂ ଏହା ମୋର ପ୍ରଥମ ଗସ୍ତ ହେବ । ଏଥର ବିଶ୍ୱ ଆର୍ଥିକ ଫୋରମର ବିଷୟବସ୍ତୁ ରହିଛି ‘ବିଖଣ୍ଡିତ ବିଶ୍ୱରେ ସମ୍ମିଳିତ ଭବିଷ୍ୟର ସଂରଚନା’ । ଏହି ବିଷୟବସ୍ତୁ ବେଶ୍ ପ୍ରାସଙ୍ଗିକ ଓ ମନନଶୀଳ ।

ସାଂପ୍ରତିକ ସମସାମୟିକ ଆନ୍ତର୍ଜାତିକ ବ୍ୟବସ୍ଥା ଓ ବୈଶ୍ୱିକ ଶାସନ ଢାଂଚା ପ୍ରତି ଦେଖାଦେଇଥିବା ପ୍ରଚଳିତ ଆହ୍ୱାନ ଏବଂ ଆଗାମୀ ଆହ୍ୱାନଗୁଡିକ ନିଶ୍ଚିତ ରୂପେ ବିଶ୍ୱର ବିଭିନ୍ନ ସ୍ଥାନରୁ ଏକତ୍ରିତ ହୋଇଥିବା ନେତୃମଣ୍ଡଳୀ, ସରକାରୀ ପ୍ରତିନିଧି, ଯୋଜନା ପ୍ରସ୍ତୁତକାରୀ, ଉଦ୍ୟୋଗଜଗତ ଏବଂ ନାଗରୀକ ସମାଜର ଦୃଷ୍ଟି ଆକର୍ଷଣ କରିବ ।

ସାଂପ୍ରତିକ ସମୟରେ ବିଶ୍ୱ ସମୁଦାୟ ସହ ଭାରତର ସମ୍ବନ୍ଧ ଓ ରଚନାତ୍ମକ କଥାବାର୍ତ୍ତା ବାସ୍ତବରେ ବହୁମୁଖୀ ଏବଂ ଏହା ରାଜନୈତିକ, ଅର୍ଥନୈତିକ, ଜନ-ଜନ ସଂପର୍କ, ସୁରକ୍ଷା ଓ ଆହୁରି ଅନେକ କ୍ଷେତ୍ରକୁ ବିସ୍ତାରିତ ହୋଇଛି ।

ମୁଁ ଡାଭୋସଠାରେ, ଆନ୍ତର୍ଜାତିକ ସମୁଦାୟ ସହ ଭାରତର ଆଗାମୀ ସମ୍ବନ୍ଧ ନେଇ ଏକ ପରିଦୃଶ୍ୟ ଉପସ୍ଥାପନା କରିବି ।

ବିଶ୍ୱ ଅର୍ଥନୈତିକ ମଞ୍ଚ ବ୍ୟତିରେକେ, ମୁଁ ଅନ୍ୟାନ୍ୟ ପ୍ରମୁଖ ବିଶ୍ୱ ନେତୃମଣ୍ଡଳୀଙ୍କ ସହ ପୃଥକ ପୃଥକ ଦ୍ୱିପାକ୍ଷିକ ଆଲୋଚନା କରିବି । ସେଥିମଧ୍ୟରେ ସ୍ୱିଜରଲାଣ୍ଡ ମହାସଂଘର ରାଷ୍ଟ୍ରପତି ମହାମହିମ ମିଷ୍ଟର ଆଲେନ ବର୍ସତ୍ ଏବଂ ସ୍ୱୀଡେନ ପ୍ରଧାନମନ୍ତ୍ରୀ ମହାମହିମ ଷ୍ଟିଫାନ ଲଫ୍ଭେନ ଅନ୍ତର୍ଭୁକ୍ତ ।

ମୁଁ ପୂର୍ଣ୍ଣ ବିଶ୍ୱାସୀ ଯେ, ଏହିସବୁ ଦ୍ୱିପାକ୍ଷିକ ଆଲୋଚନା ଫଳପ୍ରଦ ହେବ ଏବଂ ସଂପୃକ୍ତ ରାଷ୍ଟ୍ରମାନଙ୍କ ସହ ଆମର ସଂପର୍କକୁ ବିଶେଷ ରୂପେ ଆମର ଆଗାମୀ ଆର୍ଥିକ ସମ୍ବନ୍ଧ ଦୃଢୀଭୂତ ହେବ ।’’

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
1 in 4 iPhones are now made in India as Apple ramps up production by 53 per cent

Media Coverage

1 in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2026
March 11, 2026

From Silent Medical Revolution to Global Manufacturing Hub: Salute to PM Modi's Relentless Push for a Stronger, Self-Reliant India