ଅକ୍ଟୋବର 29, 2019ରେ ଦିନିକିଆ ଗସ୍ତରେ ସାଉଦି ଆରବ ଯାତ୍ରା କରୁଛି । ସାଉଦି ଆରବର ମହାମାନ୍ୟ ରାଜା ସଲମାନ ବିନ ଅବଦୁଲ ଅଜୀଜ ଅଲ-ସଉଦଙ୍କ ନିମନ୍ତ୍ରଣରେ ରିୟାଦଠାରେ ଆୟୋଜିତ ହେଉଥିବା ତୃତୀୟ ଭବିଷ୍ୟତ ନିବେଶ ପଦକ୍ଷେପ ବୈଠକର ପୂର୍ଣ୍ଣାଙ୍ଗ ଅଧିବେଶନରେ ଯୋଗଦେବି ।

ରିୟାଦ ଯାତ୍ରା ସମୟରେ ମୁଁ ସାଉଦି ଆରବର ମହାମାନ୍ୟ ରାଜାଙ୍କ ସହିତ ମଧ୍ୟ ଦ୍ୱିପାକ୍ଷିକ ବିଚାର-ବିମର୍ଶ କରିବି । ମୁଁ ସାଉଦି ଆରବର ଯୁବରାଜ ଏଚଆରଏଚ ମହମ୍ମଦ ବିନ ସଲମାନଙ୍କ ସହିତ ବୈଠକ ସମୟରେ ଦ୍ୱିପାକ୍ଷିକ ସହଯୋଗ ବ୍ୟତୀତ ପାରସ୍ପରିକ ଲାଭ ତଥା ବିଭିନ୍ନ ଆଞ୍ଚଳିକ ଏବଂ ବୈଶ୍ୱିକ ପ୍ରସଙ୍ଗ ବିଷୟରେ ବିଚାର-ବିମର୍ଶ କରିବି ।

ଭାରତ ଓ ସାଉଦି ଆରବ ମଧ୍ୟରେ ଘନିଷ୍ଠ ଓ ମୈତ୍ରୀପୂର୍ଣ୍ଣ ସମ୍ବନ୍ଧ ରହିଛି । ସାଉଦି ଆରବ ଭାରତର ଉର୍ଜା ଆବଶ୍ୟକତା ପାଇଁ ସବୁଠାରୁ ବଡ ଓ ବିଶ୍ୱସନୀୟ ସହଯୋଗୀ ।

2009 ଫେବୃଆରୀରେ ନୂଆଦିଲ୍ଲୀ ଗସ୍ତ ସମୟରେ ଯୁବରାଜ ଭାରତରେ ପ୍ରାଥମିକତା କ୍ଷେତ୍ରରେ 100 ବିଲିଅନ ଆମେରିକୀୟ ଡଲାରରୁ ଅଧିକ ନିବେଶ କରିବା ପାଇଁ ସଂକଳ୍ପବଦ୍ଧତା ପ୍ରକାଶ କରିଥିଲେ ।

ପ୍ରତିରକ୍ଷା, ବ୍ୟବସାୟ, ସଂସ୍କୃତି, ଶିକ୍ଷା ଓ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ଭଳି ବିଷୟ ସାଉଦି ଆରବ ସହିତ ଦ୍ୱିପାକ୍ଷିକ ସହଯୋଗର ଅନ୍ୟ ମହତ୍ୱପୂର୍ଣ୍ଣ କ୍ଷେତ୍ରମାନଙ୍କ ମଧ୍ୟରେ ସାମିଲ ରହିଛି ।

ଯାତ୍ରା ସମୟରେ ରଣନୈତିକ ଭାଗିଦାରୀ ପରିଷଦର ସ୍ଥାପନା ପାଇଁ ବୁଝାମଣା, ଭାରତ-ସାଉଦି ଆରବର ରଣନୈତିକ ଭାଗିଦାରୀତାକୁ ଏକ ନୂତନ ସ୍ତରରେ ପହଞ୍ଚାଇବ । ମୁଁ ତୃତୀୟ ଭବିଷ୍ୟତ ନିବେଶ ପଦକ୍ଷେପ ବୈଠକରେ ମୋର ଭାଗିଦାରୀକୁ ନେଇ ମଧ୍ୟ ଆଶାବାନ, ଯେଉଁଠାରେ ମୁଁ ଭାରତରେ ବୈଶ୍ୱିକ ନିବେଶକମାନଙ୍କ ପାଇଁ ବୃଦ୍ଧି ପାଉଥିବା ବ୍ୟବସାୟ ଏବଂ ନିବେଶର ଅବସର ସମ୍ବନ୍ଧରେ ବାର୍ତ୍ତାଳାପ କରିବି କାରଣ, ଦେଶ 2024 ସୁଦ୍ଧା 5 ଟ୍ରିଲିଅନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ ହେବା ଦିଗରେ ପଦକ୍ଷେପ ଗ୍ରହଣ କରି ସାରିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
E-Samudra: India’s digital push to reshape maritime governance

Media Coverage

E-Samudra: India’s digital push to reshape maritime governance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 11, 2026
August 11, 2026

Champions on the Podium, Capital Unlocked, Digital Seas Opened: New India’s Winning Streak Under PM Modi