ସଂସଦର ମୌସୁମୀ ଅଧିବେଶନରେ ଦେଶ ସମ୍ମୁଖରେ ଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଭାବେ ଆଲୋଚନା ହେବାର ଆବଶ୍ୟକତା ଅଛି । ଆଲୋଚନା ଯେତେ ଅଧିକ ହେବ ଗୃହରେ ବରିଷ୍ଠ ଓ ଅଭିଜ୍ଞ ସଦସ୍ୟମାନେ ସେତେ ଅଧିକ ମୂଲ୍ୟବାନ ତଥ୍ୟ ଉପସ୍ଥାପନ କରିପାରିବେ ଏବଂ ଦେଶ ପାଇଁ ଏହା ହିତଜନକ ହୋଇପାରିବ । ଉତ୍ତମ ପରାମର୍ଶ ଦ୍ୱାରା ସରକାର ମଧ୍ୟ ଠିକ୍ ଭାବେ ନୀତିଗତ ନିଷ୍ପତ୍ତି ନେଇପାରିବେ । ମୁଁ ଆଶା କରେ ସମସ୍ତ ରାଜନୈତିକ ଦଳ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଗୃହ ସମୟର ସର୍ବାଧିକ ସଦୁପଯୋଗ କରିବେ । ଗୃହର ପ୍ରତ୍ୟେକ ସଦସ୍ୟ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିବେ ଯାହା ଫଳରେ ଗୃହର କାର୍ଯ୍ୟ ପ୍ରେରଣାଦାୟୀ ହେବ ଏବଂ ରାଜ୍ୟ ବିଧାନସଭାଗୁଡ଼ିକ ପାଇଁ ଏହା ଉଦାହରଣ ହୋଇପାରିବ । ମୁଁ ଆଶା କରୁଛି ସମସ୍ତ ରାଜନୈତିକ ଦଳ ଏହା କରିବେ । ଏବେ ପୁଣି ଥରେ ମୁଁ ମୋର ଆଶା ଓ ଆକାଂକ୍ଷାକୁ ଆପଣମାନଙ୍କ ନିକଟରେ ଉପସ୍ଥାପନ କରୁଛି ଏବଂ ଏ ଦିଗରେ ପ୍ରଚେଷ୍ଟା ଜାରି ରହିବ । ଆମେ ଏଥିପାଇଁ ଦୃଢ଼ ଭାବେ ଚେଷ୍ଟା କରିବା ଉଚିତ ଏବଂ ଅବିରତ ଉଦ୍ୟମ ରହିବା ଆବଶ୍ୟକ । କୌଣସି ରାଜନୈତିକ ଦଳ କିମ୍ବା ସଦସ୍ୟ ଉତ୍ଥାପନ କରିବାକୁ ଚାହୁଁଥିବା ଯେକୌଣସି ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ସରକାର ପ୍ରସ୍ତୁତ ଅଛନ୍ତି । ଏହି ମୌସୁମୀ ଋତୁରେ ପ୍ରବଳ ବର୍ଷା ଦେଶର କେତେକ ସ୍ଥାନରେ କ୍ଷୟକ୍ଷତି କରିଥିବା ବେଳେ ଅନ୍ୟ କେତେକ ସ୍ଥାନରେ ବର୍ଷାର ଅଭାବ ପରିଲକ୍ଷିତ ହୋଇଛି । ମୁଁ ଭାବୁଛି ଏ ସମ୍ପର୍କରେ ଆଲୋଚନା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’

Media Coverage

‘Paltano Dorkar!’ PM Modi Predicts TMC Rout In Bengal, Says ‘Goons Won’t Find Space To Hide After May 4’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 24, 2026
April 24, 2026

Made in India, Built for 2047: PM Modi’s Reforms Turning Rural Hope into National Strength