Blessed to be associated with the project of Kashi Vishwanath Dham: PM
With the blessings of Bhole Baba, the dream of Kashi Vishwanath Dham has come true: PM Modi
Direct link is being established between the River Ganga and Kashi Vishwanath Temple: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେ କାଶୀ ବିଶ୍ୱନାଥ ମନ୍ଦିର ପରିସରରେ ଏକ ସାଂକେତିକ ଶିଳାନ୍ୟାସ ସମାରୋହ ପରେ ଉପସ୍ଥିତ ସମାରୋହକୁ ସମ୍ବୋଧିତ କରିଥିଲେ । ସେ କହିଥିଲେ ଯେ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପ ସହିତ ଯୋଡ଼ି ହେବା ତାଙ୍କ ପାଇଁ ଈଶ୍ୱରଙ୍କ ଆଶୀର୍ବାଦ ସଦୃଶ । ସମର୍ପଣର ସହିତ ସେମାନଙ୍କ ଦାୟିତ୍ୱ ସମ୍ପାଦନ କରିଥିବାରୁ କାଶୀ ବିଶ୍ୱନାଥ ଧାମ ପ୍ରକଳ୍ପରେ ଜଡ଼ିତ ଅଧିକାରୀମାନଙ୍କୁ ସେ ପ୍ରଶଂସା କରିଥିଲେ । ମନ୍ଦିର ଚାରିପାଖେ ନିଜସ୍ୱ ସମ୍ପତ୍ତି ଥିବା ଏବଂ ପ୍ରକଳ୍ପ ପାଇଁ ଏହାର ଅଧିଗ୍ରହଣକୁ ଅନୁମତି ଦେଇଥିବା ସବୁଲୋକମାନଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ ।

ଅନେକ ଶତାବ୍ଦୀ ଧରି ଅତ୍ୟାଚାର ସହି ସୁଦ୍ଧା କାଶୀ ବିଶ୍ୱନାଥ ମନ୍ଦିର ନିଜର ଅସ୍ତିତ୍ୱ ବଜାୟ ରଖିଥିବା ସେ କହିଥିଲେ । ଦୁଇ ଶତାବ୍ଦୀ ପୂର୍ବେ କାଶୀ ବିଶ୍ୱନାଥ ମନ୍ଦିରର ପୁନରୁଦ୍ଧାରରେ ରାଣୀ ଅହଲ୍ୟାବାଇ ହୋଲକରଙ୍କ କାର୍ଯ୍ୟକୁ ସେ ସ୍ମରଣ କରି ପ୍ରଶଂସା କରିଥିଲେ ।

ସେ କହିଥିଲେ ଯେ ସେବେଠାରୁ କ୍ଷମତାରେ ଥିବା ଲୋକମାନେ ମନ୍ଦିରର ପାର୍ଶ୍ଵବର୍ତ୍ତୀ ସମଗ୍ର ଅଂଚଳ ପାଇଁ ବିଶେଷ ଚିନ୍ତା କରିନଥିଲେ । ସେ କହିଥିଲେ, କାଶୀ ବିଶ୍ୱନାଥ ମନ୍ଦିର ନିକଟରେ ଥିବା ପାଖାପାଖି 40ଟି ମନ୍ଦିର ସମୟକ୍ରମେ ଜବରଦଖଲ କରାଯାଇଥିଲା, ଏବଂ ବର୍ତ୍ତମାନ ଏହା ଜବରଦଖଲ ମୁକ୍ତ ହୋଇସାରିଛି । ସେ କହିଥିଲେ ସମଗ୍ର ମନ୍ଦିର ପରିସର ବର୍ତ୍ତମାନ ନୂଆରୂପ ପାଇବାର ପ୍ରକ୍ରିୟାରେ ରହିଛି ଏବଂ ଏହାର ଫଳ ଏବେ ଦେଖିବାକୁ ମିଳୁଛି । ସେ କହିଥିଲେ ଗଙ୍ଗା ନଦୀ ଏବଂ କାଶୀ ବିଶ୍ୱନାଥ ମନ୍ଦିର ମଧ୍ୟରେ ଏକ ସିଧାସଳଖ ସମ୍ପର୍କ ପ୍ରତିଷ୍ଠା କରାଯାଉଛି ।

ସେ କହିଥିଲେ ଏହି ପ୍ରକଳ୍ପ ଅନ୍ୟସ୍ଥାନରେ ଏପରି ପ୍ରକଳ୍ପ ନିର୍ମାଣ ପାଇଁ ଆଦର୍ଶ ପାଲଟିବ ତଥା କାଶୀକୁ ବିଶ୍ୱସ୍ତରରେ ଏକ ନୂଆ ପରିଚୟ ପ୍ରଦାନ କରିବ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph