ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସମୂହ ବିକାଶଶୀଳ ଦେଶ (PSIDS)ର ନେତାମାନଙ୍କ ବୈଠକ ସେପ୍ଟେମ୍ବର 24, 2019ରେ ମିଳିତ ଜାତିସଂଘ ସାଧାରଣ ପରିଷଦର 74ତମ ଅଧିବେଶନ ଅବସରରେ ନ୍ୟୁୟର୍କଠାରେ ପୃଥକ ଭାବେ ଆୟୋଜିତ ହୋଇଥିଲା । ଏହି ବୈଠକରେ ଫିଜି, କିରିବାତି ଗଣରାଜ୍ୟ, ମାର୍ଶଲ ଦ୍ୱୀପସମୂହର ଗଣରାଜ୍ୟ, ମାଇକ୍ରୋନେସିଆର ସଙ୍ଘୀୟ ରାଜ୍ୟ, ନାଉରୁ ଗଣରାଜ୍ୟ, ପାଲାଉ ଗଣରାଜ୍ୟ, ପାପୁଆ ନ୍ୟୁ ଗିନିର ସ୍ୱତନ୍ତ୍ର ରାଜ୍ୟ, ସାମୋଆର ସ୍ୱତନ୍ତ୍ର ରାଜ୍ୟ ତଥା ସୋଲୋମନ ଦ୍ୱୀପସମୂହ, ଟୋଙ୍ଗା, ତୁବାଲୁ ଓ ବାତୁଆତୁ ଗଣରାଜ୍ୟର ପ୍ରତିନିଧିମଣ୍ଡଳ ପ୍ରମୁଖ ସାମିଲ ଥିଲେ ।

ପ୍ରଶାନ୍ତ ମହାସାଗରୀୟ ଦ୍ୱୀପସମୂହ ରାଷ୍ଟ୍ରମାନଙ୍କ ସହିତ ଭାରତର ସମ୍ପର୍କ ଆକ୍ଟ ଇଷ୍ଟ ନୀତିର ଉଦ୍ଭବ ସହିତ ଆହୁରି ନିବିଡ ହୋଇଛି, ଯାହାର ପରିଣାମସ୍ୱରୂପ ଭାରତ-ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସହଯୋଗ (FIPIC)ର ଗଠନ ହୋଇଛି । ଏଫଆଇପିଆଇସିର ପ୍ରଥମ ଏବଂ ଦ୍ୱିତୀୟ ବୈଠକ ଫିଜି (2015) ଏବଂ ଜୟପୁର (2010)ରେ ଆୟୋଜନ କରାଯାଇଥିଲା । ଏଫଆଇପିଆଇସି ସମୟରେ ପ୍ରଧାନମନ୍ତ୍ରୀ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସମୂହର ଦେଶମାନଙ୍କର ନିବିଡ ଭାଗୀଦାର ହେବା ନେଇ ଭାରତର ଆଗ୍ରହ ଏବଂ ସେମାନଙ୍କ ବିକାଶ ଏଜେଣ୍ଡାକୁ ଆଗକୁ ବଢ଼ାଇବା ପାଇଁ ମିଳିତ ଭାବେ କାମ କରିବାର ତତ୍ପରତା ବ୍ୟକ୍ତ କରିଥିଲେ । ପ୍ରଥମ ଥର ପ୍ରଧାନମନ୍ତ୍ରୀ ମିଳିତ ଜାତିସଂଘ ସାଧାରଣ ପରିଷଦର ବୈଠକ ଅବସରରେ ଭିନ୍ନ ଭାବେ ଏଫଆଇପିଆଇସର ନେତାମାନଙ୍କ ସହିତ ବହୁପକ୍ଷୀୟ ଆଲୋଚନା କରିଥିଲେ ।

ଏହି ଅବସରରେ ସମସ୍ତ ନେତା ଏସଡିଜିର ଲକ୍ଷ ହାସଲ ପାଇଁ ବିକାଶର ଅନୁଭବକୁ ବାଣ୍ଟିବା, ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗ ବୃଦ୍ଧି କରିବା, ବିପର୍ଯ୍ୟୟ ପ୍ରଶମନ ଭିତ୍ତିଭୂମି ପାଇଁ ଆରମ୍ଭ କରାଯାଇଥିବା ନୂତନ ମେଣ୍ଟରେ ସାମିଲ ହେବା, କ୍ଷମତା ନିର୍ମାଣ, ଭାରତ-ଜାତିସଂଘ ବିକାଶ ଭାଗିଦାରୀ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଏବଂ ଭବିଷ୍ୟତରେ ଭାରତ-ଏଫଆଇପିଆଇସି ସହଯୋଗ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ସହିତ ଅନେକ ବିଷୟ ଉପରେ ବିଚାର-ବିମର୍ଶ କରାଯାଇଥିଲା ।

ପ୍ରଧାନମନ୍ତ୍ରୀ ମୋଦୀ ଏହି ଅବସରରେ ଭାରତ ଓ ଏଫଆଇପିଆଇସିର ସହଭାଗୀ ମୂଲ୍ୟବୋଧ ଓ ଭବିଷ୍ୟତ ସମ୍ପର୍କରେ ଉଲ୍ଲେଖ କରିଥିଲେ । ସେ ଅସମାନତାକୁ ଦୂର କରିବା, ଜନସାଧାରଣଙ୍କ ଜୀବନଧାରଣ ମାନରେ ସୁଧାର ଆଣିବା ପାଇଁ ବିକାଶ ନୀତିକୁ ସମାବେଶୀ ଏବଂ ସ୍ଥାୟୀ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ । ସେ କହିଥିଲେ ଯେ ଭାରତ ଜଳବାୟୁ ପରିବର୍ତ୍ତନର କୁପ୍ରଭାବ ସହିତ ଏହାର ମୁକାବିଲା କରିବା ପାଇଁ ସମାନ ଭାବେ ପ୍ରତିବଦ୍ଧ ଏବଂ ଜରୁରି ବିକାଶ ତଥା ପ୍ରଯୁକ୍ତିଗତ ସହାୟତା ମାଧ୍ୟମରେ ବିକାଶ ଲକ୍ଷ୍ୟକୁ ପ୍ରାପ୍ତ କରିବା ନେଇ ଏଫଆଇପିଆଇସିର ପ୍ରୟାସକୁ ସମର୍ଥନ କରୁଛି ।

ପ୍ରଧାନମନ୍ତ୍ରୀ ମୋଦୀ ଜଳବାୟୁ ପରିବର୍ତ୍ତନର ବାସ୍ତବିକତା ସମ୍ବନ୍ଧରେ ଗୁରୁତ୍ୱାରୋପ କରିଥିଲେ ଏବଂ ଜଳବାୟୁ ପରିବର୍ତ୍ତନର ଅନେକ ପ୍ରତିକୂଳ ପ୍ରଭାବକୁ କମ କରିବା ପାଇଁ ସମ୍ପୂର୍ଣ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ବୃଦ୍ଧି କରିବା ପାଇଁ ଆହ୍ୱାନ କରିଥିଲେ । ସେ ବିକଳ୍ପ ଶକ୍ତି ବିକଶିତ କରିବା ନେଇ ଅନୁଭବ ବାଣ୍ଟିବା ପାଇଁ ଭାରତର ତତ୍ପରତାକୁ ମଧ୍ୟ ବ୍ୟକ୍ତ କରିଥିଲେ । ଏହି କ୍ଷେତ୍ରର ଅନେକ ଦେଶ ଆନ୍ତର୍ଜାତିକ ସୌର ମେଣ୍ଟରେ ସାମିଲ ହେବା ବିଷୟକୁ ନେଇ ସନ୍ତୋଷ ପ୍ରକାଶ କରିଥିଲେ ଏବଂ ଏଥିସହିତ ଅନ୍ୟ ଦେଶମାନଙ୍କୁ ମଧ୍ୟ ଏହି ପଦକ୍ଷେପରେ ସାମିଲ ହେବା ପାଇଁ ଆମନ୍ତ୍ରିତ କରିଥିଲେ । ପ୍ରଧାନମନ୍ତ୍ରୀ ଏଫଆଇପିଆଇସିର ନେତାମାନଙ୍କୁ ବିପର୍ଯ୍ୟୟ ପ୍ରତିରୋଧି ଭିତ୍ତିଭୂମି(CDRI) ପାଇଁ ଗଠିତ ମେଣ୍ଟରେ ସାମିଲ ହେବାର ନିମନ୍ତ୍ରଣ କରିଥିଲେ।

‘ସବକା ସାଥ, ସବକା ବିକାଶ ଏବଂ ସବକା ବିଶ୍ୱାସ’ର ମୂଳ ମନ୍ତ୍ର ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ମୋଦୀ (ଏଫଆଇଡିଏସ ଦେଶମାନଙ୍କ ମଧ୍ୟରେ) ବିକାଶ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ପାଇଁ ଏକ କୋଟି 20 ଲକ୍ଷ ଡଲାର (ଏଫଆଇଡିଏସର ପ୍ରତ୍ୟେକ ଦେଶ ପାଇଁ 10 ଲକ୍ଷ ଡଲାର) ଆବଣ୍ଟିତ କରାଯିବାର ଘୋଷଣା କରିଛନ୍ତି । ସେ କହିଥିଲେ ଯେ ଏତଦବ୍ୟତୀତ 15 କୋଟି ଡଲାର ଋଣ ସହାୟତା ମଧ୍ୟ ପ୍ରଦାନ କରାଯିବ, ଯାହାକୁ ଏଫଆଇଡିଏସ ଦେଶମାନେ ସେମାନଙ୍କ ହିସାବରେ ଅକ୍ଷୟ ଶକ୍ତି ଏବଂ ଜଳବାୟୁ ପରିବର୍ତ୍ତନ ସମ୍ବନ୍ଧୀୟ ପ୍ରକଳ୍ପ ପାଇଁ ନେଇପାରିବେ ।

ପ୍ରଧାନମନ୍ତ୍ରୀ ମୋଦୀ କ୍ଷମତା ନିର୍ମାଣରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ପ୍ରଯୁକ୍ତିବିଦ୍ୟା ବିଶେଷଜ୍ଞଙ୍କ ନିଯୁକ୍ତିର ପ୍ରସ୍ତାବ ପ୍ରତି ନିଜର ପ୍ରତିବଦ୍ଧତା ଦୋହରାଇଥିଲେ ଏବଂ ସାଥି ଦେଶମାନଙ୍କ ଦ୍ୱାରା ଚିହ୍ନିତ ପ୍ରାଥମିକତା କ୍ଷେତ୍ରରେ ଆଇଟିଇଓ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଶେଷ ପାଠ୍ୟକ୍ରମ ଆୟୋଜନ କରିବାର ପ୍ରସ୍ତାବ ଦେଇଥିଲେ, ଯେଉଁଥିରେ ବିଦେଶୀ ସେବା ସଂସ୍ଥାନମାନଙ୍କରେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସମୂହର ଦେଶମାନଙ୍କର ରାଜନୈତିକ ପ୍ରଶିକ୍ଷଣ ମଧ୍ୟ ସାମିଲ ରହିଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ‘ମାନବତା ପାଇଁ ଭାରତ’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରୀୟ କେନ୍ଦ୍ରରେ ଜୟପୁର ଫୁଟ ଆର୍ଟିଫିସିଆଲ ଲିମ୍ବ ଫିଟମେଣ୍ଟ କ୍ୟାମ୍ପ ଆୟୋଜନ କରିବାର ମଧ୍ୟ ପ୍ରସ୍ତାବ ଦେଇଥିଲେ ।

ପିଏସଆଇଡିଏସ ଦେଶମାନଙ୍କର ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ପାଇଁ ପ୍ରଧାନମନ୍ତ୍ରୀ ଏକ ବିଶିଷ୍ଟ ଆଗନ୍ତୁକ କାର୍ଯ୍ୟକ୍ରମର ମଧ୍ୟ ଘୋଷଣା କରିଥିଲେ ଯାହା ଅନ୍ତର୍ଗତ ଏହି ଦେଶମାନଙ୍କର ପ୍ରତିଷ୍ଠିତ ବ୍ୟକ୍ତି ଭାରତ ଗସ୍ତ କରିପାରିବେ । ସେ କହିଲେ ଯେ ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ସମୂହର ଦେଶମାନଙ୍କର ସଂସଦୀୟ ପ୍ରତିନିଧିମଣ୍ଡଳର ଆଗମନକୁ ମଧ୍ୟ ଭାରତ ସ୍ୱାଗତ କରିବ । ଦେଶମାନଙ୍କ ମଧ୍ୟରେ ଉଚ୍ଚସ୍ତରୀୟ ରାଜନୈତିକ ସମ୍ପର୍କ ଚାଲୁ ରଖିବା ପାଇଁ ପ୍ରଧାନମନ୍ତ୍ରୀ ସମସ୍ତ ନେତାମାନଙ୍କୁ 2020ର ପ୍ରଥମ 6 ମାସ ମଧ୍ୟରେ ପୋର୍ଟ ମୋରେସ୍ୱୀରେ ହେବାକୁ ଥିବା ତୃତୀୟ ଏଫଆଇପିଆଇସି ଶିଖର ସମ୍ମିଳନୀରେ ଭାଗନେବା ପାଇଁ ଆମନ୍ତ୍ରିତ କରିଥିଲେ ।

ପିଏସଆଇଡିଏସର ନେତାମାନେ ଦୁଇ ପକ୍ଷ ମଧ୍ୟରେ ସମ୍ପର୍କ ଏବଂ ସହଯୋଗକୁ ମଜଭୁତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରସ୍ତାବିତ ପଦକ୍ଷେପର ସ୍ୱାଗତ କରିଥିଲେ ଏବଂ ସେମାନଙ୍କ ସରକାରଙ୍କ ତରଫରୁ ଏହାକୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବାର ଆଶ୍ୱାସନା ଦେଇଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
In a first, NCERT adds Emergency to Class 9 textbooks; chapter details rights suspension and press censorship

Media Coverage

In a first, NCERT adds Emergency to Class 9 textbooks; chapter details rights suspension and press censorship
NM on the go

Nm on the go

Always be the first to hear from the PM. Get the App Now!
...
Mr. Andy Jassy meets the Prime Minister
June 25, 2026

CEO of Amazon, Mr. Andy Jassy met with the Prime Minister Shri Narendra Modi, today, at New Delhi. Shri Modi remarked that Amazon's record $48 billion investment in India shows the growing interest across the world to invest in India.

The Prime Minister posted on X;

A great meeting with Mr. Andy Jassy. I welcome Amazon's record $48 billion investment in India. This will create new opportunities for our youth. At the same time, it shows the growing interest across the world to invest in India!

@amazon