ମହାମହିମ, ରାଷ୍ଟ୍ରପତି ସିରିଲ ରାମଫୋସା,

ବ୍ରିକ୍ସର ମୋର ମିତ୍ରଗଣ,

ପୁରା ବିଶ୍ୱରୁ ଏଠାରେ ଉପସ୍ଥିତ ମୋର ସମସ୍ତ ଆଦରଣୀୟ ବନ୍ଧୁଗଣ,

ସର୍ବପ୍ରଥମେ ମୁଁ ରାଷ୍ଟ୍ରପତି ରାମଫୋସାଙ୍କୁ ବ୍ରିକ୍ସରେ ଲୋକସମ୍ପର୍କ ପ୍ରକ୍ରୀୟାକୁ ମଜବୁତ କିରଥିବାରୁ ଶୁଭେଚ୍ଛା ଜଣାଉଛି । ବ୍ରିକ୍ସ ଏବଂ ଅନ୍ୟ ବିକଶିତ ଅର୍ଥବ୍ୟବସ୍ଥାଗୁଡିକ ମଧ୍ୟରେ ଏହି ସମ୍ବାଦ ବିକାଶର ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡିକ ଉପରେ ମତ ବିନିମୟର ଏକ ଉତ୍ତମ ସୁଯୋଗ । ବହୁ ସଂଖ୍ୟାରେ ଆଫ୍ରିକା ଦେଶଗୁଡିକର ଏଠାରେ ଉପସ୍ଥିତି ହେବା ସ୍ୱାଭାବିକ, ଏବଂ ପ୍ରସନ୍ନତାର ବିଷୟ ମଧ୍ୟ । ଆଫ୍ରିକା ସହିତ ଭାରତର ସଂପର୍କ ଐତିହାସିକ ଏବଂ ନିବିଡ । ଆଫ୍ରିକାରେ ସ୍ୱାଧୀନତା, ବିକାଶ ଏବଂ ଶାନ୍ତି ପାଇଁ ଭାରତର ଐତିହାସିକ ପ୍ରୟାସଗୁଡିକର ବିସ୍ତାରକୁ ମୋ ସରକାର ସବୁଠାରୁ ଅଧିକ ପ୍ରାଥମିକତା ପ୍ରଦାନ କରିଛନ୍ତି । ବିଗତ ଚାରି ବର୍ଷ ମଧ୍ୟରେ ରାଷ୍ଟ୍ର ମୁଖ୍ୟ ଓ ସରକାରୀ ମୁଖ୍ୟ ସ୍ତରର 100ରୁ ଅଧିକ ପାରସ୍ପରିକ ଯାତ୍ରା ଏବଂ ସାକ୍ଷାତ ଜରିଆରେ ଆମର ଅର୍ଥନୈତିକ ସଂପର୍କ ଏବଂ ବିକାଶ ସହଯୋଗ ନୂତନ ଶିଖରରେ ପହଂଚିଛି । ଆଜି 40ରୁ ଅଧିକ ଆଫ୍ରିକୀୟ ଦେଶ ମଧ୍ୟରେ 11 ନିୟୁତ ଡଲାରରୁ ଅଧିକ 180 ଟି ଋଣ ସହାୟତା ଜାରୀ କରାଯାଇଛି । ପ୍ରତି ବର୍ଷ 8 ହଜାର ଆଫ୍ରିକୀୟ ଛାତ୍ରଛାତ୍ରୀମାନଙ୍କୁ ଭାରତରେ ବିଦ୍ୟାବୃତ୍ତି ପ୍ରଦାନ, 48 ଆଫ୍ରିକୀୟ ଦେଶ ମଧ୍ୟରେ ଟେଲି-ମେଡ଼ିସିନ ପାଇଁ ଇ-ନେଟୱାର୍କ, ଏବଂ ଘରୋଇ ଉଦ୍ୟୋଗ ଦ୍ୱାରା 54 ନିୟୁତ ଡଲାରର ପୁଞ୍ଜି ନିବେଶରୁ, ଆଫ୍ରିକାରେ ଆବଶ୍ୟକତା ଆଧାରରେ ଦକ୍ଷତା ବୃଦ୍ଦି ପାଉଛି । ପଅରଦିନ ଉଗାଣ୍ଡାର ସଂସଦକୁ ସମ୍ବୋଧିତ କରି ମୁଁ ଭାରତ ଏବଂ ଆଫ୍ରିକାର ଭାଗିଦାରୀର 10ଟି ସିଦ୍ଧାନ୍ତକୁ ବିସ୍ତୃତ ଭାବେ ବର୍ଣ୍ଣନା କରିଛି । ଏହି 10ଟି ସିଦ୍ଧାନ୍ତ ଆଫ୍ରିକାର ଆବଶ୍ୟକତା ଅନୁସାରେ ବିକାଶ ପାଇଁ ସହଯୋଗ, ଶାନ୍ତି ଏବଂ ସୁରକ୍ଷା ପାଇଁ ସହଯୋଗ, ଏବଂ ଆମ ଲୋକମାନଙ୍କ ମଧ୍ୟରେ ଶତାବ୍ଦୀ ପୁରୁଣା ସଂପର୍କକୁ ଆହୁରୀ ମଜବୁତ କରିବା ପାଇଁ ଦିଗଦର୍ଶନ ଦେବ । ଆଫ୍ରିକା ମହାଦେଶୀୟ ମୁକ୍ତ ବାଣିଜ୍ୟ କ୍ଷେତ୍ର (African Continental Free Trade Area)ର ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ପାଇଁ, ମୁଁ ସମସ୍ତ ଆଫ୍ରିକୀୟ ଦେଶକୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ଆଫ୍ରିକାରେ କ୍ଷେତ୍ରୀୟ ଅର୍ଥନୈତିକ ଏକୀକରଣ (economic integration) ପାଇଁ ହେଉଥିବା ବିଭିନ୍ନ ପ୍ରୟାସଗୁଡିକୁ ମଧ୍ୟ ସ୍ୱାଗତ ଜଣାଉଛି ।

ମହାମହିମମାନେ,

ବିଗତ ତିନି ଦଶନ୍ଧି ମଧ୍ୟରେ 100 ନିୟୁତ (hundreds of millions) ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ ମିଳିଛି । ବୈଶ୍ୱୀକରଣ ଏବଂ ବିକାଶର ଲାଭକୁ ଲୋକମାନଙ୍କ ପାଖରେ ପହଂଚାଇବା ଏହି ପ୍ରକ୍ରୀୟାର ପ୍ରମୁଖ ଅଂଶ ଥିଲା ଏବଂ ଦକ୍ଷିଣ ବିଶ୍ଵ (Global South) ଏହି ପ୍ରୟାସରେ ସମାନ ଅଂଶୀଦାର ଥିଲା । 2008ର ଅର୍ଥନୈତିକ ସଙ୍କଟ ପରଠାରୁ ବୈଶ୍ୱୀକରଣର ଏହି ଆଧାରଭୂତ ପଦକ୍ଷେପ ଉପରେ ସଂରକ୍ଷଣବାଦର ବାଦଲ ଢାଙ୍କି ହୋଇ ରହିଛି । ଏହି ପ୍ରବୃତ୍ତିର ଏବଂ ବିକାଶ କ୍ଷେତ୍ରରେ ମାନ୍ଦାବସ୍ଥା ସବୁଠାରୁ ଗଭୀର ପ୍ରଭାବ ଆମଭଳି ସେହି ଦେଶଗୁଡିକ ଉପରେ ପଡିଛି ଯେଉଁମାନେ ଉପନିବେଶବାଦ କାଳରେ ଔଦ୍ୟୋଗିକ ପ୍ରଗତିର ସୁଯୋଗଗୁଡିକର ଲାଭ ଉଠାଇପାରିନାହାଁନ୍ତି । ଆଜି ଆମେ ପୁନର୍ବାର ଇତିହାସକୁ ଫେରିବାକୁ ଯାଉଛୁ । ଡିଜିଟାଲ ଆନ୍ଦୋଳନ (Digital Revolution) କାରଣରୁ ଆମ ପାଇଁ ନୂତନ ସୁଯୋଗ ସୃଷ୍ଟି ହେଉଛି । ଏବଂ ଏଥିପାଇଁ, ଏହା ଜରୁରୀ ଯେ ଆମେ ଅଟୋମେଶନ, କୃତ୍ରିମ ଧୀଶକ୍ତି (artificial intelligence) ଏବଂ ବୃହତ ଡାଟା ଏନାଲିଟିକ୍ସ କାରଣରୁ ହେଉଥିବା ପରିବର୍ତ୍ତନ ପାଇଁ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛୁ । ଏଥିପାଇଁ ଡିଜିଟାଲ ଭିତ୍ତିଭୂମି (Digital Infrastructure)ଏବଂ ଦକ୍ଷ ଶ୍ରମଶକ୍ତି କ୍ଷେତ୍ରରେ ପୁଞ୍ଜି ନିବେଶର ଆବଶ୍ୟକତାର ରହିଛି । ଏବଂ ଏଥିସହିତ, ସମାବେଶୀ ବୈଶ୍ଵିକ ମୂଲ୍ୟବୋଧ ଶୃଙ୍ଖଳ, ଶ୍ରମିକ ସ୍ଥାନାନ୍ତରଣ, ଅବାଧ ପରିବର୍ତ୍ତନଶୀଳ ସାମାଜିକ ନିରପଟା ଢାଞ୍ଚା ଏବଂ ପାରଦର୍ଶୀ ବୈଦେଶିକ ମୁଦ୍ରା ପ୍ରେରଣ ବ୍ୟବସ୍ଥା ମଧ୍ୟ ଆମର ପ୍ରାଥମିକତାରେ ରହିଛି ।

ମହାମହିମମାନେ,

ନିଜର ଅଂଶୀଦାର ଦେଶଗୁଡିକ ସହିତ ସେମାନଙ୍କ ବିକାଶ ପାଇଁ ଭାରତ ସଂପୂର୍ଣ୍ଣ ଯୋଗଦାନ କରିଆସୁଛି । ଦକ୍ଷିଣ-ଦକ୍ଷିଣ ସହଯୋଗ (South-South Cooperation) ଅନ୍ତର୍ଗତ ନିଜ ବିକାଶ ଅନୁଭୂତିଗୁଡିକୁ ପ୍ରକାଶ କରି ଆମେ ଅନ୍ୟ ବିକାଶଶୀଳ ଦେଶଗୁଡିକ ମଧ୍ୟରେ ଜ୍ଞାନ କୌଶଳର ସହଯୋଗ, ପ୍ରଶିକ୍ଷଣ ଏବଂ ଦକ୍ଷତା ବୃଦ୍ଧି ଦ୍ୱାରା ଯଥାସମ୍ଭବ ସହଯୋଗ ଆମ ବିଦେଶ ନୀତିର ପ୍ରମୁଖ ଅଂଶ । ସ୍ୱୟଂ ବିକାଶଶୀଳ ଦେଶ ଥାଇ ମଧ୍ୟ ଭାରତ ଅଂଶୀଦାର ଦେଶଗୁଡିକୁ ପ୍ରାଥମିକତା ଅନୁସାରେ ଭିତ୍ତିଭୂମି, ଶକ୍ତି, କୃଷି, ଶିକ୍ଷା, ସ୍ୱାସ୍ଥ୍ୟ, ସୂଚନା ପ୍ରଯୁକ୍ତି ଭଳି କ୍ଷେତ୍ରଗୁଡିକରେ ଯଥାସମ୍ଭବ ଆର୍ଥିକ ସହଯୋଗ ମଧ୍ୟ ଦେଇଆସୁଛି । ଭାରତର ବିକାଶ ଯାତ୍ରାରେ ଦକ୍ଷିଣ-ଦକ୍ଷିଣ ସହଯୋଗ (South-South Cooperation) ଏକ ପ୍ରମୁଖ ଆଧାର । ନିଜ ବିକାଶର ଅନୁଭୂତିକୁ ବିକାଶଶୀଳ ଦେଶଗୁଡିକ ସହିତ ବାଣ୍ଟିବା ଭାରତ ପାଇଁ ସର୍ବଦା ପ୍ରାଥମିକତା ରହିଆସିଛି, ଏବଂ ଭବିଷ୍ୟତରେ ମଧ୍ୟ ରହିବ ।

ଆପଣମାନଙ୍କୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India launches ORV Sagar Manthan, boosting ocean research fleet

Media Coverage

India launches ORV Sagar Manthan, boosting ocean research fleet
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 10, 2026
September 10, 2026

Beyond Metros, Beyond Borders: How India Is Rewriting Its Growth Story Under PM Modi