Relationship between India and Uzbekistan goes back to a long time. Both the nations have similar threats and opportunities: PM
India and Uzbekistan have same stance against radicalism, separatism, fundamentalism: PM Modi

ମହାମହିମ, ନମସ୍କାର

ସର୍ବପ୍ରଥମେ, ଡିସେମ୍ବର 14ରେ, ଆପଣଙ୍କର କାର୍ଯ୍ୟକାଳ 5 ବର୍ଷରେ ପ୍ରବେଶ କରୁଥିବାରୁ ମୁଁ ଆପଣଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଉଛି ।

ମୁଁ ଚଳିତ ବର୍ଷ ଉଜବେକିସ୍ତାନ ଗସ୍ତ କରିବା ପାଇଁ ଉତ୍ସୁକ ଥିଲି ।

କୋଭିଡ-19 ମହାମାରୀ ଯୋଗୁଁ ମୋର ଯାତ୍ରା ହୋଇପାରିଲା ନାହିଁ,  କିନ୍ତୁ ମୁଁ ଖୁସି “ଯେ କୌଣସି ସ୍ଥାନରୁ କାର୍ଯ୍ୟ (ୱାର୍କ ଫର୍ମ ଏନି ହୋୟାର)”ର ଏହି ସମୟରେ ଆମେ ଆଜି ଭର୍ଚୁଆଲ ମାଧ୍ୟମରେ ପରସ୍ପରକୁ ସାକ୍ଷାତ କରୁଛୁ।

ମହାମହିମ,

ଭାରତ ଏବଂ ଉଜବେକିସ୍ତାନ ହେଉଛି ଦୁଇଟି ସମୃଦ୍ଧ ସଭ୍ୟତା । ପ୍ରାଚୀନ କାଳରୁ ହିଁ ଆମ ଭିତରେ ନିରନ୍ତର ପାରସ୍ପରିକ ସଂପର୍କ ରହି ଆସିଛି ।

ଆମ ଅଞ୍ଚଳର ଆହ୍ବାନ ଏବଂ ସୁଯୋଗ ପ୍ରତି ଆମର ବୁଝାମଣା ଏବଂ ଆଭିମୁଖ୍ୟରେ ବହୁତ ସାମାନତା ରହିଛି । ଆଉ ଏଥିପାଇଁ ଆମର ସମ୍ବନ୍ଧ ସର୍ବଦା ସୁଦୃଢ ରହିଛି ।

2018 ଏବଂ 2019ରେ ଆପଣଙ୍କର ଭାରତ ଗସ୍ତ ସମୟରେ, ଆମମାନଙ୍କୁ ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିବାର ସୁଯୋଗ ମିଳିଥିଲା, ଯାହାଦ୍ବାରା ଆମ ସମ୍ବନ୍ଧରେ ଏକ ନୂତନ ଗତି ଦେଖିବାକୁ ମିଳିଲା।

ମହାମହିମ,

ଉଗ୍ରବାଦ, ମୌଳବାଦ ଏବଂ ବିଚ୍ଛିନ୍ନତାବାଦ ଉପରେ ଆମର ସମାନ ଚିନ୍ତାଧାରା ରହିଛି ।

ଆତଙ୍କବାଦ ବିରୋଧରେ ଆମେ ଦୃଢତାର ସହିତ ଏକାଠି ଠିଆ ହୋଇଛେ । ଆଞ୍ଚଳିକ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ଆମର ସମାନ ଆଭିମୁଖ୍ୟ ରହିଛି।

ଆମେ ସହମତ ଯେ, ଆଫଗାନିସ୍ତାନରେ ଶାନ୍ତିର ପୁନଃ ପ୍ରତିଷ୍ଠା ପାଇଁ ଏକ ଏଭଳି ପ୍ରକ୍ରିୟା ଆବଶ୍ୟକ ଯାହାକି ସ୍ଵୟଂ ଆଫଗାନିସ୍ତାନ ନେତୃତ୍ବରେ ଏବଂ ନିୟନ୍ତ୍ରଣରେ ହେଉ ।  ଗତ ଦୁଇ ଦଶନ୍ଧିର ଉପଲବ୍ଧି ଗୁଡିକୁ ସୁରକ୍ଷିତ ରଖିବା ମଧ୍ୟ ଆବଶ୍ୟକ ।

ଭାରତ ଏବଂ ଉଜବେକିସ୍ତାନ ମିଳିତ ଭାବେ ଭାରତ-ମଧ୍ୟ ଏସିଆ ଆଲୋଚନା (ଡାଇଲଗ୍) ନେଇ ପଦକ୍ଷେପ ନେଇଥିଲେ। ଏହା ଗତ ବର୍ଷ ସମରକନ୍ଦରୁ ଆରମ୍ଭ ହୋଇଥିଲା ।

ମହାମହିମ,

ବିଗତ କିଛି ବର୍ଷରେ ଆମର ଆର୍ଥିକ ସହଭାଗୀତା ମଧ୍ୟ ସୁଦୃଢ ହୋଇଛି ।

ଆମେ ମଧ୍ୟ ଉଜବେକିସ୍ତାନ ସହିତ ଆମର ବିକାଶର ସହଭାଗିତାକୁ ଆହୁରି ଧନୀଷ୍ଟ କରିବାକୁ ଚାହୁଁଛୁ।

ମୁଁ ଏହା ଜାଣି ଖୁସି ଯେ ଭାରତୀୟ ଋଣ ଯୋଗାଣ ଅଧୀନରେ ଅନେକ ପ୍ରକଳ୍ପ ଉପରେ ବିଚାର କରାଯାଉଛି ।

ଆପଣଙ୍କ ବିକାଶର ପ୍ରାଥମିକତା ଅନୁଯାୟୀ ଆମେ ଭାରତର ବିଶେଷଜ୍ଞ ଏବଂ ଅଭିଜ୍ଞତା ବିନିମୟ କରିବାକୁ ପ୍ରସ୍ତୁତ ଅଛୁ ।

ଭିତ୍ତିଭୂମି, ଆଇଟି, ଶିକ୍ଷା, ସ୍ୱାସ୍ଥ୍ୟ, ତାଲିମ ଏବଂ ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ଭାରତର ବହୁତ ସାମର୍ଥ୍ୟ ଅଛି, ଯାହା ଉଜବେକିସ୍ତାନ ପାଇଁ ଉପଯୋଗୀ ହୋଇପାରିବ। ଆମ ମଧ୍ୟରେ କୃଷି ସମ୍ବନ୍ଧିତ ମିଳିତ କାର୍ଯ୍ୟ ଗୋଷ୍ଠୀ(ଜଏଣ୍ଟ ୱାର୍କିଂ ଗ୍ରୁପ୍) ପ୍ରତିଷ୍ଠା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ସକରାତ୍ମକ ପଦକ୍ଷେପ । ଏହାଦ୍ବାରା ଆମେ ଆମର କୃଷି, ବାଣିଜ୍ୟ ବୃଦ୍ଧି ପାଇଁ ସୁଯୋଗ ଅନ୍ବେଷଣ କରିପାରିବା ଯାହା ଉଭୟ ଦେଶର କୃଷକମାନଙ୍କୁ ସାହାଯ୍ୟ କରିବ ।

ମହାମହିମ,

ଆମର ସୁରକ୍ଷା ସହଭାଗୀତା ଦ୍ୱିପାକ୍ଷିକ ସମ୍ପର୍କର ଏକ ଦୃଢ ସ୍ତମ୍ଭରେ ପରିଣତ ହେଉଛି ।

ଗତ ବର୍ଷ ଆମର ସଶସ୍ତ୍ର ବାହିନୀର ପ୍ରଥମ ମିଳିତ ସମର ଅଭ୍ୟାସ ଥିଲା ।

ମହାକାଶ ଏବଂ ପରମାଣୁ ଶକ୍ତି କ୍ଷେତ୍ରରେ ଆମର ମିଳିତ ପ୍ରୟାସ ମଧ୍ୟ ବୃଦ୍ଧି ପାଉଛି।

ଏହା ମଧ୍ୟ ସନ୍ତୋଷଜନକ ବିଷୟ ଯେ, କୋଭିଡ-19 ମହାମାରୀର ଏହି କଠିନ ସମୟରେ ଉଭୟ ଦେଶ ପରସ୍ପରକୁ ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି।

ସେ ଔଷଧ ଯୋଗାଣ ହେଉ କିମ୍ବା ପରସ୍ପରର ନାଗରିକମାନଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇବା ହେଉ।

ଆମ ରାଜ୍ୟଗୁଡିକ ମଧ୍ୟରେ ସହଯୋଗ ମଧ୍ୟ ବୃଦ୍ଧି ପାଉଛି । ଗୁଜରାଟ ଏବଂ ଆନ୍ଦିଜୋର ସଫଳ ଭାଗିଦାରୀ ମଡେଲ ଉପରେ ହରିୟାଣା ଏବଂ ଫରଗାନା ମଧ୍ୟରେ ସହଯୋଗର ରୂପରେଖ ପ୍ରସ୍ତୁତ କରାଯାଉଛି ।

ମହାମହିମ,

ଆପଣଙ୍କ ନେତୃତ୍ୱରେ ଉଜବେକିସ୍ତାନରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଘଟୁଛି ଏବଂ ଭାରତରେ ମଧ୍ୟ ଆମେ ସଂସ୍କାର ପଥରେ ଅଗ୍ରସର ହେଉଛୁ।

ଏହାଦ୍ବାରା କୋଭିଡ୍ ପରବର୍ତ୍ତୀ ସମୟରେ ଆମ ମଧ୍ୟରେ ପାରସ୍ପରିକ ସହଯୋଗର ସମ୍ଭାବନା ଗୁଡିକ ଆହୁରି ବୃଦ୍ଧି ପାଇବ।

ମୋର ବିଶ୍ବାସ ଅଛି  ଯେ,  ଆଜି ଆମର ଏହି ଆଲୋଚନା ଦ୍ଵାରା ଏହି ପ୍ରୟାସକୁ ନୂତନ ଦିଗ ଏବଂ ଶକ୍ତି ମିଳିବ।

ମହାମହିମ,

ମୁଁ ବର୍ତ୍ତମାନ ଆପଣଙ୍କୁ ପ୍ର​‌ରମ୍ଭିକ​‌ ବକ୍ତବ୍ୟ ପାଇଁ  ଆମନ୍ତ୍ରିତ କରୁଛି।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Villagers in Bastar gather for PM's Mann Ki Baat at former Maoist meeting ground

Media Coverage

Villagers in Bastar gather for PM's Mann Ki Baat at former Maoist meeting ground
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam highlighting the virtues of firm resolve, self-control, and wisdom
June 02, 2026

Prime Minister Shri Narendra Modi today shared a Sanskrit Subhashitam, observing that firm resolve and self-control are the powers that make even the most difficult paths easy. Shri Modi highlighted that today, our youth are continuously engaged in nation-building with this very resolve.

The Prime Minister posted on X:

"दृढ़ निश्चय और आत्म-संयम वह शक्ति है, जो कठिन से कठिन राह को भी आसान बना देती है। आज हमारे युवा साथी इसी संकल्प के साथ राष्ट्र निर्माण में निरंतर जुटे हुए हैं।

निश्चित्य यः प्रक्रमते
नान्तर्वसति कर्मणः।

अबन्ध्यकालो वश्यात्मा
स वै पण्डित उच्यते॥"

A person who begins a task after careful deliberation and with firm resolve, who never leaves it unfinished, who uses time wisely and who maintains complete control over their senses, such a person alone is truly wise.