ହାଇଦ୍ରାବାଦ ହାଉସଠାରେ ଆଜି ମଧ୍ୟାହ୍ନରେ ବାଂଲାଦେଶ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମହମ୍ମଦ ଅବଦୁଲ ହମିଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ଆଲୋଚନା ସମ୍ପନ୍ନ ହୋଇଛି ।

ଏହି ବୈଠକ କାଳରେ, ଦୁଇ ନେତା ଉଭୟ ରାଷ୍ଟ୍ରର ଦ୍ୱିପାକ୍ଷିକ ସମ୍ପର୍କ ଚମତ୍କାର ସ୍ଥିତିକୁ ନେଇ ଗଭୀର ଭାବେ ସନ୍ତୋଷ ବ୍ୟକ୍ତ କରିଥିଲେ । ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ବ୍ୟକ୍ତିଗତ ଭାବେ ଆସିପାରିନଥିବା ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଶୁଭକାମନା ଜଣାଇଥିଲେ । ସେ ବାଂଲାଦେଶ ଗସ୍ତ ପାଇଁ ସେଠାକାର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ବିଧିବଦ୍ଧ ନିମନ୍ତ୍ରଣ ଜଣାଇଥିଲେ, ଯାହାକୁ ଆନନ୍ଦର ସହ ଗ୍ରହଣ କରାଯାଇଥିଲା । କୂଟନୈତିକ ମାଧ୍ୟମରେ ଗସ୍ତର ତାରିଖ ଚୁଡ଼ାନ୍ତ କରାଯିବା ବୋଲି ନେତାମାନେ ସହମତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ବାଂଲାଦେଶ ମୁକ୍ତି ସଂଗ୍ରାମରୁ ଆରମ୍ଭ ହୋଇଥିବା ଦ୍ୱିପାକ୍ଷିକ ସମ୍ପର୍କ ଭାରତର ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି । ଗତ 5 ବର୍ଷ ମଧ୍ୟରେ ବିଶେଷ କରି ସୀମା ନିର୍ଦ୍ଧାରଣ ଭଳି ବିଭିନ୍ନ ଜଟିଳ ପ୍ରସଙ୍ଗର ସମାଧାନ କ୍ଷେତ୍ରରେ ଦୁଇ ଦେଶ ଅଧିକ ପରିପକ୍ୱତା ଏବଂ ଧୈର୍ଯ୍ୟର ପ୍ରଦର୍ଶନ କରିଛନ୍ତି । ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମଶତବାର୍ଷିକୀ (2020ରେ) ଏବଂ 2021ରେ ବାଂଲାଦେଶ ମୁକ୍ତି ସଂଗ୍ରାମର 50 ବର୍ଷ ପୂର୍ତ୍ତିକୁ ମହାସମାରୋହରେ ପାଳନ କରିବା ଲାଗି ମିଳିତ ପ୍ରୟାସର ଅଂଶବିଶେଷ ସ୍ୱରୂପ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ସ୍ତରକୁ ନେଇଯିବା ପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ବାଂଲାଦେଶ ରାଷ୍ଟ୍ରପତି ମେ 30, 2019 ଅନୁଷ୍ଠିତ ଭାରତର ନୂତନ ସରକାରଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଥିଲେ । ଏହି ବିଶିଷ୍ଟ ଅତିଥି ପୂର୍ବରୁ ଡିସେମ୍ବର ଏବଂ ମାର୍ଚ୍ଚ 2018ରେ ସରକାରୀ ଗସ୍ତରେ ଅନ୍ତର୍ଜାତୀୟ ସୌର ମେଂଟରେ ଯୋଗ ଦେବା ଲାଗି ଭାରତ ଆସିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Rural India fuels internet use, growing 4 times at pace of urban: Report

Media Coverage

Rural India fuels internet use, growing 4 times at pace of urban: Report
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting Bapu's message of non violence
January 30, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the revered Bapu's emphasis on non-violence for the protection of humanity:

"अहिंसा परमो धर्मस्तथाऽहिंसा परन्तपः।

अहिंसा परमं सत्यं यतो धर्मः प्रवर्तते॥"

The Subhashitam conveys that, nonviolence is the highest duty, nonviolence is the highest penance. Nonviolence is the ultimate truth, from which all Dharma proceeds.

The Prime Minister wrote on X;

“पूज्य बापू ने मानवता की रक्षा के लिए हमेशा अहिंसा पर बल दिया। इसमें वह शक्ति है, जो बिना हथियार के दुनिया को बदल सकती है।

अहिंसा परमो धर्मस्तथाऽहिंसा परन्तपः।

अहिंसा परमं सत्यं यतो धर्मः प्रवर्तते॥"