ହାଇଦ୍ରାବାଦ ହାଉସଠାରେ ଆଜି ମଧ୍ୟାହ୍ନରେ ବାଂଲାଦେଶ ସାଧାରଣତନ୍ତ୍ରର ରାଷ୍ଟ୍ରପତି ମହାମହିମ ମହମ୍ମଦ ଅବଦୁଲ ହମିଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ ଆଲୋଚନା ସମ୍ପନ୍ନ ହୋଇଛି ।

ଏହି ବୈଠକ କାଳରେ, ଦୁଇ ନେତା ଉଭୟ ରାଷ୍ଟ୍ରର ଦ୍ୱିପାକ୍ଷିକ ସମ୍ପର୍କ ଚମତ୍କାର ସ୍ଥିତିକୁ ନେଇ ଗଭୀର ଭାବେ ସନ୍ତୋଷ ବ୍ୟକ୍ତ କରିଥିଲେ । ଭାରତ ଗସ୍ତରେ ଆସିଥିବା ରାଷ୍ଟ୍ରପତି ବ୍ୟସ୍ତ କାର୍ଯ୍ୟସୂଚୀ କାରଣରୁ ବ୍ୟକ୍ତିଗତ ଭାବେ ଆସିପାରିନଥିବା ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଶୁଭକାମନା ଜଣାଇଥିଲେ । ସେ ବାଂଲାଦେଶ ଗସ୍ତ ପାଇଁ ସେଠାକାର ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀଙ୍କୁ ବିଧିବଦ୍ଧ ନିମନ୍ତ୍ରଣ ଜଣାଇଥିଲେ, ଯାହାକୁ ଆନନ୍ଦର ସହ ଗ୍ରହଣ କରାଯାଇଥିଲା । କୂଟନୈତିକ ମାଧ୍ୟମରେ ଗସ୍ତର ତାରିଖ ଚୁଡ଼ାନ୍ତ କରାଯିବା ବୋଲି ନେତାମାନେ ସହମତ ହୋଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଉଲ୍ଲେଖ କରିଥିଲେ, ବାଂଲାଦେଶ ମୁକ୍ତି ସଂଗ୍ରାମରୁ ଆରମ୍ଭ ହୋଇଥିବା ଦ୍ୱିପାକ୍ଷିକ ସମ୍ପର୍କ ଭାରତର ସର୍ବୋଚ୍ଚ ପ୍ରାଥମିକତା ହୋଇ ରହିଛି । ଗତ 5 ବର୍ଷ ମଧ୍ୟରେ ବିଶେଷ କରି ସୀମା ନିର୍ଦ୍ଧାରଣ ଭଳି ବିଭିନ୍ନ ଜଟିଳ ପ୍ରସଙ୍ଗର ସମାଧାନ କ୍ଷେତ୍ରରେ ଦୁଇ ଦେଶ ଅଧିକ ପରିପକ୍ୱତା ଏବଂ ଧୈର୍ଯ୍ୟର ପ୍ରଦର୍ଶନ କରିଛନ୍ତି । ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନଙ୍କ ଜନ୍ମଶତବାର୍ଷିକୀ (2020ରେ) ଏବଂ 2021ରେ ବାଂଲାଦେଶ ମୁକ୍ତି ସଂଗ୍ରାମର 50 ବର୍ଷ ପୂର୍ତ୍ତିକୁ ମହାସମାରୋହରେ ପାଳନ କରିବା ଲାଗି ମିଳିତ ପ୍ରୟାସର ଅଂଶବିଶେଷ ସ୍ୱରୂପ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଏକ ନୂତନ ସ୍ତରକୁ ନେଇଯିବା ପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ବାଂଲାଦେଶ ରାଷ୍ଟ୍ରପତି ମେ 30, 2019 ଅନୁଷ୍ଠିତ ଭାରତର ନୂତନ ସରକାରଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେବା ଲାଗି ଭାରତ ଗସ୍ତରେ ଥିଲେ । ଏହି ବିଶିଷ୍ଟ ଅତିଥି ପୂର୍ବରୁ ଡିସେମ୍ବର ଏବଂ ମାର୍ଚ୍ଚ 2018ରେ ସରକାରୀ ଗସ୍ତରେ ଅନ୍ତର୍ଜାତୀୟ ସୌର ମେଂଟରେ ଯୋଗ ଦେବା ଲାଗି ଭାରତ ଆସିଥିଲେ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's Toy exports soar in recent years

Media Coverage

India's Toy exports soar in recent years
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Munshi Premchand on his birth anniversary
July 31, 2026

The Prime Minister, Shri Narendra Modi, paid tributes to renowned litterateur Munshi Premchand on his birth anniversary.

The Prime Minister said that through his timeless literary works, Munshi Premchand gave a powerful expression to human emotions that continues to remain relevant even today. He also noted his invaluable contribution in bringing the literary heritage of Kashi, his birthplace and karmabhoomi, to global recognition.

Shri Modi said that Munshi Premchand’s immortal literature, rooted in realism and social equality, will continue to inspire the people of the country.

The Prime Minister wrote on X;

“महान कथाकार मुंशी प्रेमचंद जी को उनकी जन्म-जयंती पर आदरपूर्ण श्रद्धांजलि। अपनी कालजयी रचनाओं के माध्यम से उन्होंने मानवीय संवेदनाओं को ऐसी सशक्त अभिव्यक्ति दी, जो आज भी प्रासंगिक है। अपनी जन्मभूमि और कर्मभूमि काशी की साहित्यिक विरासत को विश्व पटल पर पहचान दिलाने में भी उनका अमूल्य योगदान रहा है। यथार्थ और सामाजिक समानता पर आधारित उनका अमर साहित्य देशवासियों के लिए सदैव प्रेरणा का स्रोत बना रहेगा।”