PM's interaction with ITBP excursion groups of students from Sikkim and Ladakh
Work towards achieving the vision of a prosperous, corruption-free India: PM tells students

ଦେଶର ବିଭିନ୍ନ ଅଞ୍ଚଳ ଗସ୍ତ କରୁଥିବା ସିକ୍କିମ ଓ ଲାଦାଖର 53ଜଣ ITBP ପରିଭ୍ରମଣକାରୀ ଛାତ୍ର ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ।  ପ୍ରଧାନମନ୍ତ୍ରୀଙ୍କ ସହ ଅନୌପଚାରିକ କଥାବାର୍ତ୍ତା ବେଳେ ITBP ଛାତ୍ରମାନେ ଏକ ସମୃଦ୍ଧ ଓ ଭ୍ରଷ୍ଟାଚାର ମୁକ୍ତ ଭାରତ ଗଠନ ସମ୍ପର୍କରେ ସେମାନଙ୍କର ଭବିଷ୍ୟଦୃଷ୍ଟି ଅବଗତ କରାଇଥିଲେ । ସେମାନଙ୍କ ସ୍ଵପ୍ନ ସାକାର କରିବା ଲାଗି ଆବଶ୍ୟକ ପ୍ରୟାସ କରିବାକୁ ପ୍ରଧାନମନ୍ତ୍ରୀ ପ୍ରେରଣା ଦେଇଥିଲେ । ଜୀବନକୁ ଅଧିକ କ୍ରିୟାଶୀଳ ଓ ଫଳଦାୟକ କରିବା ଲାଗି ସେମାନେ ଶାରୀରିକ ଓ ମାନସିକସ୍ତରରେ ସତେଜ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଏଥିଲାଗି ଯୋଗର ଭୂମିକା ସମ୍ପର୍କରେ ସେ ଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ।

ପ୍ରଧାନମନ୍ତ୍ରୀ ଜ୍ଞାନ ଆହରଣର ମହିମା ବିଷୟରେ ଗୁରୁତ୍ଵ ଦେଇଥିଲେ ଏବଂ କହିଥିଲେ ଯେ, ସବୁବେଳେ ଜଣେ ଅଧ୍ୟୟନକାରୀ ଛାତ୍ର ଭାବେ ନିଜକୁ ପରିଗଣିତ କରି ଆଗକୁ ବଢିବା ଆବଶ୍ୟକ ।

ପରିଭ୍ରମଣକାରୀ ଛାତ୍ରମାନେ ଆଲୋଚନା କାଳରେ ଡିଜିଟାଲ ଭାରତ ସମ୍ପର୍କରେ ଅଧିକ ଜାଣିବାକୁ ଚାହିଁଥିଲେ । ବେନଗଦୀ କାରବାର ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର କାର୍ଯ୍ୟକ୍ରମ ଦ୍ଵାରା ଲୋକେ କିଭଳି ଉପକୃତ ହେଉଛନ୍ତି ସେ ସମ୍ପର୍କରେ ବୁଝାଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଲିଖିତ “Exam Warriors” ପୁସ୍ତକ ସମ୍ପର୍କରେ ଛାତ୍ରମାନେ ଉଲ୍ଲେଖ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଚାପମୁକ୍ତ ଜୀବନ ବିତାଇବାକୁ ଛାତ୍ରମାନଙ୍କୁ ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IndiaAI Mission-backed startup Avataar launches indigenous video AI model

Media Coverage

IndiaAI Mission-backed startup Avataar launches indigenous video AI model
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 13, 2026
June 13, 2026

Viksit Bharat Accelerating: Tech, Defense, Infra & Exports Power India's Global Leap Under the Leadership of PM Modi