PM Modi reviews progress towards handling and resolution of grievances related to consumers
PM reviews progress of 9 infrastructure projects in the railway, road, power, and renewable energy sectors, spread over several states cumulatively worth over Rs. 30,000 crore
PM Modi reviews progress in implementation of the Pradhan Mantri Khanij Kshetra Kalyan Yojana

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଗତି ମାଧ୍ୟମରେ ଆଜି ବିଭିନ୍ନ ରାଜ୍ୟ ଓ ମନ୍ତ୍ରଣାଳୟ ସଂଲଗ୍ନ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କରିଛନ୍ତି । ଏହା ପ୍ରଧାନମନ୍ତ୍ରୀଙ୍କର 23ତମ ପ୍ରଗତି ସମୀକ୍ଷା ବୈଠକ ।

ଏଥି ପୂର୍ବରୁ ପ୍ରଧାନମନ୍ତ୍ରୀ 22ଟି ପ୍ରଗତି ବୈଠକ ମାଧ୍ୟମରେ 200 ଭିତ୍ତିଭୂମି ପ୍ରକଳ୍ପର ସମୀକ୍ଷା କରିସାରିଛନ୍ତି । ଏହିସବୁ ପ୍ରକଳ୍ପରେ 9.31 ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଛି । ଏହାଛଡା 17ଟି କ୍ଷେତ୍ରରେ ସାଧାରଣ ଆପତ୍ତି ଅଭିଯୋଗର ଆସୁ ଫଏସଲା କରାଯିବା ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଛନ୍ତି ।

ଆଜିର 23ତମ ପ୍ରଗତି ସମୀକ୍ଷା ବୈଠକରେ ଉପଭୋକ୍ତାମାନଙ୍କ ଆପତି ଅଭିଯୋଗର ଶୁଣାଣି ଓ ଏହାର ସମାଧାନ ଦିଗରେ କେତେ କ’ଣ ଅଗ୍ରଗତି ହୋଇଛି ସେ ନେଇ ମଧ୍ୟ ବିସ୍ତୃତ ଆଲୋଚନା ହୋଇଛି । ଉପଭୋକ୍ତା ଅଭିଯୋଗଗୁଡିକର ଆଶୁ ଫଏସଲା କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ତେବେ ପ୍ରଧାନମନ୍ତ୍ରୀ ବହୁ ସଂଖ୍ୟାରେ ଆସୁଥିବା ଉପଭୋକ୍ତା ଅଭିଯୋଗ ନେଇ ଉଦବେଗ ପ୍ରକାଶ କରିଥିଲେ । ସେ ଏହିସବୁ ମାମଲାଗୁଡିକର ଶୀଘ୍ର ଫଏସଲା ବ୍ୟବସ୍ଥା କରି ଉପଭୋକ୍ତାମାନଙ୍କୁ ଠିକ୍ ସମୟରେ ଲାଭ ପହଂଚାଇବା ପାଇଁ ପରାମର୍ଶ ଦେଇଥିଲେ ।

ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ରେଳବାଇ, ରାଜପଥ, ଶକ୍ତି ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରର 9ଟି ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଛନ୍ତି । 30 ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏହି ଭିତ୍ତିଭୂମି ପ୍ରକଳ୍ପଗୁଡିକ ଓଡିଶା, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ତାମିଲନାଡୁ, କେରଳ, ନାଗାଲାଣ୍ଡ, ଆସାମ, ମହାରାଷ୍ଟ୍ର, ତେଲଙ୍ଗାନା ଏବଂ ଉତ୍ତରାଖଣ୍ଡରେ କାର୍ଯ୍ୟକାରୀ ହେଉଛି ।

ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନାର କାର୍ଯ୍ୟକାରୀତା ଏବଂ ଅଗ୍ରଗତି ସମ୍ପର୍କରେ ଆଜିର ପ୍ରଗତି ସମୀକ୍ଷା ବୈଠକରେ ବିସ୍ତୃତଭାବେ ଆଲୋଚନା ହୋଇଥିଲା । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଜିଲ୍ଲା ଖଣିଜ ଫାଉଣ୍ଡେସନକୁ ମିଳୁଥିବା ପାଣ୍ଠିର ଠିକଣା ସମୟରେ ଏବଂ ଠିକଣା ଜାଗାରେ ବିନିଯୋଗ ହେବାକୁ ପଡିବ । ସମ୍ପୃକ୍ତ ଜିଲ୍ଲାର ଯେଉଁସବୁ ବିକାଶଗତ ଅନଗ୍ରସରତା ରହିଛି ତାହାକୁ ଦୂର କରିବା ଦିଗରେ ଖଣିଜ ଫାଉଣ୍ଡେସନର ପାଣ୍ଠି ବେଶ ସହାୟକ ହେବ । ଏହି ପାଣ୍ଠିର ଉପଯୁକ୍ତ ବିନିଯୋଗ କରି 2022 ସୁଦ୍ଧା ଆବଶ୍ୟକ ପରିଣାମ ହାସଲ କରିବାକୁ ପଡିବ । ଏହି ବର୍ଷ ଭାରତ ସ୍ୱାଧିନତାର 75 ବର୍ଷ ପାଳନ କରୁଥିବା ପରିପ୍ରେକ୍ଷୀରେ ବିକାଶ ଲାଗି ଉପଲବ୍ଧ ପାଣ୍ଠିକୁ ଶୀଘ୍ର ବିନିଯୋଗ କରିବା ଲାଗି ସେ ପରାମର୍ଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Safran’s Hyderabad engine MRO starts operations, targets 300 LEAP engines annually

Media Coverage

Safran’s Hyderabad engine MRO starts operations, targets 300 LEAP engines annually
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Unnati Sharma on winning Bronze in Women’s 63 kg Judo
August 02, 2026

The Prime Minister, Shri Narendra Modi, has congratulated Unnati Sharma on winning the Bronze medal in the Women’s 63 kg Judo category at the Commonwealth Games 2026.

The Prime Minister said that Unnati Sharma’s commitment and determination were clearly visible throughout the competition.

Shri Modi wished her continued success in all her future endeavours.

The Prime Minister wrote on X;

“More glory for India in Judo!

Congratulations to Unnati Sharma for winning the Bronze Medal in the Women's 63 kg category at the Commonwealth Games 2026. Her commitment and determination were clearly visible during the games. May she keep excelling in all her forthcoming endeavours.

#CWG2026”