ଥାଇଲାଣ୍ଡ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବକ୍ତବ୍ୟ ନିମ୍ନରେ ଉଲ୍ଲେଖ କରାଗଲା ।

“ମୁଁ ନଭେମ୍ବର 3 ତାରିଖରେ ଷୋଡ଼ଶ ଆସିଆନ-ଭାରତ ଶିଖର ସମ୍ମିଳନୀ ଏବଂ ନଭେମ୍ବର 4 ତାରିଖରେ ଚତୁର୍ଦ୍ଦଶ ପୂର୍ବ ଏସିଆ ଶିଖର ସମ୍ମିଳନୀ ଏବଂ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ବାର୍ତ୍ତାଳାପ ନିମନ୍ତେ ତୃତୀୟ କ୍ଷେତ୍ରୀୟ ବ୍ୟାପକ ଆର୍ଥିକ ସହଭାଗୀତା (ଆରସିଇପି) ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ଲାଗି ବ୍ୟାଂକକ ଗସ୍ତ କରିବି ।

ଗସ୍ତ ଅବସରରେ, ମୁଁ ବ୍ୟାଂକକରେ ଉପସ୍ଥିତ ଅନ୍ୟ ବିଶ୍ୱ ନେତାମାନଙ୍କ ସହିତ ବିଭିନ୍ନ ଶିଖର ବୈଠକ ବ୍ୟତୀତ ଦ୍ୱିପାକ୍ଷିକ ଆଲୋଚନା ମଧ୍ୟ କରିବି ।

ଆସିଆନ ସମ୍ବନ୍ଧୀୟ ଶିଖର ସମ୍ମିଳନୀ ଆମର କୂଟନୈତିକ କାର୍ଯ୍ୟକ୍ରମର ଅଭିନ୍ନ ଅଙ୍ଗ ଏବଂ ଏହା ଆମର ଆକ୍ଟ ଇଷ୍ଟ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ।

ଆସିଆନ ସହିତ ଆମର ଭାଗିଦାରୀ ସମ୍ପର୍କ, କ୍ଷମତା ନିର୍ମାଣ, ବାଣିଜ୍ୟ ଓ ସଂସ୍କୃତିର ପ୍ରମୁଖ ସ୍ତମ୍ଭ ମାଧ୍ୟମରେ ସୁଦୃଢ଼ ହୋଇଛି । ଆମେ ଜାନୁଆରୀ 2018ରେ ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର ସ୍ମାରକ ଶିଖର ସମ୍ମିଳନୀ ସମୟରେ ଆସିଆନ ସହିତ ଆମ ଆଲୋଚନା ଭାଗିଦାରୀର 25ତମ ବର୍ଷ ପୂର୍ତ୍ତି ପାଳନ କରିଥିଲୁ, ଏହି ଅବସରରେ ଆମ ଗଣତନ୍ତ୍ର ଦିବସ ସମାରୋହରେ ସମସ୍ତ 10ଟି ଆସିଆନ ଦେଶର ନେତାମାନଙ୍କୁ ମୁଖ୍ୟ ଅତିଥି ଭାବେ ସମ୍ମାନିତ କରାଯାଇଥିଲା ।

ମୁଁ ଆସିଆନ ଭାଗୀଦାରଙ୍କ ସହିତ ଆମ ସହଯୋଗ ଗତିବିଧି ବ୍ୟତୀତ ଆସିଆନ ଏବଂ ଆସିଆନ ନେତୃତ୍ୱ ଆଧାରିତ ବ୍ୟବସ୍ଥାକୁ ସୁଦୃଢ଼ କରିବା, ସମ୍ପର୍କ (ସମୁଦ୍ର, ଭୂମି, ବାୟୁ, ଡିଜିଟାଲ ଓ ଜନ ସମ୍ପର୍କ) ବୃଦ୍ଧି ଏବଂ ଆର୍ଥିକ ଭାଗିଦାରୀକୁ ଆହୁରି ସୁଦୃଢ଼ କରିବା ଏବଂ ସାମୁଦ୍ରିକ ସହଯୋଗକୁ ସମ୍ପ୍ରସାରିତ କରିବା ସହ ଜଡ଼ିତ ଯୋଜନାର ମଧ୍ୟ ସମୀକ୍ଷା କରିବି ।

ଆଜି ପୂର୍ବ ଏସିଆ ଶିଖର ସମ୍ମିଳନୀ (ଇଏଏସ) କ୍ଷେତ୍ରୀୟ ସହଯୋଗ ଢାଂଚାର ଏକ ପ୍ରମୁଖ ଉପାଦାନ । ଏହା ନେତାମାନଙ୍କ ନେତୃତ୍ୱ ବିଶିଷ୍ଟ ଅଗ୍ରଣୀ ମୌଳିକ ଢାଂଚା ଆକାରରେ ଆସିଆନ ଉପରେ କେନ୍ଦ୍ରିତ ଏବଂ ଏଥିରେ କ୍ଷେତ୍ରର ପ୍ରମୁଖ ଦେଶର ସଦସ୍ୟ ଅଥବା ଏହା ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ସ୍ୱାର୍ଥ ସାମିଲ ରହିଛି । ଆମେ ଇଏଏସର ଏଜେଣ୍ଡାରେ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରୀୟ ଓ ବୈଶ୍ୱିକ ପ୍ରସଙ୍ଗ ଏବଂ ଆମର ବର୍ତ୍ତମାନର କାର୍ଯ୍ୟକ୍ରମ ଓ ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବୁ । ମୁଁ ଆମ ଭାରତ-ପ୍ରଶାନ୍ତ ମହାସାଗରୀୟ ରଣନୀତି ଉପରେ ମଧ୍ୟ ଧ୍ୟାନ ଦେବି । ଏ ବିଷୟରେ ମୁଁ ଇଏଏସ ଅବସରରେ ଆସିଆନ ଭାଗୀଦାର ଏବଂ ଅନ୍ୟମାନଙ୍କ ସହିତ ଆମର ସୁଦୃଢ଼ ସମନ୍ୱୟକୁ ଦେଖି ମୁଁ ଅତ୍ୟନ୍ତ ଆନନ୍ଦ ଅନୁଭବ କରୁଛି ।

ଆରସିଇପି ଶିଖର ସମ୍ମିଳନୀ ଅବସରରେ ଆମେ ଆରସିଇପି ବାର୍ତ୍ତାରେ ଅଗ୍ରଗତିର ସମୀକ୍ଷା କରିବୁ । ଆମେ ଏହି ଶିଖର ସମ୍ମିଳନୀ ଅବସରରେ ବସ୍ତୁ, ସେବା ଏବଂ ନିବେଶରେ ଭାରତର ଚିନ୍ତା ଏବଂ ବ୍ୟବସାୟିକ ହିତ ସହିତ ସମସ୍ତ ପ୍ରସଙ୍ଗରେ ବିଚାର-ବିମର୍ଶ କରିବୁ ।
ଆସିଆନର ଅଧ୍ୟକ୍ଷ ଭାବେ ଥାଇଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସ୍ଥାୟିତ୍ୱ ଉପରେ 4 ନଭେମ୍ବରରେ ଆୟୋଜିତ ସ୍ୱତନ୍ତ୍ର ନେତୃତ୍ୱ ଭୋଜି କାର୍ଯ୍ୟକ୍ରମରେ ମୁଁ ଅଂଶଗ୍ରହଣ କରିବି ।

ମୁଁ ନଭେମ୍ବର 2 ତାରିଖରେ ଥାଇଲାଣ୍ଡରେ ଭାରତୀୟ ସମୁଦାୟ ଦ୍ୱାରା ଆୟୋଜିତ ଏକ ସ୍ୱାଗତ ସମାରୋହରେ ଅଂଶଗ୍ରହଣ କରିବି । ଥାଇଲାଣ୍ଡରେ ଭାରତୀୟ ବଂଶୋଦ୍ଭବ ଏବଂ ପ୍ରବାସୀ ଭାରତୀୟମାନେ ଥାଇଲାଣ୍ଡ ସହିତ ଭାରତର ଘନିଷ୍ଠ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି ।”

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Modi’s Gen Z compact: Listen, respond, reform

Media Coverage

Modi’s Gen Z compact: Listen, respond, reform
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Shilpa Kanchugarakoppalu Shyla on winning Bronze in Women’s Shot Put F57 at Commonwealth Games 2026
July 28, 2026

The Prime Minister, Shri Narendra Modi, has congratulated Shilpa Kanchugarakoppalu Shyla on winning the Bronze medal in the Women’s Shot Put F57 Final at the Glasgow Commonwealth Games 2026.

The Prime Minister said that Shilpa’s personal best throw made the achievement even more remarkable.

Shri Modi congratulated her on the accomplishment.

The Prime Minister wrote on X;

“A brilliant performance by Shilpa Kanchugarakoppalu Shyla at the Commonwealth Games 2026!

Congratulations to Shilpa for having won the Bronze Medal in the Women's Shot Put F57 Final and that too with a personal best throw. This is indeed a remarkable accomplishment.

#CWG2026”