କେନ୍ଦ୍ରରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି ସ୍ଥାପିତ
‘‘ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତି କେବଳ ଆମର ସାସ୍କୃତିକ ମୂଲ୍ୟବୋଧକୁ ମଜଭୁତ କରିବ ନାହିଁ ବରଂ ଉଭୟ ଦେଶ ମଧ୍ୟରେ ସମ୍ପର୍କର ପ୍ରତୀକ ମଧ୍ୟ ହେବ’’
‘‘ଭାରତ କେବଳ ଏକ ରାଷ୍ଟ୍ର ନୁହେଁ, ଏକ ବିଚାର ଓ ସଂସ୍କୃତି ମଧ୍ୟ ଅଟେ’’
‘‘ଅନ୍ୟମାନଙ୍କ କ୍ଷତିର ମୂଲ୍ୟ ଆଧାରରେ ଭାରତ ନିଜ ପ୍ରଗତିର ସ୍ୱପ୍ନ ଆଦୌ ଦେଖି ନ ଥାଏ’’
‘‘ସ୍ୱାଧୀନତା ସଂଗ୍ରାମୀମାନେ ଏଭଳି ଏକ ଭାରତର ସ୍ୱପ୍ନ ଦେଖିଥିଲେ ଯାହା ଆଧୁନିକ ତଥା ପ୍ରଗତିଶୀଳ ହେବ ଏବଂ ତତସହିତ ଏହା ନିଜର ବିଚାର, ଦର୍ଶନ ଓ ମୂଳଭିତ୍ତି ସହିତ ଜଡ଼ିତ ରହିଥିବ’’
‘‘ସର୍ଦ୍ଦାର ପଟେଲ ହଜାର ହଜାର ବର୍ଷ ପୂର୍ବପ୍ରଦତ୍ତ ସମ୍ପତ୍ତିର ସ୍ମରଣ ନିମନ୍ତେ ସୋମନାଥ ମନ୍ଦିରର ପୁନରୁଦ୍ଧାର କରିଥିଲେ’’
‘‘ଆଜାଦୀ କା ଅମୃତ ମହୋତ୍ସବ ବେଳେ, ଆମେ ସର୍ଦ୍ଦାର ପଟେଲଙ୍କ ନୂଆ ଭାରତ ନିର୍ମାଣର ସଂକଳ୍ପ ପ୍ରତି ପୁଣି ନିଜକୁ ସମର୍ପଣ କରୁଛୁ’’
‘‘ଭାରତର ଅମୃତ ସଂକଳ୍ପ ବିଶ୍ୱ ସ୍ତରରେ ପ୍ରସାରିତ ହେବାରେ ଲାଗିଛି ଓ ବିଶ୍ୱକୁ ଯୋଡ଼ୁଛି’’
‘‘ଆମର କଠିନ ପରିଶ୍ରମ କେବଳ ଆମ ପାଇଁ ନୁହେଁ । ଭାରତର ପ୍ରଗତି ସହ ସମଗ୍ର ମାନବତାର କଲ୍ୟାଣ ଯୋଡ଼ି ହୋଇଛି’’

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଙ୍ଗ ଜରିଆରେ କାନାଡ଼ାର ଓଣ୍ଟାରିଓ ଅନ୍ତର୍ଗତ ମାର୍ଖମସ୍ଥିତ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ର (ଏସଏମସିସି)ରେ ସର୍ଦ୍ଦାର ପଟେଲଙ୍କ ପ୍ରତିମୂର୍ତ୍ତିର ଶୁଭ ଉଦଘାଟନ ଅବସରରେ ଉଦବୋଧନ ଦେଇଛନ୍ତି ।

ପ୍ରାରମ୍ଭରେ, ପ୍ରଧାନମନ୍ତ୍ରୀ ‘ଆଜାଦୀ କା ଅମୃତ ମହୋତ୍ସବ’ ଓ ଗୁଜରାଟ ଦିବସ ଅବସରରେ ଶୁଭେଚ୍ଛା ଜ୍ଞାପନ କରିଥିଲେ । ସେ କହିଲେ ଯେ ନିଜ କାନାଡ଼ା ଯାତ୍ରା ସମୟରେ ସେ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ରର ସକାରାତ୍ମକ ପ୍ରଭାବର ଅନୁଭବ କରିଛନ୍ତି । ସେ ବିଶେଷ ଭାବେ ନିଜ ୨୦୧୫ ଯାତ୍ରା ବେଳେ ଭାରତୀୟ ବଂଶୋଦ୍ଭବ ଲୋକଙ୍କ ସ୍ନେହ ଓ ଆଦରକୁ ସ୍ମରଣ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ, ‘‘ସନାତନ ମନ୍ଦିରରେ ସର୍ଦ୍ଦାର ପଟେଲଙ୍କ ଏହି ପ୍ରତିମୂର୍ତ୍ତି କେବଳ ଆମର ସାଂସ୍କୃତିକ ମୂଲ୍ୟବୋଧଗୁଡ଼ିକୁ ମଜଭୁତ କରିବ ନାହିଁ, ବରଂ ଉଭୟ ଦେଶ ମଧ୍ୟରେ ସମ୍ପର୍କର ପ୍ରତୀକ ମଧ୍ୟ ହେବ ।’’

ପ୍ରବାସୀ ଭାରତୀୟଙ୍କଠାରେ ଭାରତୀୟ ଲୋକାଚାର ଓ ମୂଲ୍ୟବୋଧର ଗଭୀରତା ଉପରେ ବିସ୍ତାର ଭାବେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ଲୋକମାନେ ବିଶ୍ୱର ଯେ କୌଣସି ସ୍ଥାନରେ ଯେତେ ପିଢ଼ି ଧରି ରହିଲେ ବି ସେମାନଙ୍କର ଭାରତୀୟତା ଓ ଭାରତ ପ୍ରତି ସଚ୍ଚୋଟତା ଆଦୌ କମ ହୋଇ ନ ଥାଏ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତୀୟମାନେ ନିଜ ଦେଶ ପାଇଁ ସମ୍ପୂର୍ଣ୍ଣ ସମର୍ପଣ ଓ ନିଷ୍ଠାପୂର୍ବକ କାମ କରିଥାନ୍ତି ଓ ନିଜ ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା କର୍ତ୍ତବ୍ୟର ଭାବନାକୁ ନିଜ ସହ ସଂଶ୍ଳିଷ୍ଟ ରଖିଥାନ୍ତି । ଏହା ଏଥିପାଇଁ ହୋଇଥାଏ, କାରଣ ‘‘ଭାରତ କେବଳ ଗୋଟିଏ ଦେଶ ନୁହେଁ, ବରଂ ଏକ ବିଚାର ମଧ୍ୟ, ଏହା ଏକ ସଂସ୍କୃତି ମଧ୍ୟ । ଭାରତ ସେଇ ଉଚ୍ଚସ୍ତରୀୟ ବିଚାର, ଯାହା ‘ବସୁଧୈବ କୁଟୁମ୍ବକମ’ କଥା କହିଥାଏ । ଭାରତ ଅନ୍ୟମାନଙ୍କ କ୍ଷତିର ମୂଲ୍ୟ ଆଧାରରେ ନିଜ ବିକାଶର ସ୍ୱପ୍ନ ଆଦୌ ଦେଖି ନ ଥାଏ ।’’

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କାନାଡ଼ା କିମ୍ବା ଅନ୍ୟ ଦେଶର ସନାତନ ମନ୍ଦିର ସେହି ଦେଶର ମୂଲ୍ୟବୋଧଗୁଡ଼ିକୁ ମଧ୍ୟ ସମୃଦ୍ଧ କରିଥାଏ । କାନାଡ଼ାରେ ଯେବେ ଆଜାଦୀକା ଅମୃତ ମହୋତ୍ସବ ପାଳନ କରାଯାଏ, ଏହା ଭାଗୀଦାର ଗଣତାନ୍ତ୍ରିକ ମୂଲ୍ୟବୋଧଗୁଡ଼ିକର ଉତ୍ସବ ହୋଇଥାଏ । ସେ କହିଛନ୍ତି, ‘‘ମୋର ବିଶ୍ୱାସ ଯେ ଭାରତର ଆଜାଦୀ କା ଅମୃତ ମହୋତ୍ସବର ଆୟୋଜନ କାନାଡ଼ାର ଲୋକମାନଙ୍କୁ ଭାରତକୁ ଆହୁରି ପାଖରୁ ବୁଝିବା ପାଇଁ ସୁଯୋଗ ପ୍ରଦାନ କରିବ ।’’

ଉକ୍ତ ସ୍ଥାନରେ ସର୍ଦ୍ଦାର ପଟେଲଙ୍କର ପ୍ରତିମୂର୍ତ୍ତିକୁ ନୂଆ ଭାରତର ଏକ ବ୍ୟାପକ ଛବି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମୀମାନେ ଏଭଳି ଏକ ଭାରତର ସ୍ୱପ୍ନ ଦେଖିଥିଲେ ଯାହା ଆଧୁନିକ ତଥା ପ୍ରଗତିଶୀଳ ହେବ ଏବଂ ତତସହିତ ଏହା ନିଜର ବିଚାର, ଦର୍ଶନ ଓ ମୂଳଭିତ୍ତି ସହିତ ଜଡ଼ିତ ରହିଥିବ । ପ୍ରଧାନମନ୍ତ୍ରୀ କହିଛନ୍ତି, ସେଥିପାଇଁ ନୂତନ ସ୍ୱାଧୀନ ଭାରତରେ ସର୍ଦ୍ଦାର ପଟେଲ ହଜାର ହଜାର ବର୍ଷର ପୂର୍ବପ୍ରଦତ୍ତ ସମ୍ପତ୍ତିର ସ୍ମରଣ ପୂର୍ବକ ସୋମନାଥ ମନ୍ଦିରର ପୁନରୁଦ୍ଧାର କରିଥିଲେ । ପ୍ରଧାନମନ୍ତ୍ରୀ ଜୋର ଦେଇ କହିଛନ୍ତି, ‘‘ଆଜି ଆଜାଦୀର ଅମୃତ ମହୋତ୍ସବ ବେଳେ ଆମେ ସର୍ଦ୍ଦାର ପଟେଲଙ୍କ ସ୍ୱପ୍ନ ନୂଆ ଭାରତ ନିର୍ମାଣ ସଂକଳ୍ପ ପ୍ରତି ନିଜକୁ ପୁଣିଥରେ ସମର୍ପଣ କରୁଛୁ ଓ ‘ଷ୍ଟାଚ୍ୟୁ ଅଫ ୟୁନିଟି’ ଏଥିରେ ଏକ ପ୍ରମୁଖ ପ୍ରେରଣା ।’’ ସନାତନ ମନ୍ଦିର ସାଂସ୍କୃତିକ କେନ୍ଦ୍ରରେ ‘ଷ୍ଟାଚ୍ୟୁ ଅଫ ୟୁନିଟି’ର ପ୍ରତିକୃତିର ଅର୍ଥ ହେଉଛି ଯେ ଭାରତର ଅମୃତ ସଂକଳ୍ପ କେବଳ ଭାରତର ସୀମାଗୁଡ଼ିକ ପର୍ଯ୍ୟନ୍ତ ଆବଦ୍ଧ ନୁହେଁ । ସେ କହିଛନ୍ତି ଯେ ଏହି ସଂକଳ୍ପ ବିଶ୍ୱ ସ୍ତରରେ ପ୍ରସାରିତ ହୋଇ ବିଶ୍ୱକୁ ଯୋଡ଼ିବା ପାଇଁ କାର୍ଯ୍ୟ କରୁଛି ।’’

ପ୍ରଧାନମନ୍ତ୍ରୀ ଅମୃତ ସଂକଳ୍ପଗୁଡ଼ିକର ବୈଶ୍ୱିକ ପରିମାପକୁ ଦୋହରାଇ କହିଛନ୍ତି ଯେ ଆମେ ଯେତେବେଳେ ଆତ୍ମନିର୍ଭର ଭାରତ କଥା କହୁଛୁ, ଆମେ ବିଶ୍ୱ ପ୍ରଗତିର ନୂଆ ସମ୍ଭାବନାଗୁଡ଼ିକୁ ଉନ୍ମୁକ୍ତ ଉପରେ ଗୁରୁତ୍ୱ ପ୍ରଦାନ କରୁଛୁ । ସେହିଭଳି ଯୋଗର ପ୍ରଚାର ପ୍ରସାରରେ ସମସ୍ତେ ରୋଗମୁକ୍ତ ହେବାର ଭାବ ନିହିତ ରହିଛି । ନିରନ୍ତର ବିକାଶ ଓ ଜଳବାୟୁ ପରିବର୍ତ୍ତନ ଭଳି ପ୍ରସଙ୍ଗଗୁଡ଼ିକରେ ଭାରତ ସମଗ୍ର ମାନବତାର ପ୍ରତିନିଧିତ୍ୱ କରୁଛି । ଶେଷରେ, ପ୍ରଧାନମନ୍ତ୍ରୀ ଏହି ବାର୍ତ୍ତାକୁ ଆଗେଇ ନେଇଯିବାରେ ପ୍ରବାସୀ ଭାରତୀୟଙ୍କ ବର୍ଦ୍ଧିତ ଭୂମିକା ନେଇ ଆହ୍ୱାନ ଦେଇ କହିଛନ୍ତି, ‘‘ଆମ ପରିଶ୍ରମ କେବଳ ଆମ ପାଇଁ ନୁହେଁ । ସମଗ୍ର ମାନବତାର କଲ୍ୟାଣ ଭାରତର ବିକାଶ ସହିତ ଜଡ଼ିତ ରହିଛି ।’’

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jan Dhan accounts hold Rs 2.75 lakh crore in banks: Official

Media Coverage

Jan Dhan accounts hold Rs 2.75 lakh crore in banks: Official
NM on the go

Nm on the go

Always be the first to hear from the PM. Get the App Now!
...
Prime Minister condoles loss of lives due to a mishap in Nashik, Maharashtra
December 07, 2025

The Prime Minister, Shri Narendra Modi has expressed deep grief over the loss of lives due to a mishap in Nashik, Maharashtra.

Shri Modi also prayed for the speedy recovery of those injured in the mishap.

The Prime Minister’s Office posted on X;

“Deeply saddened by the loss of lives due to a mishap in Nashik, Maharashtra. My thoughts are with those who have lost their loved ones. I pray that the injured recover soon: PM @narendramodi”