PM Modi reviews progress towards beginning of GST to be rolled out on July 1
GST is a turning point for the economy, unprecedented in history: PM Modi
The creation of One Nation; One Market; One Tax would greatly benefit the common man: Prime Minister Modi
  • GST ନେଟୱାର୍କର ସାଇବର ସୁରକ୍ଷା ଉପରେ ଗୁରୁତ୍ୱ ଦେବାକୁ ପରାମର୍ଶ
  • “ଏକ ରାଷ୍ଟ୍ର, ଏକ ବଜାର, ଏକ ଟିକସ” ପ୍ରଣାଳୀର ସୁଫଳ ସାଧାରଣ ଲୋକଙ୍କ ପାଖରେ ପହଂଚାଇବାକୁ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ
  • ଜିଏସଟି ସୂଚନା ପାଇଁ ଆରମ୍ଭ ହେଲା ଟ୍ୱିଟର ହେଣ୍ଡଲ - @askGst_GOI, ନିଃଶୁଳ୍କ ଟେଲିଫୋନ ସେବା – 1800-1200-232

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବସ୍ତୁ ଓ ସେବା କର (GST) ପ୍ରଚଳନ ବ୍ୟବସ୍ଥାର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଆଜି ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆହୁତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଜୁଲାଇ ପହିଲାରୁ ସମଗ୍ର ଦେଶରେ GST ଟିକସ ବ୍ୟବସ୍ଥା ପ୍ରଚଳନ କରାଯିବ । ପ୍ରାୟ ଅଢ଼େଇ ଘଂଟା ଧରି ଚାଲିଥିବା ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଅର୍ଥ ଓ ଔଦ୍ୟୋଗିକ ବ୍ୟାପାର ମନ୍ତ୍ରୀ ଶ୍ରୀ ଅରୁଣ ଜେଟଲୀ, କ୍ୟାବିନେଟ ସଚିବ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତଥା ଅର୍ଥ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

ବୈଠକ କାଳରେ ପ୍ରଧାନମନ୍ତ୍ରୀ GST ବ୍ୟବସ୍ଥାର କେତେକ ନିର୍ଦ୍ଦିଷ୍ଟ ଦିଗ ଉପରେ ଆଲୋକପାତ କରି ସମୀକ୍ଷା କରିଥିଲେ । ବିଶେଷ ଭାବେ GST ନେଟୱାର୍କ ତଥା ଆଇଟି ବ୍ୟବସ୍ଥାର ପ୍ରସ୍ତୁତି, ଏହି ବ୍ୟବସ୍ଥାରେ ନିୟୋଜିତ ହେବାକୁ ଥିବା ମାନବ ସମ୍ବଳକୁ ତାଲିମ ପ୍ରଦାନ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ବିଭାଗଗୁଡିକର ଅଧିକାରୀ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ, GST ସମ୍ପର୍କିତ ବିଭିନ୍ନ ସାଧାରଣ ସମସ୍ୟା ଜଡିତ ପ୍ରଶ୍ନର ସରଳ ଉତ୍ତର ଓ ସୂଚନା ପ୍ରଦାନ ଏବଂ ତଦାରଖ ବ୍ୟବସ୍ଥା ନେଇ ପ୍ରଧାନମନ୍ତ୍ରୀ ବିଚାର ବିମର୍ଶ କରିଥିଲେ । ବ୍ୟାଙ୍କ ସହ GST ନେଟୱାର୍କର ସମ୍ମିଶ୍ରଣ, ଟିକସଦାତାମାନଙ୍କର ଅର୍ନ୍ତଭୁକ୍ତିକରଣ, ଆଇଟି ବ୍ୟବସ୍ଥାର ସମନ୍ୱୟ ରକ୍ଷା ଏବଂ GST ନେଟୱାର୍କର ସୁରକ୍ଷା ସମ୍ପର୍କିତ ବିଷୟଗୁଡିକ ଉପରେ ବ୍ୟାପକ ଭାବେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

GST ଓ ଏହାର ନେଟୱାର୍କ ବ୍ୟବସ୍ଥା ସମ୍ପର୍କିତ ବିଭିନ୍ନ ପ୍ରଶ୍ନର ତତ୍କାଳ ଉତ୍ତର ପ୍ରଦାନ ଲାଗି ଏବେ କେନ୍ଦ୍ର ସରକାର ଏକ ନୂତନ ଟ୍ୱିଟର ହେଣ୍ଡଲ ସୃଷ୍ଟି କରିଛନ୍ତି । ଏହା ହେଲା – @askGst_GOI । ଏହି ନୂତନ ଟ୍ୱିଟର ହେଣ୍ଡଲକୁ ଚାଲୁ କରାଯାଇଥିବା ବେଳେ ଆଉ ଏକ ଟୋଲ ଫ୍ରି ନମ୍ବର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଏହି ନିଃଶୁଳ୍କ ଫୋନ ନମ୍ବର ହେଲା – 1800-1200-232 ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ବସ୍ତୁ ଓ ସେବା କର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦିଗରେ ସବୁ ରାଜନୈତିକ ଦଳ, ଶିଳ୍ପ ଓ ବାଣିଜ୍ୟ ସଂଗଠନ ଏବଂ ଅନ୍ୟାନ୍ୟ ଭାଗିଦାରମାନଙ୍କର ସମନ୍ୱିତ ପ୍ରୟାସ ସରକାରଙ୍କୁ ସାହାଯ୍ୟ କରିଛି । ଭାରତର ଅର୍ଥ ବ୍ୟବସ୍ଥା କ୍ଷେତ୍ରରେ ତଥା ଟିକସ ସଂସ୍କାର ଦିଗରେ ଏହା ଏକ ଐତିହାସିକ ପଦକ୍ଷେପ ଯାହାକି ଆମର ଅର୍ଥନୀତିକୁ ନୂତନ ଦିଗଦର୍ଶନ ଦେବ ।

GST ବ୍ୟବସ୍ଥାରେ ଯେପରି ଦେଶର ସାଧାରଣ ଲୋକଙ୍କୁ ସୁଫଳ ଓ ଉପକାର ମିଳିବ ସେ ଦିଗରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ କାର୍ଯ୍ୟ କରିବାକୁ ପଡିବ । “ଏକ ରାଷ୍ଟ୍ର, ଏକ ବଜାର, ଏକ ଟିକସ” ପ୍ରଣାଳୀ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ଯେପରି କୌଣସି ବାଧା ବନ୍ଧନ ନ ରହେ ସେ ଦିଗରେ ଶତତ ଯତ୍ନଶୀଳ ହେବାକୁ ପ୍ରଧାନମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ, ସାଇବର ସୁରକ୍ଷା ଏବେ ଏକ ବଡ ପ୍ରଶ୍ନ ହୋଇଛି । GST ନେଟୱାର୍କ କାର୍ଯ୍ୟକାରୀ କରାଯିବା ବେଳେ ସାଇବର ସୁରକ୍ଷାର ବିଭିନ୍ନ ଦିଗ ପ୍ରତି ମଧ୍ୟ ବିଶେଷ ଭାବେ ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ମୋଦୀ ସବୁ ବିଭାଗ ଓ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Political stability helped India seal major trade deals: PM Narendra Modi

Media Coverage

Political stability helped India seal major trade deals: PM Narendra Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister calls on the Vice President
February 16, 2026

Prime Minister Shri Narendra Modi called on the Vice President Shri CP Radhakrishnan Ji at Uprashtrapati Bhavan earlier this evening.

In a post on X, Shri Modi wrote:

“Called on Vice President Thiru CP Radhakrishnan Ji at Uprashtrapati Bhavan earlier this evening.

@VPIndia

@CPR_VP”