PM Modi reviews progress of Pradhan Mantri Krishi Sinchai Yojana
PM Modi calls for synergy between various Government Departments, Krishi Vigyan Kendras and Agricultural Universities
Work with a comprehensive and holistic vision for PMKSY, use latest technology available for monitoring projects: PM exhorts officials

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେନ୍ଦ୍ର ସରକାରଙ୍କ ଅଗ୍ରଣୀ ଜଳସେଚନ କାର୍ଯ୍ୟକ୍ରମ – “ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା”ର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ନିର୍ମାଣାଧିନ ଥିବା ମୋଟ 99 ଟି ଅଗ୍ରାଧିକାର ଜଳସେଚନ ପ୍ରକଳ୍ପ ମଧ୍ୟରୁ 21ଟି ର କାର୍ଯ୍ୟ ଆସନ୍ତା ଜୁନ 2017 ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଏଗୁଡିକ ସମ୍ପୂର୍ଣ୍ଣ ହେଲେ ଆଉ 5.22 ଲକ୍ଷ ହେକ୍ଟର ଜମିକୁ ଜଳସେଚନର ସୁବିଧା ମିଳିବ ।

ଓଡିଶା, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରର 45 ଟି ଅଗ୍ରାଧିକାର ଜଳସେଚନ ପ୍ରକଳ୍ପର କାର୍ଯ୍ୟ ସୂଚାରୁ ରୂପେ ଚାଲିଛି । ଏଗୁଡିକର କାର୍ଯ୍ୟ ନିର୍ଦ୍ଧାରିତ ସମୟ ପୂର୍ବରୁ ଶେଷ ହୋଇଯିବ ବୋଲି ବୈଠକରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା ।

ସମୀକ୍ଷା କାଳରେ ପ୍ରଧାନମନ୍ତ୍ରୀ ଆଗାମୀ ଜଳସେଚନ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ କରିବା ବେଳେ ଡ୍ରିପ ଓ ସୁକ୍ଷ୍ମ ଜଳସେଚନ ବ୍ୟବସ୍ଥା ଉପରେ ଅଧିକ ଧ୍ୟାନ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ କହିଥିଲେ । ସେଚ ପ୍ରକଳ୍ପର ଆଗୁଆ ଅଂଚଳରେ ସୁଷମ ଜଳ ବ୍ୟବହାର ଓ ପରିଚାଳନା ତଥା ବହୁବିଧ ଚାଷ ପ୍ରଣାଳୀ ଉପରେ ଗୁରୁତ୍ୱ ଦେଇ ପଦକ୍ଷେପ ନେବା ସହ ସମ୍ପୃକ୍ତ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଏବଂ କୃଷି ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।

ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାର ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ବିଭାଗୀୟ ଅଧିକାରୀମାନେ ଏହି ଯୋଜନାର ସାମଗ୍ରୀକ ଦୃଷ୍ଟିକୋଣ ବିଚାରକୁ ନେଇ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଦେଶରେ ଜଳସେଚନ ପ୍ରକଳ୍ପଗୁଡିକର ଅଗ୍ରଗତି ଯାଞ୍ଚ କରିବା ଲାଗି ମହାକାଶ ବିଜ୍ଞାନ ସଂକ୍ରାନ୍ତ ଆଧୁନିକ ଜ୍ଞାନ କୌଶଳମାନ ଉପଯୋଗ କରାଯିବା ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ସମୀକ୍ଷା ବୈଠକରେ ସମ୍ପୃକ୍ତ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ନୀତି ଆୟୋଗର ବରିଷ୍ଠ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Solar infra helps India meet record 256GW power demand

Media Coverage

Solar infra helps India meet record 256GW power demand
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam highlighting the selfless spirit of service
April 27, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the selfless spirit of service among its citizens:

“छायामन्यस्य कुर्वन्ति तिष्ठन्ति स्वयमातपे।

फलान्यपि परार्थाय वृक्षाः सत्पुरुषा इव॥"

The Subhashitam conveys, "Trees bear the harsh sunlight themselves, yet they give shade to others. Their fruits are also meant for others. Trees are like selfless and noble people who always provide comfort and help to others.

Shri Modi said that true strength of a nation lies in the selfless spirit of service among its citizens. It inspires people to learn from one another and makes our society more strong, prosperous, and compassionate.

The Prime Minister wrote on X;

“राष्ट्र की असली शक्ति उसके नागरिकों की निःस्वार्थ सेवा भावना में निहित है। इससे लोग एक दूसरे से प्रेरित होते हैं, साथ ही हमारा समाज भी और समृद्ध होता है।

छायामन्यस्य कुर्वन्ति तिष्ठन्ति स्वयमातपे।

फलान्यपि परार्थाय वृक्षाः सत्पुरुषा इव॥"