PM reviews preparations for launch of Ayushman Bharat 
Ayushman Bharat will cover over 10 crore poor and vulnerable families providing coverage up to 5 lakh rupees per family per year

ନିକଟରେ କେନ୍ଦ୍ର ବଜେଟରେ ଘୋଷଣା କରାଯାଇଥିବା ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା-ଆୟୁଷ୍ମାନ ଭାରତର ଶୁଭାରମ୍ଭ ପାଇଁ ପ୍ରସ୍ତୁତିର ଅଗ୍ରଗତି ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସୋମବାର ଦିନ ସମୀକ୍ଷା କରିଛନ୍ତି ।

ଯୋଜନାର ସଠିକ କାର୍ଯ୍ୟାନ୍ୱୟନ ପାଇଁ ଦୁଇ ଘଣ୍ଟା ଧରି ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗର  ଉଚ୍ଚପଦସ୍ଥ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ବର୍ତ୍ତମାନ ସୁଦ୍ଧା ଗ୍ରହଣ କରାଯାଇଥିବା ପଦକ୍ଷେପ ନେଇ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।

ଏହି ଯୋଜନା ମାଧ୍ୟମରେ ପରିବାର ପିଛା 5 ଲକ୍ଷ ଟଙ୍କା ହାରରେ ସ୍ୱାସ୍ଥ୍ୟ ବୀମା ପ୍ରଦାନ କରାଯିବ । 10 କୋଟି ଗରିବ ପରିବାରକୁ ଏହି ବୀମା ପ୍ରଦାନ କରିବା ପାଇଁ ଆୟୁଷ୍ମାନ ଯୋଜନା ମାଧ୍ୟମରେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଦେଶବ୍ୟାପୀ ହିତାଧିକାରୀମାନେ Cashless କାରବାରର ସୁବିଧା ଉଠାଇ ପାରିବେ ।

ସ୍ୱାସ୍ଥ୍ୟ କେନ୍ଦ୍ରମାନଙ୍କରେ ବ୍ୟାପକ ଭାବେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ଲାଗି ପ୍ରସ୍ତୁତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ ।

ସଠିକ ଢ଼ଙ୍ଗରେ ତଥା ନିର୍ଦ୍ଦିଷ୍ଟ ଲକ୍ଷ୍ୟ ଅନୁଯାୟୀ ଧାର୍ଯ୍ୟ ଯୋଜନା ସକାଶେ କାର୍ଯ୍ୟ କରିବା ପାଇଁ ପ୍ରଧାନମନ୍ତ୍ରୀ ପଦାଧିକାରୀମାନଙ୍କୁ ପ୍ରେରିତ କରିଥିଲେ, ଯାହାଫଳରେ କି ସମାଜର ଗରିବ ଏବଂ ଅବହେଳିତ ବର୍ଗର ବ୍ୟକ୍ତିମାନେ ଏଥିରୁ ଲାଭ ପାଇପାରିବେ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's services exports rise by 12.7 pc in April despite West Asia crisis: RBI

Media Coverage

India's services exports rise by 12.7 pc in April despite West Asia crisis: RBI
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 30, 2026
May 30, 2026

Viksit Bharat in Motion: How PM Modi is Building a Self-Reliant Global India”