ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଶକ୍ତି, ଅକ୍ଷୟ ଉର୍ଜା, ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ, କୋଇଲା ଏବଂ ଖଣି ଭଳି ଗୁରୁତ୍ୱପୂର୍ଣ୍ଣ ଭିତ୍ତିଭୂମି କ୍ଷେତ୍ରର ପ୍ରଗତିକୁ ସମୀକ୍ଷା କରିଛନ୍ତି । ଦୁଇ ଘଂଟା ଧରି ଚାଲିଥିବା ସମୀକ୍ଷା ବୈଠକରେ ଭିତ୍ତିଭୂମି କ୍ଷେତ୍ର ସହିତ ସଂପୃକ୍ତ ମନ୍ତ୍ରଣାଳୟ, ନୀତି ଆୟୋଗ ଏବଂ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟର ପ୍ରମୁଖ ଅଧିକାରୀମାନେ ଯୋଗ ଦେଇଥିଲେ ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟ ନିବାହୀ ଶ୍ରୀ ଅମିତାଭ କାନ୍ତଙ୍କ ଉପସ୍ଥାପନା ସମୟରେ ଜଣାପଡିଥିଲା ଯେ ଭାରତରେ ସ୍ଥାପିତ ଶକ୍ତି ଉତ୍ପାଦନ କ୍ଷମତା 344 ଗିଗାୱାଟକୁ ବୃଦ୍ଧି ପାଇଛି । ଭାରତରେ ଶକ୍ତିର ନିଅଂଟ 2014ରେ 4 ପ୍ରତିଶତରୁ ଉର୍ଦ୍ଧ୍ଵ ଥିଲାବେଳେ, 2018ରେ ଏହା ଏକ ପ୍ରତିଶତରୁ କମରେ ପହଂଚିଛି । 

ବିଦ୍ୟୁତ ସରବରାହ ଲାଇନ, ଟ୍ରାନ୍ସଫର୍ମର କ୍ଷମତା ଏବଂ ଆନ୍ତଃ-ଆଂଚଳିକ ସଂଚାରଣରେ ଆଖିଦୃଶିଆ କ୍ଷମତା ସଂଯୋଗ କରାଯାଇଛି । ବିଶ୍ୱ ବ୍ୟାଙ୍କର “ବିଦ୍ୟୁତ ଶକ୍ତି ଉପଲବ୍ଧିରେ ସହଜତା” ସୂଚକାଙ୍କରେ 2014ରେ ଭାରତର ସ୍ଥାନ 99 ଥିଲାବେଳେ ଏହା ବୃଦ୍ଧି ପାଇ ସମ୍ପ୍ରତି 26ରେ ପହଂଚିଛି । ସୌଭାଗ୍ୟ ଯୋଜନା ଅଧୀନରେ ଆବାସ ବିଦ୍ୟୁତକରଣ କ୍ଷେତ୍ରରେ ପ୍ରଗତିକୁ ସମୀକ୍ଷା କରାଯାଇଥିଲା ।

ଉଭୟ ସହରାଂଚଳ ଏବଂ ଗ୍ରାମାଂଚଳରେ ଶେଷ ମାଇଲ ସଂଯୋଗ ଉପରେ ଆଲୋଚନା କରାଯାଇଥିଲା । ନୂତନ ଓ ଅକ୍ଷୟ ଶକ୍ତିକ୍ଷେତ୍ରରେ କ୍ରମବର୍ଦ୍ଧିଷ୍ଣୁ ସ୍ଥାପିତ କ୍ଷମତା ବୃଦ୍ଧିପାଇ ପାଖାପାଖି ଦ୍ୱିଗୁଣିତ ହୋଇଛି । 2013-14ରେ ଏହା 35.5ଗିଗାୱାଟ ଥିଲା ବେଳେ 2017-18ରେ ଏହା ପାଖାପାଖି 70 ଗିଗାୱାଟରେ ପହଂଚିଛି । ସୌର ଶକ୍ତି କ୍ଷେତ୍ରରେ ସ୍ଥାପିତ କ୍ଷମତା ଏହି ସମୟ ମଧ୍ୟରେ 2.6 ଗିଗାୱାଟରୁ 22 ଗିଗାୱାଟରେ ପହଂଚିଛି । ପଦାଧିକାରୀମାନେ ଆତ୍ମବିଶ୍ୱାସ ପ୍ରକଟ କରିଥିଲେ ଯେ ଭାରତ ସଠିକ ରାସ୍ତାରେ ଅଛି ଏବଂ 2022 ସୁଦ୍ଧା ସହଜରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା 175 ଗିଗାୱାଟ ଅକ୍ଷୟ ଶକ୍ତି ଉତ୍ପାଦନ କ୍ଷମତା ହାସଲ କରାଯାଇ ପାରିବ ।

ପଦାଧିକାରୀମାନଙ୍କୁ ପ୍ରଧାନମନ୍ତ୍ରୀ ଅନୁପ୍ରେରିତ କରିଥିଲେ ଯେ ସୌର ପମ୍ପ, ବ୍ୟବହାର ସୁଲଭ ସୌର ରନ୍ଧନ ସମାଧାନ ପନ୍ଥା ଆଦି ଉପଯୁକ୍ତ ବ୍ୟବସ୍ଥା ମାଧ୍ୟମରେ ସୌର ଶକ୍ତି କ୍ଷମତା ବୃଦ୍ଧିର ଲାଭ କୃଷକମାନଙ୍କ ପାଖରେ ପହଂଚିବା ନେଇ ସେମାନେ ନିଶ୍ଚିତ କରନ୍ତୁ । 

ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ କ୍ଷେତ୍ରରେ ଦେଖାଯାଉଛି ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଧାର୍ଯ୍ୟ ଲକ୍ଷ୍ୟ ଚଳିତ ଆର୍ଥିକ ବର୍ଷରେ ସହଜରେ ହାସଲ କରାଯାଇ ପାରିବ । କୋଇଲା କ୍ଷେତ୍ରରେ ଉତ୍ପାଦନ କ୍ଷମତାକୁ ଆହୁରି ଅଧିକ ବୃଦ୍ଧି କରିବା ପାଇଁ ଆଲୋଚନାରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Cabinet clears ₹23,731 crore GOBARdhan scheme for compressed biogas

Media Coverage

Cabinet clears ₹23,731 crore GOBARdhan scheme for compressed biogas
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares Sanskrit Subhashitam emphasizing on spirit of selfless service
August 07, 2026

The Prime Minister, Shri Narendra Modi, shared a Sanskrit Subhashitam highlighting the virtue of selfless service and the noble ideal of working for the welfare of others without expecting anything in return:

"किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥"

The Prime Minister posted on X:

किं चन्द्रमाः प्रत्युपकारलिप्सया करोति गोभिः कुमुदावबोधनम्।

स्वभाव एवोन्नतचेतसां सतां परोपकारव्यसनं हि जीवितम्॥