"ଅଟଳଜୀ ସମାଜର ସମସ୍ତ ବର୍ଗମାନଙ୍କ ପ୍ରତି ଜଣେ ପ୍ରେମ ଏବଂ ସମ୍ମାନର ପାତ୍ର ଥିଲେ :ପ୍ରଧାନମନ୍ତ୍ରୀ ମୋଦୀ "
"ଜଣେ ବକ୍ତା ଭାବେ ,ଅଟଳଜୀ ଅଦ୍ଵିତୀୟ ଥିଲେ । ସେ ଥିଲେ ଆମ ଦେଶରେ ଜନ୍ମ ଗ୍ରହଣ କରିଥିବା ସବୁଠୁ ଭଲ ବକ୍ତାଙ୍କ ମଧ୍ୟରୁ ଜଣେ : ପ୍ରଧାନମନ୍ତ୍ରୀ ମୋଦୀ "
"ଅଟଳଜୀଙ୍କ କ୍ୟାରିୟରର ଏକ ଦୀର୍ଘ ସମୟ ବିରୋଧୀ ବେଞ୍ଚ ଭାବେ କଟିଥିଲା ,କିନ୍ତୁ ସେ ରାଷ୍ଟ୍ରୀୟ ହିତ ଉପରେ କହୁଥିଲେ ଏବଂ ଦଳର ବିଚାରଧାରାରେ କେବେ ମଧ୍ୟ ସାଲିସ କରିନଥିଲେ :ପ୍ରଧାନମନ୍ତ୍ରୀ "
"ଅଟଳଜୀ ଚାହୁଁଥିଲେ ଯେ ଗଣତନ୍ତ୍ର ସର୍ବୋଚ୍ଚ ହେଉ :ପ୍ରଧାନମନ୍ତ୍ରୀ ମୋଦୀ "

ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପାୟୀଙ୍କ ସମ୍ମାନରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ସ୍ମାରକୀ ମୁଦ୍ରା ଉନ୍ମୋଚନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶ୍ରୀ ବାଜପାୟୀ ଆମ ଗହଣରେ ଆଉ ନାହାନ୍ତି ଏକଥା ବିଶ୍ୱାସ କରିବା ପାଇଁ ଆମ ମନ ପ୍ରସ୍ତୁତ ନୁହେଁ । ସେ ଥିଲେ ଜଣେ ବଳିଷ୍ଠ ବ୍ୟକ୍ତିତ୍ୱ ଏବଂ ସମାଜର ସବୁ ବର୍ଗର ବ୍ୟକ୍ତି ତାଙ୍କୁ ଭଲ ପାଉଥିଲେ ଓ ସମ୍ମାନ କରୁଥିଲେ ।

ସେ କହିଲେ ଯେ ଅନେକ ଦଶନ୍ଧି ଧରି ବାଜପାୟୀଙ୍କ ସ୍ୱର ଥିଲା ଜନସାଧାରଣଙ୍କ ସ୍ୱର । ଜଣେ ବକ୍ତା ଭାବରେ ତାଙ୍କର କୌଣସି ଜବାବ ନଥିଲା । ଆମ ଦେଶ ଜନ୍ମ ଦେଇଥିବା ସର୍ବଶ୍ରେଷ୍ଠ ବାଗ୍ମୀଙ୍କ ମଧ୍ୟରେ ସେ ଅନ୍ୟତମ ଥିଲେ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଥିଲେ ।

ଶ୍ରୀ ନରେନ୍ଦ୍ର ମୋଦୀ କହିଲେ ଯେ, ବାଜପାୟୀଙ୍କ ଅଧିକାଂଶ ସମୟ ବିରୋଧି ପକ୍ଷ ଭାବେ କଟିଥିଲା, ମାତ୍ର ସେ ସବୁବେଳେ ଜାତୀୟ ସ୍ୱାର୍ଥ କଥା ଉଠାଉଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଶ୍ରୀ ବାଜପାୟୀ ସବୁବେଳେ ଗଣତନ୍ତ୍ରକୁ ସର୍ବୋଚ୍ଚ ମହତ୍ୱ ପ୍ରଦାନ କରୁଥିଲେ ।

ସେ ଦୃଢ଼ ବିଶ୍ୱାସ ପ୍ରକାଶ କରିଥିଲେ ଯେ ଶ୍ରୀ ବାଜପାୟୀ ସବୁବେଳେ ଆମ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ।

 

 

 

 

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharma exports cross $28 bn till February, likely to end up with growth in rupee terms in FY26

Media Coverage

India’s pharma exports cross $28 bn till February, likely to end up with growth in rupee terms in FY26
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଏପ୍ରିଲ 5, 2026
April 05, 2026

From Aatmanirbhar to Viksit Bharat: PM Modi’s Leadership Powers India’s Multi-Sector Triumph