ସ୍କିଲ ଇଣ୍ଡିଆ ମିଶନର ୧୦ ବର୍ଷ ପୂର୍ତ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଏହି ମିଶନ ମାଧ୍ୟମରେ ଏକ ଦକ୍ଷ ଏବଂ ଆତ୍ମନିର୍ଭରଶୀଳ ଯୁବ ବାହିନୀ ଗଠନ ପାଇଁ ସରକାରଙ୍କ ଅଟଳ ପ୍ରତିବଦ୍ଧତାକୁ ପୁନଃ ଦୋହରାଇଛନ୍ତି । ସେ କହିଛନ୍ତି ଯେ, ସ୍କିଲ ଇଣ୍ଡିଆ ମିଶନ ଏକ ପରିବର୍ତ୍ତନକାରୀ ପଦକ୍ଷେପ ଯାହା ସମଗ୍ର ଦେଶରେ ଲକ୍ଷ ଲକ୍ଷ ଲୋକଙ୍କୁ ସଶକ୍ତ କରିଚାଲିଛି ।
ମାଇଗଭଇଣ୍ଡିଆ ଏବଂ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୟନ୍ତ ସିଂହଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟ ଉପରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି;
“ସ୍କିଲ ଇଣ୍ଡିଆ ଆମର ଯୁବପିଢ଼ିଙ୍କୁ ଦକ୍ଷ ଏବଂ ଆତ୍ମନିର୍ଭରଶୀଳ କରିବାର ସଂକଳ୍ପକୁ ମଜବୁତ କରୁଛି ।
#SkillIndiaAt10”
Skill India is strengthening the resolve to make our youth skilled and self-reliant. #SkillIndiaAt10 https://t.co/e8Wyr1hxET
— Narendra Modi (@narendramodi) July 15, 2025
“ସ୍କିଲ ଇଣ୍ଡିଆ ପଦକ୍ଷେପ ଅଗଣିତ ଲୋକଙ୍କୁ ଲାଭାନ୍ୱିତ କରିଛି । ସେମାନଙ୍କୁ ନୂତନ ଦକ୍ଷତା ସହିତ ସଶକ୍ତ କରିବା ସହ ନୂଆ ସୁଯୋଗ ସୃଷ୍ଟି କରିଛି । ଆଗାମୀ ସମୟରେ ମଧ୍ୟ ଆମେ ଆମର ଯୁବ ଶକ୍ତିକୁ ବିଶ୍ୱସ୍ତରୀୟ ସର୍ବୋତ୍ତମ ଅଭ୍ୟାସ ଅନୁଯାୟୀ ନୂତନ ଦକ୍ଷତାରେ ସୁସଜ୍ଜିତ କରିବା ଉପରେ ଧ୍ୟାନ କେନ୍ଦ୍ରିତ କରିବୁ । ଯାହା ଦ୍ୱାରା ଆମେ ଏକ ବିକଶିତ ଭାରତର ଆମର ସ୍ୱପ୍ନକୁ ସାକାର କରିପାରିବା ।
#SkillIndiaAt10”
The Skill India initiative has benefitted countless people, empowering them with new skills and building opportunities. In the coming times as well, we will keep focusing on equipping our Yuva Shakti with new skills, in line with global best practices, so that we can realise our… https://t.co/6FD8xz7581
— Narendra Modi (@narendramodi) July 15, 2025


