PM presents Urga Kanjur to Jampa Donor, Buda Balzheivich Badmayev, Head Priest, Datsan Gunzechoinei Buddhist Temple, St Petersburg

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଜାମ୍ପା ଡ଼ୋନୋର, ବୁଡ଼ା ବାଲଝିଏଭିଚ୍ ବାଦମାୟେଭଙ୍କୁ 100 ଖଣ୍ଡ ବିଶିଷ୍ଟ ଉର୍ଗା କାଞ୍ଜୁର ଉପହାର ପ୍ରଦାନ କରିଛନ୍ତି । ଶ୍ରୀ ବାଦମାୟେଭ ହେଉଛନ୍ତି ସେଣ୍ଟ୍ ପିଟର୍ସବର୍ଗ ସ୍ଥିତ ଦାତସାନ୍ ଗୁଞ୍ଜେଚୋଇନେଇ ବୌଦ୍ଧ ମନ୍ଦିରର ମୁଖ୍ୟ ପୂଜକ । ଏହି ତିବ୍ଦତୀୟ କାଞ୍ଜୁରର ଉର୍ଗା ସଂସ୍କରଣ 1955 ମସିହା ପର୍ଯ୍ୟନ୍ତ ଲୋକଲୋଚନକୁ ଆସିନଥିଲା ।

1955 ମସିହାରେ ପ୍ରଫେସର ରଘୁବୀର ଏହାର ସଂପୂର୍ଣ୍ଣ 104 ଖଣ୍ଡକୁ ଭାରତକୁ ଆଣିଥିଲେ । ଏହାର ଗୋଟିଏ ଖଣ୍ଡରେ କେବଳ ପୁସ୍ତକ ସୂଚୀ ରହିଛି । ଏହାର ବିଶେଷ ଐତିହାସିକ ଦୁର୍ଲଭତାକୁ ଅନୁଭବ କରି ମଙ୍ଗୋଲିଆ ପ୍ରଜାତନ୍ତ୍ରର ପ୍ରଧାନମନ୍ତ୍ରୀ ଏହି ପ୍ରାଚୀନ ଗ୍ରନ୍ଥ ପ୍ରଫେସର ରଘୁବୀରଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ ।

1908 ମସିହାରୁ 1920 ମସିହା ମଧ୍ୟରେ ଏହି କାଞ୍ଜୁରକୁ ସଂଶୋଧନ, ସଂପାଦନା ଏବଂ ଜାଇଲୋଜ୍ରାଫ କରାଯାଇଥିଲା । ମଙ୍ଗୋଲିଆର ଶେଷ ଜିକୁନଦାମ୍ପାଙ୍କ ସହାୟତାରେ ଏହି କାର୍ଯ୍ୟ କରାଯାଇଥିଲା । ଏହାକୁ ପରେ ଡ଼େର୍ଜେ ଓ ଦୁଇଟି ଚୀନ୍ ସଂସ୍କରଣ(ରିଗ୍ୟାପାର-ମାଗ ଉଇସ୍) ସହ ମିଶ୍ରଣ କରାଯାଇଥିଲା । ସାଲ-ପା କାଞ୍ଜୁର ଶୃଙ୍ଖଳା ଏଥିରେ ଅତୁଟ ରହିଛି ଯାହାକି ହାଫାନ-ଥାନ୍-ମା ପ୍ରାଚୀନ ସୂଚୀ ଉପରେ ଆଧାରିତ । ଏହାର ଆକାର ( 35 ସେଣ୍ଟିମିଟର ଲମ୍ବ ଏବଂ 25 ସେଣ୍ଟିମିଟର ପ୍ରସ୍ଥ) ଯାହାକି ଅନ୍ୟ ଜ୍ଞାତ ଜାଇଲୋଗ୍ରାଫ୍ ସଂସ୍କରଣମାନଙ୍କ ଠାରୁ କ୍ଷୁଦ୍ର ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
'Make in India' radar programme to help Tejas track targets gets Rs 2,205 crore boost

Media Coverage

'Make in India' radar programme to help Tejas track targets gets Rs 2,205 crore boost
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 01, 2026
August 01, 2026

Aatmanirbhar Bharat Delivers: Indigenous Power, Farmer Prosperity & Blue Economy