ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି କେଦାରନାଥ ଗସ୍ତ କରିଛନ୍ତି ।

ଐତିହାସିକ କେଦାରନାଥ ମନ୍ଦିରରେ ସେ ପ୍ରାର୍ଥନା କରିଥିଲେ । ସେ ସମଗ୍ର ମନ୍ଦିର ପରିସରକୁ ଚାଲି ଚାଲି ପରିକ୍ରମା କରିଥିଲେ, ଯେଉଁଠାରେ କି ପୁନଃନିର୍ମାଣ କାର୍ଯ୍ୟ ଚାଲୁରହିଛି ।

କାର୍ଯ୍ୟର ଅଗ୍ରଗତି ସମ୍ବନ୍ଧରେ ବରିଷ୍ଠ ପଦାଧିକାରୀମାନେ ତାଙ୍କୁ ସଂକ୍ଷିପ୍ତରେ ଅବଗତ କରାଇଥିଲେ ।

ମନ୍ଦିର ପରିସରରେ ଉପସ୍ଥିତ ଥିବା ବିଭିନ୍ନ ବ୍ୟକ୍ତିଙ୍କ ସହ ସେ ସଂକ୍ଷେପରେ ଭାବ ବିନିମୟ କରିଥିଲେ ।

2013ର ଭୟଙ୍କର ବନ୍ୟା ଓ ଭୂସ୍କଳନ ଏହି ଅଂଚଳରେ ଅନେକ କ୍ଷୟକ୍ଷତି ଘଟାଇବା ପରେ କେଦାରନାଥ ମନ୍ଦିର ପରିସରରେ ସମ୍ପ୍ରତି ବିକାଶ ଏବଂ ପୁନଃନିର୍ମାଣ କାର୍ଯ୍ୟ ପାଇଁ ବିଶେଷ ଭାବେ ଧ୍ୟାନ ଦିଆଯାଉଛି ।



बाबा केदारनाथ के दर्शन का सौभाग्य पाकर अभिभूत हूं।
— Narendra Modi (@narendramodi) November 7, 2018
मैंने महादेव से देश की निरंतर प्रगति और सभी देशवासियों के सुख, शांति और समृद्धि की कामना की है।
जय बाबा केदारनाथ ! pic.twitter.com/IlyPJ7pcsi


