PM Modi hands over keys to mark the Grihapravesh of Prime Minister Awas Yojana- Grameen (PMAY-G) beneficiaries in Maharashtra
Being amongst people during the auspicious occasion of Dussehra gives me energy and renewed vigour to work for the betterment of the country: PM Modi
Shri Saibaba's teachings gives usthe mantra to build a strong unified society and toserve humanity with love: PM Modi
People getting their own homes is a big step towards the fight against poverty: PM Modi
In the last four years, our Government has built over 1.25 crore houses: PM Modi
PM Modi appreciates people of Maharashtra for making the state Open Defecation Free
Under Ayushman Bharat (PMJAY), modern medical infrastructure is getting readied: PM Modi
PM Modi underlines the efforts taken by the Government to deal with drought faced by Maharashtra

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମହାରାଷ୍ଟ୍ରର ଶିରିଡ଼ି ପୀଠ ଗସ୍ତ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ସେଠାରେ ଆୟୋଜିତ ଏକ ଜନସଭାରେ ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ କରାଯାଉଥିବା ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମର ଫଳକ ଉନ୍ମୋଚନ ପୂର୍ବକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଶ୍ରୀ ସାଇବାବାଙ୍କ ସମାଧି ଗ୍ରହଣର ଶତବାର୍ଷିକୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଏକ ସ୍ମାରକୀ ରୌପ୍ୟମୁଦ୍ରା ଉନ୍ମୋଚନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏହି ଅବସରରେ ମହାରାଷ୍ଟ୍ରରେ କାର୍ଯ୍ୟକାରୀ କରାଯାଉଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ (ପିଏମଏୱାଇ-ଜି)ର କେତେକ ହିତାଧିକାରୀଙ୍କୁ ଗୃହପ୍ରବେଶଲାଗି ସେମାନଙ୍କ ହାତରେ ବାସଗୃହର ଚାବି ପ୍ରଦାନ କରିଛନ୍ତି । ଏହି ଚାବିକାଠି ହସ୍ତାନ୍ତର ବେଳେ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ବିଭିନ୍ନ ଜିଲ୍ଲା ଯଥା ସତାରା, ଲାଟୁର, ନନ୍ଦୁରବାର, ଅମରାବତି, ଥାନେ,ସୋଲାପୁର, ନାଗପୁରର ହିତାଧିକାରୀମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଯୋଗେ ବାର୍ତ୍ତାଳାପ କରିଥିଲେ । ଏହି ହିତାଧିକାରୀ, ବିଶେଷ କରି ମହିଳା ହିତାଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ସେମାନଙ୍କର ନୂତନ ଗୁଣାତ୍ମକ ମାନଯୁକ୍ତ ବାସଗୃହ ଯୋଗାଣ, ସହଜରେ ଋଣ ଯୋଗାଣ ଏବଂ କୌଣସି ଦୁର୍ନୀତି ବିନା ସମସ୍ତ ଅନୁମତି କାର୍ଯ୍ୟ ସଂପନ୍ନ ସକାଶେ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଜନସମାଗମକୁ ସମ୍ବୋଧିତ କରିଥିଲେ ।

ପ୍ରଧାନମନ୍ତ୍ରୀ ଉପସ୍ଥିତ ଲୋକମାନଙ୍କୁ ତଥା ଦେଶବାସୀଙ୍କୁ ଦଶହରା ଅବସରରେ ଶୁଭକାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଦଶହରାର ପବିତ୍ର ଅବସରରେ ଲୋକମାନଙ୍କ ମଧ୍ୟରେ ଅଭିନବ ଶକ୍ତି ଦେଖିବାକୁ ମିଳିଥାଏ । ସେମାନେ ଏହି ଶକ୍ତି ଓ ଉଦ୍ଦୀପନାକୁ ଦେଶର କଲ୍ୟାଣ ସକାଶେ ବିନିଯୋଗ କରିବା ଆବଶ୍ୟକ ।

ଶ୍ରୀ ସାଇବାବାଙ୍କର ସମାଜ ପ୍ରତି ଅବଦାନ ସଂପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ବାବା ତାଙ୍କ ଉପଦେଶ ଛଳରେ ଏହି ମନ୍ତ୍ର ପ୍ରଦାନ କରିଛନ୍ତି ଯେ ଏକତା ସୂତ୍ରରେ ବାନ୍ଧିହୋଇ ସମାଜକୁ ସୁଦୃଢ଼ କରିବାକୁ ହେବ ଏବଂ ମାନବ ସମାଜର କଲ୍ୟାଣ ପାଇଁ ସମସ୍ତେ ପ୍ରେମ ବନ୍ଧନରେ ବ୍ରତୀ ହେବା ଉଚିତ ।  ପ୍ରଧାନମନ୍ତ୍ରୀ କହିଲେ ଯେ ଶିରିଡ଼ି ସଦାବେଳେ ଜନସେବାର ପ୍ରାଣକେନ୍ଦ୍ର ହୋଇ ରହିଆସିଛି । ଶ୍ରୀ ସାଇବାବା ସଂସ୍ଥାନ ଟ୍ରଷ୍ଟ ସାଇବାବାଙ୍କ ଆଦର୍ଶ ଓ ଭାବନାରେ ଉଦବୁଦ୍ଧ ହୋଇ ତାହାର କାର୍ଯ୍ୟ କରିଆସୁଥିବାରୁ ସେ ସନ୍ତୋଷ ବ୍ୟକ୍ତ କରିଥିଲେ । ତେଣୁ ଏହି ଦୃଷ୍ଟିରୁ ସମାଜକୁ ସୁଦୃଢ଼ କରିବାରେ ଟ୍ରଷ୍ଟର ଅବଦାନ ସର୍ବଦା ପ୍ରଶଂସନୀୟ । ଶିକ୍ଷା ମାଧ୍ୟମରେ ଏବଂ ଆଧ୍ୟାତ୍ମିକ ଚିନ୍ତନରେ ଟ୍ରଷ୍ଟ ସମାଜକୁ ଅନୁପ୍ରାଣୀତ କରିଆସୁଛି ।

ଦଶହରା ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ (ପିଏମଏୱାଇ-ଜି) ମାଧ୍ୟମରେ ପ୍ରାୟ ଦୁଇ ଲକ୍ଷ ହିତାଧିକାରୀମାନଙ୍କୁ ନୂତନ ବାସଗୃହ ହସ୍ତାନ୍ତର କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ବିଶେଷ ସନ୍ତୋଷ ବ୍ୟକ୍ତ କରିଥିଲେ । ପ୍ରଧାନମନ୍ତ୍ରୀ କହିଲେ ଯେ ଦାରିଦ୍ର୍ୟ ବିରୋଧରେ ସଂଗ୍ରାମ କରିବାରେ ଏହା ଏକ ବିରାଟ ପଦକ୍ଷେପ । ସରକାରଙ୍କ ପ୍ରୟାସ ଓ ନିଷ୍ଠା ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ 2022 ସୁଦ୍ଧା ସରକାର “ସମସ୍ତଙ୍କ ପାଇଁ ବାସଗୃହ” ସୁନିଶ୍ଚିତ କରିବାକୁ ସଂକଳ୍ପବଦ୍ଧ ବୋଲି ଉଲ୍ଲେଖ କରି ବିଗତ ଚାରି ବର୍ଷ ମଧ୍ୟରେ ସରକାର ପ୍ରାୟ 1.25 କୋଟି ବାସଗୃହ ନିର୍ମାଣ କରିଛନ୍ତି । ସରକାର ଏକଥା ମଧ୍ୟ ସୁନିଶ୍ଚିତ କରୁଛନ୍ତି ଯେ ପ୍ରତ୍ୟେକ ନିର୍ମିତ ଘର ଯେଭଳି ଉତ୍ତମ ମାନଯୁକ୍ତ ହେବ ଏବଂ ସେଥିରେ ଶୌଚାଳୟ ଠାରୁ ଆରମ୍ଭ କରି ଗ୍ୟାସ ସଂଯୋଗ ଏବଂ ବିଜୁଳି ଯୋଗାଣ ରହିଥିବ ।

ଉପସ୍ଥିତ ଜନସମୁଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରର ଜନତାଙ୍କୁ  ରାଜ୍ୟକୁ ଖୋଲାଶୌଚମୁକ୍ତ କରିଥିବାରୁ ଅଭିନନ୍ଦନ ଜଣାଇଥିଲେ । ମହାରାଷ୍ଟ ସରକାର ସ୍ୱଚ୍ଛ ଭାରତ ଅଭିଯାନ ଦିଗରେ ମଧ୍ୟ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଏହି ପରିପ୍ରେକ୍ଷୀରେ  ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ପିଏବଜେଏୱାଇ) ଯୋଜନାରୁ ଏବେସୁଦ୍ଧା ରାଜ୍ୟର ପ୍ରାୟ ଏକ ଲକ୍ଷରୁ ଅଧିକ ଲୋକ ଉପକୃତ ହୋଇ ସାରିଛନ୍ତି । ଏହି ଯୋଜନା ମାଧ୍ୟମରେ ସମସ୍ତ ଚିକିତ୍ସାଳୟରେ ଅତ୍ୟାଧୁନିକ ଚିକିତ୍ସା ସାଧନ ଉପଲବ୍ଧ କରାଯାଉଛି ।

ପ୍ରଧାନମନ୍ତ୍ରୀ କହିଲେ ଯେ ମହାରାଷ୍ଟ୍ରର ବିଭିନ୍ନ କ୍ଷେତ୍ର ଏବେ ମରୁଡ଼ିର ସାମ୍ନା କରୁଥବାରୁ ଏହାର ସମାଧାନ ସକାଶେ ସରକାରଙ୍କ ତରଫରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଉଛି । ଏହି ପରିପ୍ରେକ୍ଷୀରେ ସେ ଉଲ୍ଲେଖ କରିଥିଲେ ଯେ କୃଷି ସିଂଚନ ଯୋଜନା ଓ ଫସଲ ବୀମା ଯୋଜନା ମାଧ୍ୟମରେ ଲୋକମାନେ ବେଶ ଉପକୃତ ହୋଇପାରୁଛନ୍ତି ଏବଂ ମହାରାଷ୍ଟ୍ର ସରକାରଙ୍କ  ଜଳଯୁକ୍ତ ଶିବିର ଅଭିଯାନକୁ ଭୂୟସୀ ପ୍ରଶଂସା କରିଥିଲେ । ମହାରାଷ୍ଟ୍ର ସରକାରଙ୍କ ତରଫରୁ କେନାଲ ଯୋଗେ ଯୋଗାଇ ଦିଆଯାଉଥିବା ଜଳକୁ କ୍ଷାରମୁକ୍ତ କରିବା ସକାଶେ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଥିଲେ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଡ଼କ୍ଟର ବାବାସାହେବ ଭୀମରାଓ ଆମ୍ବେଦକର, ଜ୍ୟୋତିରାଓ ଫୁଲେ ଏବଂ ଛତ୍ରପତି ଶିବାଜୀଙ୍କ ଭଳି ମହାପୁରୁଷଙ୍କ ଆଦର୍ଶ ଓ ଉପଦେଶକୁ ସ୍ମରଣ କରି କହିଲେ ଯେ ଦେଶବାସୀ ଏହିଭଳି ଦେଶପ୍ରେମୀ ମହାତ୍ମାମାନଙ୍କ ଆଦର୍ଶରେ ନିଜକୁ ଅନୁପ୍ରାଣୀତ କରିବା ଉଚିତ । ସେମାନଙ୍କ ଉପଦେଶ ଅନୁସାରେ କାର୍ଯ୍ୟକଲେ ଏକ ବଳିଷ୍ଠ ଏବଂ ଏକନିଷ୍ଠ ସମାଜ ଗଠନ ହୋଇପାରିବ । ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ ଯେ ଲୋକମାନେ ସବକା ସାଥ, ସବକା ବିକାଶ ଏବଂ ଏକ ଭାରତ , ଶ୍ରେଷ୍ଠ ଭାରତ ପରିକଳ୍ପନାକୁ ସାକାର କରିବା ଦିଗରେ କାର୍ଯ୍ୟ କରିବା ଉଚିତ ।

ପୂର୍ବରୁ ପ୍ରଧାନମନ୍ତ୍ରୀ ଶ୍ରୀ  ସାଇବାବାଙ୍କ ସମାଧି ମନ୍ଦିର ପରିସର ବୁଲିବା ସହ ସେଠାରେ ପ୍ରାର୍ଥନା କରିଥିଲେ । ସେଠାରେ ସେ ଶ୍ରୀ ସାଇବାବାଙ୍କ ଶତାବ୍ଦୀ ଉତ୍ସବର ଉଦଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

 

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
1 in 4 iPhones are now made in India as Apple ramps up production by 53 per cent

Media Coverage

1 in 4 iPhones are now made in India as Apple ramps up production by 53 per cent
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମାର୍ଚ୍ଚ 11, 2026
March 11, 2026

From Silent Medical Revolution to Global Manufacturing Hub: Salute to PM Modi's Relentless Push for a Stronger, Self-Reliant India