ରାଷ୍ଟ୍ରପତି ପୁଟିନ ୟୁକ୍ରେନ ସମ୍ବନ୍ଧୀୟ ସଦ୍ୟତମ ଘଟଣା ଉପରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କଲେ
ପ୍ରଧାନମନ୍ତ୍ରୀ ବିବାଦର ଶୀନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତର ଭାବନା ସମ୍ପର୍କରେ ପୁନରାବୃତ୍ତି କଲେ
ଉଭୟ ନେତା ଭାରତ - ରୁଷ ସ୍ୱତନ୍ତ୍ର ଏବଂ ବିଶେଷ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ପ୍ରତିବଦ୍ଧତାକୁ ଦୋହରାଇଲେ
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ବାର୍ଷିକ ଦ୍ୱିପାକ୍ଷିକ ଶିଖର ସମ୍ମିଳନୀ ପାଇଁ ଚଳିତ ବର୍ଷ ଶେଷ ଭାଗରେ ଭାରତ ଗସ୍ତ କରିବାକୁ ଆମନ୍ତ୍ରିତ କଲେ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ରୁଷ ରାଷ୍ଟ୍ରପତି ମହାମହିମ ଶ୍ରୀ ଭ୍ଲାଦିମିର ପୁଟିନଙ୍କ ସହ ଟେଲିଫୋନରେ ବାର୍ତ୍ତାଳାପ କରିଛନ୍ତି ।

ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀଙ୍କୁ ୟୁକ୍ରେନ ସମ୍ବନ୍ଧୀୟ ସଦ୍ୟତମ ଘଟଣାକ୍ରମ ସମ୍ପର୍କରେ ଅବଗତ କରାଇଥିଲେ।

ରାଷ୍ଟ୍ରପତି ପୁଟିନଙ୍କୁ ତାଙ୍କର ବିସ୍ତୃତ ଆକଳନ ପାଇଁ ଧନ୍ୟବାଦ ଜଣାଇବା ସହିତ, ପ୍ରଧାନମନ୍ତ୍ରୀ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଭାରତର ଭାବନା ସମ୍ପର୍କରେ ପୁନରାବୃତ୍ତି କରିଥିଲେ।

ଉଭୟ ନେତା ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ପ୍ରଗତି ଉପରେ ସମୀକ୍ଷା କରିଥିଲେ ଏବଂ ଭାରତ ଏବଂ ରୁଷ ମଧ୍ୟରେ ସ୍ୱତନ୍ତ୍ର ଏବଂ ବିଶେଷାଧିକାର ପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇ ଥିଲେ।

ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ପୁଟିନଙ୍କୁ ଚଳିତ ବର୍ଷ ଶେଷରେ ୨୩ତମ ଭାରତ - ରୁଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିବା ପାଇଁ ଆମନ୍ତ୍ରିତ କରିଥିଲେ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Electronics manufacturing leads PLI scheme as production jumps 146%: Report

Media Coverage

Electronics manufacturing leads PLI scheme as production jumps 146%: Report
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜାନୁୟାରୀ 18, 2026
January 18, 2026

Cultural Pride and Economic Power: Celebrating PM Modi's Regional Revolutions