ମହିଳାଙ୍କ ମର୍ଯ୍ୟାଦା ରକ୍ଷା ଓ ସେମାନଙ୍କ ଜୀବନକୁ ସ୍ୱଚ୍ଛନ୍ଦ କରିଥିବାରୁ ସେ ଅଞ୍ଚଳର ମହିଳାଗଣ ପ୍ରଧାନମନ୍ତ୍ରୀଙ୍କୁ ଏକ ବିଶାଳ ରାକ୍ଷୀ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି
ହିତାଧିକାରୀଙ୍କ ସହିତ ଭାବବିନିମୟ
ସରକାର ନିଷ୍ଠା ଓ ସଂକଳ୍ପ ସହ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲେ ଆକାଂକ୍ଷିତ ସୁଫଳ ପ୍ରାପ୍ତ ହୁଏ
ମୋର ସ୍ୱପ୍ନ ହେଉଛି ପୂର୍ଣ୍ଣତା । ଆମେ ଶତ ପ୍ରତିଶତ ପୂରଣ ପାଇଁ ଆଗେଇବା ଦରକାର । ସରକାରୀ କଳ ଏଥିପାଇଁ ନିୟୋଜିତ ହେଲେ ନାଗରିକମାନଙ୍କ ମଧ୍ୟରେ ବିଶ୍ୱାସ ଉଦ୍ରେକ ହେବ
ହିତାଧିକାରୀଙ୍କ ନିକଟରେ ଶତପ୍ରତିଶତ ପହଞ୍ଚାଇବା ଅର୍ଥ ହେଲା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଖରେ ସୁବିଧା ପହଞ୍ଚାଇବା- ସବକା ସାଥ, ସବକା ବିକାଶ
ଏହା ଜରିଆରେ ଜିଲ୍ଲାଗୁଡିକରେ ସମୟାନୁସାରେ ଆର୍ଥିକ ସହାୟତା ଜନସାଧାରଣଙ୍କୁ ପ୍ରଦାନ କରାଯିବ । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଭାରୁଚଠାରେ ଉତ୍କର୍ଷ ସମାରୋହକୁ ଭିଡିଓ କନଫରେନ୍ସିଂ ଜରିଆରେ ସମ୍ବୋଧନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଚାରିଟି ପ୍ରମୁଖ ଯୋଜନାରେ ରାଜ୍ୟ ସରକାର ପୂର୍ଣ୍ଣତା ହାସଲ କରିବା ଦୃଷ୍ଟିରୁ ପାଳନ କରାଯାଉଛି । ଏହା ଜରିଆରେ ଜିଲ୍ଲାଗୁଡିକରେ ସମୟାନୁସାରେ ଆର୍ଥିକ ସହାୟତା ଜନସାଧାରଣଙ୍କୁ ପ୍ରଦାନ କରାଯିବ । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।

ସେ ଅଞ୍ଚଳର ମହିଳାମାନେ ଦେଶରେ ମହିଳାଙ୍କ ଜୀବନକୁ ସ୍ୱଚ୍ଛନ୍ଦ କରିବା ନେଇ ମର୍ଯ୍ୟାଦା ବୃଦ୍ଧି ନେଇ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିବା ସହ ଏକ ବିଶାଳ ରାକ୍ଷୀ ଉପହାର ଦେଇଥିଲେ । ପ୍ରଧାନମନ୍ତ୍ରୀ ବିଭିନ୍ନ ଯୋଜନାର ହିତାଧିକାରୀଙ୍କ ସହ କଥାବାର୍ତ୍ତା ହୋଇଥିଲେ ।

ଜଣେ ଦିବ୍ୟାଙ୍ଗଙ୍କ ସହ କଥାବାର୍ତ୍ତା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ଝିଅର ପାଠପଢ଼ା ନେଇ ଜାଣିବାକୁ ଚାହିଁଥିଲେ । ଝିଅଟି ତା ବାପାଙ୍କ ସମସ୍ୟା ନେଇ ଭାବପ୍ରବଣ ହୋଇ ଉଠିଥିଲା । ଏଥିରେ ବ୍ୟଥିତ ପ୍ରଧାନମନ୍ତ୍ରୀ ଝିଅଟିର ସମ୍ବେଦନଶୀଳତା ହିଁ ତାର ଶକ୍ତି ବୋଲି କହିଥିଲେ । ପ୍ରଧାନମନ୍ତ୍ରୀ ମଧ୍ୟ ସେ ଓ ତାର ପରିବାର କିପରି ଇଦ ପାଳନ କଲେ ବୋଲି ପରାରିଥିଲେ । ସେ ହିତାଧିକାରୀଙ୍କୁ ଧନ୍ୟବାଦ ଦେବା ସହ ଟୀକା ନେଇଥିବା ଓ ନିଜର ଝିଅମାନଙ୍କୁ ସେମାନଙ୍କ ଆକାଂକ୍ଷିତ ପଥରେ ଆଗେଇ ଥିବାରୁ ଧନ୍ୟବାଦ ଜଣାଇଥିଲେ । ପ୍ରଧାନମନ୍ତ୍ରୀ ଜଣେ ମହିଳା ହିତାଧିକାରୀଙ୍କ ସହ କଥାବାର୍ତ୍ତା କାଳରେ ସେ ମର୍ଯ୍ୟାର ସହ ଜୀବନ ଅତିବାହିତ କରିବାକୁ ସଂକଳ୍ପବଦ୍ଧ ବୋଲି କହିବାରୁ ତାହାର ପ୍ରଶଂସା କରିଥିଲେ । ଜଣେ ବିଧବା ଯୁବତୀ ସେ କିପରି ତାଙ୍କ ପିଲାଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ ପାଇଁ ଚେଷ୍ଟା କରୁଛନ୍ତି କହିଥିଲେ । ପ୍ରଧାନମନ୍ତ୍ରୀ ତାଙ୍କୁ ଛୋଟକାଟର ଅର୍ଥ ବଞ୍ଚାଇବା ସହ ତାଙ୍କ ଜୀବନଯାତ୍ରାରେ ସହାୟକ ହେବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିବାକୁ ପରାମର୍ଶ ଦେଇଥିଲେ ।

ସମବେତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆଜିର ଉତ୍କର୍ଷ ସମାରୋହ ସରକାର ଯେତେବେଳେ ଏକ ସଂକଳ୍ପ ନେଇ ହିତାଧିକାରୀଙ୍କ ନିକଟରେ ପହଞ୍ଚିଛନ୍ତି ସେଥିରୁ ସଫଳତା ମିଳିଥାଏ ଓ ଏହା ତାହାର ପ୍ରତିଫଳନ । ସାମାଜିକ ସୁରକ୍ଷାକୁ ନେଇ ଚାରିଟି ଯୋଜନାର ଶତପ୍ରତିଶତ ସଫଳତା ନେଇ ପ୍ରଧାନମନ୍ତ୍ରୀ ଭାରୁଚ ଜିଲ୍ଲା ପ୍ରଶାସନ ଓ ଗୁଜରାଟ ସରକାରଙ୍କ ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ହିତାଧିକାରୀମାନଙ୍କ ମଧ୍ୟରେ ସନ୍ତୋଷ ଓ ଆତ୍ମବିଶ୍ୱାସ ଭାବ ଲକ୍ଷ୍ୟ କରିଥିଲେ । ସେ କହିଥିଲେ ଯେ ଅନେକ ତଫସିଲ ଭୁକ୍ତ ଉପଜାତି, ଜାତି ଓ ସଂଖ୍ୟାଲଘୁ ବ୍ୟକ୍ତି ସୂଚନା ଓ ସଚେତନତା ଅଭାବରୁ ଅନେକ ଯୋଜନାରୁ ବଞ୍ଚିତ ହେଉଛନ୍ତି । ସବକା ସାଥ, ସବକା ବିଶ୍ୱାସର ଉତ୍ସାହ ଓ ସଚ୍ଚୋଟ ଅଭିପ୍ରାୟ ସବୁବେଳେ ଭଲ ଫଳ ଦେଇଥାଏ ବୋଲି ସେ କହିଥିଲେ ।

ସରକାର ଆଠବର୍ଷ ଶାସନ କାଳ ପୂରଣ କରିବାକୁ ଯାଉଥିବା ବେଳେ, ଏହି ସବୁ ସମୟ ସେବା, ସୁଶାସନ ଓ ଗରୀବ କଲ୍ୟାଣ ଦିଗରେ ବିନିଯୋଗ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ତାଙ୍କ ପ୍ରଶାସନିକ ସଫଳତାର ଶ୍ରେୟ ସେ ଅଭାବ, ବିକାଶ ଓ ଦାରିଦ୍ର୍ୟରୁ ଶିଖିଥିବା ଅଭିଜ୍ଞତାକୁ ଦେଇଥିଲେ । ଦାରିଦ୍ର୍ୟ ଓ ସାଧାରଣ ବ୍ୟକ୍ତିର ଆବଶ୍ୟକତା ନେଇଥିବା ତାଙ୍କର ବ୍ୟକ୍ତିଗତ ଅଭିଜ୍ଞତାକୁ ପାଥେୟ କରି ସେ କୌଣସି ଯୋଜନାର ହିତାଧିକାରୀ ସେ ତାର ଯେପରି ସମ୍ପୂର୍ଣ୍ଣ ପ୍ରାପ୍ୟ ହାସଲ କରିବ ତାହା ଉପରେ ପ୍ରାଧାନ୍ୟ ଦେଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁଜରାଟର ମାଟି ତାଙ୍କୁ ତାଙ୍କ ବିଜୟରେ ସନ୍ତୁଷ୍ଟ ନରହି ସବୁବେଳେ ନାଗରିକଙ୍କ କଲ୍ୟାଣ ଦିଗରେ ମନେନିବେଶ ନିମନ୍ତେ ଶିକ୍ଷା ଦେଇଛି । ମୋର ସ୍ୱପ୍ନ ହେଉଛି ପୂର୍ଣ୍ଣତା ଆମେ ଶତପ୍ରତିଶତ ହାସଲ କରିବା ନେଇ ଆଗେଇବା ଦରକାର । ସରକାରୀ କଳ ଏଥିପାଇଁ ନିୟୋଜିତ ହେଲେ ନାଗରିକମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସର ଉଦ୍ରେକ ହେବ ବୋଲି ସେ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ୨୦୧୪ ମସିହା ବେଳକୁ ଦେଶର ପ୍ରାୟ ଅଧାଅଧି ଜନସଂଖ୍ୟା ଶୌଚାଳୟ, ଟିକାକରଣ, ବିଦ୍ୟୁତ ସଂଯୋଗ ଓ ବ୍ୟାଙ୍କ ଖାତା ସୁବିଧାରୁ ବଞ୍ଚିତ ଥିଲେ । ବିଗତ ଦିନରେ ସମସ୍ତଙ୍କ ସହଯୋଗରୁ ଆମେ ଅନେକ ଯୋଜନା ଶତ ପ୍ରତିଶତ ତ୍ୱରାନ୍ୱିତ କରିଛୁ । ଆଠବର୍ଷ ପରେ ପୁଣି ଆମେ ସ୍ୱତନ୍ତ୍ର ସଂକଳ୍ପ ନେଇ ନିଜକୁ ଉତ୍ସର୍ଗ କରିବା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଶତପ୍ରତିଶତ ହିତାଧିକାରୀ ଅର୍ଥ ହେଲା ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଖରେ ସୁବିଧା ପହଞ୍ଚାଇବା – ସବକା ସାଥ, ସବକା ବିକାଶ ଗରିବଙ୍କ କଲ୍ୟାଣ ଲାଗି ଥିବା ଯୋଜନାରୁ କେହି ମଧ୍ୟ ବଞ୍ଚିତ ହେବା ଅନୁଚିତ । ଏଥିରେ ବାଛବିଚାର ବା ସନ୍ତୁଷ୍ଟିକରଣ ରାଜନୀତିର ମଧ୍ୟ ପରିସମାପ୍ତି ଘଟିବ । ପୂର୍ଣ୍ଣତା ଅର୍ଥ ସମାଜର ସମସ୍ତଙ୍କ ନିକଟରେ ସୁବିଧା ପହଞ୍ଚିବ ବୋଲି ସେ କହିଥିଲେ ।

ସେ ଅଞ୍ଚଳର ବିଧବା ଭଉଣୀମାନେ ତାଙ୍କୁ ଉପହାର ଦେଇଥିବା ରାକ୍ଷୀ ପାଇଁ ସେ ମହିଳାମାନଙ୍କୁ ଧନ୍ୟବାଦ ଦେବା ସହ ଏହା ତାଙ୍କୁ ଆହୁରି ସଶକ୍ତ କରିବ ବୋଲି କହିଥିଲେ । ସେମାନଙ୍କ ସନ୍ଦିଚ୍ଛା ତାଙ୍କ ପାଇଁ ଢ଼ାଲ ଭଳି ଓ ଏହା ତାଙ୍କୁ ଅଧିକ ପରିକ୍ରମ ନିମେନ୍ତ ଉତ୍ସାହିତ କରିବ ବୋଲି କହିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମସ୍ତଙ୍କ ସହଯୋଗ ଓ ବିଶ୍ୱାସ ଯୋଗୁଁ ସେ ଲାଲକିଲ୍ଲାର ପ୍ରାଚୀର ଉପରୁ ପୂର୍ଣ୍ଣତାର ଲକ୍ଷ୍ୟ ନେଇ ଘୋଷଣା କରିପାରିଥିଲେ । ଏହା ସାମାଜିକ ସୁରକ୍ଷାର ଏକ ମସ୍ତବଡ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ । ସେ ଏହି ଅଭିଯାନକୁ ଗରୀବଙ୍କ ମର୍ଯ୍ୟାଦା (ଗରିବ କୋ ଗରିମା) ନେଇ ଅଭିହିତ କରିଥିଲେ ।

ଗୁଜରାଟୀରେ ନିଜର ବକ୍ତବ୍ୟ ରଖି ପ୍ରଧାନମନ୍ତ୍ରୀ ଭାରୁଚର ବାଣିଜିକ ଓ ସାଂସ୍କୃତିକ ଐତିହ୍ୟର ସ୍ମୃତିଚାରଣ କରିଥିଲେ । ସେ ତାଙ୍କର ଭାରୁଚ ସହ ଦୀର୍ଘ ସମ୍ପର୍କର ମଧ୍ୟ ସ୍ମରଣ କରିଥିଲେ । ଶିଳ୍ପ ବିକାଶ ସହ ସ୍ଥାନୀୟ ଯୁବକଯୁବତୀଙ୍କ ଆକାଂକ୍ଷ ପୂରଣ ମୋଦି ଭାରୁଚର ବିକାଶ ହୋଇଛି । ସେ ମଧ୍ୟ ଅର୍ଥନୀତି, ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ କ୍ଷେତ୍ରରେ ଥିବା ନୂତନ ସାମର୍ଥ୍ୟ ଓ ମମ୍ଭାବନା ଉପରେ ମଧ୍ୟ ଆଲୋକପାତ କରିଥିଲେ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
I planned to set up semiconductor factory in India 2 decades ago, but government was shackled then: PM Modi

Media Coverage

I planned to set up semiconductor factory in India 2 decades ago, but government was shackled then: PM Modi
NM on the go

Nm on the go

Always be the first to hear from the PM. Get the App Now!
...
Prime Minister pays tribute to Shri Ram Vilas Paswan ji
July 05, 2026

The Prime Minister, Shri Narendra Modi, paid tributes to former Union Minister Shri Ram Vilas Paswan ji on his birth anniversary today."He made significant contributions to the upliftment of society's deprived and weaker sections. He will always be remembered for his dedication to public service and national service", Shri Modi remarked.

The Prime Minister posted on X:

पूर्व केंद्रीय मंत्री रामविलास पासवान जी की जयंती पर उन्हें मेरी भावभीनी श्रद्धांजलि। समाज के वंचित और कमजोर वर्गों के उत्थान के लिए उन्होंने अहम योगदान दिया। जनसेवा और राष्ट्रसेवा के प्रति अपने समर्पण भाव के लिए वे हमेशा याद किए जाएंगे।