ମହିଳାଙ୍କ ମର୍ଯ୍ୟାଦା ରକ୍ଷା ଓ ସେମାନଙ୍କ ଜୀବନକୁ ସ୍ୱଚ୍ଛନ୍ଦ କରିଥିବାରୁ ସେ ଅଞ୍ଚଳର ମହିଳାଗଣ ପ୍ରଧାନମନ୍ତ୍ରୀଙ୍କୁ ଏକ ବିଶାଳ ରାକ୍ଷୀ ଉପହାର ସ୍ୱରୂପ ପ୍ରଦାନ କରିଛନ୍ତି
ହିତାଧିକାରୀଙ୍କ ସହିତ ଭାବବିନିମୟ
ସରକାର ନିଷ୍ଠା ଓ ସଂକଳ୍ପ ସହ ହିତାଧିକାରୀଙ୍କ ନିକଟରେ ପହଞ୍ଚିଥିଲେ ଆକାଂକ୍ଷିତ ସୁଫଳ ପ୍ରାପ୍ତ ହୁଏ
ମୋର ସ୍ୱପ୍ନ ହେଉଛି ପୂର୍ଣ୍ଣତା । ଆମେ ଶତ ପ୍ରତିଶତ ପୂରଣ ପାଇଁ ଆଗେଇବା ଦରକାର । ସରକାରୀ କଳ ଏଥିପାଇଁ ନିୟୋଜିତ ହେଲେ ନାଗରିକମାନଙ୍କ ମଧ୍ୟରେ ବିଶ୍ୱାସ ଉଦ୍ରେକ ହେବ
ହିତାଧିକାରୀଙ୍କ ନିକଟରେ ଶତପ୍ରତିଶତ ପହଞ୍ଚାଇବା ଅର୍ଥ ହେଲା ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଖରେ ସୁବିଧା ପହଞ୍ଚାଇବା- ସବକା ସାଥ, ସବକା ବିକାଶ
ଏହା ଜରିଆରେ ଜିଲ୍ଲାଗୁଡିକରେ ସମୟାନୁସାରେ ଆର୍ଥିକ ସହାୟତା ଜନସାଧାରଣଙ୍କୁ ପ୍ରଦାନ କରାଯିବ । ଗୁଜରାଟ ମୁଖ୍ୟମନ୍ତ୍ରୀ ଶ୍ରୀ ଭୂପେନ୍ଦ୍ର ଭାଇ ପଟେଲ ଅନ୍ୟମାନଙ୍କ ମଧ୍ୟରେ ଏହି ଅବସରରେ ଉପସ୍ଥିତ ଥିଲେ ।

ନମସ୍କାର ।

ଆଜିର ଏହି ଉତ୍କର୍ଷ ସମାରୋହ ପ୍ରକୃତରେ ଉତ୍ତମ ଅଟେ ଏବଂ ଏହି କଥାର ପ୍ରମାଣ ଯେ ଯେତେବେଳେ ସରକାର ସ୍ୱଚ୍ଛତାର ସହିତ ଏକ ସଂକଳ୍ପ ନେଇ ହିତାଧିକାରୀଙ୍କ ନିକଟରେ ପହଂଚନ୍ତି, ସେତେବେଳେ କେତେକ ସାର୍ଥକ ଫଳାଫଳ ପ୍ରାପ୍ତ ହୋଇଥାଏ । ମୁଁ ଭରୁଚ ଜିଲ୍ଲାର ପ୍ରଶାସନକୁ, ଗୁଜରାଟ ସରକାରଙ୍କୁ ସାମାଜିକ ସୁରକ୍ଷା ସହିତ ଜଡ଼ିତ ଚାରୋଟି ଯୋଜନାକୁ ଶତ ପ୍ରତିଶତ ପରିପୂର୍ଣ୍ଣତା ପାଇଁ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି । ଆପଣ ସମସ୍ତେ ଅନେକ ଅନେକ ଅଭିନନ୍ଦନ ପାଇବାକୁ ଯୋଗ୍ୟ ଅଟନ୍ତି । ବର୍ତ୍ତମାନ ଯେତେବେଳେ ମୁଁ ଏହି ଯୋଜନାଗୁଡ଼ିକର ହିତାଧିକାରୀମାନଙ୍କ ସହିତ କଥାବାର୍ତ୍ତା କରୁଥିଲି, ସେତେବେଳେ ମୁଁ ଦେଖି ପାରୁଥିଲି ଯେ ସେମାନେ ଭିତରେ କେତେ ସନ୍ତୁଷ୍ଟ ଅନୁଭବ କରୁଛନ୍ତି, କେତେ ଆତ୍ମବିଶ୍ୱାସ ଅଛି । ଅସୁବିଧାଗୁଡ଼ିକର ମୁକାବିଲା କରିବା ପାଇଁ ଯେତେବେଳେ ସରକାରଙ୍କ ତରଫରୁ ଏକ ଛୋଟ ସାହାଯ୍ୟ ମଧ୍ୟ ଆସିଥାଏ ସାହସ ମଧ୍ୟ ସେତିକି ଉଚ୍ଚ ହୋଇ ଯାଇଥାଏ । ଏବଂ ଅସୁବିଧା ନିଜେ ବାଧ୍ୟ ହୋଇ ଯାଇଥାଏ ଏବଂ ଯିଏ ଅସୁବିଧାର ସମ୍ମୁଖୀନ ହୁଏ ସେ ଶକ୍ତିଶାଳୀ ହୋଇ ଯାଇଥାଏ । ମୁଁ ଆଜି ଆପଣ ସମସ୍ତଙ୍କ ସହିତ କଥାବାର୍ତ୍ତା କରି ଏହା ଅନୁଭବ କରୁଥିଲି । ଏହି ଚାରୋଟି ଯୋଜନାରେ ଯେଉଁ ଭଉଣୀମାନଙ୍କୁ, ଯେଉଁ ପରିବାର ଉପକୃତ ହୋଇଛନ୍ତି, ସେମାନେ ମୋର ଆଦିବାସୀ ସମାଜର ଭାଇ-ଭଉଣୀ, ମୋର ସଂଖ୍ୟାଲଘୁ - ପଛୁଆ ବର୍ଗର ଭାଇ ଭଉଣୀ, ମୋର ଅଳ୍ପ ସଂଖ୍ୟକ ସମାଜର ଭାଇ-ଭଉଣୀ, ପ୍ରାୟତଃ ଆମେ ଦେଖୁ ଯେ ଅନେକ ସଚେତନତା ଅଭାବରୁ ଲୋକମାନେ ଯୋଜନାର ଲାଭରୁ ବଂଚିତ ହୋଇ ଯାଇଥାନ୍ତି । ବେଳେବେଳେ ଯୋଜନା କାଗଜ କଲମ ମଧ୍ୟରେ ହିଁ ରହି ଯାଇଥାଏ । ବେଳେବେଳେ ଏହି ଯୋଜନାଗୁଡ଼ିକୁ କିଛି ଅସାଧୁ ବ୍ୟକ୍ତି ନିଜ ସୁବିଧା ପାଇଁ ଉଠାଇ ନେଇ ଯାଇଥାନ୍ତି । କିନ୍ତୁ ଯଦି ଉଦେଶ୍ୟ ଠିକ ଥିବ, ଉଦେଶ୍ୟ ସ୍ପଷ୍ଟ ଥିବ, ଭଲ କାମ କରିବା ପାଇଁ ଇଛା ଥିବ, ସେହି କାର୍ଯ୍ୟ କରିବା ପାଇଁ ମୁଁ ସର୍ବଦା ଚେଷ୍ଟା କରୁଛି । ତାହା ହେଉଛି ସବକା ସାଥ, ସବକା ବିକାଶର ଭାବନା । ଯାହା ଫଳାଫଳ ମଧ୍ୟ ଠିକ ଦେଇଥାଏ । ଯେକୌଣସି ଯୋଜନା ଶତ ପ୍ରତିଶତ ହିତାଧିକାରୀଙ୍କ ନିକଟରେ ପହଂଚାଇବା ହେଉଛି ଏକ ବଡ଼ ଲକ୍ଷ୍ୟ । କାମ କଠିନ କିନ୍ତୁ ଏହା ସଠିକ ହେଉ । ମୁଁ ସମସ୍ତ ହିତାଧିକାରୀଙ୍କୁ ଏବଂ ପ୍ରଶାସନକୁ ଏହି ସଫଳତା ପାଇଁ ଅଭିନନ୍ଦନ ଜଣାଉଛି । 

ସାଥୀମାନେ,

ଆପଣମାନେ ଭଲ ଭାବେ ଜାଣିଛନ୍ତି, ଆମ ସରକାର, ଯେବେଠାରୁ ଆପଣମାନେ ମୋତେ ଗୁଜରାଟରୁ ଦିଲ୍ଲୀକୁ ସେବା କରିବା ପାଇଁ ପଠାଇଛନ୍ତି, ଦେଶର ସେବା କରିବା ପାଇଁ ପଠାଇଛନ୍ତି, ବର୍ତ୍ତମାନ ଏହା ୮ ବର୍ଷ ହୋଇଯିବ । ୮ ବର୍ଷର ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ପାଇଁ ସମର୍ପିତ ରହିଛି । ଆଜି ଯାହା କିଛି ମୁଁ କରିପାରୁଛି ତାହା ଆପଣମାନଙ୍କ ଠାରୁ ଶିଖିଛି । ଆପଣମାନଙ୍କ ମଧ୍ୟରେ ବଂଚିବା ଦ୍ୱାରା ବିକାଶ କ’ଣ ହୋଇଥାଏ, ଦୁଃଖ କଷ୍ଟ କ’ଣ, ଦାରିଦ୍ର୍ୟ କ’ଣ, ଅସୁବିଧା କ’ଣ ସେଗୁଡ଼ିକୁ ଅତି ନିକଟରୁ ଅନୁଭବ କରିଛି । ଏବଂ ସେହି ଯେଉଁ ଅନୁଭବ ଅଛି, ଯାହାକୁ ନେଇ ଆଜି ସମଗ୍ର ଦେଶ ପାଇଁ ଦେଶର କୋଟି କୋଟି ନାଗରିକଙ୍କ ପାଇଁ ଗୋଟିଏ ପରିବାରର ସଦସ୍ୟ ଭାବରେ କାମ କରୁଛି । ସରକାରଙ୍କ ନିରନ୍ତର ପ୍ରୟାସ ହେଉଛି ଯେ କୌଣସି ଗରିବ କଲ୍ୟାଣ ଯୋଜନାରୁ କୌଣସି ହିତାଧିକାରୀ ଯାହା ପାଇବାକୁ ଯୋଗ୍ୟ, ଯେପରି ସେଥିରୁ କେହି ହିତାଧିକାରୀ ବଂଚିତ ହୋଇ ନ ରୁହନ୍ତୁ, ସମସ୍ତଙ୍କୁ ସେହି ଲାଭ ମିଳିବା ଉଚିତ ଯିଏ ହକଦାର ଅଟନ୍ତି । ସେମାନେ ସମ୍ପୂର୍ଣ୍ଣ ଲାଭ ପାଇବା ଉଚିତ । ଏବଂ ମୋର ପ୍ରିୟ ଭାଇ ଓ ଭଉଣୀମାନେ,

ଯେତେବେଳେ ଆମେ କୌଣସି ଯୋଜନାରେ ଶତ ପ୍ରତିଶତ ଅର୍ଥାତ ୧ଠଠ% ଲକ୍ଷ୍ୟକୁ ହାସଲ କରିଥାଉ ତେବେ ସେହି ୧ଠଠ% କେବଳ ଏକ ସଂଖ୍ୟା ନୁହେଁ, ଏହା କେବଳ ଖବରକାଗଜରେ ବାହାରିବାର କଥା କେବଳ ନୁହେଁ । ଏହାର ଅର୍ଥ ହେଉଛି- ଶାସନ, ପ୍ରଶାସନ, ସମ୍ବେଦନଶୀଳତା । ସେ ଆପଣଙ୍କର ସୁଖ ଏବଂ ଦୁଃଖର ସାଥି ଅଟନ୍ତି । ଏହା ହେଉଛି ସବୁଠାରୁ ବଡ଼ ପ୍ରମାଣ । ଆଜି ଆମ ସରକାରଙ୍କର ୮ ବର୍ଷ ପୂରଣ ହେଉଛି । ଏବଂ ଯେତେବେଳେ ୮ ବର୍ଷ ପୂରଣ ହେଉଛି, ତେବେ ଆମେ ଏକ ନୂତନ ଶକ୍ତି ସହିତ, ଏକ ନୂତନ ସଂକଳ୍ପ ସହିତ ଆଗକୁ ବଢ଼ିବାକୁ ପ୍ରସ୍ତୁତ ହେଉଛୁ । ମୋତେ ଗୋଟେ ଦିନ ଜଣେ ବଡ଼ ନେତା ଭେଟ ହେଲେ, ବରିଷ୍ଠ ନେତା ଅଟନ୍ତି । ସେମିତି ମଧ୍ୟ କ୍ରମାଗତ ଭାବରେ ସେ ଆମକୁ ବିରୋଧ କରନ୍ତି ଏବଂ ରାଜନୈତିକ ବିରୋଧ ମଧ୍ୟ କରି ଆସୁଛନ୍ତି । ହେଲେ ମୁଁ ତାଙ୍କୁ ଆଦର ଏବଂ ସମ୍ମାନ ମଧ୍ୟ କରିଥାଏ । କିଛି କାରଣ ଯୋଗୁ ତାଙ୍କର ଟିକେ ମାନ ଅଭିମାନ ଥିଲା । ମାତ୍ର ସେ ଦିନେ ମୋତେ ଭେଟିବାକୁ ଆସିଲେ । ସେ କହିଲେ ମୋଦି ଜୀ ଏଇଟା କ’ଣ କରିବାକୁ ପଡ଼ିବ । ଦୁଇ ଦୁଇଥର ଦେଶ ଆପଣଙ୍କୁ ପ୍ରଧାନମନ୍ତ୍ରୀ କରାଇଲା । ବର୍ତ୍ତମାନ କ’ଣ କରିବା । ତାଙ୍କୁ ଲାଗିଲା ଯେ ଦୁଇ ଦୁଇଥର ପ୍ରଧାନମନ୍ତ୍ରୀ ହେବା ଅର୍ଥ ବହୁତ କିଛି ହୋଇଗଲା । ତାଙ୍କୁ ଜଣା ନ ଥିଲା ଯେ ମୋଦି ଏକ ଭିନ୍ନ ମାଟିର ଅଟନ୍ତି । ଏହି ଗୁଜରାଟର ମାଟି ତାଙ୍କୁ ଜନ୍ମ ଦେଇଛି ଏବଂ ଯାହା କିଛି ହେଲା ଭଲ ହେଲା । ଚାଲନ୍ତୁ ବର୍ତ୍ତମାନ ବିଶ୍ରାମ ନେବା । ନା ମୋର ସ୍ୱପ୍ନ-ପରିପୂର୍ଣ୍ଣତା। ଶତ ପ୍ରତିଶତ ଲକ୍ଷ୍ୟ ଦିଗରେ ଆମକୁ ଆଗକୁ ବଢ଼ିବା । ସରକାରୀ ଯନ୍ତ୍ରକୁ ଆମେ ଅଭ୍ୟସ୍ତ କରିବା । ନାଗରିକଙ୍କ ମଧ୍ୟରେ ଆତ୍ମ ବିଶ୍ୱାସ ସୃଷ୍ଟି କରିବା । ଆପଣଙ୍କର ମନେ ଥିବ ଯେ ୨ଠ୧୪ରେ ଯେତେବେଳେ ଆପଣ ମୋତେ ସେବା କରିବାର ସୁଯୋଗ ଦେଇଥିଲେ ସେତେବେଳେ ଦେଶର ପ୍ରାୟ ଅଦେ୍ର୍ଧକ ଜନସଂଖ୍ୟା ଶୌଚାଳୟ ସୁବିଧାରୁ, ଟିକାକରଣ ସୁବିଧାରୁ, ବିଦୁତ ସଂଯୋଗ ସୁବିଧାରୁ, ବ୍ୟାଙ୍କ ଏକାଉଣ୍ଟ ସୁବିଧା ଠାରୁ ବହୁ ଦୂରରେ ଥିଲେ । ଏହିଭଳି ଭାବରେ ବଂଚିତ ଥିଲେ । ନିକଟ ବର୍ଷଗୁଡ଼ିକରେ ଆମେ ସମସ୍ତଙ୍କର ଉଦ୍ୟମ ଯୋଗୁ ଅନେକ ଯୋଜନାକୁ ଶତ ପ୍ରତିଶତ ପରିପୂର୍ଣ୍ଣତା ଆଣିବାରେ ସକ୍ଷମ ହୋଇପାରିଛୁ । ବର୍ତ୍ତମାନ ୮ ବର୍ଷର ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ପୁଣିଥରେ ଅଣ୍ଟା ଭିଡ଼ି ସମସ୍ତଙ୍କୁ ସାଥୀରେ ନେଇ ସମସ୍ତଙ୍କର ପ୍ରୟାସ ଦ୍ୱାରା ଆଗକୁ ବଢ଼ିବାକୁ ଯାଉଛୁ । ଏବଂ ଆବଶ୍ୟକତା ଥିବା ଲୋକଙ୍କୁ ପ୍ରତ୍ୟେକ ହକଦାରଙ୍କୁ ତାଙ୍କର ହକ ଦେବାରେ ପ୍ରାଣ ପଣେ ଚେଷ୍ଟା କରିବୁ । ମୁଁ ପୂର୍ବରୁ କହିଛି ଏଭଳି କାମ ବହୁତ କଷ୍ଟ ହୋଇଥାଏ । ରାଜନେତାମାନେ ମଧ୍ୟ ହାତ ଲଗାଇବାକୁ ଭୟ କରନ୍ତି । କିନ୍ତୁ ମୁଁ ରାଜନୀତି କରିବାକୁ ନୁହେଁ, ମୁଁ କେବଳ ଦେଶବାସୀଙ୍କ ସେବା କରିବାକୁ ଆସିଛି । ଦେଶ ସଂକଳ୍ପ ନେଇଛି ଶତ ପ୍ରତିଶତ ହିତାଧିକାରୀଙ୍କ ନିକଟରେ ପହଂଚିବା ପାଇଁ, ଏବଂ ଯେତେବେଳେ ସେମାନେ ଶତ ପ୍ରତିଶତରେ ପହଂଚିବେ ସେତେବେଳେ ସର୍ବ ପ୍ରଥମେ ଯେଉଁ ମନୋବୈଜ୍ଞାନିକ ପରିବର୍ତ୍ତନ ଆସିଥାଏ ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ସେଥିରେ ଦେଶର ନାଗରିକ ମାଗିବା ଅବସ୍ଥାରୁ ବାହାରି ପାରିଥାଏ, ପ୍ରଥମେ ସେ ମାଗିବା ପାଇଁ ଲାଇନରେ ଠିଆ ହୋଇଥାଏ, ସେହି ଭାବନା ଶେଷ ହୋଇଯାଇଛି । ତାଙ୍କ ଠାରେ ଏକ ବିଶ୍ୱାସ ସୃଷ୍ଟି ହୋଇଥାଏ ଯେ ଏହା ମୋର ଦେଶ, ଏହା ମୋର ସରକାର, ଏହି ଟଙ୍କା ଉପରେ ମୋର ଅଧିକାର ଅଛି । ମୋର ଦେଶର ନାଗରିକମାନଙ୍କର ଅଧିକାର ଅଛି । ଏହି ଭାବନା ତାଙ୍କ ଭିତରେ ଜନ୍ମ ନେଇଥାଏ ଏବଂ ତାଙ୍କ ଭିତରେ କର୍ତ୍ତବ୍ୟର ମଞ୍ଜି ମଧ୍ୟ ବୁଣି ଦେଇଥାଏ ।

ସାଥୀମାନେ,

ଯେତେବେଳେ ପରିପୂର୍ଣ୍ଣତା ଥାଏ ସେତେବେଳେ ଭେଦଭାବର ସମସ୍ତ ପରିସର ଶେଷ ହୋଇ ଯାଇଥାଏ । କାହାର ସୁପାରିସର ଆବଶ୍ୟକତା ପଡ଼ି ନ ଥାଏ । ସମସ୍ତଙ୍କୁ ବିଶ୍ୱାସ ରହିଥାଏ । ଯଦିଓ ସେ ଏହା ପୂର୍ବରୁ ପାଇଥିବେ, କିନ୍ତୁ ପରେ ମଧ୍ୟ ମୋତେ ଏହା ମିଳିବ । ମାସେ ପରେ ମିଳିବ, ଛଅ ମାସ ପରେ ମିଳିବ, କିନ୍ତୁ ମିଳିବ । ସେଥିପାଇଁ କାହାର ସୁପାରସିର ଆବଶ୍ୟକତା ପଡ଼ିବ ନାହିଁ ଏବଂ ଯିଏ ଦେବା ଲୋକ ସେ ମଧ୍ୟ କାହାକୁ କହିପାରିବ ନାହିଁ ଯେ ତୁମେ ମୋର ସେଥିପାଇଁ ମୁଁ ଏହାକୁ ଦେଉଛି । ଏହା ମୋର ନୁହେଁ, ସେଥିପାଇଁ ମୁଁ ଏହାକୁ ଦେଉନାହିଁ । ଭେଦଭାବ କରିପାରିବ ନାହିଁ ଏବଂ ଦେଶ ଶତ ପ୍ରତିଶତ ହିତାଧିକାରୀଙ୍କ ନିକଟକରେ ପହଂଚିବାକୁ ସଂକଳ୍ପ ନେଇଛି । ଆଜି ଯେତେବେଳେ ଶତ ପ୍ରତିଶତ ହେଉଛି ସେତେବେଳେ ଆପତ୍ତିଜନକ ରାଜନୀତି ଶେଷ ହୋଇଯାଉଛି । ସେଥିପାଇଁ କୌଣସି ଜାଗା ବଂଚି ନଥାଏ । ଶତ ପ୍ରତିଶତ ଲାଭାର୍ଥିଙ୍କ ନିକଟରେ ପହଂଚିବାର ଅର୍ଥ ହେଉଛି ସମାଜର ଶେଷ ପାହାଚରେ ଛିଡ଼ା ହୋଇଥିବା ବ୍ୟକ୍ତିଙ୍କ ନିକଟରେ ପହଂଚିବା । ଯାହାର କେହି ନାହିଁ ତାହାର ସରକାର ଅଛନ୍ତି । ସରକାରଙ୍କ ସଂକଳ୍ପ ରହିଛି । ସରକାର ତାଙ୍କର ସହଯୋଗୀ ଭାବରେ ଚାଲିଛନ୍ତି, ଏହି ଭାବନା ସୁଦୂର ଜଙ୍ଗଲରେ ବସବାସ କରୁଥିବା ମୋର ଆଦିବାସୀ ହୁଅନ୍ତୁ, କୁଡ଼ିଆ ବା ଝୁମ୍ପୁଡ଼ିରେ ରହୁଥିବା ମୋର କୌଣସି ଗରିବ ମା’ ଏବଂ ଭଉଣୀ ହୁଅନ୍ତୁ, ବୃଦ୍ଧାବସ୍ଥାରେ ଏକୁଟିଆ ଜୀବନ କାଟୁଥିବା କୌଣସି ବ୍ୟକ୍ତି ହୁଅନ୍ତୁ ସମସ୍ତଙ୍କ ଠାରେ ବିଶ୍ୱାସ ସୃଷ୍ଟି କରିବାକୁ ପଡ଼ିବ ଯେ ସେ ତାଙ୍କର ଅଧିକାରର ଜିନିଷ ପାଇବା ପାଇଁ ତାଙ୍କ କବାଟ ନିକଟକୁ ଆସି ଦେବାକୁ ଚେଷ୍ଟା କରୁଛି ।

ସାଥୀମାନେ,

ଶତ ପ୍ରତିଶତ ହିତାଧିକାରୀଙ୍କର କଭରେଜ ଅର୍ଥାତ ପ୍ରତ୍ୟେକ ବିଶ୍ୱାସ, ପ୍ରତ୍ୟେକ ସମ୍ପ୍ରଦାୟ, ପ୍ରତ୍ୟେକ ଶ୍ରେଣୀକୁ ଏକ ସମାନ ଭାବରେ ସବକା ସାଥ ସବକା ବିକାଶ ଶତ ପ୍ରତିଶତ ଲାଭରୁ କୌଣସି ଗରିବ କଲ୍ୟାଣର ଯୋଜନାରୁ କେହି ବଂଚିତ ନ ହୁଅନ୍ତୁ । କେହି ପଛରେ ରହି ନ ଯାଆନ୍ତୁ । ଏହା ବହୁତ ବଡ଼ ସଂକଳ୍ପ ଅଟେ । ଆଜି ଆପଣ ଯେଉଁ ରାକ୍ଷୀ ଦେଇଛନ୍ତି ସମସ୍ତ ବିଧବା ମା’ ମାନେ, ଆପଣ ମୋ ପାଇଁ ତିଆରି କରିଥିବା ରାକ୍ଷୀ ଏତେ ବଡ଼ କରିଛନ୍ତି । ଏହା କେବଳ ଗୋଟିଏ ସୂତା ନୁହେଁ, ଆପଣ ମୋତେ ଏକ ଶକ୍ତି ଦେଇଛନ୍ତି, ସାମର୍ଥ୍ୟ ଦେଇଛନ୍ତି, ଏବଂ ଯେଉଁ ସ୍ୱପ୍ନକୁ ନେଇ ଚାଲିଛନ୍ତି ତାହାକୁ ସାକାର କରିବା ପାଇଁ ଶକ୍ତି ଦେଇଛନ୍ତି । ସେଥିପାଇଁ ଆଜି ଆପଣ ଦେଇଥିବା ଏହି ରାକ୍ଷୀ ଏକ ଅମୂଲ୍ୟ ଉପହାର ଭାବରେ ଗ୍ରହଣ କରୁଛି । ଏହି ରାକ୍ଷୀ ସର୍ବଦା ଦେଶର ଗରିବ ଲୋକଙ୍କ ସେବା ପାଇଁ ଶତ ପ୍ରତିଶତ ପରିପୂର୍ଣ୍ଣତା ଦିଗରେ ସରକାରଙ୍କୁ ଚଳାଇବାକୁ ପ୍ରେରଣା, ସାହସ ଏବଂ ସହଯୋଗ ମଧ୍ୟ ଦେବ । ଏହା ହେଉଛି ସବକା ସାଥ, ସବକା ବିକାଶ, ସବକା ବିଶ୍ୱାସ ଏବଂ ସବକା ପ୍ରୟାସ । ଆଜି ବିଧବା ମା’ଙ୍କ ଉଦ୍ୟମରେ ରାକ୍ଷୀ ମଧ୍ୟ ତିଆରି ହୋଇଛି ଏବଂ ଯେତେବେଳେ ମୁଁ ଗୁଜରାଟରେ ଥିଲି ବାରମ୍ବାର କହୁଥିଲି, ବେଳେବେଳେ ଖବର ଆସୁଥିଲା । ମୋ ଉପରେ, ମୋ ସୁରକ୍ଷାକୁ ନେଇ ଖବର ଆସୁଥିଲା । ଥରେ ମୋର ଅସୁସ୍ଥତାର ଖବର ଆସିଥିଲା, ସେତେବେଳେ ମୁଁ କହୁଥିଲି ଭାଇ କୋଟି କୋଟି ମା’ ଓ ଭଉଣୀମାନଙ୍କର ରକ୍ଷା କବଚ ମୋତେ ମିଳିଛି । ଯେ ପର୍ଯ୍ୟନ୍ତ କୋଟି କୋଟି ମା’ ଏବଂ ଭଉଣୀଙ୍କ ରକ୍ଷା କବଚ ମୋ ପାଖରେ ଥିବ ତାହାକୁ କେହି ଭେଦ ମଧ୍ୟ କରିପାରିବେ ନାହିଁ ଏବଂ ମୋର କିଛି କରିପାରିବେ ନାହିଁ । ଆଜି ମୁଁ ପ୍ରତ୍ୟେକ ପଦକ୍ଷେପରେ ଦେଖୁଛି, ପ୍ରତ୍ୟେକ ମୁହୂର୍ତ୍ତରେ ମା’ ଏବଂ ଭଉଣୀମାନେ ସେମାନଙ୍କର ଆଶୀର୍ବାଦ ସର୍ବଦା ମୋ ଉପରେ ରହିଛି । ଏହି ମା’ ଏବଂ ଭଉଣୀମାନଙ୍କ ନିକଟରେ ମୁଁ ଯେତିକି ଋଣି ତାହା ପରିଶୋଧ କରିବା ସେତିକି କମ ପଡ଼ିବ । ଏବଂ ସେଥିପାଇଁ ସାଥୀମାନେ ଏହି ସଂସ୍କାର କାରଣରୁ ମୁଁ ଲାଲକିଲ୍ଲାରୁ କହିବାକୁ ସାହସ କରିଥିଲି ଏହା ଏକ କଷ୍ଟକର କାର୍ଯ୍ୟ । ମୁଁ ଏହାକୁ ପୁଣି କହୁଛି । ମୁଁ ଜାଣେ ଏହା କଠିନ ପରିଶ୍ରମ, ମୁଁ ଜାଣେ ଏହା କରିବା କେତେ କଷ୍ଟକର, ମୁଁ ଜାଣେ ଏହା କଠିନ କାମ ଅଟେ । କେମିତି କରିବାର କଷ୍ଟକର ଅଟେ ତାହା ମୁଁ ଜାଣିଛି । ସମସ୍ତ ରାଜ୍ୟକୁ ପ୍ରେରିତ କରିବା, ସାଥୀରେ ନେବା ବହୁତ କଷ୍ଟକର କଥା ମୁଁ ଜାଣିଛି । ମୁଁ ଜାଣେ ଏହି କାମ ପାଇଁ ସମସ୍ତ ସରକାରୀ କର୍ମଚାରୀଙ୍କୁ ଚଳାଇବା କଷ୍ଟକର । କିନ୍ତୁ ଏହା ହେଉଛି ସ୍ୱାଧୀନତାର ଅମୃତ କାଳ । ସ୍ୱାଧୀନତାର ୭୫ ବର୍ଷ ବିତିଗଲାଣି । ଏହି ଅମୃତ କାଳରେ ମୌଳିକ ସୁବିଧା, ଯୋଜନାଗୁଡ଼ିକର ପରିପୂର୍ଣ୍ଣତା ବିଷୟରେ ମୁଁ ଲାଲକିଲାରୁ କହିଥିଲି । ଶତ ପ୍ରତିଶତ ସେବା ଭାବର ଆମର ଅଭିଯାନ ସାମାଜିକ ନ୍ୟାୟ, ସାମାଜିକ ନ୍ୟାୟ ପାଇଁ ଏକ ବହୁତ ବଡ଼ ମାଧ୍ୟମ ଅଟେ । ମୁଁ ଖୁସି ଯେ ଆମର ଗୁଜରାଟର ମୁଦୀୟ ଏବଂ ମକ୍କମ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ଭାଇ ପଟେଲ, ତାଙ୍କ ନେତୃତ୍ୱରେ ଗୁଜରାଟ ସରକାର ଏହି ସଂକଳ୍ପକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ନିଷ୍ଠାର ସହିତ କାର୍ଯ୍ୟ କରୁଛନ୍ତି ।

ସାଥୀମାନେ,

ଆମ ସରକାର ସାମାଜିକ ନିରାପତ୍ତା, ଜନ କଲ୍ୟାଣ ଏବଂ ଗରିବଙ୍କ ପ୍ରତି ସମ୍ମାନର ଏହି ସମସ୍ତ ଯେଉଁ ପରିପୂର୍ଣ୍ଣତାର ଅଭିଯାନ କରିଛନ୍ତି, ଯଦି ମୋତେ ଗୋଟିଏ ଶବ୍ଦରେ କହିବାକୁ ହେବ, ତେବେ ଏହା ଗରିବଙ୍କ ପାଇଁ ସମ୍ମାନ ଅଟେ, ଏହା ହିଁ ହେଉଛି ଗରିବଙ୍କ ସମ୍ମାନ, ଗରିବଙ୍କ ପାଇଁ ସରକାର । ଏହା ହିଁ ଆମକୁ ପ୍ରେରଣା ଦେଇଥାଏ । ପୂର୍ବରୁ ଯେତେବେଳେ ଆମେ ସାମାଜିକ ସୁରକ୍ଷା ବିଷୟରେ ଶୁଣୁଥିଲୁ, ଆମେ ପ୍ରାୟତଃ ଅନ୍ୟ ଛୋଟ ଛୋଟ ଦେଶର ଉଦାହରଣ ଦେଉଥିଲୁ । ସେମାନଙ୍କୁ ଭାରତରେ କାର୍ଯ୍ୟକାରୀ କରିବା ପାଇଁ ଯାହା ବି ପ୍ରୟାସ କରାଯାଇଛି ଉଭୟର ପରିସର ଏବଂ ପ୍ରଭାବ ବହୁତ ସୀମିତ ରହିଛି । କିନ୍ତୁ ୨ଠ୧୪ ବର୍ଷ ପରେ ଦେଶ ଏହାର ପରିସରକୁ ବ୍ୟାପକ କଲା, ଦେଶ ସମସ୍ତଙ୍କୁ ସାଙ୍ଗରେ ନେଇ ଚାଲିଲା । ଫଳାଫଳ ଆମ ସମସ୍ତଙ୍କ ସମ୍ମୁଖରେ ଅଛି । ୫ଠ କୋଟିରୁ ଅଧିକ ଦେଶବାସୀଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ମିଳିଲା, କୋଟି କୋଟି ଲୋକଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ଜୀବନବୀମାର ସୁବିଧା ମିଳିଲା ଏବଂ କୋଟି କୋଟି ଭାରତୀୟଙ୍କୁ ୬ଠ ବର୍ଷ ପରେ ଏକ ନିର୍ଦ୍ଦିଷ୍ଟ ପେନସନର ବ୍ୟବସ୍ଥା ମିଳିଲା । ନିଜର ପକ୍କା ଘର, ଶୌଚାଳୟ, ଗ୍ୟାସ ସଂଯୋଗ, ବିଦୁତ ସଂଯୋଗ, ଜଳ ସଂଯୋଗ, ବ୍ୟାଙ୍କରେ ଏକାଉଣ୍ଟ ଖୋଲିବା ଏହିଭଳି ସୁବିଧା ପାଇଁ ଗରିବ ଲୋକମାନେ ସରକାରୀ କାର୍ଯ୍ୟାଳୟରେ ଦୌଡ଼ି ଦୌଡ଼ି ସେମାନଙ୍କର ଜୀବନ ପୂରା ହୋଇ ଯାଉଥିଲା । ସେମାନେ ହାରି ଯାଉଥିଲେ ।

ଆମ ସରକାର ଏହିସବୁ ପରିସ୍ଥିତିକୁ ପରିବର୍ତ୍ତନ କରିଛନ୍ତି । ଯୋଜନାଗୁଡ଼ିକରେ ସୁଧାର ଆଣିଛନ୍ତି । ନୂତନ ଲକ୍ଷ୍ୟ ତିଆରି କରି ଏବଂ ଆମେ କ୍ରମାଗତ ଭାବରେ ସେଗୁଡ଼ିକୁ ମଧ୍ୟ ପାଇପାରୁଛୁ । ଏହା ମାଧ୍ୟମରେ କୃଷକମାନେ ପ୍ରଥମ ଥର ପାଇଁ ପ୍ରତ୍ୟକ୍ଷ ସହାୟତା ପାଇପାରିଲେ । ଛୋଟ କୃଷକ ଭାଇଙ୍କୁ କେହି କେବେ ପଚାରନ୍ତି ନାହିଁ, ଭାଇ ଆମ ଦେଶରେ ଶତକଡ଼ା ୯ଠ କ୍ଷୁଦ୍ର ଚାଷୀ ଅଛନ୍ତି । ୮ଠ ପ୍ରତିଶତରୁ ଅଧିକ, ପ୍ରାୟ ୯ଠ ପ୍ରତିଶତ । ଯାହା ପାଖରେ ପ୍ରାୟ ଦୁଇ ଏକର ଜମି ବହୁ କଷ୍ଟରେ ଅଛି । ସେହି କ୍ଷୁଦ୍ର ଚାଷୀଙ୍କ ପାଇଁ ଆମେ ଏକ ଯୋଜନା ପ୍ରସ୍ତୁତ କଲୁ । ଆମର ମତ୍ସ୍ୟଜୀବୀ ଭାଇ ଓ ଭଉଣୀମାନଙ୍କୁ ବ୍ୟାଙ୍କ ମାନେ ପଚାରୁ ନ ଥିଲେ । ବର୍ତ୍ତମାନ ସେହି ମତ୍ସ୍ୟଜୀବୀ ମାନଙ୍କ ପାଇଁ ଆମେ କିଷାନ କ୍ରେଡିଟ କାର୍ଡ ଆରମ୍ଭ କରିଛୁ । କେବଳ ଏତିକି ନୁହେଁ, ପ୍ରଥମ ଥର ପାଇଁ ବ୍ୟାଙ୍କରୁ ବୁଲା ବିକାଳିମାନଙ୍କୁ ପିଏମ ସ୍ୱ-ନିଧି ଆକାରରେ ସହାୟତା ସୁନିଶ୍ଚିତ କରାଯାଇଛି ଏବଂ ମୁଁ ଚାହୁଁଛି ଆମର ସି ଆର ପାଟିଲ ଯିଏ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତା ସେ ସମସ୍ତ ସହରରେ ଏହି ରାସ୍ତାଘାଟ ବିକ୍ରେତାଙ୍କୁ କିପରି ସ୍ୱ-ନିଧି ପଇସା ମିଳୁ, ସେମାନଙ୍କ ବ୍ୟବସାୟ କାରବାର କିପରି ଋଣ ପରିସରରୁ ମୁକ୍ତ ହୋଇଯାଉ । ଯାହା ପରିଶ୍ରମ କରି ରୋଜଗାର କରନ୍ତୁ ତାହା ଘର କାମରେ ଆସୁ । ଏଥିପାଇଁ ଯେଉଁ ଅଭିଯାନ କାର୍ଯ୍ୟକାରୀ ହୋଇଛି ମୁଁ ଚାହିଁବି ଯେ ଭରୁଚ ହେଉ, ଅଙ୍କଲେଶ୍ୱର ହେଉ, ୱାଲିଆ ହେଉ ସମସ୍ତେ ନିଜ ସହରରେ ଏହାର ଲାଭ ପହଂଚାଇବା ଉଚିତ । ଏମିତି ଭାବେ ଦେଖିବାକୁ ଗଲେ ମୋତେ ବ୍ୟକ୍ତିଗତ ଭାବରେ ସାକ୍ଷାତ କରିବା ଉଚିତ । ଏବଂ ଦୀର୍ଘ ସମୟ ଧରି ଆସିନାହିଁ, ତେବେ ମନ ମଧ୍ୟ ହେଉଛି କାରଣ ଭରୁଚ ସହ ମୋର ସମ୍ପର୍କ ବହୁତ ପୁରୁଣା । ଭରୁଚର ନିଜସ୍ୱ ସାଂସ୍କୃତି ଐତିହ୍ୟ ଅଛି । ବ୍ୟବସାୟର, ସାଂସ୍କୃତି ଐତିହ୍ୟର ହଜାର ବର୍ଷର ପୁରୁଣା କେନ୍ଦ୍ର ହୋଇଆସୁଛି । ଏକ ସମୟ ଥିଲା ବିଶ୍ୱକୁ ଏକତ୍ରିତ କରିବାରେ ଭରୁଚର ନାମ ଥିଲା । ଏବଂ ନିଜର ସାଂସ୍କୃତି ଐତିହ୍ୟ, ନିଜର କୃଷକ, ନିଜର ଆଦିବାସୀ ଭାଇମାନେ ଏବଂ ବର୍ତ୍ତମାନ ଏହାର ବାଣିଜ୍ୟ ଶିଳ୍ପ ପ୍ରତି ବିପଦ ସୃଷ୍ଟି କରୁଛି । ଭରୁଚ-ଅଙ୍କଲେଶ୍ୱର ଟ୍ୱିନସିଟି ହୋଇଯାଇଛି । ପୂର୍ବରୁ ଏହା କେହି କଳ୍ପନା କରିପାରି ନ ଥିଲେ ଏବଂ ମୁଁ ଯେତିକି ଦିନ ଏଠାରେ ଥିଲି ସେହି ପୁରୁଣା ଦିନ ମୋର ସବୁ ମନେ ଅଛି । ଆଜି ଆଧୁନିକ ବିକାଶ ଆଡ଼କୁ ଭରୁଚ ଜିଲ୍ଲାର ନାମ ନାମିତ ହେଉଛି । ଅନେକ କାର୍ଯ୍ୟ କରାଯାଉଛି ଏବଂ ଏହା ସ୍ୱାଭାବିକ ଯେ ଯେତେବେଳେ ମୁଁ ଭରୁଚ ଲୋକଙ୍କ ନିକଟକୁ ଆସେ ସେତେବେଳେ ସମସ୍ତ ବୟଜ୍ୟେଷ୍ଠ ଲୋକ ମନେ ପଡ଼ନ୍ତି । ଅନେକ ଲୋକ, ପୁରୁଣା ବନ୍ଧୁ, ବରିଷ୍ଠ ବନ୍ଧୁ ବେଳେବେଳେ ଏବେ ମଧ୍ୟ ଯୋଗାଯୋଗ କରନ୍ତି । ବହୁବର୍ଷ ପୂର୍ବେ ଯେତେବେଳେ ମୁଁ ସଂଘ ପାଇଁ କାମ କରୁଥିଲି ସେତେବେଳେ ମୁଁ ବସରୁ ଓହ୍ଲାଇ ଯାଉଥିଲି । ଚାଲିବା ସମୟରେ ମୁକ୍ତି ନଗର ସୋସାଇଟିକୁ ଯାଉଥିଲି । ମୁଲଚନ୍ଦ ଭାଇ ଚୌହାନଙ୍କ ଘର, ଆମର ବିପିନ ଭାଇ ଶାହା, ଆମର ଶଙ୍କର ଭାଇ ଗାନ୍ଧୀ ଅନେକ ବନ୍ଧୁ ସମସ୍ତେ ପୁରୁଣା । ଏବଂ ମୁଁ ଯେତେବେଳେ ଆପଣଙ୍କୁ ଦେଖେ ତା’ପରେ ମୁଁ ମୋର ସାହସୀ ବନ୍ଧୁ ଶିରିଶ ବଙ୍ଗାଳୀଙ୍କୁ ବହୁତ ମନେ ପକାଇଥାଏ । ଯେଉଁମାନେ ସମାଜ ପାଇଁ ବଂଚନ୍ତି । ଆମେ ଜାଣୁ ଯେ ଯେତେବେଳେ ଆପଣ ଲଲ୍ଲୁ ଭାଇର ରାସ୍ତାରୁ ବାହାରକୁ ବାହାରି ଥାଆନ୍ତି ସେତେବେଳେ ଆପଣଙ୍କର ପଞ୍ଚବତ୍ତୀ ବିସ୍ତାର ହୋଇଥାଏ । ବର୍ତ୍ତମାନ ଯେଉଁ ୨ଠ-୨୫ ବର୍ଷର ଯୁବକଯୁବତୀ ଅଟନ୍ତି ତାଙ୍କୁ ମଧ୍ୟ ଜଣାନାହିଁ ଯେ ଏହି ପଞ୍ଚବତ୍ତୀ ଏବଂ ଲଲ୍ଲୁ ରାସ୍ତାର ଅବସ୍ଥା କ’ଣ ସେମାନେ ଜାଣିପାରିବେ ନାହିଁ । ଯଦିଓ ଏକ ସଂକୀର୍ଣ୍ଣ ରାସ୍ତାରେ ସ୍କୁଟରରେ ଯିବାକୁ ପଡୁଥିଲା, ଏହା କଷ୍ଟସାଧ୍ୟ ଥିଲା । ବହୁତ ବର୍ଷ କାରଣ ମୁଁ ସର୍ବଦା ମନେ ରଖିକି ଯାଉଥିଲି । ଏବଂ ଏହା ପୂର୍ବରୁ ମୁଁ କୌଣସି ସାଧାରଣ ସଭା କରିବାର ସୁଯୋଗ ପାଇଲି ନାହିଁ । ବହୁବର୍ଷ ପୂର୍ବେ ଭରୁଚର ଲୋକମାନେ ମୋତେ ଶକ୍ତିନଗର ସମାଜରେ ଧରିଥିଲେ । ମୁଁ ସେତେବେଳେ ରାଜନୀତିରେ ମଧ୍ୟ ପ୍ରବେଶ କରି ନ ଥିଲି । ଶକ୍ତିନଗର ସୋସାଇଟିରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହା ନିଶ୍ଚିତ ଭାବରେ ୪ଠ ବର୍ଷ ହୋଇ ଯାଇଥିବ । ଆଶ୍ଚର୍ଯ୍ୟର କଥା, ସମାଜରେ ଠିଆ ହେବାକୁ ସ୍ଥାନ ମଧ୍ୟ ନ ଥିଲା । ଏବଂ ବହୁତ ଲୋକ ଆଶୀର୍ବାଦ କରିବାକୁ ଆସିଥିଲେ । ମୋର କୌଣସି ନାମ ନ ଥିଲା। କେହି ଜାଣନ୍ତି ମଧ୍ୟ ନାହିଁ । ତଥାପି ସେଠାରେ ଏକ ବିରାଟ ଏବଂ ବିଶାଳ ସମାବେଶ ହୋଇଥିଲା । ସେଦିନ ମୁଁ ସେତେବେଳେ ରାଜନୀତିରେ କିଛି ନ ଥିଲି । ଏହା ମୋ ପାଇଁ ନୂଆ ଥିଲା କାରଣ ମୁଁ ଶିଖୁଥିଲି । ମୋର ଭାଷଣ ଶେଷ ହେବା ପରେ ମୁଁ ଯେତେବେଳେ କେତେକ ସାମ୍ବାଦିକ ବନ୍ଧୁ ପାଇଲି ମୁଁ ତାଙ୍କୁ କହିଲି ତୁମେ ଏହାକୁ ଲିଖିତ ଆକାରରେ ଲେଖି ରଖ, କଂଗ୍ରେସ ଏହି ଭରୁଚରେ କଦାପି ଜିତିବ ନାହିଁ । ସେଇଟା ମୁଁ ସେତେବେଳେ କହିଥିଲି ୪ଠ ବର୍ଷ ପୂର୍ବେ । ତା’ପରେ ସମସ୍ତେ ହସିବାକୁ ଲାଗିଲେ, ମୋତେ ପରିହାସ କଲେ ଏବଂ ଆଜି ମୋତେ କହିବାକୁ ପଡ଼ିବ ଯେ ଭରୁଚର ଲୋକଙ୍କ ପ୍ରେମ ଏବଂ ଆଶୀର୍ବାଦ ଯୋଗୁ ମୁଁ ସେହି କଥାକୁ ଠିକ୍ କରିଛି । ଭରୁଚ ଏବଂ ଆଦିବାସୀ ପରିବାର ପକ୍ଷରୁ ମୁଁ ବହୁତ ଗାଁ ଭ୍ରମଣ କରୁଥିଲି । ତା’ପରେ ଅନେକ ଆଦିବାସୀ ପରିବାର ମଧ୍ୟରେ ରହୁଥିଲି । ସେମାନଙ୍କ ସୁଖ ଏବଂ ଦୁଃଖରେ କାମ କରୁଥିଲି । ପୂର୍ବରୁ ଆମର ଜଣେ ଚାନ୍ଦୁଭାଇ ଦେଶମୁଖ ଥିଲେ । ତାଙ୍କ ସହିତ କାମ କରିବା ପରେ ଆମର ମନସୁଖ ଭାଇ ସମସ୍ତ କାର୍ଯ୍ୟ ଦାୟିତ୍ୱ ଗ୍ରହଣ କଲେ । ଏତେ ସଂଖ୍ୟକ ବନ୍ଧୁ ଥିଲେ, ଏତେ ସଂଖ୍ୟକ ଲୋକଙ୍କ ସହିତ କାମ କରିଛି, ସେହି ଦିନ, ଯେତେବେଳେ ମୁଁ ଆପଣମାନଙ୍କ ମଧ୍ୟକୁ ଆସିଲି, ସେତେବେଳେ ଆପଣଙ୍କ ସାମ୍ନାକୁ ଆସିଥାନ୍ତି ତେବେ ବହୁତ ମଜା ହୋଇଥାନ୍ତା । ବହୁତ ଦୂରରେ ଥାଇ ମଧ୍ୟ ମୋର ସବୁକିଛି ମନେ ପଡ଼ିଲା । ଏବଂ ସେହି ସମୟ ମନେ ଅଛି, ପରିବା ବିକାଳିଙ୍କ ପାଇଁ ରାସ୍ତା ଏତେ ଖରାପ ଥିଲା ଯେ କେହି ଆସୁଥିଲା ସେତେବେଳେ ତାଙ୍କର ପରିବା ମଧ୍ୟ ତଳେ ପଡ଼ି ଯାଉଥିଲା । ଏଭଳି ଦଶା ଥିଲା । ଏବଂ ଯେତେବେଳେ ମୁଁ ରାସ୍ତାରେ ଯାଉଥିଲି, ଦେଖୁଥିଲି, ଗରିବଙ୍କ ଥାଳ ଓଲଟା ହୋଇ ଯାଉଥିଲା । ସେତେବେଳେ ମୁଁ ତାକୁ ସିଧା କରି ଦେଉଥିଲି । ଏଭଳି ସମୟରେ ମୁଁ ଭରୁଚରେ କାମ କରିଛି । ଏବଂ ଆଜି ଚାରିଆନେ ଭରୁଚ ନିଜେ ବିକାଶ ହୋଇପାରୁଛି । ସଡ଼କରେ ସୁଧାର ଆସିଛି, ଜୀବନ ବ୍ୟବସ୍ଥାରେ ସୁଧାର ଆସିଛି, ଶିକ୍ଷଣ-ସଂସ୍ଥା, ଆରୋଗ୍ୟ-ବ୍ୟବସ୍ଥାଗୁଡ଼ିକ ଦ୍ରୁତ ଗତିରେ ଭରୁଚ ଜିଲ୍ଲାରେ ଆଗକୁ ବଢ଼ି ଚାଲିଛି । ମୁଁ ଜାଣିଛି ପୁରା ଆଦିବାସୀ ବିସ୍ତୃତ ଅମର ଗ୍ରାମରୁ ଅମ୍ବାଜି, ପୁରା ଆଦିବାସୀ ପଟେରେ, ଗୁଜରାଟରେ ଆଦିବାସୀ ମୁଖ୍ୟମନ୍ତ୍ରୀ ରହିଛନ୍ତି । କିନ୍ତୁ ଯଦି ବିଜ୍ଞାନ ସ୍କୁଲ ନ ଥିବ, କୁହନ୍ତୁ ଯଦି କାହାକୁ ଇଞ୍ଜିନିୟର ହେବାକୁ ଥିବ, ଡାକ୍ତର ହେବାକୁ ଇଛା ଥିବ ସେ କେମିତି ହେବ? ବର୍ତ୍ତମାନ ଆମର ୟାକୁବ ଭାଇ କଥା କହୁଥିଲେ, ଝିଅକୁ ଡାକ୍ତର କରିବେ, କ’ଣ ପାଇଁ କରିବାର ସମ୍ଭାବନା ସୃଷ୍ଟି ହେଲା । କାରଣ ଅଭ୍ୟାସ ଆରମ୍ଭ ହେଲା ଭାଇ । ଏଥିପାଇଁ ଝିଅ ମଧ୍ୟ ନିଶ୍ଚିତ କଲା ଯେ ତାକୁ ଡାକ୍ତର ହେବାକୁ ପଡ଼ିବ । ଆଜି ପରିବର୍ତ୍ତନ ଆସିଛି ନା । ସେହିଭଳି ଭାବରେ ଔଦ୍ୟୋଗିକ ବିକାଶ ଏବଂ ଭରୁଚ ନିଜର ଅନେକ ମେନ ଲାଇନ, ଫ୍ରଣ୍ଟ କରିଡର ଏବଂ ବୁଲେଟ ଟ୍ରେନ୍ କୁହନ୍ତୁ, ଏକ୍ସପ୍ରେସ-ୱେ କୁହନ୍ତୁ କୌଣସି ଯିବା ଆସିବାର ସାଧନ ନ ଥିବ ଯାହା ଭରୁଚକୁ ସଂଯୋଗ କରୁ ନ ଥିବ। ଏଥିପାଇଁ ଏକ ପ୍ରକାରରେ ଭରୁଚ ଯୁବଗୋଷ୍ଠୀଙ୍କ ସ୍ୱପ୍ନକୁ ପୂରଣ କରିବାର ଜିଲ୍ଲା ହୋଇଛି । ନୂତନ ଯୁବପିଢ଼ିଙ୍କ ଆକାଂକ୍ଷାକୁ ସହର ପର୍ଯ୍ୟନ୍ତ ବିସ୍ତୃତ କରୁଛି ଏବଂ ମା’ ନର୍ମଦା ଷ୍ଟାଚୁ ଅଫ ୟୁନିଟି ପରେ ଆମର ଭରୁଚ ହେଉ କିମ୍ବା ରାଜ ପିପଲା ହେଉ ପୁରା ହିନ୍ଦୁସ୍ଥାନରେ ଏବଂ ବିଶ୍ୱରେ ଆପଣଙ୍କ ନାମ ବ୍ୟାପିଯିବ । ହେ ଭାଇ ଷ୍ଟାଚୁ ଅଫ ୟୁନିଟି ଯିବାକୁ ଅଛି, କେଉଁଠାରୁ ଯିବି? କୁହାଯାଏ ଯେ ଭରୁଚ ଠାରୁ ରାଜ ପିପଲାରୁ ଯିବାକୁ ହେବ । ବର୍ତ୍ତମାନ ଆମେ ଦ୍ୱିତୀୟ ୱିୟର ମଧ୍ୟ ନିର୍ମାଣ କରୁଛୁ । ମୋର ମନେ ଅଛି ଭରୁଚ ନର୍ମଦା କୂଳରେ ପାଣି ପିଇବା କଷ୍ଟକର ହେଉଥିଲା । ଯଦି ଆପଣ ନର୍ମଦା କୂଳରେ ଅଛନ୍ତି ଏବଂ ପାନୀୟ ଜଳର ସମସ୍ୟା ଅଛି ତେବେ ଏହାର ସମାଧାନ କ’ଣ ହେବ? ଆମେ ଏହାର ସମାଧାନ ମଧ୍ୟ ପାଇଲୁ । ତେଣୁ ସମଗ୍ର ସମୁଦ୍ର ଉପରେ ଏକ ବଡ଼ ୱିୟର ତିଆରି କଲୁ । ସମୁଦ୍ରର ଲୁଣିଆ ପାଣି ଉପରକୁ ଆସିଲା ନାହିଁ ଏବଂ ନର୍ମଦାର ଜଳ ବନ୍ଦ ହେଲା ଏବଂ ନର୍ମଦାର ଜଳ କେଭଡିଆରେ ଭରି ହୋଇ ରହିଲା । ଏବଂ କେବେ ହେଲେ ପାନୀୟ ଜଳର କୌଣସି ସମସ୍ୟା ନ ହେବ ସେଥିପାଇଁ ମଧ୍ୟ ଏହାର କାର୍ଯ୍ୟ ଚାଲିଛି । ସେଥିପାଇଁ ମୁଁ ଭୂପେନ୍ଦ୍ର ଭାଇଙ୍କୁ ଅଭିନନ୍ଦନ ଜଣାଉଛି କାରଣ ଏହି କାର୍ଯ୍ୟକୁ ସେ ଆଗକୁ ନେଉଛନ୍ତି । ଏହା ଦ୍ୱାରା କେତେ ଲାଭ ହେବ ତାହା ଆପଣ କଳ୍ପନା କରିପାରିବେ ନାହିଁ । ତେଣୁ ସାଥୀମାନେ ମୁଁ ଆପଣଙ୍କୁ ସାକ୍ଷାତ କରିବାର ଏକ ସୁଯୋଗ ପାଇଲି ସେଥିପାଇଁ ମୁଁ ବହୁତ ଖୁସି । ଆମର ପୁରାତନ ବନ୍ଧୁମାନେ ମନେ ପଡ଼ିବା ସ୍ୱାଭାବିକ ଅଟେ । ଆମର ନୀଳ ଅର୍ଥନୀତି ପାଇଁ ଚାଲିଥିବା କାର୍ଯ୍ୟରେ ଭରୁଚ ଜିଲ୍ଲା ବହୁତ କିଛି କରିପାରିବ । ସମୁଦ୍ର ଭିତରେ ଯେଉଁ ସମ୍ପଦ ରହିଛି, ଆମର ସାଗର ଖେଡ୍ଡୁ ଯୋଜନା ଅଛି ତାହାର ସୁଯୋଗ ନେଇ ଆମକୁ ଆଗକୁ ବଢ଼ିବାକୁ ପଡ଼ିବ । ଶିକ୍ଷା, ସ୍ୱାସ୍ଥ୍ୟ, ପରିବହନ ସଂଯୋଗ ହେଉ । ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଦ୍ରୁତ ଗତିରେ ଆଗକୁ ବଢ଼ିବାକୁ ପଡ଼ିବ । ଆଜି ମୁଁ ଖୁସି ଯେ ଭରୁଚ ଜିଲ୍ଲା ଏକ ବଡ଼ ପଦକ୍ଷେପ ନେଇଛି । ଆପଣ ସମସ୍ତଙ୍କୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି । ଶୁଭକାମନା ଦେଉଛି । ଜୟ ଜୟ ଗରବୀ ଗୁଜରାଟ, ବନେ୍ଦ ମାତରମ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
IRCTC disables 3cr user IDs, flags 6cr; scales up AI-based kitchen monitoring

Media Coverage

IRCTC disables 3cr user IDs, flags 6cr; scales up AI-based kitchen monitoring
NM on the go

Nm on the go

Always be the first to hear from the PM. Get the App Now!
...
Share your ideas and suggestions for 'Mann Ki Baat' now!
June 05, 2026

Prime Minister Narendra Modi will share 'Mann Ki Baat' on Sunday, June 28th. If you have innovative ideas and suggestions, here is an opportunity to directly share it with the PM. Some of the suggestions would be referred by the Prime Minister during his address.

Share your inputs in the comments section below.