India accords highest priority to its partnership with Russia: PM Modi at joint press meet with President Putin
India and Russia agree to strengthen cooperation in combating the menace of terrorism and climate change
In the coming times, India and Russia would deepen trade and investment links, enhance cooperation from sea to space: PM Modi

ମହାମହିମ

ରୁଷୀୟ ସଂଘର ରାଷ୍ଟ୍ରପତି ଏବଂ ମୋର ଘନିଷ୍ଠ ମିତ୍ର ଭ୍ଲାଦିମିର ଭ୍ଲାଦିମିରୋୱିଚ,

ଦୁଇ ଦେଶର ସମ୍ମାନନୀୟ ପ୍ରତିନିଧିନମସ୍କାର ।

ଦୋବ୍ରୀ ଦୀନ ।

19ତମ ବାର୍ଷିକ ଶିଖର ସମ୍ମିଳନୀ ଲାଗି ଭାରତରେ ରାଷ୍ଟ୍ରପତି ପୁଟିନ ଏବଂ ତାଙ୍କର ପ୍ରତିନିଧିମାନଙ୍କୁ ସ୍ୱାଗତ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।

ଆମେ ଏପରି ଏକ ଦେଶର ରାଷ୍ଟ୍ରପତି ରୂପରେ ଆପଣଙ୍କୁ ସ୍ୱାଗତ କରୁଛ, ଯାହା ସହିତ ଆମର ଅଦ୍ୱିତୀୟ ସମ୍ପର୍କ ରହିଛି । ଏହି ସମ୍ପର୍କ ଲାଗି ଆପଣ ଅମୂଲ୍ୟ ବ୍ୟକ୍ତିଗତ ଯୋଗଦାନ ଦେଇଛନ୍ତି ।

ରାଷ୍ଟ୍ରପତି ପୁଟିନଙ୍କ ଦ୍ୱାରା ସୋଚିରେ ଆୟୋଜିତ ଅନୌପଚାରିକ ଶିଖର ସମ୍ମିଳନୀର ସ୍ମୃତି ମୋ ମନରେ ତାଜା ରହିଛି । ସେହି ବିଶେଷ ସାକ୍ଷାତରୁ ଆମ ଦୁହିଁଙ୍କୁ ଖୋଲାଖୋଲି ଭାବେ ଗଭୀର ଚର୍ଚ୍ଚା କରିବାର ସୁଯୋଗ ମିଳିଥିଲା ।

ରାଷ୍ଟ୍ରପତି ମହାଶୟ,

ରୁଷ ସହିତ ନିଜ ସମ୍ପର୍କକୁ ଭାରତ ସର୍ବୋଚ୍ଚ ପ୍ରାଥମିକତା ଦେଉଛି । ଦ୍ରୁତ ଗତିରେ ବଦଳୁଥିବା ଏହି ବିଶ୍ୱରେ ଆମ ସମ୍ପର୍କ ଆହୁରି ଅଧିକ ପ୍ରାସଙ୍ଗିକ ହୋଇସାରିଛି ।

19ତମ ଶିଖର ସମ୍ମିଳନୀର ନିରନ୍ତର ଶୃଙ୍ଖଳା ଦ୍ୱାରା ଆମର ସ୍ୱତନ୍ତ୍ର ଏବଂ ସୁବିଧାଜନକ ରଣନୈତିକ ଭାଗୀଦାରକୁ ଲଗାତାର ନୂତନ ସମ୍ପର୍କ ଏବଂ ଦିଗ ମିଳିଛି । ଏବଂ ବିଶ୍ୱ ବ୍ୟାପାରରେ ଆମର ସହଯୋଗକୁ ନୂଆ ଅର୍ଥ ଏବଂ ଲକ୍ଷ୍ୟ ମଧ୍ୟ ମିଳିଛି ।

ଆମର ସହଯୋଗକୁ ଆପଣଙ୍କ ଗସ୍ତରୁ ରଣନୈତିକ ଦିଗ ପ୍ରାପ୍ତ ହୋଇଛି । ଆଜି ଆମେ ଏପରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛୁ, ଯାହା ଦୀର୍ଘକାଳୀନ ଦୃଷ୍ଟିରୁ ଆମ ସମ୍ପର୍କକୁ ଆହୁରି ଅଧିକ ଶକ୍ତିଶାଳୀ କରିବ ।

ମାନବ ସମ୍ବଳ ବିକାଶଠାରୁ ଆରମ୍ଭ କରି ପ୍ରାକୃତିକ ଏବଂ ଶକ୍ତି ସମ୍ବଳ ପର୍ଯ୍ୟନ୍ତ, ବାଣିଜ୍ୟଠାରୁ ଆରମ୍ଭ କରି ନିବେଶ ପର୍ଯ୍ୟନ୍ତ, ନାଭିକୀୟ/ପରମାଣୁ ଶକ୍ତିର ଶାନ୍ତିପୂର୍ଣ୍ଣ ଉପଯୋଗଠାରୁ ଆରମ୍ଭ କରି ସୌର ଶକ୍ତି ପର୍ଯ୍ୟନ୍ତ, ପ୍ରଯୁକ୍ତିଠାରୁ ଆରମ୍ଭ କରି ବ୍ୟାଘ୍ର ସଂରକ୍ଷଣ ପର୍ଯ୍ୟନ୍ତ, ଆର୍କଟିକଠାରୁ ଆରମ୍ଭ କରି ଦୂର ପ୍ରାଚ୍ୟ ପର୍ଯ୍ୟନ୍ତ ଏବଂ ସାଗରଠାରୁ ଆରମ୍ଭ କରି ମହକାଶ ପର୍ଯ୍ୟନ୍ତ ଭାରତ ଏବଂ ରୁଷର ସମ୍ପର୍କକୁ ଆହୁରି ମଧ୍ୟ ବିଶାଳ ସମ୍ପ୍ରସାରଣ ହେବ । ଏହି ସମ୍ପ୍ରସାରଣ ଆମ ସହଯୋଗକୁ ଅତୀତର କିଛି ବଛାବଛା ପରିଧିଠାରୁ ଆରପାରିକୁ ନେଇଯିବ ।

ଏଥିସହିତ, ଆମ ସମ୍ପର୍କର ଗୁରୁତ୍ୱପୂର୍ଣ୍ଣ ଆଧାର ସ୍ତମ୍ଭ ଆହୁରି ସୁଦୃଢ଼ ହେବ ।

ଭାରତର ବିକାଶ ଯାତ୍ରାରେ ରୁଷ ସର୍ବଦା ଆମ ସହିତ ରହିଛି । ଆମର ମହାକାଶରେ ପ୍ରଥମ ଲକ୍ଷ୍ୟ ଭାରତର ଗଗନଯାନରେ ଭାରତୀୟ ମହାକାଶଯାତ୍ରୀଙ୍କୁ ପଠାଇବା । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଆପଣ ଏହି ଅଭିଯାନରେ ରୁଷ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ଲାଗି ଆଶ୍ୱାସନା ଦେଇଛନ୍ତି ।

ଯୁବପିଢ଼ିଠାରେ ଆମ ଦେଶର ଭବିଷ୍ୟତକୁ ପରିବର୍ତ୍ତନ କରିବାର କ୍ଷମତା ରହିଛି । ମୁଁ ଏହାକୁ ନେଇ ଆନନ୍ଦିତ ଯେ ଭାରତ ଏବଂ ରୁଷର ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀମାନେ ସମ୍ମିଳିତ ଭାବେ ନିଜ ନିଜର ଅଭିନବ ଜ୍ଞାନର ପ୍ରଦର୍ଶନ ଆଜି ଅପରାହ୍ନ ପରେ କରିବେ । ଏହି ଉପାୟ ସେମାନେ ମିଳିମିଶି ବିକଶିତ କରିଛନ୍ତି ।

ଆମେ ଭାରତର ଫ୍ଲାଗସିପ କାର୍ଯ୍ୟକ୍ରମରେ ଏବଂ ବ୍ୟବସାୟର ବ୍ୟାପକ ସୁଯୋଗରେ ରୁଷର ଭାଗିଦାରୀକୁ ସ୍ୱାଗତ କରୁଛୁ । ମୁଁ ଏହାକୁ ନେଇ ଆନନ୍ଦିତ ଯେ ଏବେଠାରୁ କିଛି ସମୟ ପରେ ଆମେ ଭାରତ-ରୁଷ ବ୍ୟବସାୟ ଶିଖର ସମ୍ମିଳନୀରେ ଭାଗ ନେବୁ । ଏଥିରେ ଦୁଇ ଦେଶରୁ ପାଖାପାଖି 200 ପ୍ରମୁଖ ଆର୍ଥିକ ଉଦ୍ୟୋଗୀ ଭାଗ ନେଉଛନ୍ତି ।

ଭାରତ ଏବଂ ରୁଷ ପାରସ୍ପରିକ ସ୍ୱାର୍ଥର ସମସ୍ତ ଅନ୍ତର୍ଜାତୀୟ ବ୍ୟାପାରରେ ଘନିଷ୍ଠତାର ସହଯୋଗ କରିଆସୁଛୁ । ରାଷ୍ଟ୍ରପତି ପୁଟିନ ଏବଂ ମୁଁ ଏହା ଉପରେ ବିସ୍ତାରପୂର୍ବକ ଆଲୋଚନା କରିଛୁ ।

ଭାରତ ଏବଂ ରୁଷ ଦ୍ରୁତ ଗତିରେ ବଦଳୁଥିବା ବିଶ୍ୱରେ ବହୁଧ୍ରୁବୀୟତା ଏବଂ ବହୁପକ୍ଷତାକୁ ସୁଦୃଢ଼ କରିବା ଲାଗି ଏକମତ । ଆତଙ୍କବାଦ ବିରୋଧରେ ସଂଘର୍ଷ, ଆଫଗାନିସ୍ତାନ ଏବଂ ଭାରତ ପ୍ରଶାନ୍ତ ମହାସାଗରର ଘଟଣାକ୍ରମ, ଜଳବାୟୁ ପରିବର୍ତ୍ତନ, ଏସସିଓ, ବ୍ରିକ୍ସ ଭଳି କ୍ଷେତ୍ରୀୟ ସଂଗଠନ ଓ ଜି-20 ଏବଂ ଆସିଆନ ଭଳି ବହୁପକ୍ଷୀୟ ସଂଗଠନରେ ସହଯୋଗ କରିବାରେ ଆମ ଦୁଇ ଦେଶର ସହଭାଗୀ ସ୍ୱାର୍ଥ ଅଟେ । ଆମେ ଅନ୍ତର୍ଜାତୀୟ ସଂସ୍ଥାନଗୁଡ଼ିକ ମଧ୍ୟରେ ନିଜର ଲାଭପ୍ରଦ ସହଯୋଗ ଏବଂ ସମନ୍ୱୟକୁ ଜାରି ରଖିବା ଲାଗି ସହମତ ହୋଇଛୁ ।

ମୁଁ ରାଷ୍ଟ୍ରପତି ପୁଟିନଙ୍କ ଦ୍ୱାରା ସୁଦୂର ପ୍ରାଚ୍ୟର ବିକାଶ ଲାଗି ନିଆଯାଇଥିବା ପଦକ୍ଷେପ ଦ୍ୱାରା ଅତ୍ୟନ୍ତ ପ୍ରଭାବିତ ହୋଇଛି । ଭାରତ ଏହି କ୍ଷେତ୍ରରେ ସହଯୋଗ ଲାଗି ତତ୍ପର ଅଟେ ।

ଆଜି ନିଆଯାଇଥିବା ନିଷ୍ପତ୍ତିରୁ ଆମର ସହଯୋଗରେ ଆହୁରି ବୃଦ୍ଧି ହେବ ଏବଂ ଆହ୍ୱାନପୂର୍ଣ୍ଣ ବିଶ୍ୱରେ ଶାନ୍ତି ଏବଂ ସ୍ଥିରତା ପ୍ରତିଷ୍ଠାରେ ଯୋଗଦାନ ମିଳିବ ।

ଭାଇ ଓ ଭଉଣୀମାନେ,

ଭାରତ ଏବଂ ରୁଷର ସମ୍ପର୍କରେ ଶକ୍ତିର ସ୍ରୋତ ହେଉଛି ଦୁଇ ଦେଶର ସାଧାରଣ ଜନତାଙ୍କ ମଧ୍ୟରେ ପରସ୍ପର ପ୍ରତି ସଦ୍ଭାବ ଏବଂ ମୈତ୍ରୀ । ଆମେ ଆଜି ଏପରି କେତେକ ପ୍ରୟାସ ଉପରେ ବିଚାର କରିଛୁ ଯାହାଦ୍ୱାରା ନାଗରିକଙ୍କଠାରୁ ନାଗରିକଙ୍କ ସମ୍ପର୍କ ଆହୁରି ସୁଦୃଢ଼ ହେବ ଏବଂ ଦୁଇ ଦେଶର ଲୋକମାନଙ୍କର, ବିଶେଷ କରି ଯୁବଗୋଷ୍ଠୀର ପରସ୍ପରପ୍ରତି ସୂଚନା ଏବଂ ଆପୋସ ବୁଝାମଣା ଆହୁରି ବଢ଼ିବ । ଏହାଦ୍ୱାରା ଭାରତ-ରୁଷ ସମ୍ପର୍କର ଭବିଷ୍ୟତର ଏକ ନୂଆ ମୂଳଦୁଆ ନିର୍ମିତ ହେବ ।

ବନ୍ଧୁଗଣ,

ମୁଁ ବିଶ୍ୱାସ ପୂର୍ବକ କହିପାରିବି ଯେ ଭାରତ-ରୁଷ ମୈତ୍ରୀ ଅଭିନବ ଅଟେ । ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଯେ ଏହି ବିଶିଷ୍ଟ ସମ୍ପର୍କ ଲାଗି ରାଷ୍ଟ୍ରପତି ପୁଟିନଙ୍କ ପ୍ରତିବଦ୍ଧତାରୁ ଏହି ସମ୍ପର୍କକୁ ଆହୁରି ଅଧିକ ଶକ୍ତି ମିଳିବ । ଏବଂ ଆମ ଭିତରେ ପ୍ରଗାଢ଼ ବିଶ୍ୱାସ ଏବଂ ମୈତ୍ରୀ ଆହୁରି ସୁଦୃଢ଼ ହେବ ଏବଂ ଆମର ସ୍ୱତନ୍ତ୍ର ଏବଂ ସୁବିଧାଜନକ ରଣନୈତିକ ଭାଗିଦାରୀକୁ ନୂତନ ଉଚ୍ଚତା ପ୍ରାପ୍ତ ହେବ ।

ଧନ୍ୟବାଦ ।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Jumbo Indian contingent comprising 768 athletes, support staff and officials for Asian Games

Media Coverage

Jumbo Indian contingent comprising 768 athletes, support staff and officials for Asian Games
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 4, 2026
September 04, 2026

Make in India, Power India, Play for India: Multi-Sector Momentum Under PM Modi’s Leadership