ମହାମହିମ, ରାଷ୍ଟ୍ରପତି ରାମାଫୋସା

ଦକ୍ଷିଣ ଆଫ୍ରିକାରୁ ଏଠାକୁ ଆସିଥିବା ସମସ୍ତ ବିଶିଷ୍ଟ ଅତିଥିଗଣ,

ବନ୍ଧୁଗଣ,

ଆମ ପାଇଁ ଅତ୍ୟନ୍ତ ଆନନ୍ଦର ବିଷୟ ଯେ ଭାରତର ଅଭିନ୍ନ ବନ୍ଦୁ, ରାଷ୍ଟ୍ରପତି ରାମାଫୋସା ଆଜି ଆମ ଗହଣରେ ଉପସ୍ଥିତ ରହିଛନ୍ତି  । ତାଙ୍କ ପାଇଁ ଭାରତ ନୂଆ ନୁହେଁ, କିନ୍ତୁ ରାଷ୍ଟ୍ରପତି ଭାବେ ଏହା ତାଙ୍କର ପ୍ରଥମ ଭାରତ ଗସ୍ତ  । ଆହୁରି ତାଙ୍କର ଏହି ଭାରତ ଗସ୍ତ ଆମ ସମ୍ପର୍କର ଏକ ସ୍ୱତନ୍ତ୍ର ପର୍ଯ୍ୟାୟରେ ହେଉଛି । ଚଳିତ ବର୍ଷ ମହାତ୍ମା ଗାନ୍ଧୀଜୀଙ୍କର 150ତମ ଜନ୍ମବାର୍ଷିକୀ ପାଳିତ ହେଉଛି । ଗତବର୍ଷ ନେଲସନ ମାଣ୍ଡେଲାଙ୍କ ଜନ୍ମଶତବାର୍ଷିକୀ ବର୍ଷ ଥିଲା । ଏବଂ ଗତ ବର୍ଷ ଆମ ରାଜନୈତିକ ସମ୍ପର୍କର ରୌପ୍ୟ ଜୟନ୍ତୀ ମଧ୍ୟ ଥିଲା । ମୁଁ ଅତ୍ୟନ୍ତ ଆନନ୍ଦିତ ଯେ ଏହି ବିଶେଷ ମୁହୂର୍ତ୍ତରେ ରାଷ୍ଟ୍ରପତି ରାମାଫୋସା ଭାରତ ଆସିଛନ୍ତି । ଏବଂ ତାଙ୍କର ଏହି ଭାରତ ଗସ୍ତ ଆମ ପାଇଁ ଆହୁରି ଅଧିକ ଗୁରୁତ୍ୱ ରଖୁଛି, କାରଣ ଆସନ୍ତାକାଲି ସେ ଭାରତୀୟ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ  । ଏହି ସମ୍ମାନ ଏବଂ ଗୌରବ ସେ ଆମକୁ ଦେଇଥିବାରୁ, ସେଥିପାଇଁ ସମସ୍ତ ଭାରତ ତାଙ୍କ ନିକଟରେ କୃତଜ୍ଞ ।

ବନ୍ଧୁଗଣ,

2016ରେ ଯେତେବେଳେ ମୁଁ ଦକ୍ଷିଣ ଆଫ୍ରିକା ଯାଇଥିଲି, ସେ ସମୟରେ ମୋର ରାଷ୍ଟ୍ରପତି ରାମାଫୋସାଙ୍କ ସହିତ ପ୍ରଥମ ସାକ୍ଷାତ ହୋଇଥିଲା । ସେତେବେଳେ ସେ ଉପରାଷ୍ଟ୍ରପତି ଥିଲେ । ଏବଂ ଆମର ସେହି ପ୍ରଥମ ସାକ୍ଷାତରେ ହିଁ, ମୁଁ ଭାରତ ପ୍ରତି ତାଙ୍କର ଉତ୍ସାହ ଏବଂ ସ୍ନେହକୁ ଅନୁଭବ କରିପାରିଥିଲି । ଗତ ବର୍ଷ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀ ସମୟରେ ମୁଁ ତାଙ୍କର ଚମକ୍ରାର ଅତିଥି ସକ୍ରାରକୁ ଅନୁଭବ କରିଥିଲି । ତେବେ ଦିଲ୍ଲୀରେ ଶୀତଋତୁ ଚାଲିଛି, କିନ୍ତୁ ମୋର ବିଶ୍ୱାସ ଯେ ଏହି ଗସ୍ତରେ ରାଷ୍ଟ୍ରପତି ରାମାଫୋସା ମଧ୍ୟ ଭାରତର ଉଦାରପୂର୍ଣ୍ଣ ସ୍ୱାଗତକୁ ଅନୁଭବ କରିବେ । ମୁଁ ରାଷ୍ଟ୍ରପତି ରାମାଫୋସା, ଏବଂ ତାଙ୍କ ପ୍ରତିନିଧିମାନଙ୍କୁ, ଭାରତରେ ହାର୍ଦ୍ଦିକ ସ୍ୱାଗତ କରୁଛି ।

ବନ୍ଧୁଗଣ,

ଆଜି ରାଷ୍ଟ୍ରପତି ମହୋଦୟଙ୍କ ସହିତ ବାର୍ତ୍ତାଳାପରେ ଆମେ ନିଜ ସମ୍ପର୍କର ସବୁ ଦିନର ସମୀକ୍ଷା କଲୁ । ଆମ ଭିତରେ ବାଣିଜ୍ୟ ଏବଂ ନିବେଶର ସମ୍ପର୍କ ଆହୁରି ଅଧିକ ପ୍ରଗାଢ଼ ହେଉଛି । ଆମର ଦ୍ୱିପାକ୍ଷିକ ବାଣିଜ୍ୟ 10 ବିଲିୟନ ଡଲାରରୁ ମଧ୍ୟ ଅଧିକ । ଚଳିତ ବର୍ଷ ଭାଏବ୍ରାଣ୍ଟ ଗୁଜରାଟରେ ଦକ୍ଷିଣ ଆଫ୍ରିକା ସହଯୋଗୀ ଦେଶ ଭାବେ ଭାଗ ନେଇଛି । ଆହୁରି ଦକ୍ଷିଣ ଆଫ୍ରିକାରେ ନିବେଶକୁ ବଢ଼ାଇବା ଲାଗି ରାଷ୍ଟ୍ରପତି ରାମାଫୋସାଙ୍କ ପ୍ରୟାସରେ ଭାରତୀୟ କମ୍ପାନୀ ଆଗଭର ହୋଇ ଭାଗ ନେଉଛନ୍ତି । ଦକ୍ଷିଣ ଆଫ୍ରିକାର ଦକ୍ଷତା ବିକାଶ ପ୍ରୟାସରେ ମଧ୍ୟ ଆମେ ଭାଗୀଦାର । ପ୍ରିଟୋରିଆରେ ଖୁବଶୀଘ୍ର ଗାନ୍ଧୀ-ମାଣ୍ଡେଲା ସ୍କିଲ୍ସ ଇନଷ୍ଟିଟ୍ୟୁଟ ପ୍ରତିଷ୍ଠା ହେବାକୁ ଯାଉଛି । ଆହୁରି ଆମେ ଦୁହେଁ ଏହି ସମ୍ପର୍କକୁ ଏକ ନୂଆସ୍ତରକୁ ନେଇଯିବା ଲାଗି ପ୍ରତିବଦ୍ଧ । ସେଥିଲାଗି, ଆଜି କିଛି ସମୟ ପରେ ଆମେ ଦୁହେଁ ଦେଶର ପ୍ରମୁଖ ବ୍ୟବସାୟୀ ନେତୃବର୍ଗଙ୍କ ସହିତ ସାକ୍ଷାତ କରିବୁ ।

ବନ୍ଧୁଗଣ,

ବିଶ୍ୱର ମାନଚିତ୍ରକୁ ଦେଖିଲେ ଏହା ସ୍ପଷ୍ଟ ଯେ ଭାରତ ଏବଂ ଦକ୍ଷିଣ ଆଫ୍ରିକା, ଉଭୟ ଭାରତ ମହାସାଗରରେ ଅତି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ରହିଛନ୍ତି । ଆମେ ଦୁହେଁ ବିବିଧତାରେ ପରିପୂର୍ଣ୍ଣ ଗଣତାନ୍ତ୍ରିତ ଦେଶ । ମହାତ୍ମା ଗାନ୍ଦୀ ଏବଂ ନେଲସନ ମଣ୍ଡେଲାଙ୍କ ପରମ୍ପରାର ଉତ୍ତରାଧିକାରୀ । ତେଣୁ ସେଥିପାଇଁ, ଆମ ଉଭୟଙ୍କ ବ୍ୟାପକ ବୈଶ୍ୱିକ ଦୃଷ୍ଟିକୋଣ ପରସ୍ପର ସହ ବେଶ ମେଳ ଖାଉଛି । ବ୍ରିକ୍ସ, ଜି-20, ଭାରତ ମହାସାଗର ରିମ ଆସୋସିଏସନ, ଇବ୍ସା ଭଳି ଅନେକ ମଂଚରେ ଆମର ଆପୋସ ସହଯୋଗ ଏବଂ ସମନ୍ୱୟ ଅତି ସୁଦୃଢ଼ । ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସଂସ୍କାର ଉପରେ ମଧ୍ୟ ଆମେ ସାଥୀ ହୋଇ କାର୍ଯ୍ୟ କରିଆସୁଛୁ ।

ରାଷ୍ଟ୍ରପତି ମହୋଦୟଙ୍କ ଏହି ଭାରତ ଗସ୍ତ କାର୍ଯ୍ୟକ୍ରମର ଏକ ବିଶେଷ ଅଙ୍ଗ ଆଜି ଆୟୋଜିତ ହେଉଥିବା ପ୍ରଥମ“ଗାନ୍ଧୀ-ମଣ୍ଡେଲା ସ୍ୱାଧୀନତା ବକ୍ତୃତା” ହେବ । କେବଳ ମୁଁ ନୁହେଁ, ସାରା ଭାରତ, ଓ ସମଗ୍ର ଦକ୍ଷିଣ ଆଫ୍ରିକା,ରାଷ୍ଟ୍ରପତି ମହୋଦୟଙ୍କ ବିଚାର ଶୁଣିବା ଲାଗି ଉତ୍ସୁକ ହୋଇ ରହିଛୁ ।

ବନ୍ଧୁଗଣ,

ଆସନ୍ତାକାଲି ଗଣତନ୍ତ୍ର ଦିବସରରେ ରାଷ୍ଟ୍ରପତି ରାମାଫୋସାଙ୍କ ଉପସ୍ଥିତି ଏବଂ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ,ଆମ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବା ଦିଗରେ ଆମର ସହଭାଗୀ ପ୍ରତିବଦ୍ଧତାର ପ୍ରତୀକ । ମୁଁ ପୁଣିଥରେ ରାଷ୍ଟ୍ରପତିଙ୍କୁ ହାର୍ଦ୍ଦିକ ସ୍ୱାଗତ କରୁଛି  ।

ଧନ୍ୟବାଦ!

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's forex reserves hit all-time high of $729.33 billion after $12.42 billion jump

Media Coverage

India's forex reserves hit all-time high of $729.33 billion after $12.42 billion jump
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 28, 2026
August 28, 2026

India’s Growth Story, Grounded: Inclusion, Exports, and Infrastructure Under One Vision of PM Modi