India has provided medicines to more than 150 countries during this time of Covid: PM Modi
India has remained firm in its commitment to work under the SCO as per the principles laid down in the SCO Charter: PM Modi
It is unfortunate that repeated attempts are being made to unnecessarily bring bilateral issues into the SCO agenda, which violate the SCO Charter and Shanghai Spirit: PM

ଏସସିଓ ପରିଷଦର ରାଷ୍ଟ୍ରମୁଖ୍ୟମାନଙ୍କ ବିଂଶତମ ଶିଖର ସମ୍ମିଳନୀ ନଭେମ୍ବର 10, 2020ରେ (ଭିଡିଓ କନଫରେନ୍ସ ଜରିଆରେ) ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଅଧ୍ୟକ୍ଷତା କରିଥିଲେ । ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିଦଳ ଏଥିରେ ଅଂଶଗ୍ରହଣ କରିଥିଲା । ଅନ୍ୟ ଏସସିଓ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କର ରାଷ୍ଟ୍ରପତିଙ୍କ ମାଧ୍ୟମରେ ପ୍ରତିନିଧିତ୍ୱ କରିଥିବା ବେଳେ ଭାରତ ଓ ପାକିସ୍ତାନ ସେମାନଙ୍କର ପ୍ରଧାନମନ୍ତ୍ରୀଙ୍କ ମାଧ୍ୟମରେ ପ୍ରତିନିଧିତ୍ୱ କରିଥିଲେ । ଏଥିରେ ଏସସିଓ ସଚିବାଳୟର ମହାସଚିବ, ଏସସିଓ ଆନ୍ତଃ–ଆତଙ୍କବାଦୀ ଢାଞ୍ଚାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ, ଏସସିଓର ଚାରି ପର୍ଯ୍ୟବେକ୍ଷକ ଦେଶ (ଆଫଗାନିସ୍ତାନ, ବେଲାରୁସ, ଇରାନ, ମଙ୍ଗୋଲିଆ)ର ରାଷ୍ଟ୍ରପତି ବୈଠକରେ ଯୋଗ ଦେଇଥିଲେ ।

ଭର୍ଚୁଆଲ ମାଧ୍ୟମରେ ଏହା ପ୍ରଥମ ଏସସିଓ ଶିଖର ସମ୍ମିଳନୀ ଏବଂ 2017ରେ ଭାରତ ଏହି ରାଷ୍ଟ୍ରଗୋଷ୍ଠୀର ପୂର୍ଣ୍ଣକାଳିନ ସଦସ୍ୟ ହେବା ପରେ ଏହା ତୃତୀୟ ସମ୍ମିଳନୀ । ଏସସିଓ ନେତାମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଭିଡ–19 ମହାମାରୀ କାରଣରୁ ଦେଖାଦେଇଥିବା ଆହ୍ୱାନ ଏବଂ ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଏହି ବୈଠକ ଆୟୋଜନ କରିବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କୁ ଅଭିନନ୍ଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ନିଜର ଉଦବୋଧନରେ କୋଭିଡ–19 ମହାମାରୀ ପରେ ବିଶ୍ୱରେ ସାମାଜିକ ଓ ଆର୍ଥିକ ବିଷମତାର ମୁକାବିଲା କରିବା ଲାଗି ତ୍ୱରିତ ପ୍ରଭାବ ସ୍ୱରୂପ ବହୁପକ୍ଷୀୟ ସୁଧାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଭାରତ, ମିଳିତ ଜାତିସଂଘର ଅସ୍ଥାୟୀ ସଦସ୍ୟ ଭାବେ ଜାନୁଆରୀ ପହିଲା, 2021 ଠାରୁ ବୈଶ୍ୱିକ ପ୍ରଶାସନିକ ବ୍ୟବସ୍ଥାରେ ଆବଶ୍ୟକ ପରିବର୍ତ୍ତନ ନିମନ୍ତେ ‘ବହୁପକ୍ଷୀୟ ସୁଧାର’ ବିଷୟବସ୍ତୁ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ କ୍ଷେତ୍ରୀୟ ଶାନ୍ତି, ସୁରକ୍ଷା ଏବଂ ସମୃଦ୍ଧି ପ୍ରତି ଭାରତର ଦୃଢ଼ତାକୁ ପୁନଃ ଦୋହରାଇଥିଲେ ଏବଂ ଆତଙ୍କବାଦ, ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟର ଅବୈଧ କାରବାର ତଥା ବେଆଇନ ଅର୍ଥ କାରବାର ଭଳି ଆହ୍ୱାନ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ ଭାରତର ସାହସୀ ସୈନିକ ମିଳିତ ଜାତିସଂଘର ପାଖାପାଖି 50ଟି ଶାନ୍ତି ମିଶନରେ ସାମିଲ ହୋଇସାରିଛନ୍ତି ଏବଂ ଭାରତର ଔଷଧ ଉଦ୍ୟୋଗ କୋଭିଡ–19 ସମୟରେ 150ରୁ ଅଧିକ ଦେଶକୁ ଆବଶ୍ୟକ ଔଷଧ ଯୋଗାଇ ଦେଉଛନ୍ତି ।

ପ୍ରଧାନମନ୍ତ୍ରୀ ଏସସିଓ ସଦସ୍ୟ ଦେଶ ଥିବା କ୍ଷେତ୍ରରେ ଭାରତର ମଜବୁତ ସାଂସ୍କୃତିକ ଓ ଐତିହାସିକ ସମ୍ପର୍କ ଉପରେ ରେଖାଙ୍କିତ କରିଥିଲେ ଏବଂ ଅନ୍ତର୍ଜାତୀୟ ଉତ୍ତର ଦକ୍ଷିଣ ପରିବହନ କରିଡର, ଚାବହାର ବନ୍ଦର ଏବଂ ଅଶଗାବାତ ବୁଝାମଣା ଭଳି କ୍ଷେତ୍ରରେ ଉନ୍ନତ ଯୋଗାଯୋଗ ସ୍ଥାପନ କରିବା ପ୍ରତି ଭାରତର ଦୃଢ଼ ପ୍ରତିବଦ୍ଧତାକୁ ଦୋହରାଇଥିଲେ । ସେ ସଦସ୍ୟ ଦେଶଗୁଡ଼ିକୁ ଆଶ୍ୱାସନା ଦେଇଥିଲେ ଯେ 2021ରେ ଆୟୋଜିତ ହେବାକୁ ଥିବା ଏସିଓର ବିଂଶତମ ବର୍ଷ ପୂର୍ତ୍ତି ପ୍ରତି ଭାରତର ସମ୍ପୂର୍ଣ୍ଣ ସହଯୋଗ ରହିବ, ଯାହାର ବିଷୟବସ୍ତୁ ହେବ “ଏସସିଓ ଇୟର ଅଫ କଲଚର” । ଏଥିସହିତ ସେ ଏସସିଓକୁ ନେଇ ଭାରତରେ କରାଯାଇଥିବା ପ୍ରୟାସ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ । ଏଥିରେ ଭାରତର ଜାତୀୟ ସଂଗ୍ରହାଳୟ ପକ୍ଷରୁ ସହଭାଗୀ ବୌଦ୍ଧ ଐତିହ୍ୟ ଉପରେ ପ୍ରଥମ ପ୍ରଦର୍ଶନୀର ଆୟୋଜନ, ଆସନ୍ତାବର୍ଷ ଭାରତରେ ଏସସିଓ ଫୁଡ ଫେଷ୍ଟିଭାଷର ଆୟୋଜନ ଏବଂ ସାହିତ୍ୟିକ ପ୍ରୟାସ କ୍ରମରେ 10ଟି ସାହିତ୍ୟ କୃତିର ଚୀନ ଓ ରୁଷ ଭାଷାରେ ଅନୁବାଦ ଆଦି ସାମିଲ ରହିଛି ।

ପ୍ରଧାନମନ୍ତ୍ରୀ ଏସସିଓ ପରିଷର ପରବର୍ତ୍ତୀ ନିୟମିତ ବୈଠକ, ଯାହାକି 30 ନଭେମ୍ବର, 2020ରେ ଭର୍ଚୁଆଲ ସ୍ୱରୂପରେ ଆୟୋଜିତ ହେବ, ତାହାର ଆୟୋଜନ ନିମନ୍ତେ ଭାରତର ପ୍ରସ୍ତୁତି ଏବଂ ତତ୍ପରତାକୁ ବ୍ୟକ୍ତ କରିଥିଲେ । ଭାରତ ସଦସ୍ୟ ରାଷ୍ଟ୍ରଗୁଡ଼ିକ ସମ୍ମୁଖରେ ନବୋନ୍ମେଷ ଏବଂ ଉଦ୍ୟୋଗ ଲାଗି “ବୈଶ୍ୱିକ କାର୍ଯ୍ୟ ଗୋଷ୍ଠୀ” ଗଠନ ଏବଂ ପାରମ୍ପରିକ ଔଷଧ ଉପରେ ଏକ ଉପସମୂହ ଗଠନ ବିଷୟରେ ମଧ୍ୟ ପ୍ରସ୍ତାବ ଦେଇଥିଲା । ମହାମାରୀ ପରବର୍ତ୍ତୀ ବିଶ୍ୱରେ ଭାରତର ବିଚାର “ଆତ୍ମନିର୍ଭର ଭାରତ” ବିଷୟରେ ମଧ୍ୟ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ଏହା ବୈଶ୍ୱିକ ଅର୍ଥବ୍ୟବସ୍ଥା ଏବଂ ଏସସିଓ ଦେଶର ଅର୍ଥବ୍ୟବସ୍ଥାକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇ ପାରିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ତାଜିକିସ୍ତାନ ଗଣରାଜ୍ୟର ରାଷ୍ଟ୍ରପତି ଇମୋମାଲି ରହମାନଙ୍କୁ ଆସନ୍ତାବର୍ଷର ଏସସିଓ ଅଧ୍ୟକ୍ଷତା ପାଇଁ ଅଭିନନ୍ଦନ ଜଣାଇଥିଲେ ଏବଂ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ସହଯୋଗ ନିମନ୍ତେ ଆଶ୍ୱାସନା ଦେଇଥିଲେ ।

Click here to read PM's speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Small towns emerge big growth driver for connected TV in India

Media Coverage

Small towns emerge big growth driver for connected TV in India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates H.E. President Hakainde Hichilema on re-election as President of Zambia
August 20, 2026

The Prime Minister, Shri Narendra Modi, has extended his heartiest congratulations to President H.E. Hakainde Hichilema on his re-election as the President of Zambia.

The Prime Minister said that India greatly values its multifaceted partnership with Zambia.

Shri Modi expressed his desire to work together with President Hakainde Hichilema to further strengthen the relations between India and Zambia under his leadership.

The Prime Minister said in a X post;

“Heartiest Congratulations to President Hakainde Hichilema on being re-elected as the President of Zambia.

India greatly values its multifaceted partnership with Zambia and I look forward to working together to further strengthen our relations under his leadership.

@HHichilema”