ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଉତ୍ତର ରଖିଛନ୍ତି । ଆଲୋଚନାରେ ଅଂଶଗ୍ରହଣ କରିବା ସହ ନିଜ ନିଜ ବକ୍ତବ୍ୟ ରଖିବା ନେଇ ସେ ରାଜ୍ୟସଭା ସଦସ୍ୟମାନଙ୍କୁ ଧନ୍ୟବାଦ ମଧ୍ୟ ଅର୍ପଣ କରିଛନ୍ତି । ବିଶ୍ୱ ସମ୍ମୁଖୀନ ହେଉଥିବା କଠିନ ସମସ୍ୟା ରାଷ୍ଟ୍ରପତିଙ୍କ ଅଭିଭାଷଣ ଯୋଗୁଁ ଆଶ୍ୱସ୍ତ ହୋଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ କହିଛନ୍ତି ଯେ ଆଜି ଭାରତ ସୁଯୋଗର ଏକ ଭୂମି ପାଲଟିଛି ଓ ସାରା ବିଶ୍ୱର ଆଖି ଭାରତ ଉପରେ ରହିଛି । ଭାରତଠାରୁ ଅନେକ ଆଶା କରାଯାଉଥିଲା ଓ ଭରସା ଥିଲା ଯେ ଭାରତ ବିଶ୍ୱର ଉନ୍ନତି ପାଇଁ ନିଶ୍ଚୟ କିଛି କରିବ । ଭାରତ ସ୍ୱାଧୀନତାର 75ବର୍ଷ ପୂର୍ତ୍ତିପାଳନ କରିବାକୁ ଯାଉଛି ଓ ଆମେ ଏହି ଆଶା ଭରସାକୁ ସାକାର କଲେ 2047ରେ ଯେତେବେଳେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ ତାହା ପ୍ରତିପାଦିତ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀର ମୁକାବିଲା କୌଣସି ଦଳ ବା ବ୍ୟକ୍ତିର ସଫଳତା ନୁହେଁ ଏହା ସମଗ୍ର ଦେଶର ସଫଳତା ଓ ପୁରାଦେଶ ଏହାକୁ ଉତ୍ସବ ମନେକରି ପାଳନ କରିବା ଉଚିତ । ଯେତେବେଳେ ବସନ୍ତ ଓ ପୋଲିଓର ଭୟ ଥିଲା ଦେଶ ତାହାର ମୁକାବିଲା କରିଛି । କେହି ଜାଣି ନଥିଲେ ଭାରତ କେବେ ଟୀକା ଉଦ୍‌ଭାବନ କରିବ ଓ କେତେ ଲୋକ ଟୀକା ପାଇବେ । ଆଜି ଆମ ଦେଶ ସାରା ବିଶ୍ୱ ପାଇଁ ଟୀକା ପ୍ରସ୍ତୁତ କରୁଛି ଓ ଆମେ ବିଶ୍ୱର ବୃହତ୍ତମ ଟୀକାକରଣ ଅଭିଯାନ ମଧ୍ୟ ହାତକୁ ନେଇଛୁ । ଏହା ଆମର ଆତ୍ମବିଶ୍ୱାସ ବୃଦ୍ଧି କରିଛି । ଆମର ସଂଘୀୟ ଢାଂଚା ଓ ସମନ୍ୱୟ ସଂଘୀୟ ବ୍ୟବସ୍ଥାକୁ କୋଭିଡ-19 ନୂତନ ଶକ୍ତି ଯୋଗାଇଛି ।

ଭାରତୟ ଗଣତନ୍ତ୍ର ପ୍ରତି ସମାଲୋଚନା ଉପରେ ମନ୍ତବ୍ୟ ଦେଇ ଶ୍ରୀ ମୋଦି କହିଛନ୍ତି ଯେ ଭାରତ ଗଣତନ୍ତ୍ର ପାଶ୍ଚାତ୍ୟ ନୁହେଁ ବରଂ ଏକ ମାନବିକ ଅନୁଷ୍ଠାନ । ଭାରତୀୟ ଜାତୀୟତାବାଦ ଉପରେ ଚାରିଆଡୁ ହେଉଥିବା ଷଣ୍ଢୁଆଶୀ ଆକ୍ରମଣ ସମ୍ପର୍କରେ ଦେଶବାସୀଙ୍କୁ ସତର୍କ କରାଇବା ନିହାତି ଆବଶ୍ୟକ । ନେତାଜୀ ସୁଭାଷ ବୋଷଙ୍କ ଉକ୍ତିକୁ ଉଦ୍ଧାର କରି ପ୍ରଧାନମନ୍ତୀ କହିଛନ୍ତି ଯେ, ଭାରତୀୟ ଜାତୀୟତାବୋଧ ସଂକୀର୍ଣ୍ଣ ନୁହେଁ କି ସ୍ୱାର୍ଥନ୍ୱେଷୀ ବା ଉଗ୍ର, ଏହା ସତ୍ୟମ, ଶିବମ୍ ସୁନ୍ଦରମ୍ ଦର୍ଶନ ଉପରେ ପର୍ଯ୍ୟବସିତ । “ଭାରତ କେବଳ ବିଶ୍ୱର ବୃହତ୍ତମ ଗଣତନ୍ତ୍ର ନୁହେଁ, ଏହା ଗଣତନ୍ତ୍ର"ର ଜନନୀ ଓ ତାହା ହିଁ ଆମର ବୈଶିଷ୍ଟ୍ୟ । ଆମ ଦେଶର ମନୋଭାବ ଗଣତାନ୍ତ୍ରିକ” ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଶ୍ରୀ ମୋଦି କହିଛନ୍ତି ଯେତେବେଳେ କରୋନା ବୈଶ୍ୱିକ ମହାମାରୀ ଯୋଗୁଁ ବିଭିନ୍ନ ଦେଶ ବିଦେଶୀ ପୁଞ୍ଜିନିବେଶରୁ ବଞ୍ଚିତ ଥିଲେ ସେତେବେଳେ ଭାରତରେ ରେକର୍ଡ ର୍ପରିମାଣର ନିବେଶ ହୋଇଥିଲା । ବୈଦେଶିକ ମୁଦ୍ରା କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ, ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶ, ଇଣ୍ଟରନେଟର ବିସ୍ତାର ଓ ଡିଜିଟାଲ କାର୍ଯ୍ୟଦକ୍ଷତା, ଆର୍ଥିକ ଅନ୍ତଭୁର୍କ୍ତୀକରଣ, ଶୌଚାଳୟର ବହୁଳ ନିର୍ମାଣ, କମ୍ ବ୍ୟୟସାପେକ୍ଷ ଆବାସ, ନିଶୁଳ୍କ ଚିକିତ୍ସା ସେବା, ଶୌଚାଳୟର ବହୁଳ ନିର୍ମାଣ, ବ୍ୟୟସାପେକ୍ଷ ଆବାସ, ନିଃଶୁଳ୍କ ଚିକିତ୍ସା ସେବା, ଏଲପିଜି ବିତରଣ ଇତ୍ୟାଦି କ୍ଷେତ୍ରରେ ଦକ୍ଷ ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ସମ୍ମୁଖରେ ଆହ୍ୱାନ ଅଛି, ଆମକୁ ନିଷ୍ପତ୍ତି ନେବାକୁ ପଡିବ । ଆମେ ସମାଧାନ ବା ସମସ୍ୟାର ଅଂଶବିଶେଷ ହେବା ବୋଲି ଶ୍ରୀ ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ ଗୃହକୁ ଜଣାଇଛନ୍ତି ଯେ କୃଷକମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ ନେଇ 2014 ମସିହାଠାରୁ ସରକାର କୃଷି କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଛନ୍ତି । ଚାଷୀମାନଙ୍କୁ ସୁହାଇବା ଭଳି ଫସଲବୀମା କ୍ଷେତ୍ରରେ ପରିବର୍ତ୍ତନ ଅଣାଯାଇଛି । ପ୍ରଧାନମନ୍ତ୍ରୀ କିଶାନ ଯୋଜନା ମଧ୍ୟ ପ୍ରବର୍ତ୍ତିତ ହୋଇଛି । କ୍ଷୁଦ୍ର ଚାଷୀମାନଙ୍କ ନିମନ୍ତେ ସରକାର କାର୍ଯ୍ୟ କରୁଥିବା ନେଇ ଶ୍ରୀ ମୋଦି ଗୁରୁତ୍ୱାରୋପ କରିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ ଚାଷୀ 90ହଜାର କୋଟିରୁ ଅଧିକ ବୀମା ରାଶି ପାଇଛନ୍ତି । ଛାତ୍ରଛାତ୍ରୀମାନେ କିଶାନ କ୍ରେଡିଟ୍‌କାର୍ଡ, ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଓ ସମ୍ମାନନିଧି ଜରିଆରେ ମଧ୍ୟ ଉପକୃତ ହୋଇଛନ୍ତି । ଯେତେବେଳ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅଧୀନରେ ସଡକ ଯୋଗାଯୋଗ ସୁଗମ ହେଲା, କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଦୂରସ୍ଥାନକୁ ନେଇ ପାରିଲେ । କିଶାନ ରେଳ ଓ କିଶାନ ଉଡାଣ ପାଇଁ ମଧ୍ୟ ଉଦ୍ୟମ ହେଉଛି । ବର୍ତ୍ତମାନ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ଜୀବନମାନର ଉନ୍ନତି ଆଣିବା ପାଇଁ ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦୁଗ୍ଧ ଉତ୍ପାଦନ କ୍ଷେତ୍ରଭଳି ଘରୋଇ ବା ସମବାୟ କ୍ଷେତ୍ରରେ କାମ କରିବାକୁ ସେମାନଙ୍କୁ କାହିଁକି ସ୍ୱାଧୀନତା ନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଥିଲେ ।

କୃଷି ସମସ୍ୟା ସମାଧାନ ହେବା ଉଚିତ ଓ ଏ ଦିଗରେ କାର୍ଯ୍ୟ ଆବଶ୍ୟକତା ରହିଛି । କୃଷକମାନଙ୍କ କଲ୍ୟାଣ ପାଇଁ ସବୁ ଦଳ ଆଗେଇ ଆସିବାକୁ ସେ ଆମନ୍ତ୍ରଣ ଜଣାଇଥିଲେ । MSP ଉପରେ ନିଜର ଦୃଢୋକ୍ତିକୁ ଦୋହରାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, “MSP ଥିଲା, MSP ଅଛି ଓ ଭବିଷ୍ୟତରେ ମଧ୍ୟ ରହିବ । ଗରୀବଙ୍କ ନିମନ୍ତେ କମ୍ ବ୍ୟୟସାପେକ୍ଷ ରାସନ ମଧ୍ୟ ରହିବ । ମଣ୍ଡିଗୁଡିକର ଆଧୁନିକକରଣ ହେବ ।” କୃଷକମାନଙ୍କ ଲାଗି ଆମକୁ ରାଜନୀତିକ ବିଚାରଧାରାର ଉର୍ଦ୍ଧ୍ୱରେ ରହିବାକୁ ପଡିବ ସେ କହିଛନ୍ତି ।

ଦେଶକୁ ଅସ୍ଥିରତା ଆଡକୁ ଠେଲିଦେବାକୁ ଚେଷ୍ଟା କରୁଥିବା ଶକ୍ତି ବିରୁଦ୍ଧରେ ସାବଧାନ ରହିବାକୁ ପ୍ରଧାନମନ୍ତ୍ରୀ ସତର୍କ କରାଇ ଦେଇଛନ୍ତି । ସେ କହିଛନ୍ତି ଦେଶ ଶିଖ୍‌ମାନଙ୍କ ଅବଦାନ ପାଇଁ ଗର୍ବିତ । ଏହି ସଂପ୍ରଦାୟ ଦେଶ ପାଇଁ ବହୁତ କିଛି କରିଛି । ଗୁରୁସାହିବଙ୍କ ଶବ୍ଦାବଳୀ ଓ ନୀତିବାଣୀ ଖୁବ୍ ମୂଲ୍ୟବାନ । ସହର ଓ ଗ୍ରାମାଞ୍ଚଳ ମଧ୍ୟରେ ଯେଉଁ ବ୍ୟବଧାନ ରହିଛି ତାହା ଦୂର ହେବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ଯୁବ ଶକ୍ତିର ଗୁରୁତ୍ୱ ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଯୁବଗୋଷ୍ଠୀକୁ ସଶକ୍ତ କଲେ ଦେଶର ଭବିଷ୍ୟତ ଉଜ୍ଜ୍ୱଳ ହେବ । ସେହିପରି ଜାତୀୟ ଶିକ୍ଷା ନୀତିର ଗ୍ରହଣୀୟତାକୁ ନେଇ ଖୁସି ପ୍ରକଟ କରିଥିଲେ ।

ଦେଶର ଆର୍ଥିକ ଅଭିବୃଦ୍ଧିର ପୁନରୁଥାନ ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ପାଇଁ MSMEର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ସେଥିପାଇଁ କରୋନା ମହାମାରୀ କାଳରେ ଏଥିପାଇଁ ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇଛି ।

ସବ୍‌‌କାସାଥ, ସବ୍‌କା ବିକାଶ ଓ ସବ୍‌କା ବିଶ୍ୱାସ ଚିନ୍ତାଧାରା ଉପରେ ମତ ରଖି ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବାଞ୍ଚଳ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ନିଆଯାଇଥିବା ପଦକ୍ଷେପଗୁଡିକର ଦୃଷ୍ଟାନ୍ତ ଦେଇଥିଲେ । ସେ କହିଥିଲେ ଯେ ସେସବୁ ଅଞ୍ଚଳରେ ପରିସ୍ଥିତିର ଉନ୍ନତ ଘଟିବା ସହ । ନୂତନ ସୁଯୋଗ ମଧ୍ୟ ସୃଷ୍ଟି ହେଉଛି । ଆଗାମୀ ଦିନରେ ଦେଶର ବିକାଶରେ ପୂର୍ବାଞ୍ଚଳ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶାବ୍ୟକ୍ତ କରିଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Centre Sanctions 1.11 Crore Houses Under Two Schemes Of PM Awas Yojana

Media Coverage

Centre Sanctions 1.11 Crore Houses Under Two Schemes Of PM Awas Yojana
NM on the go

Nm on the go

Always be the first to hear from the PM. Get the App Now!
...
Prime Minister Highlights Sanskrit Wisdom in Doordarshan’s Suprabhatam
December 09, 2025

Prime Minister Shri Narendra Modi today underscored the enduring relevance of Sanskrit in India’s cultural and spiritual life, noting its daily presence in Doordarshan’s Suprabhatam program.

The Prime Minister observed that each morning, the program features a Sanskrit subhāṣita (wise saying), seamlessly weaving together values and culture.

In a post on X, Shri Modi said:

“दूरदर्शनस्य सुप्रभातम् कार्यक्रमे प्रतिदिनं संस्कृतस्य एकं सुभाषितम् अपि भवति। एतस्मिन् संस्कारतः संस्कृतिपर्यन्तम् अन्यान्य-विषयाणां समावेशः क्रियते। एतद् अस्ति अद्यतनं सुभाषितम्....”