"କିଛି ଲୋକେ ଏଭଳି ଅଛନ୍ତି ,ଯିଏ କେବଳ କିଛି ହିଁ ଲୋକଙ୍କ ନାମକୁ ଅନୁଭବ କରୁଛନ୍ତି ଯିଏ ରାଷ୍ଟ୍ରୀୟ ପ୍ରଗତିରେ ଯୋଗଦାନ ଦେଇଛନ୍ତି । ଅନ୍ୟମାନଙ୍କୁ ଛାଡ଼ି ସେମାନେ କେବଳ ସେହି କିଛି ଲୋକମାନଙ୍କ ନାମ ଶୁଣିବାକୁ ଇଚ୍ଛା କରୁଛନ୍ତି :ପ୍ରଧାନମନ୍ତ୍ରୀ ମୋଦୀ "
"ଆଜି ଆମକୁ ରାଷ୍ଟ୍ର ପାଇଁ ବଂଚିବାକୁ ପଡ଼ିବ ଏବଂ ଆମର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱପ୍ନର ଭାରତକୁ ନିର୍ମାଣ କରିବାକୁ ପଡ଼ିବ :ପ୍ରଧାନମନ୍ତ୍ରୀ ମୋଦୀ "
"ଭାରତକୁ 5 ଟ୍ରିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ଆମର ମିଳିତ ଉଦ୍ୟମ ହେବା ଆବଶ୍ୟକ :ପ୍ରଧାନମନ୍ତ୍ରୀ ମୋଦୀ "
"ଆମ ଦେଶରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ । ଦୁର୍ନୀତି ବିରୋଧରେ ସରକାରଙ୍କ ଲଢ଼େଇ ଜାରି ରହିବ :ପ୍ରଧାନମନ୍ତ୍ରୀ ମୋଦୀ "

ସଂସଦରେ ରାଷ୍ଟପ୍ରତିଙ୍କ ଅଭିଭାଷଣ ଲାଗି ଆଗତ ଧନ୍ୟବାଦ ପ୍ରସ୍ତାବ ଉପରେ ଆଜି ଲୋକସଭାରେ ବକ୍ତବ୍ୟ ରଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ବିତର୍କରେ ଅଂଶଗ୍ରହଣ କରିଥିବା କାରଣରୁ ସେ ସାଂସଦମାନଙ୍କୁ, ବିଶେଷ କରି ପ୍ରଥମ ଥର ପାଇଁ ଲୋକସଭାକୁ ଆସିଥିବା ସଦସ୍ୟମାନଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କୋଟି କୋଟି ଭାରତୀୟଙ୍କ ସ୍ୱପ୍ନ, ନୂତନ ଭାରତର ପ୍ରତିଫଳନ ରାଷ୍ଟ୍ରପତିଙ୍କ ଅଭିଭାଷଣରେ ଦେଖିବାକୁ ମିଳିଥିବା ସେ ଉଲ୍ଲେଖ କରିଥିଲେ ।

2019 ଲୋକସଭା ନିର୍ବାଚନରେ ଏକ ଦୃଢ଼ ଫଳାଫଳ ସମ୍ପର୍କରେ ପ୍ରତିକ୍ରିୟା ରଖି ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତବାସୀ ସରକାରଙ୍କ ପ୍ରଦର୍ଶନକୁ ଆକଳନ କରିବା ପରେ ପୁଣିଥରେ ଏକ ସ୍ଥିର ସରକାରକୁ ନିର୍ବାଚିତ କରିଛନ୍ତି ।

“2019 ଲୋକସଭା ନିର୍ବାଚନର ଫଳାଫଳ ଦର୍ଶାଇଛି ଯେ ଭାରତବାସୀ ରାଷ୍ଟ୍ରର କଲ୍ୟାଣ ଚାହୁଁଛନ୍ତି । ଏହି ଉତ୍ସାହ ଚମତ୍କାର”, ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଆହୁରି ଉଲ୍ଲେଖ କରିଥିଲେ ଯେ 130 କୋଟି ଭାରତବାସୀଙ୍କ ସେବା କରିବା ଏବଂ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଲାଗି କାମ କରିବାର ସୁଯୋଗ ମିଳିବା ସନ୍ତୋଷଜନକ ।

କେନ୍ଦ୍ର ସରକାରଙ୍କ ସଂକଳ୍ପ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସରକାର ଜନକଲ୍ୟାଣ ଏବଂ ଆଧୁନିକ ଭିତ୍ତିଭୂମିରେ ବିଶ୍ୱାସ କରନ୍ତି । ସେ କହିଥିଲେ ଯେ ସରକାର କେବେହେଲେ ବିକାଶର ମାର୍ଗରୁ ପଥଭ୍ରଷ୍ଟ ହୋଇନାହାନ୍ତି କିମ୍ବା ବିକାଶର ଉଦ୍ଦେଶ୍ୟରୁ ବିଚ୍ୟୁତ ହୋଇନାହାନ୍ତି । ଦେଶର ବିକାଶ, ପ୍ରତ୍ୟେକ ଭାରତୀୟଙ୍କ ସଶକ୍ତିକରଣ ଏବଂ ଆଧୁନିକ ଭିତ୍ତିଭୂମି ଉପଲବ୍ଧ ହେବା ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦେଶର ବିକାଶ ଦିଗରେ ପ୍ରତ୍ୟେକ ନାଗରିକଙ୍କ ଯୋଗଦାନ ରହିଛି ବୋଲି ତାଙ୍କ ସରକାର ବିଶ୍ୱାସ କରିଥାଏ । ଜରୁରିକାଳୀନ ପରିସ୍ଥିତି ସମୟରେ ଦେଖାଦେଇଥିବା କଳାଦିନଗୁଡ଼ିକ ବିଷୟରେ ମଧ୍ୟ ସେ ସଦନକୁ ସ୍ମରଣ କରାଇଦେଇଥିଲେ ।
ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀର 150 ବର୍ଷ ଏବଂ ଭାରତ ସ୍ୱାଧୀନତାର 75 ବର୍ଷ ପୂର୍ତ୍ତିକୁ ଭାରତ ଇତିହାସର ଏକ ଐତିହାସିକ କ୍ଷଣ ବୋଲି ଉଲ୍ଲେଖ କରି ଏହାକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ଲାଗି ପ୍ରଧାନମନ୍ତ୍ରୀ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ସେ କହିଥିଲେ ଯେ ଆମ ସ୍ୱାଧୀନତା ସଂଗ୍ରାମୀମାନଙ୍କ ସ୍ୱପ୍ନର ଭାରତ ନିର୍ମାଣ ଲାଗି ଦେଶର ନାଗରିକମାନେ ଆଗେଇ ଆସିବା ଉଚିତ ଏବଂ ଦେଶ ପାଇଁ ବଂଚିବା ଆବଶ୍ୟକ ।

ଦାୟିତ୍ୱ ଗ୍ରହଣ କରିବାର ଗୋଟିଏ ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ବହୁ ଲୋକାଭିମୁଖୀ ନିଷ୍ପତ୍ତି ନେଇଛନ୍ତି । ଏସବୁ ନିଷ୍ପତ୍ତି ବ୍ୟାପକ ଭାବେ କୃଷକ, ବ୍ୟବସାୟୀ, ଯୁବପିଢ଼ି ଏବଂ ସମାଜର ଅନ୍ୟ ବର୍ଗର ଲୋକମାନଙ୍କୁ ଲାଭାନ୍ୱିତ କରିବ ବୋଲି ସେ କହିଥିଲେ । ଦେଶକୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବା ଦିଗରେ ସରକାର କାର୍ଯ୍ୟ କରିବା ଆରମ୍ଭ କରିଛନ୍ତି ବୋଲି ସେ କହିଥିଲେ ।

ଜଳ ସଂରକ୍ଷଣ ଉପରେ ଗୁରୁତ୍ୱାରୋପ କରି ଶ୍ରୀ ମୋଦୀ ‘ଜଳ ଶକ୍ତି’ ମନ୍ତ୍ରଣାଳୟ ଗଠନ ସମେତ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ଉଲ୍ଲେଖ କରିଥିଲେ । ଜଳ ସଂରକ୍ଷର ପାଇଁ ଦୃଢ଼ ପଦକ୍ଷେପ ନେବା ଲାଗି ସେ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ । ସେ କହିଥିଲେ ଯେ ଜଳ ସଂକଟ ଗରିବ ଏବଂ ମହିଳାମାନଙ୍କୁ ବିଶେଷ ପ୍ରଭାବିତ କରିଥାଏ । ପ୍ରତ୍ୟେକ ପରିବାରକୁ ଜଳଯୋଗାଣ ଲାଗି ତାଙ୍କ ସରକାର ପ୍ରତିବଦ୍ଧ ବୋଲି ସେ ଦୋହରାଇଥିଲେ ।

ଭାରତକୁ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପରିଣତ କରିବା ପାଇଁ ମିଳିତ ଉଦ୍ୟମ କରିବା ଲାଗି ପ୍ରଧାନମନ୍ତ୍ରୀ ଆହ୍ୱାନ କରିଥିଲେ । ଆର୍ଥିକ ସମୃଦ୍ଧି ପାଇଁ ପର୍ଯ୍ୟଟନକୁ ପ୍ରୋତ୍ସାହନ ଏବଂ ପର୍ଯ୍ୟଟନ ଭିତ୍ତିଭୂମିରେ ଉନ୍ନତି ଆଣିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ‘ମେକ ଇନ ଇଣ୍ଡିଆ’ ଏବଂ ଦକ୍ଷତା ବିକାଶର ଗୁରୁତ୍ୱ ବିଷୟରେ ମଧ୍ୟ ସେ ଉଲ୍ଲେଖ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ ଦେଶରେ ଦୁର୍ନୀତିର କୌଣସି ସ୍ଥାନ ନାହିଁ । ସେ କହିଥିଲେ ଯେ ଦୁର୍ନୀତି ବିରୋଧରେ ସରକାରଙ୍କ ଲଢ଼େଇ ଜାରି ରହିବ । ପ୍ରତ୍ୟେକ ନାଗରିକଙ୍କ ଜୀବନକୁ ସହଜ କରିବା ଲାଗି ସରକାର ପ୍ରତିବଦ୍ଧ ଏବଂ ନୂତନ ଭାରତ ଗଠନ ଦିଗରେ କାର୍ଯ୍ୟ କରିବା ପାଇଁ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ ।

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
FinMin confident of coping with West Asia crisis with adequate fiscal room

Media Coverage

FinMin confident of coping with West Asia crisis with adequate fiscal room
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ମେ 14, 2026
May 14, 2026

Kisan Kalyan to Viksit Bharat: PM Modi Delivers Jobs, Markets & Dignity Across Rural and Industrial India