I congratulate all those who will be voting for the first time in the 2019 Parliamentary polls. Those born in the 21st century are now going to be voters and thus, they will play a role in shaping India's progress: PM
Our friends in the Congress see things in two time periods. BC- Before Congress, when nothing happened. AD- After dynasty- where everything happened: PM
India is seeing remarkable progress in the last four years. In all spheres, investment, steel sector, start ups, milk and agriculture, aviation, India's progress is outstanding: PM

ରାଷ୍ଟ୍ରପତି ଲୋକସଭାରେ ଦେଇଥିବା ଅଭିଭାଷଣ ଉପରେ ଚାଲିଥିବା ଧନ୍ୟବାଦ ପ୍ରସ୍ତାବ ସଂକ୍ରାନ୍ତ ଆଲୋଚନାର ଆଜି ଉତ୍ତର ରଖିଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ଗୃହର ବିଭିନ୍ନ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ଯେଉଁମାନେ ଏହି ଆଲୋଚନାରେ ଅଂଶଗ୍ରହଣ ପୂର୍ବକ ଏଥିରେ ଅନେକ ଉଲ୍ଲେଖନୀୟ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ।

ନିଜର ଅଭିଭାଷଣ ପ୍ରଦାନର ପ୍ରାରମ୍ଭରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ତାଙ୍କ ସରକାରର ସ୍ୱରକୁ ଉଲ୍ଲେଖ କରି କହିଥିଲେ ଯେ- “ ଏହା ଏଭଳି ଏକ ସରକାର ଯାହା ଲୋକମାନଙ୍କ ସେବା ପାଇଁ ସଂପୂର୍ଣ୍ଣ ରୂପେ ସମର୍ପିତ, ଲୋକମାନଙ୍କ ଆଶା ଓ ଆକାଂକ୍ଷା ପ୍ରତି ସଦାସର୍ବଦା ସଚେତନ, ସ୍ୱଚ୍ଛ, ଦୁର୍ନୀତିମୁକ୍ତ ଏବଂ ବିକାଶର ଦ୍ରୁତତର ଧାରାରେ ପରିଚାଳିତ ।”

ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଗତ ଚାରି ବର୍ଷ ଭିତରେ ଉଲ୍ଲେଖନୀୟ ପ୍ରଗତି ହାସଲ କରିଛି । ତାହା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ନିବେଶଠାରୁ ଆରମ୍ଭ କରି ଇସ୍ପାତ କ୍ଷେତ୍ର, ଷ୍ଟାର୍ଟ ଅପ୍‌, କ୍ଷୀର ଉତ୍ପାଦନଠାରୁ ନେଇ କୃଷି, ବିମାନ ଚଳାଚଳ ପର୍ଯ୍ୟନ୍ତ ବ୍ୟାପ୍ତ ଏବଂ ଏହି ସବୁ କ୍ଷେତ୍ରରେ ହାସଲ କରାଯାଇଥିବା ପ୍ରଗତି ଅଭୂତପୂର୍ବ । “ଆମେ ଏବେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଇସ୍ପାତ ଉତ୍ପାଦନକାରୀ ରାଷ୍ଟ୍ରରେ ପରିଣତ ହୋଇଛୁ, ଦ୍ୱିତୀୟ ବୃହତ୍ତମ ମୋବାଇଲ ଫୋନ ଉତ୍ପାଦନକାରୀ ରାଷ୍ଟ୍ରର ମାନ୍ୟତା ହାସଲ କରିଛୁ ଏବଂ ବିଶ୍ୱର ଚତୁର୍ଥ ବୃହତ୍ତମ ଅଟୋମୋବାଇଲ ଉତ୍ପାଦକ ଭାବେ ମୁଣ୍ଡ ଟେକିଛୁ । ଭାରତ ଏଭଳି ଏକ ରାଷ୍ଟ୍ର ଯାହା କୃଷି ଉତ୍ପାଦନ କ୍ଷେତ୍ରରେ ବମ୍ପର ଫସଲ ଉତ୍ପାଦନ କରିବାର ସୌଭାଗ୍ୟ ଅର୍ଜନ କରିଛି” ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି ।

ନିଜ ସରକାରଙ୍କ ଉଲ୍ଲେଖନୀୟ ସଫଳତା ସଂପର୍କରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଲେ ଯେ ବିଗତ 55 ମାସ ମଧ୍ୟରେ ତାଙ୍କ ସରକାର ଯାହାକିଛି ସଫଳତା ହାସଲ କରିପାରିଛି ତାହା ସମସ୍ତେ ସ୍ପଷ୍ଟରୂପେ ଲକ୍ଷ୍ୟ କରିପାରିବେ ଏବଂ ବିଗତ 55 ବର୍ଷ ମଧ୍ୟରେ ଯାହା ହାସଲ କରାଯାଇପାରିନଥିଲା ତାହା ଏହି 55 ମାସର ଅବଧି ମଧ୍ୟରେ ହାସଲ କରାଯାଇପାରିଛି । “ପରିମଳ ବ୍ୟବସ୍ଥା ଏବେ ଦେଶର 98% ଭାଗକୁ ଅତିକ୍ରମ କରିଛି, ଲୋକମାନଙ୍କ ପାଇଁ ଦେଶରେ 10 କୋଟି ଶୌଚାଳୟ ନିର୍ମାଣ କରାଯାଇଛି । ଗତ 55 ବର୍ଷ ମଧ୍ୟରେ ମାତ୍ର 12 କୋଟି ଲୋକଙ୍କୁ ଗ୍ୟାସ ସଂଯୋଗ ଦିଆଯାଇଥିଲା, କିନ୍ତୁ ଗତ 55 ମାସ ମଧ୍ୟରେ 13 କୋଟି ଲୋକଙ୍କୁ ନୂତନ ଗ୍ୟାସ ସଂଯୋଗ ପ୍ରଦାନ କରାଯାଇଛି ଏବଂ ସେଥି ମଧ୍ୟରୁ 6 କୋଟି ହେଉଛି ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ । ଏହିସବୁ ପ୍ରଗତିମୂଳକ କାର୍ଯ୍ୟ କେତେ ବ୍ୟଗ୍ରତାର ସହ କରାଯାଇଛି ଏବଂ ସେହିସବୁ କାର୍ଯ୍ୟ କାହା ପାଇଁ ଉଦ୍ଦିଷ୍ଟ ତାହା ଆପଣମାନେ ନିଜେ ବିଚାର କରନ୍ତୁ” ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ ।

ବିରୋଧୀ ଦଳମାସଙ୍କ ସଂପର୍କରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ଦେଶର ଜନସାଧାରଣ ଭଲଭାବେ ଲକ୍ଷ୍ୟ କରିଛନ୍ତି ଯେ ଏକ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲକାରୀ ସରକାର କିଭଳି ମାତ୍ରାରେ କାର୍ଯ୍ୟ କରିବାରେ ଏବଂ ସେମାନେ ଆମ ସରକାରଙ୍କ କାର୍ଯ୍ୟକୁ ଦେଖି ଆସିଛନ୍ତି । ସେମାନେ କଦାପି ‘ମହାମିଲାବଟ’ ସରକାର ଚାହାନ୍ତିନାହିଁ ଏବଂ ଏହା କଦାପି ସଫଳ ହେବନାହିଁ ବୋଲି ପ୍ରଧାନମନ୍ତ୍ରୀ ମତ ପୋଷଣ କରିଥିଲେ ।

ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକଟ କରି କହିଲେ ଯେ ତାଙ୍କୁ ଯିଏ ଯାହା ସମାଲୋଚନା କରିବେ କରନ୍ତୁ, କିନ୍ତୁ ସେମାନେ ଏଭଳି କରିବା ବେଳେ ଯେଭଳି ରାଷ୍ଟ୍ରକୁ ସମାଲୋଚନା ନକରନ୍ତି ତାହା ସ୍ମରଣ ରଖିବା ଉଚିତ ।

ଦୁର୍ନୀତି ପ୍ରସଙ୍ଗରେ ଶ୍ରୀ ମୋଦୀ କଠୋର ଶବ୍ଦରେ କହିଲେ ଯେ ସବୁ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ଆଇନର ପରିସର ମଧ୍ୟକୁ ଆଣିବା ସକାଶେ ତାଙ୍କ ସରକାର ନିରନ୍ତର ପ୍ରୟାସ ଚଳାଇଛନ୍ତି ।

ବେନାମୀ ଆଇନ ପରିପ୍ରେକ୍ଷୀରେ ନିଜର ମତ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ତାଙ୍କ ସରକାର ହିଁ ବେନାମୀ ଆଇନକୁ କାର୍ଯ୍ୟକାରୀ କରିଛି ଏବଂ ଅଧୁନା ଯେଉଁ ଲୋକମାନେ ବେନାମୀ ସଂପତ୍ତି ଠୁଳ କରିଛନ୍ତି ସେମାନଙ୍କୁ ଧରାଯାଉଛି ।

ସେହିଭଳି ରାଫାଲ ଲଢ଼ୁଆ ବିମାନ ପ୍ରସଙ୍ଗରେ ସୂଚନା ଦେଇ ସେ କହିଲେ ଯେ ଏହି ବିବାଦ ସଂପର୍କରେ ଯାହା ସବୁ ଅଭିଯୋଗର ସ୍ୱର ଉଠିଥିଲା ସେ ସଂପର୍କରେ ପ୍ରତିରକ୍ଷା ମନ୍ତ୍ରୀ ବିସ୍ତୃତ ଭାବେ ଉତ୍ତର ପ୍ରଦାନ କରିଛନ୍ତି । ଏଭଳି ଅଭିଯୋଗ ସେଇମାନେ କରୁଛନ୍ତି ଯେଉଁମାନେ ବିଶ୍ୱାସ କରନ୍ତି ଯେ କିକବ୍ୟାକ୍‌ ବିନା କୌଣସି ପ୍ରକାର ପ୍ରତିରକ୍ଷା ସାମଗ୍ରୀ କ୍ରୟ କରାଯିବା ସମ୍ଭବପର ନୁହେଁ ।

ଏନପିଏ ସମ୍ପର୍କରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ପୂର୍ବବର୍ତ୍ତୀ ସରକାରମାନେ ଏଭଳି ଏକ ଧାରା ଛାଡ଼ି ଯାଇଥିଲେ ଏବଂ ଯେଉଁମାନେ ଦେଶଛାଡ଼ି ଅନ୍ୟତ୍ର ପଳାୟନ କରିଛନ୍ତି ଏବେ ସେମାନେ ଟୁଇଟରରେ ଚିତ୍କାର ଛାଡ଼ୁଛନ୍ତି: “ସେମାନେ 7,800 କୋଟି ଟଙ୍କା ନେଇଛନ୍ତି କିନ୍ତୁ ସରକାର ସେମାନଙ୍କର 13,000 କୋଟି ଟଙ୍କାର ସମ୍ପତ୍ତି ଜବତ କରିଛନ୍ତି” ବୋଲି ପ୍ରଧାନମନ୍ତ୍ରୀ ସୂଚାଇଥିଲେ ।

ପ୍ରଧାନମନ୍ତ୍ରୀ କହିଲେ ଯେ ପ୍ରାୟ 20,000 ସ୍ୱେଚ୍ଛାସେବୀ ସଂଗଠନ (ଏନଜିଓ) ସେମାନଙ୍କର କାର୍ଯ୍ୟ ବନ୍ଦ କରିଦେଇଛନ୍ତି ଯେତେବେଳେ ସରକାର ସେମାନେ ପାଉଥିବା ପାଣ୍ଠି ସଂପର୍କରେ ବିସ୍ତୃତ ବିବରଣୀ ମାଗିଥିଲେ । ଭବିଷ୍ୟତରେ ଏହି ସଂଖ୍ୟ ବୃଦ୍ଧି ପାଇପାରେ ବୋଲି ସେ ସୂଚାଇଥିଲେ ।

ଏନଡ଼ିଏ ସରକାର କିଭଳି ଭାବେ ଲୋକମାନଙ୍କ ଜୀବନଧାରଣ ପ୍ରକ୍ରିୟାକୁ ସହଜସାଧ୍ୟ କରିବା ଦିଗରେ କଠିନ ପରିଶ୍ରମ କରିଚାଲିଛି ବୋଲି ସୂଚାଇ ପ୍ରଧାନମନ୍ତ୍ରୀ କହିଲେ ଯେ ଅତୀତର ଯେକୌଣସି ସରକାରଙ୍କ ଅବଧି ତୁଳନାରେ ଏବେ ମୂଲ୍ୟବୃଦ୍ଧିକୁ ରୋକାଯାଇପାରିଛି ।
ଏକ ସୁସ୍ଥ ଭାରତ ପ୍ରତି ତାଙ୍କ ସରକାରଙ୍କ ପ୍ରତିବଦ୍ଧତା ପ୍ରକଟ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଏବେ ଔଷଧ ଏବା ସମସ୍ତ ପ୍ରକାର ମେଡ଼ିକାଲ ଓ ସର୍ଜିକାଲ ଉପକରଣର ମୂଲ୍ୟରେ ହ୍ରାସ ଘଟାଯାଇଛି ।

ନିଯୁକ୍ତି କ୍ଷେତ୍ର ସଂପର୍କରେ ନିଜ ସରକାରଙ୍କ ମତ ରଖି ପ୍ରଧାନମନ୍ତ୍ରୀ କହିଲେ ଯେ ପରିବହନ କ୍ଷେତ୍ରରେ ସର୍ବାଧିକ କର୍ମନିଯୁକ୍ତିର ବିକାଶ ଘଟିଛି । ଗତ ଚାରି ବର୍ଷ ମଧ୍ୟରେ, 6 ଲକ୍ଷରୁ ଅଧିକ ନୂତନ ପ୍ରଫେସନାଲ ଏହି କର୍ମଶକ୍ତିରେ ସାମିଲ ହୋଇଛନ୍ତି ଏବଂ ସେମାନେ ଲୋକମାନଙ୍କ ପାଇଁ ଅଧିକ ସଂଖ୍ୟକ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିଛନ୍ତି । କର୍ମଚାରୀ ଭବିଷ୍ୟନିଥି ପାଣ୍ଠିରେ ସେପ୍ଟେମ୍ବର 2017 ଠାରୁ ନଭେମ୍ବର 2018 ମଧ୍ୟରେ 1.80 କୋଟି ଲୋକଙ୍କୁ କିଭଳି ସାମିଲ କରାଯାଇପାରିଛି ବୋଲି ସୂଚାଇ ପ୍ରଧାନମନ୍ତ୍ରୀ କହିଲେ ଯେ ମାତ୍ର 15 ମାସ ମଧ୍ୟରେ ଏଭଳି ସଫଳତା ହାସଲ କରାଯିବା ବାସ୍ତବିକ ପ୍ରଶଂସନୀୟ । ପୁଣି ଏହି ସଂଖ୍ୟା ମଧ୍ୟରୁ 64% ହେଲେ 28ବର୍ଷ ବୟସ ସୀମା ମଧ୍ୟରେ । ପ୍ରଧାନମନ୍ତ୍ରୀ ଲୋକସଭାକୁ ସୂଚୀତ କରିଥିଲେ ଯେ ଜାତୀୟ ପେନସନ ଯୋଜନା ଅଥବା ଏନପିଏସରେ 1.20 କୋଟିରୁ ଅଧିକ ଲୋକ ସାମିଲ ହୋଇପାରିଛନ୍ତି ।

ଦେଶର ବୈଦେଶିକ ନୀତି ଭାରତକୁ ବିଶ୍ୱ ସମୁଦାୟଙ୍କ ନିକଟରେ ଅଗ୍ରଣୀ ସ୍ଥାନରେ ପହଞ୍ଚାଇଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଲେ ଯେ ଭାରତ ଏବେ ଯାହା କହୁଛି ତାହା ବିଶ୍ୱବାସୀ ଆଗ୍ରହର ସହ ଶୁଣୁଛନ୍ତି । ପ୍ୟାରିସ ଘୋଷଣାନାମା ଚୂଡ଼ାନ୍ତ ହେବା ପୂର୍ବରୁ ବିଶ୍ୱର ପ୍ରମୁଖ ନେତୃବର୍ଗ ଭାରତ ସହ ହିଁ ପରାମର୍ଶ କରୁଥିଲେ । ପ୍ରଧାନମନ୍ତ୍ରୀ ଏକଥା ସ୍ପଷ୍ଟ କରିଦେଇଥିଲେ ଯେ ଭାରତ ଉଭୟ ଇସ୍ରାଏଲ ଏବଂ ପାଲେଷ୍ଟାଇନ ସହ ବନ୍ଧୁତା ସଂପର୍କ ରକ୍ଷା କରିବାକୁ ଚାହେଁ ଏବଂ ସେହିଭଳି ସାଉଦି ଆରବ ଏବଂ ଇରାନ ସହ ସମାନ ସୁସଂପର୍କ ରକ୍ଷା କରିବାରେ ବିଶ୍ୱାସୀ ।

ଭାରତର ଭବିଷ୍ୟତର ବିକାଶ ଧାରା ସଂପର୍କରେ ଆଗାମୀ ପିଢ଼ିଙ୍କ ଭୂମିକାକୁ ଭୂୟସୀ ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଲେ ଯେ “ଯେଉଁମାନେ ଏକବିଂଶ ଶତାବ୍ଦୀରେ ଜନ୍ମଗ୍ରହଣ କରିଛନ୍ତି ସେମାନେ ଏବେ ସାବାଳକ ଭୋଟର ହେବାକୁ ଯାଉଛନ୍ତି ଏବଂ ସେହିଦୃଷ୍ଟିରୁ ସେମାନଙ୍କ ହାତରେ ହିଁ ଦେଶର ପ୍ରଗତିର ମାନଚିତ୍ର ରହିଛି ।”

ପ୍ରଧାନମନ୍ତ୍ରୀ ନିଜର ଭାଷଣ ଶେଷ କରିବା ପୂର୍ବରୁ କହିଥିଲେ ଯେ ଲୋକମାନଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବା ପାଇଁ ସରକାର ଶତତ ଚେଷ୍ଟିତ ରହିଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
One App For 2,400-Plus Government Services: How UMANG Is Changing Access In India

Media Coverage

One App For 2,400-Plus Government Services: How UMANG Is Changing Access In India
NM on the go

Nm on the go

Always be the first to hear from the PM. Get the App Now!
...
Prime Minister witnesses Surya Tilak at Shri Ram Janmabhoomi Mandir
March 27, 2026

The Prime Minister, Shri Narendra Modi, today, witnessed Surya Tilak at the Shri Ram Janmabhoomi Mandir, Ayodhya. “May the blessings of Prabhu Shri Ram always remain upon us”, Shri Modi stated.

Shri Modi posted on X:

“Earlier today, witnessed the Surya Tilak that took place at the Shri Ram Janmabhoomi Mandir, Ayodhya. May the blessings of Prabhu Shri Ram always remain upon us.”