ଶ୍ରୀ ହରିବଂଶ ନାରାୟଣ ସିଂହ ଦ୍ୱିତୀୟ ଥର ପାଇଁ ଏହି ସଦନର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାରୁ ମୁଁ ସମସ୍ତ ସଦନ ତଥା ସମଗ୍ର ଦେଶବାସୀଙ୍କ ତରଫରୁ ବହୁତ ବହୁତ ଅଭିନନ୍ଦନ ଜଣାଉଛି।

ସାମାଜିକ କାର୍ଯ୍ୟ ଏବଂ ସାମ୍ବାଦିକତା ଜଗତରେ ହରିବଂଶ ମହାଶୟ ଯେଉଁଭଳି ଭାବେ ନିଜର ସଚ୍ଚୋଟ ପରିଚୟ ସୃଷ୍ଟି କରିଛନ୍ତି, ସେଥିପାଇଁ ମୋ ମନରେ ସର୍ବଦା ତାଙ୍କ ପ୍ରତି  ବହୁତ ସମ୍ମାନ ରହିଛି। ମୁଁ ଅନୁଭବ କରିଛି ଯେ ହରିବଂଶ ମହାଶୟଙ୍କ ପ୍ରତି ଯେଉଁ ସମ୍ମାନ ଏବଂ ଆପଣାର ଭାବ ମୋ ମନରେ ଅଛି, ଯେଉଁମାନେ ତାଙ୍କୁ ଅତି ନିକଟରୁ ଜାଣନ୍ତି ସେମାନଙ୍କ ମନରେ ଅଛି, ସେହି ଆପଣାର ଭାବ ଏବଂ ସମ୍ମାନ  ଆଜି ଗୃହର ପ୍ରତ୍ୟେକ ସଦସ୍ୟଙ୍କ ମନରେ ଅଛି । ଏହି ଭାବ, ଏହି ଆତ୍ମୀୟତା ହେଉଛି ହରିବଂଶ ମହାଶୟଙ୍କର ନିଜସ୍ୱ ପୁଞ୍ଜି । ତାଙ୍କର ଯେଉଁ କାର୍ଯ୍ୟଶୈଳୀ ଅଛି, ଯେଉଁଭଳି ଭାବେ ସେ ଗୃହ ପରିଚାଳନା କରନ୍ତି, ତାକୁ ଦେଖି ଏହା ମଧ୍ୟ ହେଉଛି ସ୍ଵଭାବିକ କଥା। ଗୃହରେ ନିରପେକ୍ଷ ଭାବେ ଆପଣଙ୍କ ଭୂମିକା ଗଣତନ୍ତ୍ରକୁ ସୁଦୃଢ କରିଥାଏ।

ଅଧ୍ୟକ୍ଷ ମହୋଦୟ, ଚଳିତ ଥର  ଏହି ସଦନ ନିଜ ଇତିହାସ​‌ରେ ସବୁଠାରୁ ଭିନ୍ନ ଏବଂ ବିଷମ ପରିସ୍ଥିତିରେ ପରିଚାଳିତ ହେଉଛି । କରୋନା ଯୋଗୁଁ ଏଭଳି ପରିସ୍ଥିତିରେ ହୋଇଛି, ସେଥିରେ ଏହି ସଦନ କାର୍ଯ୍ୟ କରିବା, ଦେଶ ପାଇଁ ଥିବା ଜରୁରୀ ଉତ୍ତରଦାୟିତ୍ଵକୁ ପୂରଣ କରିବା, ଏହା ହେଉଛି ଆମ ସମସ୍ତଙ୍କର କର୍ତ୍ତବ୍ୟ। ମୋର ବିଶ୍ଵାସ ଯେ ଆମେ ସମସ୍ତେ ସମସ୍ତ ସତର୍କତା ଅବଲମ୍ବନ କରି, ସମସ୍ତ ନିର୍ଦ୍ଦେଶାବଳୀ ପାଳନ କରି, ଆମର କର୍ତ୍ତବ୍ୟ ନିର୍ବାହ କରିବା।

ରାଜ୍ୟସଭାର ସଦସ୍ୟ, ଅଧ୍ୟକ୍ଷ ମ​‌ହୋଦୟ, ଏବେ ଉପାଧ୍ୟକ୍ଷ ମହାଶୟଙ୍କୁ ଗୃହର କାର୍ଯ୍ୟଧାରକୁ ସୁରୁଖୁରୁରେ ଚଳାଇବାରେ ଯେତେ ସାହାଯ୍ୟ କରିବେ, ସେତିକି  ଅଧିକ ସମୟର ସଦବ୍ୟବହାର ହେବ ଏବଂ ସମସ୍ତେ ସୁରକ୍ଷିତ ରହିବେ।

ଅଧ୍ୟକ୍ଷ ମ​‌ହୋଦୟ, ସଂସଦର ଉଚ୍ଚ ସଦନର ଯେଉଁ ଦାୟିତ୍ୱ ପାଇଁ ହରିବଂଶ ମହାଶୟଙ୍କ ଉପରେ ଆମେ ସମସ୍ତେ ଭରସା କରିଥିଲୁ। ହରିବଂଶ ମହାଶୟ ଏହାକୁ ପ୍ରତ୍ୟେକ ସ୍ତରରେ ସମ୍ପୂର୍ଣ୍ଣ କରିଛନ୍ତି। ଗତଥର ମୁଁ ମୋର ସମ୍ବୋଧନରେ କହିଥିଲି, ମୋର ଭରସା ଅଛି ଯେ, ଯେପରି ହରି ସମସ୍ତଙ୍କର ହୋଇଥାନ୍ତି, ସେହିପରି ଗୃହର ହରି  ଶାସକ-ବିରୋଧୀ ସମସ୍ତଙ୍କର ହୋଇ ରହିବେ। ଗୁହରେ ଆମର ହରି, ହରିବଂଶ ମହାଶୟ, ଏହି ପଟ ଏବଂ ଅନ୍ୟ ପଟରେ ସମସ୍ତଙ୍କ ସମାନ ହୋଇ ରହିବେ, କୌଣସି ଭେଦଭାବ କିମ୍ବା ଶାସକ-ବିରୋଧୀ ନୁହେଁ।

ମୁଁ ଏହା ମଧ୍ୟ କହିଥିଲି ଯେ ସଦନର ଏହି ମୈଦାନରେ ଖେଳାଳିଙ୍କ ଅପେକ୍ଷା ଅମ୍ପାୟାରମାନେ ବହୁତ ଚିନ୍ତାଗ୍ରସ୍ତ ରୁହନ୍ତି। ନିୟମ ଅନୁସାରେରେ ଖେଳିବା ପାଇଁ ସାଂସଦମାନଙ୍କୁ ବାଧ୍ୟ କରିବା ଏକ ଆହ୍ବାନମୂଳକ କାର୍ଯ୍ୟ। ମୋର ଭରସା ଥିଲା ଯେ ଭଲ ଅମ୍ପାୟାରିଂ କରିବେ ତେବେ ଯେଉଁମାନେ ହରିବଂଶ ମହାଶୟଙ୍କ ସହିତ ଅପରିଚିତ ଥିଲେ, ହରିବଂଶ ମହାଶୟ, ତାଙ୍କ ନିର୍ଣ୍ଣାୟକ ଶକ୍ତି, ନିଜ ନିଷ୍ପତ୍ତି ସହିତ ସେମାନଙ୍କ ଭରସା ଜିତି ନେଲେ।

ଅଧ୍ୟକ୍ଷ ମ​‌ହୋଦୟ, ହରିବଂଶ ମହାଶୟ, ତାଙ୍କ ଦାୟିତ୍ଵକୁ କେତେ ସଫଳତାର ସହିତ ପୂରଣ କରିଛନ୍ତି, ଏହି ଦୁଇ ବର୍ଷ ଏହାର ସାକ୍ଷୀ। ସଦନରେ ଯେତେ ବଡ଼ ବଡ଼ ବିଧେୟକକୁ ଯେତେ ଗୁରୁତର ସହିତ ଚର୍ଚା କରାଇ,  ଯଥା ସମ୍ଭବ ଶୀଘ୍ର ପାସ୍ କରିବା ପାଇଁ ହରିବଂଶ ମହାଶୟ, ଅନେକ ଘଣ୍ଟା ଧରି ଲଗାତାର ବସୁଥିଲେ, ସଦନକୁ କୁଶଳତାର ସହ ପରିଚାଳନା କରୁଥିଲେ। ଏହି ସମୟ ମଧ୍ୟରେ, ଦେଶର ଭବିଷ୍ୟତକୁ, ଦେଶର ପରିବର୍ତ୍ତିତ ମାର୍ଗରେ ପରିଚାଳିତ  କରିବା ଭଳି ଅନେକ ଐତିହାସିକ ବିଲ୍ ଏହି ଗୃହରେ ପାରିତ ହେଲା।  କେବଳ ଗତ ବର୍ଷ, ଏହି ଗୃହ ଦଶ ବର୍ଷ ମଧ୍ୟରେ ସର୍ବାଧିକ ଉତ୍ପାଦକତା(କାର୍ଯ୍ୟ କରିବା)ରେ ରେକର୍ଡ ସୃଷ୍ଟି କରିଥିଲା। ତାହା ମଧ୍ୟ ପୁଣି ଗତ ବର୍ଷ ଲୋକସଭା ନିର୍ବାଚନର ବର୍ଷ ଥିଲା।

ଏହା ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ଗର୍ବର ବିଷୟ ଯେ ସଦନର ଉତ୍ପାଦକତା (କାର୍ଯ୍ୟ କରିବା) ସକାରାତ୍ମକ ମନୋଭାବ ସହିତ ମଧ୍ୟ ବୃଦ୍ଧି ପାଇଛି । ସମସ୍ତେ ଏଠାରେ ଖୋଲାଖୋଲି ଭାବରେ ନିଜର କଥା ରଖିପାରିଛନ୍ତି। ଗୃହର କାର୍ଯ୍ୟଧାରା ବନ୍ଦ ନ ହେଉ, ସ୍ଥଗିତ ନ ହେଉ, ଏଥିପାଇଁ ନିରନ୍ତର ପ୍ରୟାସ ଦେଖିବାକୁ ମିଳିଛି। ଏହାସହ ଗୃହର ସମ୍ମାନ ବୃଦ୍ଧି ପାଇଛି । ସମ୍ବିଧାନ ନିର୍ମାତାମାନେ ସଂସଦର ଉଚ୍ଚ ସଦନରୁ ଏହା ଆଶା କରିଥିଲେ। ଗଣତନ୍ତ୍ରର ମାଟି ବିହାରରୁ ଜେପି ଏବଂ କର୍ପୁରୀ ଠାକୁରଙ୍କ ଧରଣୀରୁ, ବାପୁଙ୍କ ଚମ୍ପରଣ ମାଟିରୁ,  ଯେତେବେଳେ କେହି ଗଣତନ୍ତ୍ରର ସାଧକ ଆଗକୁ ଆସି ଦାୟିତ୍ଵ ଗ୍ରହଣ କରିବେ, ସେତେବେଳେ ଏହା ହିଁ ହୋଇଥାଏ ଯାହା ହରିବଂଶ ମହାଶୟ,କରି  ଦେଖାଇଛନ୍ତି।

ଯେତେବେଳେ ଆପଣମାନେ ହରିବଂଶ ମହାଶୟଙ୍କ ଘନିଷ୍ଠମାନଙ୍କ ସହିତ ଚର୍ଚ୍ଚା କରନ୍ତି ତ ଜଣାପଡ଼େ ଯେ ସେ କାହିଁକି ଏତେ ପରିମାଣରେ ତୃଣମୂଳ ସହିତ ଜଡ଼ିତ ହୋଇ ଅଛନ୍ତି । ତାଙ୍କ ଗାଁରେ ନିମ ଗଛ ତଳେ ସ୍କୁଲ ଚାଲୁଥିଲା, ଯେଉଁଠାରେ ତାଙ୍କର ପ୍ରାରମ୍ଭିକ ପାଠପଢ଼ା ହୋଇଥିଲା। ମାଟି ଉପରେ ବସି ମାଟିକୁ ବୁଝିବା, ମାଟି ସହିତ ଜଡ଼ିତ ହୋଇ ରହିବାର ଶିକ୍ଷା ତାଙ୍କୁ ସେହିଠାରୁ ମିଳିଥିଲା।

ଆମେ ସମସ୍ତେ ଏହା ଭଲଭାବେ ଜାଣିଛନ୍ତି ଯେ ହରିବଂଶ ମହାଶୟ, ଜୟପ୍ରକାଶ ମହାଶୟଙ୍କର ହିଁ ଗାଁ ସିତାବ ଦିୟାରରୁ ଆସିଛନ୍ତି। ଏହି ଗାଁ ମଧ୍ୟ ହେଉଛି ଜୟପ୍ରକାଶ ମହାଶୟଙ୍କର ଜନ୍ମଭୂମୀ। ଦୁଇ ରାଜ୍ୟ ଉତ୍ତର ପ୍ରଦେଶ, ବିହାରର ତିନୋଟି ଜିଲ୍ଲା ଆରା, ବଲିୟା ଏବଂ ଛପରାରେ ଭାଗ ହୋଇ ରହିଥିବା ଅଞ୍ଚଳ, ଦୁଇ ନଦୀ ଗଙ୍ଗା ଏବଂ ଘାଘରା ମଧ୍ୟରେ ସ୍ଥିତ ଦିୟାରା, ଟାପୁ ଭଳି, ପ୍ରତ୍ୟେକ ବର୍ଷ ଏଠାକାର ଜମିରେ ବନ୍ୟା ମାଡ଼ି ଆସୁଥିଲା, ଖୁବ କଷ୍ଟରେ ଏଠାରେ କିଛି ଫସଲ ହୋଇ ପାରୁଥିଲା। ସେତେବେଳେ କେଉଁଠିକୁ ଯିବାକୁ ହେଲେ ସାଧାରଣ ଭାବେ ଡଙ୍ଗାରେ ନଦୀ ପାର କରି ଯାଇ ପାରୁଥିଲେ।

ସନ୍ତୋଷ ହିଁ ହେଉଛି ସୁଖ, ଏହି ବ୍ୟବହାରିକ ଜ୍ଞାନ ହରିବଂଶ ମହାଶୟଙ୍କୁ ନିଜ ଗାଁର ଘରର ପରିସ୍ଥିତିରୁ ଶିଖିବାକୁ ମିଳିଲା। ସେ କେଉଁ ପ୍ରକାରର ପୃଷ୍ଠଭୂମିରୁ ବାହାରିଛନ୍ତି, ଏହା ସହିତ ଜଡ଼ିତ ଏକ ଘଟଣା ମୋତେ କେହି ଜଣେ କହିଥିଲେ। ହାଇସ୍କୁଲକୁ ଆସିବା ପରେ ପ୍ରଥମ ଥର ପାଇଁ ହରିବଂଶ ମହାଶୟଙ୍କ ପାଇଁ ଜୋତା ତିଆରି କରାଯିବାର ପ୍ରସଙ୍ଗ ଆସିଥିଲା। ତା’ପୂର୍ବରୁ ନା ତାଙ୍କ ପାଖରେ ଜୋତା ଥିଲା ଆଉ ନା ହିଁ କିଣା ଯାଇଥିଲା। ଏମିତିରେ ଗାଁର ଜଣେ ବ୍ୟକ୍ତି ଯିଏ ଜୋତା ତିଆରି କରୁଥିଲେ, ତାଙ୍କୁ ହରିବଂଶ ମହାଶୟଙ୍କ ପାଇଁ ଜୋତା ତିଆରି କରିବା ପାଇଁ କୁହାଗଲା। ହରିବଂଶ ମହାଶୟ ଅଧିକାଂଶ ସମୟରେ ସେହି ତିଆରି କରାଯାଉଥିବା ଜୋତାକୁ ଦେଖିବାକୁ ଯାଉଥିଲେ ଯେ କେତେ ତିଆରି ସରିଲାଣି। ଯେପରି ଖୁବ୍‍ ଧନୀ ଲୋକମାନେ ଯେତେବେଳେ ନିଜର ବଙ୍ଗଳା ତିଆରି କରନ୍ତି ତ ବାରମ୍ବାର ଦେଖିବାକୁ ଯାଇଥାଆନ୍ତି; ହରିବଂଶ ମହାଶୟ ନିଜର ଜୋତା କିପରି ତିଆରି ହେଉଛି, କେଉଁ ପର୍ଯ୍ୟନ୍ତ ତିଆରି କାର୍ଯ୍ୟ ସମାପ୍ତ ହୋଇଛି, ତାହକ଼ୁ ଦେଖିବା ପାଇଁ ପହଞ୍ଚି ଯାଉଥିଲେ। ଜୋତା ତିଆରି କରୁଥିବା ଲୋକକୁ ପ୍ରତିଦିନ ପ୍ରଶ୍ନ ପଚାରୁଥିଲେ ଯେ କେତେଦିନ ଭିତରେ ତିଆରି କାମ ସରିବ। ଆପଣମାନେ ଅନୁମାନ ଲଗାଇ ପାରୁଥିବେ କି ହରିବଂଶ ମହାଶୟ କାହିଁକି ଏତେ ପରିମାଣରେ ମାଟି ସହିତ ଜଡ଼ିତ।

ଜେପିଙ୍କର ପ୍ରଭାବ ତାଙ୍କ ଉପରେ ବହୁତ ହିଁ ଥିଲା। ସେହି ସମୟ ମଧ୍ୟରେ ତାଙ୍କର ପୁସ୍ତକ ସହିତ ମମତା ଖୁବ ବଢ଼ିଚାଲିଲା। ତା’ସହିତ ଜଡ଼ିତ ଥିବା ଗୋଟିଏ ଘଟଣା ମଧ୍ୟ ମୋତେ ଜଣା ପଡ଼ିଲା। ହରିବଂଶ ମହାଶୟଙ୍କୁ ଯେତେବେଳେ ପ୍ରଥମ ଥର ପାଇଁ ସରକାରୀ ବୃତ୍ତି ମିଳିଲା, ତ ଘରର କିଛି ଲୋକମାନେ ଏହି ଆଶା କରି ବସିଲେ କି ବୃତ୍ତିର ସଂପୂର୍ଣ୍ଣ ଟଙ୍କା ପୁଅ ଘରକୁ ନେଇ ଆସିବ। କିନ୍ତୁ ହରିବଂଶ ମହାଶୟ ବୃତ୍ତିର ଟଙ୍କାକୁ ଘରକୁ ନ ଆଣି ବହି କିଣିଦେଲେ। ସମସ୍ତ ପ୍ରକାରର ସଂକ୍ଷିପ୍ତ ଜୀବନୀଗୁଡ଼ିକୁ, ସାହିତ୍ୟ, ଏସବୁ ଘରକୁ ନେଇକରି ଗଲେ। ହରିବଂଶ ମହାଶୟଙ୍କ ଜୀବନରେ ସେହି ସମୟରେ ପୁସ୍ତକ ସବୁର ଯେଉଁ ପ୍ରବେଶ ହେଲା ତାହା ଏବେ ମଧ୍ୟ ସେହିଭଳି ଭାବେ ଅତୁଟ ରହିଛି।

ଅଧ୍ୟକ୍ଷ ମହୋଦୟ, ପ୍ରାୟ ଚାରି ଦଶକ ପର୍ଯ୍ୟନ୍ତ ସାମାଜ ସମ୍ବନ୍ଧିତ ପତ୍ରକାରିତା କରିବା ପରେ ହରିବଂଶ ମହାଶୟ 2014ରେ ସଂସଦୀୟ ଜୀବନରେ ପ୍ରବେଶ କରିଥିଲେ। ସଦନର ଉପାଧ୍ୟକ୍ଷ ହିସାବରେ ହରିବଂଶ ମହାଶୟ ଯେଉଁଭଳି ଭାବେ ମର୍ଯ୍ୟାଦାର ଧ୍ୟାନ ରଖିଲେ, ସଂସଦର ସଦସ୍ୟ ଭାବେ ମଧ୍ୟ ତାଙ୍କର କାର୍ଯ୍ୟକାଳ ସେତିକି ଗୌରବମୟ ରହିଛି। ସଦସ୍ୟ ହିସାବରେ ସମସ୍ତ ବିଷୟଗୁଡ଼ିକୁ, ସେ ହୁଏତ ଆର୍ଥିକ ହେଉ ଅବା ପ୍ରତିରକ୍ଷା ସୁରକ୍ଷା ସହିତ ଜଡ଼ିତ ହେଉ ହରିବଂଶ ମହାଶୟ ନିଜର କଥାକୁ ପ୍ରଭାବୀ ଢ଼ଙ୍ଗରେ ରଖିଥିଲେ।

ଆମେ ସମସ୍ତେ ଜାଣୁ ଶାଳୀନତା କିନ୍ତୁ ସାରଗର୍ଭିତା ଢ଼ଙ୍ଗରେ କଥା ଉପସ୍ଥାପନ କରିବାରେ ସେ ଖୁବ ପରିଚିତ। ସଂସଦର ସଦସ୍ୟ ଭାବେ ସେ ତାଙ୍କର ସେହି ଜ୍ଞାନ, ତାଙ୍କର ସେହି ଅନୁଭବ ଦ୍ୱାରା ଦେଶର ସେବା କରିବାର ପ୍ରୟାସ ସଂପୂର୍ଣ୍ଣ ରୂପେ କରିଛନ୍ତି । ହରିବଂଶ ମହାଶୟ ସମସ୍ତ ଅନ୍ତରାଷ୍ଟ୍ରୀୟ ସ୍ତରରେ ଭାରତର ଗାରିମା, ଭାରତର ଉଚ୍ଚତାକୁ ବଢ଼ାଇବା ପାଇଁ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ହୁଏତ ଆନ୍ତଃ-ସଂସଦୀୟ  ସଂଘର ସମସ୍ତ ବୈଠକ ହେଉ କିମ୍ବା ଅନ୍ୟାନ୍ୟ ଦେଶରେ ଭାରତୀୟ ସଂସ୍କୃତିକ ପ୍ରତିନିଧିମଣ୍ଡଳର ସଦସ୍ୟ ଭାବେ ନିଜର ଦାୟିତ୍ୱ ନିର୍ବାହ ହେଉ। ହରିବଂଶ ମହାଶୟ ଏମିତି ପ୍ରତ୍ୟେକ ସ୍ଥାନରେ ଭାରତ ଏବଂ ଭାରତର ସଂସଦର ସମ୍ମାନ ବୃଦ୍ଧି କରିଛନ୍ତି।

ଅଧ୍ୟକ୍ଷ ମହୋଦୟ, ସଦନରେ ଉପାଧ୍ୟକ୍ଷଙ୍କ ଭୂମିକା ବ୍ୟତିରେକ ହରିବଂଶ ମହାଶୟ ରାଜ୍ୟସଭାର କେତେଗୁଡ଼ିଏ ସମିତିର ଅଧ୍ୟକ୍ଷ ମଧ୍ୟ ରହିଥିଲେ। ଏଭଳି ଅନେକ ସମିତିଗୁଡ଼ିକର ଅଧ୍ୟକ୍ଷ ଭାବେ ହରିବଂଶ ମହାଶୟ ସମିତିର କାର୍ଯ୍ୟକୁ ଆହୁରି ଉନ୍ନତ ଭାବେ କରିଛନ୍ତି, ସେମାନଙ୍କର ଭୂମିକାକୁ ପ୍ରଭାବଶାଳୀ ଢ଼ଙ୍ଗରେ ରେଖାଙ୍କିତ କରିଛନ୍ତି।

ମୁଁ ଗତଥର ଏହା ମଧ୍ୟ କହିଥିଲି ଯେ ହରିବଂଶ ମହାଶୟ ଜଣେ ପତ୍ରକାର ହିସାବରେ ଆମର ସଂସଦ କିଭଳି ହେବା ଉଚିତ, ସେତେବେଳେ ଏହି ଆନ୍ଦୋଳନ ଆରମ୍ଭ କରି ଚାଲିଥିଲେ। ସାଂସଦ ହେବା ପରେ ସେ ଏହି କଥା ପାଇଁ ଭରପୂର ପ୍ରଯତ୍ନ କଲେ ଯେ ସାଂସଦ ନିଜର ଆଚାର-ବ୍ୟବହାର ଦ୍ୱାରା ଆହୁରି କର୍ତ୍ତବ୍ୟନିଷ୍ଠ ହୁଅନ୍ତୁ।

ଅଧ୍ୟକ୍ଷ ମହୋଦୟ, ହରିବଂଶ ମହାଶୟ ସଂସଦୀୟ କାର୍ଯ୍ୟ ଏବଂ ଦାୟିତ୍ୱବୋଧ ଭିତରେ ମଧ୍ୟ ଜଣେ ବୁଦ୍ଧିଜୀବୀ ଏବଂ ବିଚାରକ ହିସାବରେ ମଧ୍ୟ ସେତିକି ପରିମାଣରେ ସକ୍ରିୟ ରୁହନ୍ତି। ଆପଣ ଏବେ ମଧ୍ୟ ସାରା ଦେଶକୁ ଯାଉଛନ୍ତି । ଭାରତର ଆର୍ଥିକ, ସାମାଜିକ, ସାମରିକ ଏବଂ ରାଜନୈତିକ ଆହ୍ୱାନଗୁଡ଼ିକ ବିଷୟରେ ଜନମାନସକୁ ଜାଗ୍ରତ କରୁଛନ୍ତି। ତାଙ୍କ ଭିତରର ପତ୍ରକାର, ଲେଖକ ଯେମିତି, ସେମିତି ସ୍ଥିର ହୋଇ ରହିଛି। ତାଙ୍କର ପୁସ୍ତକ ଆମର ପୂର୍ବ ପ୍ରଧାନମନ୍ତ୍ରୀ ଶ୍ରୀମାନ ଚନ୍ଦ୍ରଶେଖର ମହାଶୟଙ୍କ ଜୀବନର ସୂକ୍ଷ୍ମତାକୁ ଉଦ୍‍ଜୀବିତ କରିଛି, ଏହା ସହିତ ହରିବଂଶ ମହାଶୟଙ୍କର ଲେଖନ କ୍ଷମତାକୁ ମଧ୍ୟ ଉପସ୍ଥାପିତ କରୁଛି। ମୋର ଏବଂ ଏହି ସଦନର ସମସ୍ତ ସଦସ୍ୟଙ୍କର ଏହା ହେଉଛି ସୌଭାଗ୍ୟ ଯେ ହରିବଂଶ ମହାଶୟଙ୍କର ମାର୍ଗଦର୍ଶନ ଉପାଧ୍ୟକ୍ଷ ଭାବେ ଆଗକୁ ମଧ୍ୟ ମିଳିପାରିବ।

ମାନନୀୟ ଅଧ୍ୟକ୍ଷ ମହୋଦୟ, ସଂସଦର ଉଚ୍ଚ ସଦନ 250ଟି ଅଧିବେଶନରୁ ଆଗକୁ ଯିବାର ଯାତ୍ରା କରି ସାରିଛି । ଏହି ଯାତ୍ରା ଗଣତନ୍ତ୍ର ହିସାବରେ ଆମର ପରିପକ୍ୱତାର ହେଉଛି ପ୍ରମାଣ। ଆଉ ଥରେ ପୁଣି ହରିବଂଶ ମହାଶୟ ଆପଣଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଏବଂ ବଡ଼ ଦାୟିତ୍ୱ ପାଇଁ ବହୁତ ଗୁଡ଼ିଏ ଶୁଭକାମନା। ଆପଣ ସୁସ୍ଥ ରୁହନ୍ତୁ ଆଉ ସଦନରେ ମଧ୍ୟ ଏକ ସୁସ୍ଥ ପରିବେଶ ବଜାୟ ରଖି ଗୋଟିଏ ଉଚ୍ଚ ସଦନରୁ ଯେଉଁସବୁ ଆଶା ଆକାଂକ୍ଷା ରହିଛି ସେଗୁଡ଼ିକୁ ପୂରଣ କରି ଚାଲନ୍ତୁ। ହରିବଂଶ ମହାଶୟଙ୍କର ପ୍ରତିଦ୍ୱନ୍ଦି ମନୋଜ ଝା ମହାଶୟଙ୍କୁ ମଧ୍ୟ ମୋ ତରଫରୁ ଶୁଭକାମନା। ଗଣତନ୍ତ୍ରର ଗରିମା ପାଇଁ ନିର୍ବାଚନର ଏହି ପ୍ରକ୍ରିୟା ମଧ୍ୟ ହେଉଛି ସେତିକି ହିଁ ଗୁରୁତ୍ୱପୂର୍ଣ୍ଣ। ଆମର ବିହାର ହେଉଛି ଭାରତର ଗଣତାନ୍ତ୍ରିକ ପରମ୍ପରାର ଭୂମି। ବୈଶାଳୀର ସେହି ପରମ୍ପରାକୁ, ବିହାରର ସେହି ଗୌରବକୁ, ସେହି ଆଦର୍ଶକୁ ହରିବଂଶ ମହାଶୟ ଏହି ସଦନ ମାଧ୍ୟମରେ ଆପଣ ପରିଷ୍କୃତ କରିବେ ଏଭଳି ମୋର ବିଶ୍ୱାସ ରହିଛି।

ମୁଁ ସଦନର ସମସ୍ତ ସମ୍ମାନିତ ସଦସ୍ୟଙ୍କୁ ନିର୍ବାଚନର ଏହି ପ୍ରକ୍ରିୟାରେ ସାମିଲ ହୋଇଥିବାରୁ ଧନ୍ୟବାଦ ଅର୍ପଣ କରୁଛି। ଆଉ ଥରେ ପୁଣି ହରିବଂଶ ମହାଶୟଙ୍କୁ, ସମସ୍ତ ସଦସ୍ୟମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।

ଧନ୍ୟବାଦ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit

Media Coverage

PM Modi hails India’s ‘Mission Drishti’ launch as ‘world’s first OptoSAR satellite’ enters orbit
NM on the go

Nm on the go

Always be the first to hear from the PM. Get the App Now!
...
Prime Minister extends birthday greetings to Vice President Thiru CP Radhakrishnan Ji
May 04, 2026

Prime Minister Shri Narendra Modi today extended warm birthday greetings to Vice President Thiru CP Radhakrishnan Ji.

The Prime Minister noted that the Vice President is making numerous efforts to strengthen the collective dream of building a Viksit Bharat. Shri Modi highlighted that his consistent efforts to enhance the productivity and effectiveness of Parliamentary proceedings reflect his deep commitment to democratic values.

The Prime Minister further stated that the Vice President's unwavering passion for all-round development, with a concern for the poor and marginalised, is equally inspiring. Emphasising that his public life continues to be guided by dedication, discipline, and a clear sense of purpose, Shri Modi prayed for his good health, happiness, and a long life in the service of the nation.

The Prime Minister posted on X:

"Warm birthday greetings to Vice President Thiru CP Radhakrishnan Ji. He is making numerous efforts to strengthen our collective dream of building a Viksit Bharat. His consistent efforts to enhance the productivity and effectiveness of our Parliamentary proceedings reflect his deep commitment to democratic values. Equally inspiring is his unwavering passion for all-round development, with a concern for the poor and marginalised. His public life continues to be guided by dedication, discipline and a clear sense of purpose. I pray for his good health, happiness and a long life in the service of the nation."