ବିଶ୍ଵ ଜଳବାୟୁ ସମ୍ମିଳନୀ ଆୟୋଜନ କରିଥିବାରୁ ମୁଁ ଜାତିସଂଘର ସଚିବଙ୍କୁ ଧନ୍ୟବାଦ ପ୍ରଦାନ କରୁଛି ।

ଗତବର୍ଷ ଚାମ୍ପିଅନ ଅଫ ଦି ଆର୍ଥ ପୁରସ୍କାର ଗ୍ରହଣ କରିବା ପରେ ଜାତିସଂଘକୁ ଉଦବୋଧନ ପ୍ରଦାନ କରିବାରେ ଏହା ହେଉଛି ମୋର ପ୍ରଥମ ସୁଯୋଗ । ମୁଁ ଖୁସି ଯେ ନ୍ୟୁୟର୍କ ଗସ୍ତ କାଳରେ ଜଳବାୟୁ ବିଷୟକୁ ନେଇ ମୋର ପ୍ରଥମ ବୈଠକ ହେବ ।

ମହାନୁଭବ ଗଣ,

ଜଳବାୟୁ ପରିବର୍ତ୍ତନ ସହିତ ସଂଗ୍ରାମ କରିବା ପାଇଁ ବିଭିନ୍ନ ଦେଶମାନଙ୍କ ଦ୍ୱାରା ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି ।

ଆମକୁ ନିଶ୍ଚିତ ଭାବେ ସ୍ୱୀକାର କରିବାକୁ ହେବ ଯେ ଜଳବାୟୁ ପରିବର୍ତ୍ତନ ଭଳି ଏକ ଗୁରୁତର ଆହ୍ୱାନର ସମାଧାନ କରିବାକୁ ହେଲେ, ବର୍ତ୍ତମାନ ଆମେ ଯାହା କରୁଛେ ତାହା ଯଥେଷ୍ଟ ନୁହେଁ ।

ଆଜି ଏକ ବ୍ୟାପକ ସମାଧାନ ପନ୍ଥାର ଆବଶ୍ୟକତା ରହିଛି ଯେଉଁଥିରେ କି ଶିକ୍ଷାଠାରୁ ମୂଲ୍ୟବୋଧ, ଓ ଜୀବନଶୈଳୀଠାରୁ ବିକାଶଗତ ଦର୍ଶନ ଆଦି ସବୁକିଛିର ଆବଶ୍ୟକତା ରହିଛି । ଏକ ବ୍ୟବହାରିକ ପରିବର୍ତ୍ତନ ପାଇଁ ବିଶ୍ୱବ୍ୟାପୀ ଏକ ଜନ ବିପ୍ଳବ ଆବଶ୍ୟକ ।

ପ୍ରକୃତି ପ୍ରତି ସମ୍ମାନ, ସମ୍ପଦର ବିଚାରବନ୍ତ ବ୍ୟବହାର, ଆମ ଆବଶ୍ୟକତାକୁ ହ୍ରାସ କରିବା ତଥା ଆମ ପାଖରେ ଥିବା ସାଧନ ମଧ୍ୟରେ ବଞ୍ଚିବା ଆଦି ଆମ ପରମ୍ପରା ଏବଂ ସାମ୍ପ୍ରତିକ ପଦକ୍ଷେପ ଆଦିର ଗୁରୁତ୍ୱପୂର୍ଣ୍ଣ ଦିଗ । ଲୋଭ ନୁହେଁ ବରଂ ଆବଶ୍ୟକତା ହେଉଛି ଆମର ବିଚାର ।

ଏବଂ ଏଥିପାଇଁ ଭାରତ ଏହି ବିଷୟର ଗୁରୁତ୍ୱ ଉପରେ କେବଳ କହିବାକୁ ଆସିନାହିଁ ବରଂ ଏକ ବ୍ୟବହାରିକ ଧାରା ଓ ମାର୍ଗଦର୍ଶିକା ପ୍ରଦାନ କରିବାକୁ ଆସିଛି ।

ଆମେ ବିଶ୍ୱାସ କରୁ ଯେ ସାମାନ୍ୟ ଅଭ୍ୟାସର ମୂଲ୍ୟ ଏକ ଟନ ଉପଦେଶଠାରୁ ମୂଲ୍ୟବାନ ।

ଭାରତରେ ଆମେ ଅଣ ଜୀବାଷ୍ମ ଇନ୍ଧନର ବ୍ୟବହାର ବୃଦ୍ଧି କରିବାକୁ ଯାଉଛୁ ଏବଂ 2022 ସୁଦ୍ଧା ଆମେ ଅକ୍ଷୟ ଶକ୍ତିର ବ୍ୟବହାର କ୍ଷମତାକୁ 175 ଗିଗାୱାଟରୁ ଅଧିକ ଏବଂ ପରେ 450 ଗିଗାୱାଟରେ ପହଞ୍ଚାଇବାକୁ ଚାହୁଁ ।

ଭାରତରେ ଇ ମୋବିଲିଟି ମାଧ୍ୟମରେ ଆମ ପରିବହନ କ୍ଷେତ୍ରକୁ ସବୁଜରେ ପରିଣତ କରିବା ପାଇଁ ଆମେ ଯୋଜନା ପ୍ରସ୍ତୁତ କରିଛୁ ।

ପେଟ୍ରୋଲ ଓ ଡିଜେଲ ପରିବର୍ତ୍ତେ ଜୈବ ଇନ୍ଧନର ବ୍ୟବହାର ବୃଦ୍ଧି କରିବା ପାଇଁ ମଧ୍ୟ ଭାରତ କାର୍ଯ୍ୟ କରୁଛି ।

ଆମେ 150 ମିଲିଅନ ପରିବାରକୁ ସ୍ୱଚ୍ଛ ରନ୍ଧନ ଗ୍ୟାସ ପ୍ରଦାନ କରିଛୁ ।

ଜଳ ସଂରକ୍ଷଣ, ବୃଷ୍ଟିଜଳ ସଂରକ୍ଷଣ ଓ ଜଳସମ୍ପଦର ବିକାଶ ପାଇଁ ଆମେ ଜଳଜୀବନ ମିଶନର ଶୁଭାରମ୍ଭ କରିଛୁ । ଆଗାମୀ କିଛି ବର୍ଷ ମଧ୍ୟରେ ଭାରତ ଏହି କ୍ଷେତ୍ରରେ ପାଖାପାଖି 50 ବିଲିଅନ ଡଲାର ଅର୍ଥ ଖର୍ଚ୍ଚ କରିବ ।

ଆନ୍ତର୍ଜାତିକ ମଞ୍ଚରେ ପାଖାପାଖି 80ଟି ଦେଶ ଆନ୍ତର୍ଜାତିକ ସୌର ସଂଗଠନରେ ଯୋଗଦେଇଛନ୍ତି । ଶିଳ୍ପ ପରିବର୍ତ୍ତନ ଟ୍ରାକ ଅନ୍ତର୍ଗତ ଅନ୍ୟ ଭାଗିଦାରମାନଙ୍କ ସହ ଭାରତ ଓ ସ୍ୱିଡେନ ଏକାଠି ମିଶି ନେତୃତ୍ୱ ଗ୍ରୁପର ଶୁଭାରମ୍ଭ କରୁଛନ୍ତି ।

ପ୍ରଯୁକ୍ତିଗତ ନବୋନ୍ମେଷ କ୍ଷେତ୍ରରେ ସହଯୋଗ ପାଇଁ ଏହି ପଦକ୍ଷେପ ସରକାରୀ ଓ ଘରୋଇ କ୍ଷେତ୍ରମାନଙ୍କୁ ଭିତ୍ତିଭୂମି ପ୍ରଦାନ କରିବ ।

ଆମ ଭିତ୍ତିଭୂମିକୁ ବିପର୍ଯ୍ୟୟରୁ ରକ୍ଷା କରିବା ପାଇଁ, ଭାରତ ଏକ ବିପର୍ଯ୍ୟୟ ନିରୋଧି ଭିତ୍ତିଭୂମି ସଂଗଠନର ଶୁଭାରମ୍ଭ କରୁଛି । ଏହି ସଂଗଠନର ସଦସ୍ୟ ହେବା ପାଇଁ ମୁଁ ସମସ୍ତ ଦେଶଙ୍କୁ ଅନୁରୋଧ କରୁଛି ।

ଚଳିତ ବର୍ଷ ଅଗଷ୍ଟ 15ରେ ଭାରତର ସ୍ୱାଧୀନତା ଦିବସ ଅବସରରେ, ଏକକ ପ୍ଲାଷ୍ଟିକ ବ୍ୟବହାରକୁ ବନ୍ଦ କରିବା ପାଇଁ ଆମେ ଏକ ଜନ ଆନ୍ଦୋଳନର ଡାକରା ଦେଇଛୁ ।

ମୁଁ ଆଶାକରୁଛି କି ଏହା ଫଳରେ ଏକକ ପ୍ଲାଷ୍ଟିକର କୁପ୍ରଭାବକୁ ନେଇ ବିଶ୍ୱସ୍ତରରେ ଏକ ସଚେତନତା ସୃଷ୍ଟି ହେବ ।

ମହାଭାଗ ଗଣ,

ମୁଁ ଏହା ଘୋଷଣା କରି ଖୁସି ଯେ ଆସନ୍ତା କାଲି ଆମେ ଭାରତ ଦ୍ୱାରା ଅନୁଦାନ ପ୍ରଦାନ କରାଯାଇଥିବା 1 ମିଲିଅନ ଡଲାରର ସୌର ପ୍ୟାନେଲକୁ ଜାତିସଂଘ ବିଲ୍ଡିଂ ଉପରେ ଉଦଘାଟନ କରିବୁ ।

କଥା କହିବାର ସମୟ ଶେଷ ହୋଇଛି; ଏବେ ବିଶ୍ୱ ପାଇଁ କାମ କରିବାର ସମୟ ଉପନୀତ ହୋଇଛି ।

ଧନ୍ୟବାଦ, ବହୁତ ବହୁତ ଧନ୍ୟବାଦ ।

Disclaimer: PM's speech was delivered in Hindi. This is an approximate translation of the speech.

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Teachers: The artists of education

Media Coverage

Teachers: The artists of education
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ସେପ୍ଟେମ୍ବର 7, 2026
September 07, 2026

Vasudhaiva Kutumbakam in Action: Tech Hub, Border Villages, Global Leadership by PM Modi