“ଯେତେବେଳେ ମହିଳାମାନେ ସମୃଦ୍ଧ ହୁଅନ୍ତି, ବିଶ୍ୱ ସମୃଦ୍ଧ ହୁଏ”
“ଭାରତର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡିକରେ ର୍ନିବାଚିତ ୪୬% ପ୍ରତିନିଧି ମହିଳା ଅଟନ୍ତି, ଯାହା ୧.୪ ନିୟୁତ”
“ଭାରତର ମହିଳାମାନେ "ମିଶନ ଲାଇଫ୍” - ପରିବେଶ ପାଇଁ ଜୀବନଶୈଳୀର ବ୍ରାଣ୍ଡ ଆମ୍ବାସଡର ହୋଇଛନ୍ତି”
“ପ୍ରକୃତି ସହିତ ସେମାନଙ୍କର ଘନିଷ୍ଠତାକୁ ଦୃଷ୍ଟିରେ ରଖି ମହିଳାମାନେ ଜଳବାୟୁ ପରିବର୍ତ୍ତନ ପାଇଁ ଅଭିନବ ସମାଧାନର ଦାୟିତ୍ୱ ତୁଲାଉଛନ୍ତି”
“ବଜାର, ମୂଲ୍ୟ-ଶୃଙ୍ଖଳା ଏବଂ ଆର୍ଥିକ ସ୍ଥିତି ଉପରେ ଥିବା ପ୍ରତିବନ୍ଧକକୁ ହଟାଇବା ପାଇଁ ଆମକୁ କାର୍ଯ୍ୟ କରିବାକୁ ପଡିବ”
“ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ ‘ମହିଳା ସଶକ୍ତିକରଣ' ଉପରେ ଏକ ନୂତନ ‘କାର୍ଯ୍ୟ ଗୋଷ୍ଠୀ’ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଛି”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜୁରାଟର ଗାନ୍ଧିନଗରରେ ଆୟୋଜିତ ମହିଳା ସଶକ୍ତିକରଣ ଉପରେ ଜି -୨୦ ମନ୍ତ୍ରୀ ସ୍ତରୀୟ ସମ୍ମିଳନୀକୁ ଭିଡିଓ ବାର୍ତ୍ତା ମାଧ୍ୟମରେ ସମ୍ବୋଧିତ କରିଛନ୍ତି ।

ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଏହାର ପ୍ରତିଷ୍ଠା ଦିବସରେ ମହାତ୍ମା ଗାନ୍ଧୀଙ୍କ ନାମରେ ନାମିତ ଗାନ୍ଧିନଗରକୁ ମାଣ୍ୟଗଣ୍ୟ ବ୍ୟକ୍ତିଙ୍କୁ ସ୍ୱାଗତ କରିଥିଲେ ଏବଂ ସେମାନଙ୍କୁ ଅହମ୍ମଦାବାଦର ଗାନ୍ଧୀ ଆଶ୍ରମ ପରିଦର୍ଶନ କରିବାର ସୁଯୋଗ ମିଳିଥିବାରୁ ଖୁସି ବ୍ୟକ୍ତ କରିଥିଲେ । ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱ ତାପମାତ୍ରା ଭଳି ସମସ୍ୟାଗୁଡିକ ପାଇଁ ଜରୁରୀ ଏବଂ ନିରନ୍ତର ସମାଧାନ ଖୋଜିବାର ଆବଶ୍ୟକତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗାନ୍ଧୀଜୀଙ୍କ ଜୀବନଶୈଳୀର ସରଳତା ଏବଂ ଗାନ୍ଧୀ ଆଶ୍ରମରେ ସହନଶୀଳତା, ଆତ୍ମର୍ନିଭରଶୀଳତା ଏବଂ ସମାନତା ବିଷୟରେ ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଧାରାକୁ ଯେ କେହି ଦେଖିପାରିବ ।ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ ଏହା ପ୍ରେରଣାଦାୟକ ବୋଲି ଶ୍ରୀ ମୋଦୀ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି । ସେ ଦାଣ୍ଡି କୁଟୀର ସଂଗ୍ରହାଳୟ ପରିଦର୍ଶନ କରିବା ବିଷୟରେ ମଧ୍ୟ ସୂଚନା ଦେଇଛନ୍ତି ଏବଂ ଗାନ୍ଧୀଜୀଙ୍କ ପ୍ରସିଦ୍ଧ ସୂତାକଟା ଚରଖା କିମ୍ବା ଚରଖା ନିକଟସ୍ଥ ଏକ ଗାଁରେ ଗଙ୍ଗାବେନ୍ ନାମକ ଜଣେ ମହିଳାଙ୍କୁ ମିଳିଥିବା ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସମୟରେ ଗାନ୍ଧିଜୀ ଖଦି ପିନ୍ଧିବା ଆରମ୍ଭ କରିଥିଲେ ଯାହା ଆତ୍ମର୍ନିଭରଶୀଳତା ଏବଂ ସହନଶୀଳତାର ପ୍ରତୀକ ପାଲଟିଥିଲା ।

ପ୍ରଧାନମନ୍ତ୍ରୀ ଏହା କହିଛନ୍ତି ଯେ ଯେତେବେଳେ ମହିଳାମାନେ ସମୃଦ୍ଧ ହୁଅନ୍ତି, ସେତେବେଳେ ବିଶ୍ୱ ସମୃଦ୍ଧ ହୁଏ, ସେମାନଙ୍କର ଅର୍ଥନୈତିକ ସଶକ୍ତିକରଣ ଅଭିବୃଦ୍ଧିକୁ ଇନ୍ଧନ ଯୋଗାଇଥାଏ ଏବଂ ସେମାନଙ୍କର ଶିକ୍ଷା ବିଶ୍ୱକୁ ଆଗକୁ ନେଇଥାଏ । ସେ ଆହୁରି ମଧ୍ୟ କହିଛନ୍ତି ଯେ ସେମାନଙ୍କର ନେତୃତ୍ୱ ଅନ୍ତର୍ଭୂକ୍ତିକୁ ବୃଦ୍ଧି କରିଥାଏ ଏବଂ ସେମାନଙ୍କର ସ୍ୱର ସକାରାତ୍ମକ ପରିବର୍ତ୍ତନକୁ ପ୍ରେରଣା ଦେଇଥାଏ । ପ୍ରଧାନମନ୍ତ୍ରୀ ସୂଚାଇ ଦେଇଛନ୍ତି ଯେ ମହିଳା ସଶକ୍ତିକରଣର ସବୁଠାରୁ ପ୍ରଭାବଶାଳୀ ଉପାୟ ହେଉଛି ମହିଳା ନେତୃତ୍ୱାଧୀନ ବିକାଶ ଆଭିମୁଖ୍ୟ ଏବଂ ଭାରତ ଏହି ଦିଗରେ ବହୁତ ଅଗ୍ରଗତି କରୁଛି ।

ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେ ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ନିଜେ ଏକ ପ୍ରେରଣାଦାୟୀ ଉଦାହରଣ ସୃଷ୍ଟି କରିଛନ୍ତି । ସେ ଦର୍ଶାଇଛନ୍ତି ଯେ ଯଦିଓ ସେ ଜଣେ ସରଳ ଆଦିବାସୀ ପୃଷ୍ଠଭୂମିରୁ ଆସିଛନ୍ତି ସେ ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରର ନେତୃତ୍ୱ ନେଉଛନ୍ତି ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ପ୍ରତିରକ୍ଷା ବାହିନୀର ସେନାମୁଖ୍ୟ ଭାବରେ କାର୍ଯ୍ୟ କରୁଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଗଣତନ୍ତ୍ରର ଜନନୀ କୁହାଯାଉଥିବା ଏହି ଦେଶରେ ଭାରତୀୟ ସମ୍ବିଧାନ ଦ୍ୱାରା ମହିଳାଙ୍କ ସମେତ ସମସ୍ତ ନାଗରିକଙ୍କୁ "ଭୋଟ ଦେବାର ଅଧିକାର” ସମାନ ଭାବରେ ପ୍ରଦାନ କରାଯାଇଛି ଏବଂ ସମାନତା ଆଧାରରେ ର୍ନିବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଅଧିକାର ମଧ୍ୟ ପ୍ରଦାନ କରାଯାଇଛି । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ର୍ନିବାଚିତ ମହିଳା ପ୍ରତିନିଧୀମାନେ ଅର୍ଥନୈତିକ, ପରିବେଶ ଏବଂ ସାମାଜିକ ପରିବର୍ତ୍ତନର ପ୍ରମୁଖ ଏଜେଣ୍ଟ ଅଟନ୍ତି ଏବଂ ସୂଚନା ଦେଇଛନ୍ତି ଯେ ଭାରତର ଗ୍ରାମାଞ୍ଚଳର ସ୍ଥାନୀୟ ସଂସ୍ଥାଗୁଡ଼ିକରେ ର୍ନିବାଚିତ ପ୍ରତିନିଧୀଙ୍କ ମଧ୍ୟରୁ ୪୬% ହେଉଛନ୍ତି ମହିଳା ଯାହା ୧.୪ ନିୟୁତ । ସ୍ୱୟଂ ସହାୟକ ଗୋଷ୍ଠୀରେ ମହିଳାମାନଙ୍କର ଅଂଶଗ୍ରହଣ ମଧ୍ୟ ପରିବର୍ତ୍ତନ ପାଇଁ ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସ୍ୱୟଂ ସହାୟକା ଗୋଷ୍ଠି ଏବଂ ନିର୍ବାଚିତ ମହିଳା ପ୍ରତିନିଧିମାନେ ମହାମାରୀ ସମୟରେ ସହାୟତା ପାଇଁ ଆଗକୁ ଆସିଥିଲେ । ପ୍ରଧାନମନ୍ତ୍ରୀ ସେମାନଙ୍କ ସଫଳତାର ଉଦାହରଣ ଦେଇଛନ୍ତି ଏବଂ ମାସ୍କ ଏବଂ ସାନିଟାଇଜର ଉତ୍ପାଦନ ଏବଂ ସଂକ୍ରମଣ ରୋକିବା ବିଷୟରେ ସଚେତନତା ସୃଷ୍ଟି କରିବା ବିଷୟରେ ଉଲ୍ଲେଖ କରିଛନ୍ତି । ଭାରତର ୮୦% ରୁ ଅଧିକ ନର୍ସ ଏବଂ ଧାଈ ମଧ୍ୟ ମହିଳା ଅଟନ୍ତି । ମହାମାରୀ ସମୟରେ ସେମାନେ ଆମର ଆଗ ଧାଡିର ସୁରକ୍ଷାକର୍ମୀ ଥିଲେ ଏବଂ ସେମାନଙ୍କ ସଫଳତା ପାଇଁ ଆମେ ଗର୍ବିତ ବୋଲି ସେ କହିଛନ୍ତି ।

ମହିଳା ନେତୃତ୍ୱାଧୀନ ବିକାଶ ସରକାରଙ୍କ ପାଇଁ ଏକ ପ୍ରମୁଖ ପ୍ରାଥମିକତା ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ପ୍ରଧାନ ମନ୍ତ୍ର ମୁଦ୍ରା ଯୋଜନା ଅନ୍ତର୍ଗତ ମାଇକ୍ରୋ ସ୍ତରୀୟ ୟୁନିଟକୁ ସହାୟତା କରିବା ପାଇଁ ପ୍ରାୟ ଦଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରାୟ ୭୦% ମହିଳାଙ୍କୁ ମଞ୍ଜୁର କରାଯାଇଛି । ସେହିଭଳି ଷ୍ଟାଣ୍ଡ ଅପ୍ ଇଣ୍ଡିଆ ଯୋଜନାରେ ୮୦% ମହିଳା ହିତାଧିକାରୀ ନୂତନ ପ୍ରକଳ୍ପ ପାଇଁ ବ୍ୟାଙ୍କ ଋଣ ପାଇଛନ୍ତି । ସ୍ୱଚ୍ଛ ରନ୍ଧନ ଇନ୍ଧନ ପରିବେଶ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ମହିଳାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ପ୍ରଧାନ ମନ୍ତ୍ରୀ ଉଜ୍ୱଳା ଯୋଜନା ଉପରେ ଆଲୋକପାତ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ପ୍ରାୟ ୧୦୦ ନିୟୁତ ରନ୍ଧନ ଗ୍ୟାସ ସଂଯୋଗ ଯୋଗାଇ ଦିଆଯାଇଥିବା ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଯେ ୨୦୧୪ ମସିହାରୁ ଶିଳ୍ପ ତାଲିମ କେନ୍ଦ୍ରରେ ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କ ସଂଖ୍ୟା ଦ୍ୱିଗୁଣିତ ହୋଇଛି, ଭାରତରେ ଏସଟିଇଏମ୍‍ (ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଞ୍ଜିନିୟରିଂ ଏବଂ ଗଣିତ) ସ୍ନାତକୋତ୍ତରର ପ୍ରାୟ ୪୩ ପ୍ରତିଶତ ଏବଂ ମହାକାଶ ବିଜ୍ଞାନର ଏକ ଚତୁର୍ଥାଂଶ ହେଉଛନ୍ତି ମହିଳା । ସେ କହିଛନ୍ତି, ଚନ୍ଦ୍ରଯାନ, ଗଗନୟାନ ଏବଂ ମିଶନ ମଙ୍ଗଳ ଭଳି ଆମର ଫ୍ଲାଗସିପ୍ କାର୍ଯ୍ୟକ୍ରମର ସଫଳତା ପଛରେ ଏହି ମହିଳା ବୈଜ୍ଞାନିକମାନଙ୍କର ପ୍ରତିଭା ଏବଂ ପରିଶ୍ରମ ରହିଛି । ଆଜି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତରେ ପୁରୁଷଙ୍କ ଅପେକ୍ଷା ଅଧିକରୁ ଅଧିକ ମହିଳା ଉଚ୍ଚଶିକ୍ଷାରେ ନାମ ଲେଖାଉଛନ୍ତି । ସେ ଆହୁରି ମଧ୍ୟ ସୂଚାଇ ଦେଇଛନ୍ତି ଯେ ବେସାମରିକ ବିମାନରେ ମହିଳା ପାଇଲଟଙ୍କ ମଧ୍ୟରେ ଭାରତରେ ସର୍ବାଧିକ ପ୍ରତିଶତ ଥିବାବେଳେ ଭାରତୀୟ ବାୟୁସେନାରେ ମହିଳା ପାଇଲଟମାନେ ମଧ୍ୟ ଯୁଦ୍ଧ ବିମାନ ଉଡ଼ାଉଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଆମର ସମସ୍ତ ସଶସ୍ତ୍ର ବାହିନୀରେ ମହିଳା ଅଧିକାରୀଙ୍କୁ ସମ୍ମୁଖ ଅଞ୍ଚଳ ଏବଂ ଯୁଦ୍ଧ ପ୍ଲାଟଫର୍ମରେ ନିୟୋଜିତ କରାଯାଉଛି ।

ଗ୍ରାମୀଣ କୃଷି ପରିବାରର ମେରୁଦଣ୍ଡ ଏବଂ କ୍ଷୁଦ୍ର ବ୍ୟବସାୟୀ ଏବଂ ଦୋକାନୀ ଭାବରେ ମହିଳାମାନଙ୍କ ପ୍ରମୁଖ ଭୂମିକା ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଥିଲେ । ପ୍ରକୃତି ସହିତ ସେମାନଙ୍କର ଘନିଷ୍ଠ ସମ୍ପର୍କକୁ ସୂଚାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଜଳବାୟୁ ପରିବର୍ତ୍ତନ ପାଇଁ ଅଭିନବ ସମାଧାନର ଚାବି ମହିଳାମାନଙ୍କ ହାତରେ ରହିଛି । ସେ ମନେ ପକାଇ ଦେଇଥିଲେ ଯେ ଅଷ୍ଟାଦଶ ଶତାବ୍ଦୀରେ ଅମ୍ରିତା ଦେବୀଙ୍କ ନେତୃତ୍ୱରେ ରାଜସ୍ଥାନର ବିଷ୍ଣୋଇ ସମ୍ପ୍ରଦାୟ ଅନିୟମିତ କାର୍ଯ୍ୟକୁ ରୋକିବା ପାଇଁ "ଚିପ୍‍କୋ ଆନ୍ଦୋଳନ” ଆରମ୍ଭ କଲାବେଳେ ମହିଳାମାନେ ଭାରତରେ ପ୍ରଥମ ପ୍ରମୁଖ ଜଳବାୟୁ କାର୍ଯ୍ୟର ନେତୃତ୍ୱ ନେଇଥିଲେ । ପ୍ରଧାନମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ସେ ଅନ୍ୟ ଅନେକ ଗ୍ରାମବାସୀଙ୍କ ସହ ପ୍ରକୃତି ପାଇଁ ନିଜ ଜୀବନ ଦେଇଥିଲେ । ‘ମିଶନ୍ ଲାଇଫ୍‍ - ପରିବେଶ ପାଇଁ ଜୀବନଶୈଳୀ’ ପାଇଁ ଭାରତର ମହିଳାମାନେ ମଧ୍ୟ ବ୍ରାଣ୍ଡ୍ ଆମ୍ବାସାଡର ହୋଇଛନ୍ତି ବୋଲି ଦର୍ଶାଇ ପ୍ରଧାନମନ୍ତ୍ରୀ ହ୍ରାସ, ଉଦ୍ଧାର, ପୁନଃ ବ୍ୟବହାର, ଏବଂ ପୁନଃ ଉଦ୍ଦେଶ୍ୟ ପାଇଁ ସେମାନଙ୍କର ପାରମ୍ପାରିକ ଜ୍ଞାନ ଉପରେ ଆଲୋକପାତ କରିଛନ୍ତି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହିଳାମାନେ ସୌର ପ୍ୟାନେଲ ଏବଂ ଲାଇଟ୍ ତିଆରିରେ ସକ୍ରିୟ ଭାବରେ ତାଲିମ ନେଉଛନ୍ତି । ଦକ୍ଷିଣ ବିଶ୍ୱର ଅଂଶୀଦାର ଦେଶମାନଙ୍କ ସହ ସହଯୋଗ କରିବାରେ ସଫଳ ହୋଇଥିବା "ସୋଲାର ମାମା” ପଦକ୍ଷେପ ବିଷୟରେ ସେ ଉଲ୍ଲେଖ କରିଛନ୍ତି ।

ଭାରତରେ ମହିଳା ଉଦ୍ୟୋଗୀଙ୍କ ଭୂମିକା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ମହିଳା ଉଦ୍ୟୋଗୀମାନେ ବିଶ୍ୱ ଅର୍ଥବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଛନ୍ତି । ସେ କହିଥିଲେ ଯେ ଦଶନ୍ଧି ପୂର୍ବରୁ ୧୯୫୯ ମସିହାରେ ମୁମ୍ବାଇର ସାତ ଜଣ ଗୁଜୁରାଟୀ ମହିଳା ଏକତ୍ରିତ ହୋଇ ଏକ ଐତିହାସିକ ସମବାୟ ଆନ୍ଦୋଳନ ସୃଷ୍ଟି କରିଥିଲେ - ଶ୍ରୀ ମହିଳା ଗୃହ ଉଦ୍ୟୋଗ ଯାହା ଲକ୍ଷ ଲକ୍ଷ ମହିଳା ଏବଂ ସେମାନଙ୍କ ପରିବାରର ଜୀବନକୁ ବଦଳାଇ ଦେଇଛି । ଶ୍ରୀ ମୋଦୀ ସେମାନଙ୍କର ସବୁଠାରୁ ପ୍ରସିଦ୍ଧ ଉତ୍ପାଦ ଲିଜତ ପାମ୍ପଡ ଉପରେ ଆଲୋକପାତ କରି କହିଥିଲେ ଯେ ଏହା ଗୁଜୁରାଟର ଖାଦ୍ୟ ତାଲିକାରେ ନିଶ୍ଚିତ ରହିବ! ସେ ଦୁଗ୍ଧ କ୍ଷେତ୍ରର ଉଦାହରଣ ମଧ୍ୟ ଦେଇଛନ୍ତି ଏବଂ କେବଳ ଗୁଜୁରାଟରେ ଏହି କ୍ଷେତ୍ରରେ ୩.୬ ନିୟୁତ ମହିଳା ଜଡିତ ଥିବା ସୂଚନା ଦେଇଛନ୍ତି । ଶ୍ରୀ ମୋଦୀ ଦର୍ଶାଇଛନ୍ତି ଯେ ଭାରତରେ ପ୍ରାୟ ୧୫% ୟୁନିକର୍ଣ୍ଣ ଷ୍ଟାର୍ଟଅପରେ ଅତି କମରେ ଜଣେ ମହିଳା ପ୍ରତିଷ୍ଠାତା ଅଛନ୍ତି ଏବଂ ଏହି ମହିଳା ନେତୃତ୍ୱାଧୀନ ୟୁନିକର୍ଣ୍ଣର ମିଳିତ ମୂଲ୍ୟ ୪୦ ବିଲିୟନ ଡଲାରରୁ ଅଧିକ । ଏକ ପ୍ଲାଟଫର୍ମ ସୃଷ୍ଟି କରିବାର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ଯେଉଁଠାରେ ସଫଳତା ହାସିଲ କରିଥିବା ମହିଳାମାନେ ଆଦର୍ଶ ଭାବେ ଉଭା ହେବେ । ସେହି ପ୍ରତିବନ୍ଧକଗୁଡିକୁ ହଟାଇବା ଦିଗରେ କାର୍ଯ୍ୟ କରିବାକୁ ସେ ଗୁରୁତ୍ୱାରୋପ କରିଥିଲେ ଯାହା ବଜାର, ବିଶ୍ୱର ମୂଲ୍ୟ ଶୃଙ୍ଖଳା ଏବଂ ଭଲ ଆର୍ଥିକ ସ୍ଥିତିରେ ପହଞ୍ଚିବାକୁ ସେମାନଙ୍କୁ ରୋକିଥାଏ । ଏଥି ସହିତ ଏହା ନିଶ୍ଚିତ କରିଥାଏ ଯେ ଯତ୍ନ ଏବଂ ଘରୋଇ କାର୍ଯ୍ୟର ବୋଝକୁ ଏକା ସମୟରେ ତୁଲାଇଥାନ୍ତି ।

 

ଏହି ସମ୍ବୋଧନକୁ ସମାପ୍ତ କରି ପ୍ରଧାନମନ୍ତ୍ରୀ ମହିଳା ଉଦ୍ୟୋଗ, ନେତୃତ୍ୱ ଏବଂ ଶିକ୍ଷା ଉପରେ ମନ୍ତ୍ରୀସ୍ତରୀୟ ସମ୍ମିଳନୀର ଧ୍ୟାନକୁ ପ୍ରଶଂସା କରିବା ସହ ମହିଳାମାନଙ୍କ ପାଇଁ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ବୃଦ୍ଧି ପାଇଁ "ଟେକ୍‍-ଇକ୍ୟୁଟି ପ୍ଲାଟଫର୍ମ” ର ଶୁଭାରମ୍ଭ କରି ଖୁସି ବ୍ୟକ୍ତ କରିଛନ୍ତି । ସେ ଏହା ମଧ୍ୟ କହିଛନ୍ତି ଯେ ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ "ମହିଳା ସଶକ୍ତିକରଣ” ଉପରେ ଏକ ନୂତନ କାର୍ଯ୍ୟ ଗୋଷ୍ଠି ଗଠନ କରାଯାଉଛି । ସେ ଆତ୍ମବିଶ୍ୱାସ ବ୍ୟକ୍ତ କରିଛନ୍ତି ଯେ ଗାନ୍ଧିନଗରରେ ଅକ୍ଲାନ୍ତ ପରିଶ୍ରମ ସମଗ୍ର ବିଶ୍ୱରେ ମହିଳାମାନଙ୍କୁ ଅପାର ଆଶା ଏବଂ ଆତ୍ମବିଶ୍ୱାସ ଦେବ ।

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India's strong growth outlook intact despite global volatility: Govt

Media Coverage

India's strong growth outlook intact despite global volatility: Govt
NM on the go

Nm on the go

Always be the first to hear from the PM. Get the App Now!
...
Prime Minister expresses grief over mishap in Coimbatore
April 17, 2026

The Prime Minister, Shri Narendra Modi, has expressed deep anguish over the mishap in Coimbatore, Tamil Nadu.

Shri Modi said that he is distressed to hear about the incident and extended his heartfelt condolences to those who have lost their loved ones. He also prayed for the speedy recovery of those injured in the mishap.

The Prime Minister’s Office posted on X;

“Distressed to hear about the mishap in Coimbatore, Tamil Nadu. I extend my heartfelt condolences to those who have lost their loved ones in the mishap. Prayers for the speedy recovery of those injured: PM @narendramodi”