ଶିବାଜୀ ମହାରାଜଙ୍କ ଜୀବନ ଓ ଇତିହାସକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ଉତ୍କୃଷ୍ଟ ଯୋଗଦାନ ନିମନ୍ତେ ଆମେ ସମସ୍ତେ ତାଙ୍କ ନିକଟରେ ଋଣୀ ରହିବା: ପ୍ରଧାନମନ୍ତ୍ରୀ
ଛତ୍ରପତୀ ଶିବାଜୀ ମହାରାଜଙ୍କ ବିନା ଭାରତର ରୂପ, ତାହାର ମହିମା କଳ୍ପନା କରିବା ଅସମ୍ଭବ: ପ୍ରଧାନମନ୍ତ୍ରୀ
ଶିବାଜୀ ମହାରାଜଙ୍କ ‘ହିନ୍ଦୱି ସ୍ୱରାଜ’ ପଛୁଆ ବର୍ଗ ଏବଂ ଅବହେଳିତଙ୍କ ନିମନ୍ତେ ନ୍ୟାୟ ଓ ଅତ୍ୟାଚାର ବିରୋଧରେ ଯୁଦ୍ଧର ଏକ ଅନନ୍ୟ ଉଦାହରଣ: ପ୍ରଧାନମନ୍ତ୍ରୀ
ମୁଁ ଯୁବ ଇତିହାସକାରଙ୍କୁ ଅପିଲ କରୁଛି ଯେ ସେମାନେ ଯେବେ ବି ‘ଆଜାଦୀ କା ଅମ୍ରିତ ମହୋତ୍ସବ’ ଉପଲକ୍ଷେ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସ ବାବଦରେ ଲେଖିବେ, ସେତେବେଳେ ବାବା ସାହେବ ପୁରନ୍ଦରେଙ୍କ ଭଳି ସମାନ ମାନ ବଜାୟ ରଖିବେ: ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାବା ସାହେବ ପୁରନ୍ଦରେଙ୍କୁ ତାଙ୍କ ଜୀବନର ୧୦୦ତମ ବର୍ଷ ପ୍ରବେଶ ଉପଲକ୍ଷେ ତାଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ବାବା ସାହେବଙ୍କ ଜନ୍ମ ଶତବାର୍ଷିକୀ ସମାରୋହ ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବାବା ସାହେବ ପୁରନ୍ଦରେଙ୍କ ଜୀବନ ଆମର ସନ୍ଥମାନଙ୍କ ଦ୍ୱାରା ପ୍ରତିପାଦିତ ସକ୍ରିୟ ତଥା ମାନସିକ ରୂପରେ ସତର୍କ ଶତାବ୍ଦୀ ଜୀବନର ଉଚ୍ଚ ଧାରଣାର ଦୃଷ୍ଟାନ୍ତ । ଭାରତ ସ୍ୱାଧୀନତାର ୭୫ତମ ବର୍ଷରେ ବାବା ସାହେବଙ୍କ ଜନ୍ମ ଶତାବ୍ଦୀ ପଡ଼ିଥିବାରୁ ଏହାକୁ ପ୍ରଧାନମନ୍ତ୍ରୀ ଏକ ସୁଖଦ ସଂଯୋଗ ବୋଲି ଦର୍ଶାଇଛନ୍ତି । ଆମ ଇତିହାସର ଅମର ମହାତ୍ମାମାନଙ୍କ ଇତିହାସ ଲେଖିବାରେ ବାବା ସାହେବ ପୁରନ୍ଦରେଙ୍କ ଅବଦାନ ଉପରେ ସେ ଉଲ୍ଲେଖ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଶିବାଜୀ ମହାରାଜଙ୍କ ଜୀବନ ଓ ଇତିହାସକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଆମ୍ଭେମାନେ ସମସ୍ତେ ତାଙ୍କ ନିକଟରେ ଋଣୀ ରହିବା ।’’ ଶ୍ରୀ ପୁରନ୍ଦରେଙ୍କୁ ୨୦୧୯ରେ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇଥିଲା, ୨୦୧୫ରେ ତତ୍କାଳନୀ ମହାରାଷ୍ଟ୍ର ସରକାର ତାଙ୍କୁ ମହାରାଷ୍ଟ୍ର ଭୂଷଣ ପୁରସ୍କାରରେ ସମ୍ମାନିତ କରିଥିଲେ । ମଧ୍ୟପ୍ରଦେଶ ସରକାର ମଧ୍ୟ ତାଙ୍କୁ କାଳୀଦାସ ପୁରସ୍କାର ପ୍ରଦାନ କରି ତାଙ୍କୁ ଅଭିବାଦନ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଶିବାଜୀ ମହାରାଜଙ୍କ ଗୌରବଶାଳୀ ବ୍ୟକ୍ତିତ୍ୱ ବାବଦରେ ବିସ୍ତୃତ ଭାବେ ବର୍ଣ୍ଣନ କରିଛନ୍ତି । ସେ କହିଛନ୍ତି, ଶିବାଜୀ ମହାରାଜ କେବଳ ଜଣେ ଭାରତୀୟ ଇତିହାସର ମହାନାୟକ ନ ଥିଲେ, ସେ ବର୍ତ୍ତମାନର ଭାରତୀୟ ଭୂଗୋଳକୁ ମଧ୍ୟ ପ୍ରଭାବିତ କରିଛନ୍ତି । ଆମର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ଏକ ବଡ଼ ପ୍ରଶ୍ନ ଏହା ଯେ ଯଦି ଶିବାଜୀ ମହାରାଜ ନ ଥାନ୍ତେ, ତେବେ ଆମର ଅସ୍ତିତ୍ୱ କ’ଣ ହୋଇଥାନ୍ତା! ଛତ୍ରପତି ଶିବାଜୀ ମହାରାଜଙ୍କ ବିନା ଭାରତର ରୂପ, ତାହାର ମହିମା କଳ୍ପନା କରିବା ଅସମ୍ଭବ । ସେ ତାଙ୍କ ସମୟରେ ଯାହା କରିଯାଇଛନ୍ତି, ସେହି ଭୂମିକା ତାଙ୍କର କିମ୍ବଦନ୍ତୀ, ପ୍ରେରଣା ଏବଂ ତାଙ୍କ ପରର କାହାଣୀଗୁଡ଼ିକ ବି ନିର୍ବାହ କରିଛନ୍ତି । ତାଙ୍କର ‘ହିନ୍ଦୱି ସ୍ୱରାଜ’ ପଛୁଆ ବର୍ଗ ଏବଂ ଅବହେଳିତଙ୍କ ନିମନ୍ତେ ନ୍ୟାୟ ଓ ଅତ୍ୟାଚାର ବିରୋଧରେ ଯୁଦ୍ଧର ଏକ ଅନନ୍ୟ ଦୃଷ୍ଟାନ୍ତ । ଶ୍ରୀ ମୋଦୀ କହିଛନ୍ତି, ବୀର ଶିବାଜୀଙ୍କ ପରିଚାଳନା, ତାଙ୍କର ନୌସେନା ଶକ୍ତି ଉପଯୋଗ, ତାଙ୍କର ଜଳ ପରିଚାଳନା ଆଜି ବି ଅନୁକରଣୀୟ ।

 

ପ୍ରଧାନମନ୍ତ୍ରୀ କହିଛନ୍ତି, ବାବା ସାହେବ ପୁରନ୍ଦରେଙ୍କ କାମ ଶିବାଜୀ ମହାରାଜଙ୍କ ପ୍ରତି ତାଙ୍କର ଅତୁଟ ଭକ୍ତିକୁ ପ୍ରତିଫଳନ କରୁଛି, ଶିବାଜୀ ମହାରାଜ ତାଙ୍କ କାର୍ଯ୍ୟଗୁଡ଼ିକ ଦ୍ୱାରା ଆମ ହୃଦୟରେ ସ୍ଥାନ ପାଇଛନ୍ତି । ପ୍ରଧାନମନ୍ତ୍ରୀ ବାବା ସାହେବଙ୍କ କାର୍ଯ୍ୟକ୍ରମଗୁଡ଼ିକରେ ତାଙ୍କର ବ୍ୟକ୍ତିଗତ ଉପସ୍ଥିତିକୁ ମଧ୍ୟ ସ୍ମରଣ କରିଛନ୍ତି ଏବଂ ଇତିହାସକୁ ତାହାର ପୂରା ଗୌରବ ଓ ପ୍ରେରଣା ଦ୍ୱାରା ଯୁବଗୋଷ୍ଠୀଙ୍କ ପର୍ଯ୍ୟନ୍ତ ନେଇଯିବାରେ ତାଙ୍କର ଉତ୍ସାହକୁ ପ୍ରଶଂସା କରିଛନ୍ତି । ଇତିହାସକୁ ସବୁବେଳେ ତାହାର ବାସ୍ତବତାକୁ ନେଇ ଆଲୋଚନା କରାଯାଏ ବୋଲି ସେ ଦର୍ଶାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଦେଶର ଇତିହାସ ପାଇଁ ଏହି ସନ୍ତୁଳନ ଦରକାର, ସେ କଦାପି ନିଜର ଭକ୍ତି ଓ ସାହିତ୍ୟକୁ ନିଜ ଇତିହାସର ଭାବନାକୁ ପ୍ରଭାବିତ କରିବାକୁ ଦେଇନାହାନ୍ତି । ମୁଁ ଯୁବ ଇତିହାସକାରଙ୍କୁ ଅପିଲ କରୁଛି ଯେ ସେମାନେ ଯେବେ ବି ‘ଆଜାଦୀ କା ଅମ୍ରିତ ମହୋତ୍ସବ’ ଉପଲକ୍ଷେ ଭାରତୀୟ ସ୍ୱାଧୀନତା ସଂଗ୍ରାମର ଇତିହାସ ବାବଦରେ ଲେଖିବେ, ସେତେବେଳେ ବାବା ସାହେବ ପୁରନ୍ଦରେଙ୍କ ଭଳି ସମାନ ଗୁଣବତ୍ତା ବଜାୟ ରଖିବେ ।’’

ଗୋଆ ମୁକ୍ତି ସଂଗ୍ରାମଠାରୁ ଦାଦ୍ରା ନଗର ହାବେଳି ସ୍ୱାଧୀନତା ସଂଗ୍ରାମ କ୍ଷେତ୍ରରେ ବାବା ସାହେବ ପୁରନ୍ଦରେଙ୍କ ଅବଦାନଗୁଡ଼ିକୁ ମଧ୍ୟ ପ୍ରଧାନମନ୍ତ୍ରୀ ସ୍ମରଣ କରିଛନ୍ତି ।

 

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian Railways plans four-laning of 11,000-km high-density network to boost train capacity

Media Coverage

Indian Railways plans four-laning of 11,000-km high-density network to boost train capacity
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi