ଶିବାଜୀ ମହାରାଜଙ୍କ ଜୀବନ ଓ ଇତିହାସକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ତାଙ୍କର ଉତ୍କୃଷ୍ଟ ଯୋଗଦାନ ନିମନ୍ତେ ଆମେ ସମସ୍ତେ ତାଙ୍କ ନିକଟରେ ଋଣୀ ରହିବା: ପ୍ରଧାନମନ୍ତ୍ରୀ
ଛତ୍ରପତୀ ଶିବାଜୀ ମହାରାଜଙ୍କ ବିନା ଭାରତର ରୂପ, ତାହାର ମହିମା କଳ୍ପନା କରିବା ଅସମ୍ଭବ: ପ୍ରଧାନମନ୍ତ୍ରୀ
ଶିବାଜୀ ମହାରାଜଙ୍କ ‘ହିନ୍ଦୱି ସ୍ୱରାଜ’ ପଛୁଆ ବର୍ଗ ଏବଂ ଅବହେଳିତଙ୍କ ନିମନ୍ତେ ନ୍ୟାୟ ଓ ଅତ୍ୟାଚାର ବିରୋଧରେ ଯୁଦ୍ଧର ଏକ ଅନନ୍ୟ ଉଦାହରଣ: ପ୍ରଧାନମନ୍ତ୍ରୀ
ମୁଁ ଯୁବ ଇତିହାସକାରଙ୍କୁ ଅପିଲ କରୁଛି ଯେ ସେମାନେ ଯେବେ ବି ‘ଆଜାଦୀ କା ଅମ୍ରିତ ମହୋତ୍ସବ’ ଉପଲକ୍ଷେ ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସ ବାବଦରେ ଲେଖିବେ, ସେତେବେଳେ ବାବା ସାହେବ ପୁରନ୍ଦରେଙ୍କ ଭଳି ସମାନ ମାନ ବଜାୟ ରଖିବେ: ପ୍ରଧାନମନ୍ତ୍ରୀ

ନମସ୍କାର!

ଏହି କାର୍ଯ୍ୟକ୍ରମରେ ଆମକୁ ଆଶୀର୍ବାଦ ଦେଉଛନ୍ତି ଆଦରଣୀୟ ବାବ ସାହେବ ପୁରନ୍ଦରେ ମହାଶୟ, ବାବା ସାହେବ ସତ୍କାର ସମାରୋହ ସମିତିର ଅଧ୍ୟକ୍ଷା ସୁମିତ୍ରା ତାଈ ଏବଂ ଶିବଶାହୀରେ ଆସ୍ଥା ରଖୁଥିବା ବାବା ସାହେବଙ୍କ ସମସ୍ତ ଅନୁଗାମୀ ସାଥୀଗଣ!

ଶିବ ଶାହିର ବାବ ସାହେବ ପୁରନ୍ଦରେ ୟାଂନା ମୀ ସୁରୁବାତୀସଚ ସାଷ୍ଟାଙ୍ଗ ନମସ୍କାର କରତୋ ୱ ଛତ୍ରପତି ଶିବାଜୀ ମହାରାଜାଂନୀ ଜେ ଆଦର୍ଶ ଉଭେ କେଲେ ଆହେତ, ଜୀ ଶିକୱଣ ଦିଲୀ ଆହେ, ତିଚେ ଆଚରଣ କରଣ୍ୟାଚୀ ଶକ୍ତି ପରମେଶ୍ୱରା ନେ ମଲା ଧ୍ୟାବୀ ଅଶୀ ପ୍ରାର୍ଥନା ମୀ ଦେୱାକଡେ କରତୋ!

ମୁଁ ଆଦରଣୀୟ ବାବା ସାହେବ ପୁରନ୍ଦରେ ମହାଶୟଙ୍କ ଜୀବନର ଶହେ ତମ ବର୍ଷରେ ପ୍ରବେଶ କରୁଥିବା ଯୋଗୁଁ ହୃଦୟର ସହ ଶୁଭକାମନା ଜଣାଉଛି। ତାଙ୍କର ମାର୍ଗଦର୍ଶନ, ତାଙ୍କର ଆଶୀର୍ବାଦ ଯେଭଳି ଏ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ମିଳିଛି, ସେମିତି ହିଁ ଆଗକୁ ମଧ୍ୟ ଦୀର୍ଘ ସମୟ ଧରି ମିଳିବ, ଏହା ହେଉଛି ମୋର ମଙ୍ଗଳ କାମନା। ମୁଁ ଆଦରଣୀୟ ସୁମିତ୍ରା ତାଈଙ୍କୁ ମଧ୍ୟ ଏହି ବିଶେଷ ଆୟୋଜନ ପାଇଁ ଶୁଭେଚ୍ଛା ଜଣାଉଛି। ମୁଁ ଖୁସି ଯେ ଏହି ସୁଖଦ ସମାରୋହରେ ମୋତେ ବାବା ସାହେବଙ୍କର ଆଶୀର୍ବାଦ ନେବାର, ତାଙ୍କଠାରେ ଶ୍ରଦ୍ଧା ରଖୁଥିବା ଆପଣ ସମସ୍ତ ସାଥୀଙ୍କ ଗହଣକୁ ଆସିବାର ସୁଯୋଗ ମିଳିଛି। ମୁଁ ସମଗ୍ର ଦେଶରେ ରହିଥିବା ବାବା ସାହେବଙ୍କର ଅନେକ ଅନେକ ଅନୁଗାମୀମାନଙ୍କୁ ମଧ୍ୟ ଏହି ପୁଣ୍ୟ ଅବସର ପାଇଁ ଶୁଭେଚ୍ଛା ଜଣାଉଛି।

ସାଥୀଗଣ,

ଶତାୟୁ ଜୀବନର କାମନା ମାନବତାର ସବୁଠାରୁ ପରିଷ୍କୃତ ଏବଂ ସକରାତ୍ମକ ବିଚାରଗୁଡ଼ିକ ମଧ୍ୟରୁ ହେଉଛି ଗୋଟିଏ। ଆମର ଏଠାରେ ବେଦଗୁଡ଼ିକରେ ଋଷିମାନେ ତ ଶତାୟୁ ଜୀବନଠାରୁ କେତେ ଆଗକୁ ବଢ଼଼ି କହିଛନ୍ତି, ଆମର ଋଷିମାନେ କହିଛନ୍ତି-

ଜୀବେମ ଶରଦଃ ଶତମ୍।।

ବୁଦେ୍ଧ୍ୟମ ଶରଦଃ ଶତମ୍।।

ରୋହେମ ଶରଦଃ ଶତମ୍।।

ଅର୍ଥାତ, ଆମେ ଶହେ ବର୍ଷ ପର୍ଯ୍ୟନ୍ତ ବଞ୍ଚିବା, ଶହେ ବର୍ଷ ପର୍ଯ୍ୟନ୍ତ ବିଚାରଶୀଳ ରହିବା, ଆଉ ଶହେ ବର୍ଷ ପର୍ଯ୍ୟନ୍ତ ଆଗକୁ ବଢ଼଼ି ଚାଲିବା। ବାବା ସାହେବ ପୂରନ୍ଦରେଙ୍କ ଜୀବନ ଆମର ମନିଷୀମାନଙ୍କର ଏହି ଶ୍ରେଷ୍ଠ ଭାବନାକୁ ସାକ୍ଷାତ ଚରିତାର୍ଥ କରିଥାଏ। ନିଜର ତପସ୍ୟା ବଳରେ ଯେତେବେଳେ କେହି ଜୀବନରେ ଏଭଳି ଯୋଗ ସିଦ୍ଧ କରିଥାଏ, ସେତେବେଳେ ଅନେକ ସଂଯୋଗ ମଧ୍ୟ ସ୍ୱୟଂ ସିଦ୍ଧ ହେବାରେ ଲାଗିଥାଏ। ଏହି ସୁଖଦ ସଂଯୋଗ ହିଁ ହେଉଛି ଯେତେବେଳେ ବାବା ସାହେବ ଜୀବନର ଶହେ ବର୍ଷରେ ପ୍ରବେଶ କରୁଛନ୍ତି, ସେତେବେଳେ ଏହା ସହିତ ଆମ ଦେଶ ମଧ୍ୟ ସ୍ୱାଧୀନତାର 75 ବର୍ଷରେ ପ୍ରବେଶ କରୁଛି। ମୋତେ ଲାଗୁଛି ଯେ ବାବା ସାହେବ ସ୍ୱୟଂ ମଧ୍ୟ ଅନୁଭବ କରୁଥିବେ, ଏହି ସଂଯୋଗ ତାଙ୍କ ପାଇଁ  ତାଙ୍କ ତପସ୍ୟାରେ ପ୍ରସନ୍ନ ମା’ ଭାରତୀଙ୍କର ହେଉଛି ପ୍ରତ୍ୟେକ୍ଷ ଆଶୀର୍ବାଦ।

ଭାଇ  ଭଉଣୀମାନେ,

ଆଉ ଏକ ସଂଯୋଗ ହେଉଛି ଯେ, ଏହା ଆମକୁ ସ୍ୱାଧୀନତାର 75 ବର୍ଷ ପାଇଁ ପ୍ରେରଣା ଦେଉଛି। ଆପଣ ସମସ୍ତେ ଏହି କଥା ସହିତ ପରିଚିତ ଯେ ‘ଆଜାଦୀ କା ଅମୃତ ମହୋତ୍ସବ’ରେ ଦେଶ ସ୍ୱାଧୀନତା ସଂଗ୍ରାମୀମାନଙ୍କ, ଅମର ଆତ୍ମାମାନଙ୍କ ଇତିହାସ ଲେଖିବାର ଅଭିଯାନ ଆରମ୍ଭ କରିଛି। ବାବା ସାହେବ ପୁରନ୍ଦରେ ଏହି ପୁଣ୍ୟ- କାର୍ଯ୍ୟ ଦଶକ ଦଶକ ଧରି କରି ଆସୁଛନ୍ତି। ନିଜର ସମ୍ପୂର୍ଣ୍ଣ ଏହି ଏକ ମିଶନ ପାଇଁ ନିୟୋଜିତ କରିଦେଇଛନ୍ତି। ସେ ଶିବାଜୀ ମହାରାଜଙ୍କ ଜୀବନକୁ, ତାଙ୍କ ଇତିହାସକୁ ଜନ- ଜନ ପର୍ଯ୍ୟନ୍ତ ପହଞ୍ଚାଇବାରେ ଯେଉଁ ଯୋଗଦାନ ଦେଇଛନ୍ତି, ସେଥିପାଇଁ ଆମେ ସମସ୍ତେ ତାଙ୍କ ନିକଟରେ ସଦା ସର୍ବଦା ଋଣୀ ରହିବା। ମୁଁ ଖୁସୀ ଯେ ଆମକୁ ତାଙ୍କର ଏହି ଯୋଗଦାନ ବଦଳରେ ଦେଶକୁ ତାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ସୌଭାଗ୍ୟ ମିଳିଛି। 2019ରେ ଦେଶ ତାଙ୍କୁ ‘ପଦ୍ମ ବିଭୂଷଣ’ରେ ସମ୍ମାନିତ କଲା, ସେହିପରି 2015ରେ ତତ୍କାଳୀନ ମହାରାଷ୍ଟ୍ର ସରକାର ତାଙ୍କୁ ‘ମହାରାଷ୍ଟ୍ର ଭୂଷଣ ପୁରସ୍କାର’ ମଧ୍ୟ ପ୍ରଦାନ କରିଥିଲେ। ମଧ୍ୟପ୍ରଦେଶର ଶିବରାଜ ମହାଶୟଙ୍କ ସରକାର ମଧ୍ୟ ‘ଛତ୍ରପତି ଶିବାଜୀ’ଙ୍କ ଏହି ପରମ ଭକ୍ତଙ୍କୁ  ‘କାଳିଦାସ ପୁରସ୍କାର’ ଦେଇ ପ୍ରଣାମ କରିଥିଲେ।

ସାଥୀଗଣ,

ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତି ବାବା ସାହେବ ପୁରନ୍ଦରେ ମହାଶୟଙ୍କ ଏତେ ପରିମାଣର ଭକ୍ତି ଏହିଭଳି ହିଁ ନଥିଲା! ଶିବାଜୀ ମହାରାଜ ହେଉଛନ୍ତି ଭାରତ ଇତିହାସର ଶୀଖର ପୁରୁଷ, ବରଂ ଭାରତର ବର୍ତମାନର ଭୂଗୋଳ ମଧ୍ୟ ତାଙ୍କର ଅମର ଗାଥା ଦ୍ୱାରା ପ୍ରଭାବିତ ହୋଇଛି। ଏହା ହେଉଛି ଆମର ଅତୀତର, ଆମର ବର୍ତମାନର ଏବଂ ଆମର ଭବିଷ୍ୟତର ଏକ ବହୁତ ବଡ଼ ପ୍ରଶ୍ନ? ଯେ ଯଦି ଶିବାଜୀ ମହାରାଜ ନଥାଆନ୍ତେ ତେବେ କ’ଣ ହୋଇ ଥାଆନ୍ତା? ଛତ୍ରପତି ଶିବାଜୀ ମହାରାଜଙ୍କ ବିନା ଭାରତର ସ୍ୱରୂପର, ଭାରତର ଗୌରବର କଳ୍ପନା ମଧ୍ୟ ହେଉଛି କଷ୍ଟକର। ସେହି କାଳଖଣ୍ଡରେ ଛତ୍ରପତି ଶିବାଜୀଙ୍କର ଯେଉଁ ଭୂମିକା ଥିଲା, ତା’ପରେ ସେହି ଭୂମିକା ତାଙ୍କ ପ୍ରେରଣା ଗୁଡ଼ିକରେ, ତାଙ୍କର ଗାଥାଗୁଡ଼ିକ ନିରନ୍ତର ତୁଲାଇଛି। ଶିବାଜୀ ମହାରାଜଙ୍କ ‘ହିନ୍ଦୀ ସ୍ୱରାଜ’ ସୁଶାସନର, ପଛୁଆ-ବଞ୍ଚିତଙ୍କ ପ୍ରତି ନ୍ୟାୟର, ଏବଂ ଅତ୍ୟାଚାର ବିରୁଦ୍ଧରେ ହୁଙ୍କାରର ହେଉଛି ଅପ୍ରତିମ ଉଦାହରଣ। ବୀର ଶିବାଜୀଙ୍କ ପରିଚାଳନା, ଦେଶର ସାମୁଦ୍ରିକ ଶକ୍ତିର ବ୍ୟବହାର, ନୌସେନାର ଉପଯୋଗିତା, ଜଳ ପରିଚାଳନା ଏଭଳି ଅନେକ ବିଷୟ ଆଜି ମଧ୍ୟ ଅନୁକରଣୀୟ। ଆଉ ଇଏ ହେଉଛନ୍ତି ସେହି ବାବା ସାହେବ, ଯାହାଙ୍କ ପ୍ରତି ସ୍ୱାଧୀନ ଭାରତର ନୂଆ ପିଢ଼ୀଙ୍କୁ ଶିବାଜୀ ମହାରାଜଙ୍କ ଏହି ସ୍ୱରୂପ ସହିତ ପରିଚିତ କରିବାର ସବୁଠାରୁ ବଡ଼ ଶ୍ରେୟ ଯାଉଛି। ତାଙ୍କର ଲେଖାରେ ଏବଂ ତାଙ୍କର ପୁସ୍ତକରେ ଶିବାଜୀ ମହାରାଜଙ୍କ ପାଇଁ ତାଙ୍କର ଅତୁଟ ଶ୍ରଦ୍ଧା ସ୍ପଷ୍ଟ ପ୍ରତିଫଳିତ ହେଉଛି। ଶିବାଜୀ ମହାରାଜଙ୍କ ସହିତ ଜଡିତ କଥାଗୁଡିକୁ କହିବାରେ ବାବା ସାହେବ ପୁରନ୍ଦରେଙ୍କ ଶୈଳୀ, ତାଙ୍କର ଶବ୍ଦ, ଶିବାଜୀ ମହାରାଜଙ୍କୁ ଆମର ମନମନ୍ଦିରରେ ସାକ୍ଷାତ ଜୀବନ୍ତ କରି ଦେଇଥାଏ। ମୋର ଭଲଭାବେ ମନେଅଛି ଯେ ପ୍ରାୟ ଚାରି ଦଶକ ପୂର୍ବେ ଅହମ୍ମଦାବାଦରେ ଯେତେବେଳେ ଆପଣମାନଙ୍କର ଏହି କାର୍ଯ୍ୟକ୍ରମ ଆୟୋଜିତ ହେଉଥିଲା, ସେତେବେଳେ ମୁଁ ନିୟମିତ ଭାବେ ସେଥିରେ ଉପସ୍ଥିତ ରହୁଥିଲି। ଜାଣତା ରାଜାଙ୍କ ପ୍ରାରମ୍ଭିକ କାଳରେ ମୁଁ ଥରେ ତାଙ୍କୁ ଦେଖିବା ପାଇଁ ବିଶେଷ ଭାବେ ପୁଣେ ଯାଇଥିଲି।

ବାବା ସାହେବ ସଦା ସର୍ବଦା ଏହା ସୁନିଶ୍ଚିତ କରିବାର ପ୍ରୟାସ କରିଛନ୍ତି ଯେ ଯୁବକମାନଙ୍କ ପର୍ଯ୍ୟନ୍ତ ଇତିହାସ ନିଜର ପ୍ରେରଣାଗୁଡ଼ିକ ସହିତ ପହଞ୍ଚୁ, ଏହା ସହିତ ନିଜର ପ୍ରକୃତ ସ୍ୱରୂପରେ ମଧ୍ୟ ପହଞ୍ଚୁ। ଏହି ସନ୍ତୁଳନ ଆଜି ଦେଶର ଇତିହାସକୁ ବହୁତ ଆବଶ୍ୟକ ଅଛି। ତାଙ୍କର ଶ୍ରଦ୍ଧା ଏବଂ ତାଙ୍କ ଭିତରର ସାହିତ୍ୟକାର କେବେ ମଧ୍ୟ ତାଙ୍କର ଇତିହାସବୋଧକୁ ପ୍ରଭାବିତ କରିନାହିଁ। ମୁଁ ଦେଶର ଯୁବ ଇତିହାସକାରଙ୍କୁ ମଧ୍ୟ ଏହା କହିବି, ଆପଣ ଯେତେବେଳେ ‘ଆଜାଦୀ କା ଅମୃତ ମହୋତ୍ସବ’ ଉପଲକ୍ଷେ ସ୍ୱାଧୀନତାର ଇତିହାସ ଲେଖୁଛନ୍ତି, ସେତେବେଳେ ପ୍ରେରଣା ଏବଂ ପ୍ରାମାଣିକତାର ଏହି କସୌଟୀ ଆପଣଙ୍କର ଲେଖାରେ ରହିବା ଉଚିତ।

ସାଥୀଗଣ,

ବାବା ସାହେବ ପୁରନ୍ଦରେଙ୍କ ପ୍ରୟାସ କେବଳ ଇତିହାସବୋଧ କରିବା ମଧ୍ୟରେ ସୀମିତ ହୋଇ ରହିନାହିଁ। ସେ ନିଜ ଜୀବନରେ ଶିବାଜୀ ମହାରାଜଙ୍କୁ ଜୀଇଁବାର ପ୍ରୟାସ ମଧ୍ୟ ସେତିକି ନିଷ୍ଠାର ସହିତ କରିଛନ୍ତି। ସେ ଇତିହାସ ସହିତ ବର୍ତମାନର ମଧ୍ୟ ଚିନ୍ତା କରିଛନ୍ତି। ଗୋଆ ମୁକ୍ତି ସଂଗ୍ରାମରୁ ନେଇ ଦାଦରା- ନଗର ହାବେଳୀର ସ୍ୱାଧୀନତା ପର୍ଯ୍ୟନ୍ତ ତାଙ୍କର ଯେଉଁ ଭୂମିକା ରହିଛି ତାହା ହେଉଛି ଆମ ସମସ୍ତଙ୍କ ପାଇଁ ଏକ ଆଦର୍ଶ। ତାଙ୍କ ପରିବାର ମଧ୍ୟ ସାମାଜିକ କାର୍ଯ୍ୟ ଏବଂ ସଂଗୀତ କଳା ପାଇଁ ନିୟମିତ ସମର୍ପିତ ରହିଛି। ଆପଣମାନେ ଯେତେବେଳେ ମଧ୍ୟ ‘ଶିବ ସୃଷ୍ଟି’ ନିର୍ମାଣର ଅଦ୍ଭୁତପୂର୍ବ ସଂକଳ୍ପ ଉପରେ କାର୍ଯ୍ୟ କରୁଛନ୍ତି। ଶିବଜୀ ମହାରାଜଙ୍କ ଯେଉଁ ଆଦର୍ଶ ଗୁଡ଼ିକୁ ଆପଣ ଦେଶ ସାମ୍ନାରେ ରଖିବା ପାଇଁ ଆଜୀବନ ପ୍ରୟାସ କରିଛନ୍ତି, ସେହି ଆଦର୍ଶ ଆମକୁ ଶତାବ୍ଦୀ-ଶତାବ୍ଦୀ ଧରି ପ୍ରେରଣା ଦେଉଥିବ।

ଏହି ବିଶ୍ୱାସର ସହିତ, ମୁଁ ମାଆ ଭବାନୀଙ୍କ ପାଦତଳେ ବିନମ୍ର ପ୍ରାର୍ଥନା କରୁଛି, ଆପଣଙ୍କ ଉତମ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରୁଛି। ଆପଣଙ୍କ ଆଶୀର୍ବାଦ ଆମକୁ ଏହିଭଳି ମିଳୁଥାଉ, ଏହି ଶୁଭକାମନା ସହିତ ମୁଁ ନିଜର କଥା ସମାପ୍ତ କରୁଛି।

ଧନ୍ୟବାଦ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Air India's 'Mango Express' takes flight: Premium Indian mangoes head to global markets from Mumbai

Media Coverage

Air India's 'Mango Express' takes flight: Premium Indian mangoes head to global markets from Mumbai
NM on the go

Nm on the go

Always be the first to hear from the PM. Get the App Now!
...
Prime Minister congratulates Praggnanandhaa on his remarkable feat
June 06, 2026

Prime Minister Shri Narendra Modi today congratulated Praggnanandhaa for his remarkable feat. The Prime Minister noted that this is indeed an incredible milestone that highlights his continued excellence. Shri Modi also extended his best wishes to him for his future endeavours.

The Prime Minister posted on X:
"Congratulations to Praggnanandhaa for this remarkable feat!

This is indeed an incredible milestone that highlights his continued excellence.
My best wishes to him for his future endeavours.

@rpraggnachess"