#MannKiBaat: Prime Minister Modi extends Christmas greetings to the nation
PM Narendra Modi pays tribute to Pt. Madan Mohan Malviya on his Jayanti #MannKiBaat
PM Narendra Modi extends birthday greetings to Bharat Ratna Atal Bihari Vajpayee on his birthday during #MannKiBaat
Country cannot forget Atal ji’s contributions. Under his leadership India conducted nuclear tests: PM Modi during #MannKiBaat
#MannKiBaat: Shri Narendra Modi highlights ‘Lucky Grahak’ & ‘Digi Dhan’ Yojana to promote cashless transactions
Awareness towards online payments and using technology for economic transactions is increasing: PM during #MannKiBaat
Glad to note that there has been 200 to 300 per cent spurt in cashless transactions: PM Modi #MannKiBaat
We should be at the forefront of using digital means to make payments and transactions: PM during #MannKiBaat
PM Modi cautions those spreading lies & misleading honest people on demonetisation during #MannKiBaat
Support of people is like blessings of the Almighty: PM Modi during #MannKiBaat
Government is taking regular feedback from people and it is alright to make changes according to it: PM during #MannKiBaat
We have formulated a very strict law on ‘Benaami’ property: PM during #MannKiBaat
India is the fastest growing large economy today: PM Modi during #MannKiBaat
#MannKiBaat: Because of the constant efforts of our countrymen, India is growing on various economic parameters, says PM
An important bill for ‘Divyang’ people was passed. We are committed to uplifting our ‘Divyang’ citizens: PM #MannKiBaat
Our sportspersons have made the country proud: PM Modi during #MannKiBaat
PM Narendra Modi extends New Year greetings to people across the country during #MannKiBaat

ମୋର ପ୍ରିୟ ଦେଶବାସୀଗଣ, ନମସ୍କାର । ଆପଣ ସମସ୍ତଙ୍କୁ ବଡଦିନର ଅନେକ ଅନେକ ଶୁଭେଚ୍ଛା ।

ଆଜିର ଦିନ ସେବା, ତ୍ୟାଗ ଏବଂ କରୁଣାକୁ ନିଜ ଜୀବନରେ ଗୁରୁତ୍ୱ ଦେବାର ଅବସର । ଯୀଶୁଖ୍ରୀଷ୍ଟ କହିଥିଲେ –ଗରିବମାନଙ୍କୁ ଆମର ଦୟା ନୁହେଁ, ଆମର ଗ୍ରହଣୀୟତା ଆବଶ୍ୟକ । ସନ୍ଥ ଲ୍ୟୁକ ତାଙ୍କ ଧର୍ମବାଣୀରେ ଲେଖିଛନ୍ତି ଯେ – ଯୀଶୁଖ୍ରୀଷ୍ଟ କେବଳ ଦରିଦ୍ରମାନଙ୍କ ସେବା କରିନାହାନ୍ତି ବରଂ ଗରିବମାନଙ୍କ ଦ୍ୱାରା କରାଯାଇଥିବା ସେବାକୁ ମଧ୍ୟ ପ୍ରଶଂସା କରିଛନ୍ତି । ଏହାହିଁ ତ ପ୍ରକୃତ ସଶକ୍ତିକରଣ । ଏହାସହିତ ଜଡ଼ିତ ଗୋଟିଏ କାହାଣୀ ମଧ୍ୟ ଖୁବ୍ ଜଣାଶୁଣା । ସେ କାହାଣୀରେ କୁହାଯାଇଛି ଯେ, ଯୀଶୁ ଗୋଟିଏ ମନ୍ଦିରର ଭଣ୍ଡାର ଘର ପାଖରେ ଠିଆ ହୋଇଥିଲେ । ଅନେକ ଧନୀ ଲୋକ ଆସିଲେ । ବହୁତ କିଛି ଦାନ କଲେ । ଥରେ ଜଣେ ଗରିବ ବିଧବା ମହିଳା ଆସିଲେ ଏବଂ ସେ ଦୁଇଟି ତମ୍ବା ପଇସା ଦାନ କଲେ । ଏକ ପ୍ରକାର ଦେଖିଲେ ଦୁଇଟି ତାମ୍ର ମୁଦ୍ରାର ସେମିତି କିଛି ମୂଲ୍ୟ ନାହିଁ । ତେଣୁ ସେଠାରେ ଠିଆ ହୋଇଥିବା ଭକ୍ତମାନଙ୍କ ମନରେ କୌତୂହଳ ଜାତ ହେବା ସ୍ୱାଭାବିକ । ସେତେବେଳେ ଯୀଶୁ କହିଲେ ଯେ, ସେହି ବିଧବା ମହିଳା ଜଣକ ସବୁଠାରୁ ଅଧିକ ଦାନ କରିଛନ୍ତି । କାରଣ ଅନ୍ୟମାନେ ଅନେକ କିଛି ଦାନ କରିଛନ୍ତି; କିନ୍ତୁ ଏହି ମହିଳାଜଣକ ତ ନିଜର ସବୁକିଛି ଦାନ କରିଦେଲେ ।

ଆଜି ଡିସେମ୍ବର 25 ତାରିଖ, ମହାମନା ମଦନମୋହନ ମାଲବ୍ୟଜୀଙ୍କର ମଧ୍ୟ ଜୟନ୍ତୀ । ଭାରତୀୟ ଜନମାନସରେ ସଂକଳ୍ପ ଏବଂ ଆତ୍ମବିଶ୍ୱାସ ଜାଗ୍ରତ କରିଥିବା ମାଲବ୍ୟଜୀ ଆଧୁନିକ ଶିକ୍ଷାକୁ ଏକ ନୂତନ ଦିଗ ପ୍ରଦାନ କରିଥିଲେ । ଜୟନ୍ତୀ ଉପଲକ୍ଷେ ତାଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି । ଏଇ ମାତ୍ର ଦୁଇଦିନ ପୂର୍ବରୁ ମାଲବ୍ୟଜୀଙ୍କ ତପୋଭୂମି ବାରାଣସୀରେ ମୋତେ ଅନେକ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବାର ସୁଯୋଗ ମିଳିଲା । ମୁଁ ବାରାଣସୀର BHUରେ ମହାମନା ମଦନମୋହନ ମାଲବ୍ୟ କର୍କଟ କେନ୍ଦ୍ରର ଭିତ୍ତି ପ୍ରସ୍ତର ମଧ୍ୟ ସ୍ଥାପନ କରିଛି । ଏହି ଅଂଚଳରେ ନିର୍ମାଣ ହେବାକୁ ଥିବା ପ୍ରସ୍ତାବିତ କର୍କଟ କେନ୍ଦ୍ର କେବଳ ଉତ୍ତର ପ୍ରଦେଶର ପୂର୍ବାଂଚଳ ପାଇଁ ନୁହେଁ ବରଂ ଝାଡ଼ଖଣ୍ଡ ଓ ବିହାରର ଲୋକମାନଙ୍କ ପାଇଁ ବରଦାନ ସଦୃଶ । ଆଜି ଭାରତରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଆଦରଣୀୟ ଅଟଳ ବିହାରୀ ବାଜପେୟୀଜୀଙ୍କର ମଧ୍ୟ ଜନ୍ମ ଦିନ । ଏହି ଦେଶ ଅଟଳଜୀଙ୍କ ଅବଦାନକୁ କେବେହେଲେ ଭୁଲି ପାରିବ ନାହିଁ । ତାଙ୍କ ନେତୃତ୍ୱରେ ଆମେ ପରମାଣୁ ଶକ୍ତି କ୍ଷେତ୍ରରେ ମଧ୍ୟ ଦେଶ ପାଇଁ ସୁନାମ ଅର୍ଜନ କଲୁ । ଦଳୀୟ ନେତା ହୁଅନ୍ତୁ, ସଂସଦର ସଭ୍ୟ ହୁଅନ୍ତୁ, ମନ୍ତ୍ରୀ ହୁଅନ୍ତୁ କିମ୍ବା ପ୍ରଧାନମନ୍ତ୍ରୀ ହୁଅନ୍ତୁ, ଅଟଳଜୀ ତାଙ୍କର ପ୍ରତ୍ୟେକ ଭୂମିକାରେ ଆଦର୍ଶ ପ୍ରତିଷ୍ଠା କରିଛନ୍ତି । ଅଟଳଜୀଙ୍କ ଜନ୍ମ ଦିନରେ ମୁଁ ତାଙ୍କୁ ପ୍ରଣାମ ଜଣାଉଛି ଏବଂ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଇଶ୍ଵରଙ୍କୁ ପ୍ରାର୍ଥନା କରୁଛୁ । ଜଣେ କର୍ମକର୍ତ୍ତା ହିସାବରେ ଅଟଳଜୀଙ୍କ ସହିତ କାମ କରିବାର ସୌଭାଗ୍ୟ ମିଳିଥିଲା । ଅନେକ ସ୍ମୃତି ଆଖି ଆଗରେ ଭାସି ଆସୁଛି । ଆଜି ସକାଳୁ ସକାଳୁ ମୁଁ ଯେତେବେଳେ ଟ୍ଵିଟ କଲି, ସେତେବେଳେ ଗୋଟିଏ ପୁରୁଣା ଭିଡ଼ିଓ ମଧ୍ୟ (ଛାଡିଛି)ଶେୟାର କରିଛି । ଜଣେ ଛୋଟ କର୍ମକର୍ତ୍ତା ଭାବରେ ଅଟଳଜୀଙ୍କ ସ୍ନେହବୃଷ୍ଟିର ସୌଭାଗ୍ୟ କିଭଳି ମିଳୁଥିଲା ତାହା ସେହି ଭିଡିଓ ଦେଖିଲେ ହିଁ ଜଣାପଡ଼ିବ ।

ଆଜି ବଡଦିନରେ ଉପହାର ରୂପ ଦେଶବାସୀଙ୍କୁ ଦୁଇଟି ଯୋଜନାର ଲାଭ ମିଳିବାକୁ ଯାଉଛି । କହିବାକୁ ଗଲେ ଦୁଇଟି ନୂଆ ଯୋଜନା ଆରମ୍ଭ ହେବାକୁ ଯାଉଛି । ସାରା ଦେଶରେ, ଗାଁ ହେଉ କିମ୍ବା ସହର ହେଉ, ପାଠୁଆ ହୁଅନ୍ତୁ କିମ୍ବା ନିରକ୍ଷର ହୁଅନ୍ତୁ, ନଗଦମୁକ୍ତ କାରବାର କିଭଳି ହୋଇପାରିବ, ବିନା ନଗଦରେ କିଭଳି କିଣାକିଣି ହୋଇପାରେ – ଏହାକୁ ନେଇ ଚାରିଆଡ଼େ ଗୋଟିଏ କୌତୁହଳର ବାତାବରଣ ସୃଷ୍ଟି ହୋଇଛି । ପ୍ରତ୍ୟେକ ଲୋକ ଅନ୍ୟଠାରୁ ଶିଖିବାକୁ ଚାହୁଁଛି । ଏହି କଥାକୁ ପ୍ରୋତ୍ସାହିତ କରିବା ପାଇଁ ମୋବାଇଲ ବ୍ୟାଙ୍କିଙ୍ଗ ଶକ୍ତିଶାଳୀ ହେଉ । ଏଥିପାଇଁ ଇ-ପାଉଣା(E-Payment) ଅଭ୍ୟାସ ସୃଷ୍ଟି କରିବାକୁ ଭାରତ ସରକାର ଗ୍ରାହକ ଏବଂ କ୍ଷୁଦ୍ର ବ୍ୟବସାୟୀମାନଙ୍କ ପାଇଁ ପ୍ରୋତ୍ସାହନ ଯୋଜନାକୁ ଆଜିଠାରୁ ଆରମ୍ଭ କରିବାକୁ ଯାଉଛନ୍ତି । ଗ୍ରାହକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନା ହେଉଛି “ଲକି ଗ୍ରାହକ ଯୋଜନା” ଏବଂ ବ୍ୟବସାୟୀମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଯୋଜନାଟି ହେଉଛି “ଡିଜି ଧନ ବ୍ୟାପାର ଯୋଜନା” ।

ଆଜି 25 ଡିସେମ୍ବର ବଡଦିନର ଉପହାର ରୂପେ, 15,000 ଲୋକଙ୍କୁ ଲକି ଡ୍ର ମାଧ୍ୟମରେ ଭାଗ୍ୟଶାଳୀ ବିଜେତାଙ୍କୁ ପୁରସ୍କାର ମିଳିବ ଏବଂ ଏହି 15000 ଲୋକଙ୍କ ବ୍ୟାଙ୍କ ଖାତାକୁ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶିଯିବ । ଏହା ଆଜି ଦିନକ ପାଇଁ ନୁହେଁ ଏହି ଯୋଜନା ଆଜିଠାରୁ ଆରମ୍ଭ ହୋଇ ଶହେଦିନ ପର୍ଯ୍ୟନ୍ତ ଚାଲିବ । ପ୍ରତିଦିନ 15000 ଲୋକଙ୍କୁ ହଜାରେ ଟଙ୍କା ଲେଖାଏଁ ପୁରସ୍କାର ମିଳିବାକୁ ଯାଉଛି । ଶହେ ଦିନରେ ଲକ୍ଷ ଲକ୍ଷ ପରିବାରଙ୍କୁ କୋଟି କୋଟି ଟଙ୍କା ଉପହାର ରୂପେ ମିଳିବାକୁ ଯାଉଛି । କିନ୍ତୁ ଏହି ପୁରସ୍କାର ପାଇବାକୁ ଆପଣ ଯୋଗ୍ୟ ହୋଇପାରିବେ ଯଦି ଆପଣ Mobile Banking, e-banking, Rupay Card, UPI, USSD – ଏହି ଯେଉଁସବୁ ଡିଜିଟାଲ ନେଣଦେଣ ଉପାୟ ରହିଛି ସେଗୁଡ଼ିକ ବ୍ୟବହାର କରନ୍ତି । ଏହାକୁ ହିଁ ଭିତ୍ତିକରି ଏହି ଉଠାଣ ହେବ । ଏହାସହିତ ଏଭଳି ଗ୍ରାହକମାନଙ୍କ ପାଇଁ ସପ୍ତାହକୁ ଗୋଟିଏ ବଡ଼ ଲକି ଉଠାଣ(Draw) ହେବ, ଯେଉଁଥିରେ ପୁରସ୍କାର ରାଶି ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ହେବ । ତିନିମାସ ପରେ, ଏପ୍ରିଲ 14 ତାରିଖରେ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଦିନ ଗୋଟିଏ Bumper Draw ହେବ, ଯେଉଁଥିରେ କୋଟି କୋଟି ଟଙ୍କାର ପୁରସ୍କାର ଦିଆଯିବ । ଡିଜି  ଧନ ବ୍ୟାପାର ଯୋଜନା ମୁଖ୍ୟତଃ ବ୍ୟବସାୟୀମାନଙ୍କ ପାଇଁ ଉଦ୍ଦିଷ୍ଟ । ନିଜେ ଏହି ଯୋଜନା ସହ ଜଡ଼ିତ ହେଉଥିବା ଏବଂ ନିଜ ବ୍ୟବସାୟକୁ ନଗଦମକ୍ତୁ କରିବା ପାଇଁ ଗ୍ରାହକମାନଙ୍କୁ ମଧ୍ୟ ଏଥିରେ ସାମିଲ କରାଉଥିବେ । ବ୍ୟବସାୟୀମାନଙ୍କୁ ମଧ୍ୟ ଅଲଗା ଭାବରେ ପୁରସ୍କୃତ କରାଯିବ । ଏଭଳି ପୁରସ୍କାର ସଂଖ୍ୟା ମଧ୍ୟ ସହସ୍ରାଧିକ । ବ୍ୟବସାୟୀମାନଙ୍କ ବ୍ୟବସାୟ ମଧ୍ୟ ଚାଲିବ ତା’ଛଡ଼ା ପୁରସ୍କାର ମଧ୍ୟ ମିଳିବ । ଏହି ଯୋଜନା ସମାଜର ସବୁ ଶ୍ରେଣୀ, ବିଶେଷକରି ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କୁ କେନ୍ଦ୍ରରେ ରଖି କରାଯାଇଛି । ତେଣୁ ଯେଉଁମାନେ 50 ଟଙ୍କାରୁ ଅଧିକ ଏବଂ 3000 ଟଙ୍କାରୁ କମ୍ କିଣାକିଣି କରୁଛନ୍ତି, ସେମାନଙ୍କୁ ହିଁ ଏହି ଯୋଜନାର ଲାଭ ମିଳିବ । 3000 ଟଙ୍କାରୁ ଅଧିକ କିଣାକିଣି କରୁଥିବା ଲୋକଙ୍କୁ ଏହି ଯୋଜନାର ଲାଭ ମିଳିବ ନାହିଁ । ଗରିବରୁ ଗରିବତମ ଲୋକ ମଧ୍ୟ USSD ବ୍ୟବହାର କରି feature phone, ସାଧାରଣ ଫୋନ ସାହାଯ୍ୟରେ ମଧ୍ୟ ଜିନିଷ କିଣିପାରିବେ, ଜିନିଷ ବିକ୍ରି କରିପାରିବେ ଏବଂ ଟଙ୍କା ପଇଠ ମଧ୍ୟ କରିପାରିବେ, ଏବଂ ସେମାନେ ସମସ୍ତେ ଏହି ପୁରସ୍କାର ଯୋଜନାର ହିତାଧିକାରୀ ମଧ୍ୟ ହୋଇପାରିବେ ଏବଂ ସେମାନେ ମଧ୍ୟ ପୁରସ୍କାର ଜିତି ପାରିବେ । ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ ଲାଗିବ ଯେ ଭାରତରେ ଆଜି ପ୍ରାୟ 30 କୋଟି RuPay Card  ରହିଛି ଯେଉଁଥିରେ ରହିଛନ୍ତି 20 କୋଟି ଗରିବ ପରିବାର, ଯେଉଁମାନଙ୍କର ଜନ ଧନ ଖାତା ରହିଛି । ଏହି 30 କୋଟି ଲୋକ ସଙ୍ଗେ ସଙ୍ଗେ ଏହି ପୁରସ୍କାର ଯୋଜନାର ଅଂଶୀଦାର ହୋଇପାରିବେ । ଦେଶବାସୀ ଏହି ବ୍ୟବସ୍ଥାରେ ଆଗ୍ରହ ପ୍ରକାଶ କରିବେ ବୋଲି ମୋର ବିଶ୍ୱାସ । ଆପଣଙ୍କ ଆଖି ଆଗରେ ଯେଉଁ ଯୁବକ ଯୁବତୀମାନେ ଥିବେ ସେମାନେ ଏହା କିପରି ହୁଏ ତାହା ଜାଣିଥିବେ । ଆପଣ ତାଙ୍କୁ ପଚାରିଲେ ସେମାନେ ଆପଣଙ୍କୁ ଶିଖାଇଦେବେ । ଆପଣଙ୍କ ପରିବାରରେ ମଧ୍ୟ ଦଶମ କିମ୍ବା ଦ୍ୱାଦଶ ଶ୍ରେଣୀ ପଢ଼ୁଥିବା ପିଲା ଥିବେ, ସେମାନେ ମଧ୍ୟ ବଢ଼ିଆ ଭାବରେ ଏହା ଆପଣଙ୍କୁ ଶିଖାଇ ଦେଇପାରିବେ । ଏହା ଖୁବ ସହଜ ଯେମିତି ଆପଣ ମୋବାଇଲ ଫୋନରୁ WhatsApp ମେସେଜ ପଠାଉଛନ୍ତି, ବହୁତ ସହଜ ।

ମୋର ପ୍ରିୟ ଦେଶବାସୀଗଣ ! ମୁଁ ଏହା ଜାଣି ଖୁସି ଯେ, ଦେଶରେ ପ୍ରଯୁକ୍ତି କୌଶଳ ସେବାର ବ୍ୟବହାର କିଭଳି ହୋଇପାରିବ, ଇ-ପାଉଣାର ବ୍ୟବହାର କିପରି ହୋଇପାରିବ, on-line payment କିଭଳି ହୋଇପାରିବ ଏ ସମ୍ପର୍କରେ ସଚେତନତା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଗତ କିଛି ଦିନରେ ନଗଦମକ୍ତୁ କାରବାର 200 ରୁ 300 ପ୍ରତିଶତ ବୃଦ୍ଧି ପାଇଛି । ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଗୋଟିଏ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହା କେତେ ବଡ଼ ନିଷ୍ପତ୍ତି, ବ୍ୟବସାୟୀମାନେ ଠିକ୍ ଭାବରେ ତାହା ଅନୁମାନ କରିପାରିବେ । ଯେଉଁ ବ୍ୟବସାୟୀ ଡିଜିଟାଲ ନେଣଦେଣ କରିବେ, ନିଜ ବ୍ୟବସାୟରେ ନଗଦ ବଦଳରେ Online Payment ପଦ୍ଧତି ଅବଲମ୍ବନ କରିବେ, ଏଭଳି ବ୍ୟବସାୟୀମାନଙ୍କୁ ଆୟକରରେ ରିହାତି ଦିଆଯାଇଛି । ମୁଁ ଦେଶର ସମସ୍ତ ରାଜ୍ୟକୁ ଅଭିନନ୍ଦନ ଜଣାଇବାକୁ ଚାହୁଁଛି, କେନ୍ଦ୍ର ଶାସିତ ଅଂଚଳମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇବାକୁ ଚାହୁଁଛି କାରଣ ସମସ୍ତେ ନିଜ ନିଜ ଢଙ୍ଗରେ ଏହି ଅଭିଯାନକୁ ଆଗେଇ ନେଇଛନ୍ତି । ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ରବାବୁ ନାଇଡୁଙ୍କ ସଭାପତିତ୍ୱରେ ଗୋଟିଏ କମିଟି ମଧ୍ୟ ଗଠନ କରାଯାଇଛି । ଯାହା ଏଥିପାଇଁ ଅନେକ ଯୋଜନା ଉପରେ ଚିନ୍ତା କରୁଛି । ହେଲେ ମୁଁ ଲକ୍ଷ୍ୟକଲି ଯେ ସରକାରମାନେ ମଧ୍ୟ ନିଜ

ଢଙ୍ଗରେ ଅନେକ ଯୋଜନା ଆରମ୍ଭ କରିଛନ୍ତି, କାର୍ଯ୍ୟାନ୍ୱିତ କରିଛନ୍ତି । କେହି ଜଣେ ମୋତେ କହିଲେ ଯେ, ଆସାମ ସରକାର ସମ୍ପତ୍ତି କର ଏବଂ ବ୍ୟବସାୟ ଲାଇସେନ୍ସ ପାଇଁ ଡିଜିଟାଲ ଉପାୟରେ ଟଙ୍କା ପଇଠ କଲେ 10 ପ୍ରତିଶତ ରିହାତି ଦେବାକୁ ନିଷ୍ପତ୍ତି କରିଛନ୍ତି । ଗ୍ରାମ୍ୟ ବ୍ୟାଙ୍କ ସେମାନଙ୍କ 75 ପ୍ରତିଶତ ଗ୍ରାହକଙ୍କ ଦ୍ୱାରା ଜାନୁୟାରୀରୁ ମାର୍ଚ୍ଚ ମଧ୍ୟରେ ଅତି କମ୍ ରେ ଦୁଇଟି Digital Transaction କରାଉଛନ୍ତି, ତେଣୁ ତାଙ୍କୁ ସରକାରଙ୍କ ତରଫରୁ 50 ହଜାର

ଟଙ୍କା ପୁରସ୍କାର ମିଳିବ । 31 ମାର୍ଚ୍ଚ, 2017 ପର୍ଯ୍ୟନ୍ତ 100 ପ୍ରତିଶତ Digital Transaction କରିଥିବା ଗ୍ରାମଗୁଡ଼ିକୁ ସରକାରଙ୍କ ତରଫରୁ ଉତ୍ତମ ଡିଜିଟାଲ ପଞ୍ଚାୟତ ସ୍କିମ ଅନୁଯାୟୀ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ଦିଆଯିବା ପାଇଁ ସେମାନେ ଘୋଷଣା କରିଛନ୍ତି । ଚାଷୀମାନଙ୍କ ପାଇଁ ଡିଜିଟାଲ କୃଷକ ଶିରୋମଣି ସମ୍ମାନ ସହ ଆସାମ ସରକାର ଏଭଳି ପ୍ରଥମ 10 ଜଣ ଚାଷୀଙ୍କୁ 5 ହଜାର ଟଙ୍କା ଲେଖାଏଁ ପୁରସ୍କାର ଦେବାକୁ ଘୋଷଣା କରିଛନ୍ତି ଯେଉଁମାନେ ବିହନ ଏବଂ ସାର କ୍ରୟ ପାଇଁ ଡିଜିଟାଲ ଦେୟ ପଇଠ ବ୍ୟବସ୍ଥା ବ୍ୟବହାର କରୁଛନ୍ତି । ମୁଁ ଆସାମ ସରକାର ଏବଂ ଅନ୍ୟ ସରକାରମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଉଛି ।

ଅନେକ ସଂସ୍ଥା ମଧ୍ୟ ଗାଁର ଗରିବ ଚାଷୀମାନଙ୍କ ଦ୍ୱାରା ଡିଜିଟାଲ ନେଣଦେଣକୁ ପ୍ରୋତ୍ସାହିତ କରିବାର ଅନେକ ସଫଳ ପ୍ରୟୋଗ କରିଛନ୍ତି । ମୋତେ କେହି ଜଣାଇଲେ ଯେ, GNFC – ଗୁଜରାଟ ନର୍ମଦା ଭେଲି ଫର୍ଟିଲାଇଜର୍ସ ଏଣ୍ଡ କେମିକାଲ ଲିମିଟେଡ଼, ଯାହା ମୁଖ୍ୟତଃ ସାର ପ୍ରସ୍ତୁତ କରେ, ସେମାନେ ଚାଷୀମାନଙ୍କ ସୁବିଧା ପାଇଁ 1000 POS Machine ସାର ବିକ୍ରୟ କେନ୍ଦ୍ରମାନଙ୍କରେ ଲଗାଇଛନ୍ତି ଏବଂ କିଛି ଦିନ ମଧ୍ୟରେ 35 ହଜାର ଚାଷୀଙ୍କୁ 5 ଲକ୍ଷ ସାର ବସ୍ତା ଡିଜିଟାଲ ଦେୟ ପ୍ରଣାଳୀ ମାଧ୍ୟମରେ ବିକ୍ରି କରିଛନ୍ତି ଏବଂ ଏହା ମାତ୍ର ଦୁଇ ସପ୍ତାହ ମଧ୍ୟରେ କରିଥିଲେ ଏବଂ ମଜାକଥା ହେଲା ଯେ ଗତବର୍ଷ ତୁଳନାରେ GNFCର ସାର ବିକ୍ରିରେ 27 ପ୍ରତିଶତ ବୃଦ୍ଧି ଘଟିଛି ।

ଭାଇ ଓ ଭଉଣୀମାନେ, ଆମ ଅର୍ଥବ୍ୟବସ୍ଥାରେ, ଆମ ଜୀବନ ପ୍ରଣାଳୀରେ ଅଣସଂଗଠିତ କ୍ଷେତ୍ରର ଆକାର ଖୁବ ବଡ଼ । ଏମାନଙ୍କୁ ପ୍ରାୟତଃ ମଜୁରୀ, ପାରିଶ୍ରମିକ କିମ୍ବା ଦରମା ନଗଦ ଆକାରରେ ଦିଆଯାଉଛି । ଆମେ ଜାଣିଛୁ ଯେ, ଏହି କାରଣରୁ ଶ୍ରମିକମାନେ ଶୋଷିତ ମଧ୍ୟ ହେଉଛନ୍ତି । 100 ଟଙ୍କା ମିଳିବା କଥା ହେଲେ 80 ଟଙ୍କା ମିଳୁଛି । 80 ଟଙ୍କା ମିଳିବା କଥା ତ 50 ଟଙ୍କା ମିଳୁଛି ଏବଂ ବୀମା ଭଳି Health Sector ଦୃଷ୍ଟିରୁ ଅନ୍ୟ ଯେଉଁସବୁ ସୁବିଧା ମିଳୁଛି ସେଥିରୁ ସେମାନେ ବଂଚିତ ହେଉଛନ୍ତି । ଏବେ କିନ୍ତୁ Cashless Payment ହେଉଛି । ଟଙ୍କା ସିଧା ବ୍ୟାଙ୍କରେ ଜମା ହେଉଛି । ଅଣାନୁଷ୍ଠାନିକ କ୍ଷେତ୍ର ଏକ ପ୍ରକାର ଆନୁଷ୍ଠାନିକରେ ପରିବର୍ତ୍ତିତ ହୋଇ ଚାଲିଛି । ଶୋଷଣ ବନ୍ଦ ହେବାରେ ଲାଗିଛି, ହାତଗୁଞ୍ଜା ଦେବାକୁ ପଡୁଥିଲା, ସେହି ହାତଗୁଞ୍ଜା/ବଟି ମଧ୍ୟ ଏବେ ବନ୍ଦ ହେବାରେ ଲାଗିଛି । ଶ୍ରମିକଙ୍କୁ, କାରିଗରଙ୍କୁ ଏଭଳି ଗରିବ ଲୋକମାନଙ୍କୁ ପୁରା ଟଙ୍କା ମିଳିବା ସମ୍ଭବ ହୋଇପାରିଛି । ତା’ଛଡ଼ା ମିଳୁଥିବା ଅନ୍ୟ ଲାଭଗୁଡ଼ିକ ପାଇଁ ମଧ୍ୟ ସେ ହକଦାର ହେଉଛନ୍ତି ।

ଆମ ଦେଶ ତ ସର୍ବାଧିକ ଯୁବଗୋଷ୍ଠୀ ଥିବା ଦେଶ । Technology ଆମପାଇଁ ସହଜସାଧ୍ୟ । ଭାରତ ଭଳି ଦେଶ ତ ଏହି କ୍ଷେତ୍ରରେ ସବୁଠାରୁ ଆଗରେ ରହିବା ଦରକାର । ଆମର ଯୁବଗୋଷ୍ଠୀ Start-upରେ ଯଥେଷ୍ଟ ପ୍ରଗତି କରିଛନ୍ତି । ଏହି Digital Movement ଗୋଟିଏ ସୁବର୍ଣ୍ଣ ସୁଯୋଗ । ଆମର ଯୁବଗୋଷ୍ଠୀ ନୂଆ ନୂଆ ଭାବନା ଓ ଚିନ୍ତନ ସହ, ନୂଆ ନୂଆ Technology ସହ, ନୂଆ ନୂଆ ପ୍ରଣାଳୀ ସହ ଏହି କ୍ଷେତ୍ର ଉପରେ ଯେତେ ଗୁରୁତ୍ୱ ଦେବାକଥା ଦିଅନ୍ତୁ, କିନ୍ତୁ ଦେଶକୁ କଳାଧନରୁ, ଦୁର୍ନୀତିରୁ ମୁକ୍ତ କରିବାର ଅଭିଯାନରେ ପୁରା ଦମ୍ ରେ ଆମକୁ ଜଡ଼ିତ ହେବାକୁ ପଡ଼ିବ ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ପ୍ରତି ମାସ “ମନ୍ କି ବାତ୍’ ପୂର୍ବରୁ ଜନସାଧାରଣଙ୍କୁ ସେମାନଙ୍କ ପରାମର୍ଶ, ସେମାନଙ୍କ ଚିନ୍ତାଧାରା ମୋତେ ଜଣାଇବାକୁ ଅନୁରୋଧ କରୁଛି । ଏଥର MyGovରେ Narendra Modi Appରେ ହଜାର ହଜାର ସଂଖ୍ୟାରେ ପରାମର୍ଶମାନ ଆସିଛି । ମୁଁ କହିପାରେ ଯେ 80-90 ପ୍ରତିଶତ ପରାମର୍ଶ ଦୁର୍ନୀତି ଏବଂ କଳାଧନ ବିରୋଧୀ ସଂଗ୍ରାମ ସମ୍ପର୍କରେ ଆସିଛି, ନୋଟବନ୍ଦୀ ସମ୍ପର୍କରେ ଆଲୋଚନା କରାଯାଇଛି । ଏସବୁକୁ ମୁଁ ଯେତେବେଳେ ଦେଖିଲି, ସେତେବେଳେ ମୁଁ ମୋଟାମୋଟି ଭାବରେ କହିପାରେ ଯେ, ଏଗୁଡ଼ିକୁ ମୁଁ ତିନିଭାଗରେ ବିଭକ୍ତ କରୁଛି । କିଛି ଲୋକ ନାଗରିକମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ବିସ୍ତୃତ ଭାବରେ ଲେଖିଛନ୍ତି । ଦ୍ୱିତୀୟ ଶ୍ରେଣୀରେ ସେମାନେ ରହିଛନ୍ତି, ଯେଉଁମାନେ ଅଧିକାଂଶ ସେହି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ଯେ, ଏତେ ଭଲ କାମ, ଦେଶହିତକର କାର୍ଯ୍ୟ, ଏତେ ପବିତ୍ର କାର୍ଯ୍ୟ, କିନ୍ତୁ ଏସବୁ ସତ୍ତ୍ଵେ କେଉଁ କେଉଁ ଜାଗାରେ କି କି ପ୍ରକାର ଭୁଲ କାମ ଚାଲିଛି, କିଭଳି ନୂଆ ନୂଆ ଅସାଧୁ ଉପାୟମାନ ଖୋଜା ଚାଲିଛି, ଏସବୁ ସମ୍ପର୍କରେ ମଧ୍ୟ ଲୋକେ ଆଲୋଚନା କରିଛନ୍ତି । ତୃତୀୟ ଶ୍ରେଣୀ ହେଲା – ଯେଉଁମାନେ ସମର୍ଥନ ତ କରିଛନ୍ତି, କିନ୍ତୁ ଏହି ସଂଗ୍ରାମ ଆଗକୁ ଜାରି ରହିବା ଉଚିତ, ଦୁର୍ନୀତି, କଳାଧନ ସମ୍ପୂର୍ଣ୍ଣ ରୂପେ ନଷ୍ଟହେବା ଉଚିତ ଏଥିପାଇଁ ଆବଶ୍ୟକ ଥିବା ସମସ୍ତ କଠୋର ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ଅତି ଗୁରୁତ୍ୱର ସହ ଲେଖିଛନ୍ତି ।

ମୁଁ ଦେଶବାସୀଙ୍କ ପ୍ରତି କୃତଜ୍ଞ ଯେ, ଏତେଗୁଡ଼ିଏ ଚିଠି ଲେଖି ଆପଣମାନେ ମୋତେ ସାହାଯ୍ୟ କରିଛନ୍ତି । ଶ୍ରୀଯୁକ୍ତ ଗୁରୁମଣି କେୱଲ୍ MyGovରେ ଲେଖିଛନ୍ତି – “”କଳାଧନ ଉପରେ ଲଗାମ ଲଗାଇବାର ଏହି ପଦକ୍ଷେପ ବିଶ୍ୱାସଯୋଗ୍ୟ । ଆମକୁ ନାଗରିକମାନଙ୍କୁ ଅସୁବିଧା ହେଉଛି । କିନ୍ତୁ ଆମେ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ କରୁଛୁ । ଏହି ସଂଗ୍ରାମରେ ସହଯୋଗ କରୁଥିବାରୁ ଆମେ ଖୁସି । ଆମେ ଦୁର୍ନୀତି, କଳାଧନ ଇତ୍ୟାଦି ବିରୁଦ୍ଧରେ Military Force ପରି ଲଢ଼ି ଚାଲିଛୁ ।” ଗୁରୁମଣି କେୱଲ୍ଜୀ ଯେଉଁକଥା ଲେଖିଛନ୍ତି, ଦେଶର କୋଣ ଅନୁକୋଣରୁ ଏହି ଭାବନା ଉଜାଗର ହେଉଛି । ଆମେ ସମସ୍ତେ ଏହାକୁ ଅନୁଭବ କରୁଛୁ । କିନ୍ତୁ ଏକଥା ସତ ଯେ, ଯେତେବେଳେ ସାଧାରଣ ଲୋକ କଷ୍ଟ ପାଉଛନ୍ତି, ଅସୁବିଧା ଭୋଗ କରୁଛନ୍ତି, ସେତେବେଳେ କାହା ମନରେ ବା କଷ୍ଟ ନ ହେବ । ଆପଣଙ୍କ ମନରେ ଯେତେ କଷ୍ଟ ହେଉଛି, ମୁଁ ମଧ୍ୟ ସେତିକି କଷ୍ଟ ଅନୁଭବ କରୁଛି । କିନ୍ତୁ ଗୋଟିଏ ଉତ୍ତମ ଲକ୍ଷ୍ୟ ପାଇଁ, ଗୋଟିଏ ଉଚ୍ଚ ଅଭିଳାଷକୁ ହାସଲ କରିବା ପାଇଁ ନିର୍ମଳ ହୃଦୟରେ ଯେତେବେଳେ କାର୍ଯ୍ୟ ହୁଏ, ସେତେବେଳେ ଏତେ ଦୁଃଖ, କଷ୍ଟ, ପୀଡ଼ା ସହି ମଧ୍ୟ ଦେଶବାସୀ ସାହସର ସହିତ ଠିଆ ହୁଅନ୍ତି । ଏହିମାନେ ହିଁ ପ୍ରକୃତରେ Agent of change – ପରିବର୍ତ୍ତନର ପୁରୋଧା ଅଟନ୍ତି । ମୁଁ ଲୋକଙ୍କୁ ଅନ୍ୟ ଏକ କାରଣ ଯୋଗୁଁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି ଯେ ସେମାନେ କେବଳ କଷ୍ଟ ସହିଲେ ତାହାନୁହେଁ ବରଂ ସେହି ବଛାବଛା ଲୋକଙ୍କୁ ସଶକ୍ତ ଜବାବ ମଧ୍ୟ ଦେଇଛନ୍ତି, ଯେଉଁମାନେ ଜନତାଙ୍କୁ ବାଟବଣା କରିବାକୁ ଚେଷ୍ଟା କରୁଛନ୍ତି । କେତେ ସାରା ଗୁଜବ ପ୍ରଚାର କରାଗଲା, ଦୁର୍ନୀତି ଏବଂ କଳାଧନ ବିରୁଦ୍ଧରେ ଥିବା ଏହି ସଂଗ୍ରାମକୁ ସାମ୍ପ୍ରଦାୟିକତାର ରଙ୍ଗ ଦେବାକୁ ଚେଷ୍ଟା କରାଗଲା । କିଏ ଗୁଜବ ପ୍ରଚାର କଲା ଯେ, ନୋଟ୍ ଉପରେ ଲେଖାଥିବା ବନାନ ଭୁଲ ତ କିଏ କହିଲା ଲୁଣର ଦାମ ବଢ଼ିଗଲା, କେହି ପ୍ରଚାର କଲା ଯେ, 2000 ଟଙ୍କିଆ ନୋଟ ମଧ୍ୟ ଚାଲିଯିବ, 500 ଏବଂ ଶହେ ଟଙ୍କିଆ ମଧ୍ୟ ଯିବ । ଏସବୁ ମଧ୍ୟ ଚାଲିଯିବ, ହେଲେ ମୁଁ ଲକ୍ଷ୍ୟ କଲି, ବିଭିନ୍ନ ପ୍ରକାର ଗୁଜବ ସତ୍ତ୍ୱେ ଦେଶବାସୀଙ୍କ ମନକୁ କେହି ଦୋହଲାଇ ପାରିଲା ନାହିଁ । କେବଳ ଏତିକି ନୁହେଁ, ଅନେକ ଲୋକ ମଇଦାନକୁ ଆସିଲେ । ନିଜର ସୃଜନଶୀଳତା ଦ୍ୱାରା, ନିଜର ବୁଦ୍ଧି ବଳରେ ଗୁଜବ ପ୍ରଚାର କରୁଥିବା ଲୋକମାନଙ୍କ ମୁଖା ଖୋଲିଦେଲେ ଏବଂ ସତ୍ୟକୁ ସାମନାକୁ ନେଇଆସିଲେ । ମୁଁ ଜନତାଙ୍କ ଏହି ସାମର୍ଥ୍ୟକୁ ମଧ୍ୟ ଶତ ଶତ ପ୍ରଣାମ କରୁଛି ।

ମୋର ପ୍ରିୟ ଦେଶବାସୀଗଣ, ମୁଁ ଏହା ସ୍ପଷ୍ଟ ଭାବେ ଅନୁଭବ କରୁଛି, ପ୍ରତି ମୁହୂର୍ତ୍ତରେ ଅନୁଭବ କରୁଛି ଯେ, ଯେତେବେଳେ ଶହେ ପଚିଶ କୋଟି ଦେଶବାସୀ ଆପଣଙ୍କ ସାଙ୍ଗରେ ଠିଆହୋଇଥିବେ, ସେତେବେଳେ କିଛି ଅସମ୍ଭବ ହୋଇ ରହେନା । ଜନତା ଜନାର୍ଦ୍ଦନ ହିଁ ତ ଇଶ୍ୱରଙ୍କ ରୂପ ଏବଂ ଜନତାଙ୍କ ଆଶୀର୍ବାଦ ଇଶ୍ୱରଙ୍କ ଆଶୀର୍ବାଦ ପାଲଟିଯାଏ । ମୁଁ ଦେଶର ଜନତାକୁ ଧନ୍ୟବାଦ ଜ୍ଞାପନ କରୁଛି । ସେମାନଙ୍କୁ ପ୍ରଣାମ କରୁଛି ଯେ, ଦୁର୍ନୀତି ଏବଂ କଳାଧନ ବିରୁଦ୍ଧରେ ଏହି ମହାଯଜ୍ଞରେ ଲୋକେ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଅଂଶଗ୍ରହଣ କରିଛନ୍ତି । ମୁଁ ଚାହୁଁଥିଲି ଯେ, ସଂସଦରେ ଦୁର୍ନୀତି ଏବଂ କଳାଧନ ବିରୁଦ୍ଧରେ ଯେଉଁ ସଂଗ୍ରାମ ଚାଲିଛି, ରାଜନୈତିକ ଦଳଗୁଡ଼ିକ ପାଇଁ ମଧ୍ୟ, Political funding ପାଇଁ ମଧ୍ୟ, ବ୍ୟାପକ ଭାବରେ ଆଲୋଚନା ହେଉ । ଯଦି ସଂସଦ ଚାଲିଥାନ୍ତା ତେବେ ନିଶ୍ଚିତ ଭାବରେ ଭଲ ଆଲୋଚନା ହୋଇଥାନ୍ତା । ରାଜନୈତିକ ଦଳଗୁଡ଼ିକ ପାଇଁ ସବୁ ପ୍ରକାର ରିହାତି ରହିଛି ବୋଲି ଲୋକେ ଯାହା ଗୁଜବ ପ୍ରଚାର କରୁଛନ୍ତି ତାହା ଭୁଲ । ଆଇନ ସମସ୍ତଙ୍କ ପାଇଁ ସମାନ । ସେ ବ୍ୟକ୍ତି ହେଉ, ସଂଗଠନ ହେଉ କିମ୍ବା ରାଜନୈତିକ ଦଳ ହେଉ ସମସ୍ତଙ୍କୁ ଆଇନକାନୁନ ମାନିବାକୁ ପଡ଼େ । ଯେଉଁ ଲୋକେ ସମସ୍ତଙ୍କ ଆଗରେ ଦୁର୍ନୀତି ଏବଂ କଳାଧନକୁ ସମର୍ଥନ କରିପାରୁ ନାହାନ୍ତି ସେମାନେ ସରକାରଙ୍କ ଦୋଷତ୍ରୁଟି ବାହାର କରିବା ପାଇଁ ସବୁବେଳେ ଲାଗି ରହିଥାନ୍ତି । ଆଉ ଗୋଟିଏ କଥା ଉଠୁଛି ଯେ, ବାରମ୍ବାର ନିୟମ କାହିଁକି ବଦଳୁଛି? ଏହି ସରକାର ଜନତା ଜନାର୍ଦ୍ଦନଙ୍କ ପାଇଁ । ସରକାର ନିରବଚ୍ଛିନ୍ନ ଭାବେ ଜନତାଙ୍କ ପ୍ରତିକ୍ରିୟା ଗ୍ରହଣ କରିବାର ଚେଷ୍ଟା କରନ୍ତି । ଜନସାଧାରଣଙ୍କୁ କେଉଁଠି ଅସୁବିଧା ହେଉଛି, କେଉଁ ନିୟମ ଯୋଗୁଁ ଅସୁବିଧା ହେଉଛି, ଏହାପାଇଁ କ’ଣ ଉପାୟ କରାଯାଇପାରେ – ଏକ ସମ୍ବେଦନଶୀଳ ସରକାର ହୋଇଥିବା ଯୋଗୁଁ ପ୍ରତି ମୁହୂର୍ତ୍ତରେ ସରକାର ଜନସାଧାରଣଙ୍କ ସୁଖ ସୁବିଧାକୁ ଦୃଷ୍ଟିରେ ରଖି ଯେତେ ନିୟମ ପଛେ ବଦଳାଇବାକୁ ପଡ଼ୁ, ବଦଳାଇଥାନ୍ତି । ଯାହାଦ୍ୱାରା ଜନସାଧାରଣଙ୍କ ଅସୁବିଧା କମ୍ ହେବ, ଅନ୍ୟପକ୍ଷରେ ପ୍ରଥମ ଦିନ ହିଁ କହିଥିଲି, 8 ତାରିଖରେ ହିଁ କହିଥିଲି, ଏହି ସଂଗ୍ରାମ ଅସାଧାରଣ । 70 ବର୍ଷ ଧରି ଅସାଧୁ ଏବଂ ଦୁର୍ନୀତିର କଳା କାରବାରରେ କିଭଳି ଶକ୍ତି ଲାଗିଛନ୍ତି, ସେମାନଙ୍କ ଶକ୍ତି କେତେ – ଏଭଳି ଲୋକଙ୍କ ସହିତ ମୁକାବିଲା କରିବା ପାଇଁ ଯେତେବେଳେ ମୁଁ ଅଣ୍ଟା ଭିଡ଼ିଛି ସେତେବେଳେ ସେମାନେ ମଧ୍ୟ ସରକାରଙ୍କୁ ପରାଜିତ କରିବା ପାଇଁ ପ୍ରତ୍ୟେକ ଦିନ ନୂଆ ନୂଆ ଉପାୟ ଅବଲମ୍ବନ କରୁଛନ୍ତି । ସେମାନେ ଯେତେବେଳେ ନୂଆ ଉପାୟ ଅବଲମ୍ବନ କରୁଛନ୍ତି ସେତେବେଳେ ସେହି ଉପାୟ କାଟ ଖାଇବା ଭଳି ନୂଆ ଉପାୟ ଆପଣେଇବାକୁ ପଡ଼େ । ତମେ ଡାଳେ ଡାଳେ ଗଲେ ଆମେ ପତ୍ରେ ପତ୍ରେ ଯିବୁ । କାରଣ ଆମେ ନିଷ୍ପତ୍ତି ଗ୍ରହଣ କରିଛୁ ଯେ, ଦୁର୍ନୀତିଖୋରମାନଙ୍କୁ, ଅସାଧୁ ବ୍ୟବସାୟୀକୁ, କଳାଧନକୁ ନଷ୍ଟ କରିବୁ । ଅନ୍ୟପକ୍ଷରେ, କେତେଜଣ ବ୍ୟକ୍ତିଙ୍କ ଚିଠି ଆସିଛି ଏହି କଥାକୁ ନେଇ, ଯେଉଁଥିରେ ଏଯାବତ ଅସ୍ପଷ୍ଟ ଚିତ୍ରକୁ ଦୂରକରି କେମିତି ନୂଆ ରାସ୍ତା ବାହାର କରିହେବ, ତା’ର ଚର୍ଚ୍ଚା କରାଯାଇଛି । ଗୋଟିଏ ବିଷୟ ଉପରେ ମୁଁ ପ୍ରିୟ ଦେଶବାସୀଙ୍କୁ ହୃଦୟର ସହ ଅଭିନନ୍ଦନ ଜଣାଇବାକୁ ଚାହୁଁଛି । ଏବେ ଆପଣ TV ରେ, ଖବରକାଗଜରେ ଦେଖୁଥିବେ – ପ୍ରତ୍ୟେକ ଦିନ ଟଙ୍କା ଧରାପଡୁଛି, ନୂଆ ନୂଆ ଲୋକ ଧରାପଡୁଛନ୍ତି, ଚଢ଼ଉ ଜାରି ରହିଛି, ବଡ଼ ବଡ଼ ଲୋକ ବି ଧରାପଡୁଛନ୍ତି । ଇଏ କେମିତି ସମ୍ଭବ ହେଲା? ମୁଁ ତାର ଭିତିରିଆ କଥା କହି ଦେଉଛି । ଗୁପ୍ତ ଓ ଭିତିରି କଥା ହେଲା କଳାଧନ ସମ୍ପର୍କେରେ ସୂଚନା ସବୁ ମୋତେ ଲୋକମାନଙ୍କଠୁ ହିଁ ମିଳିଯାଉଛି । ସରକାରୀ ବ୍ୟବସ୍ଥା ଜରିଆରେ ଯେତିକି ସୂଚନା ମିଳୁଛି, ତା’ଠୁଁ ଢେରଗୁଣା ସୂଚନା ସାଧାରଣ ନାଗରିକଙ୍କଠାରୁ ଆସୁଛି ଯାହାଫଳରେ ଆମକୁ ଅଧିକ ସଫଳତା ମିଳୁଛି । ଜନସାଧାରଣଙ୍କ ସଚେତନତା ଯୋଗୁଁ ଏକଥା ସମ୍ଭବ ହୋଇପାରିଛି । କେହି କଳ୍ପନା କରିପାରିବେ ଯେ ମୋ ଦେଶର ସତର୍କ ନାଗରିକମାନେ ଏଭଳି ତତ୍ୱଙ୍କ ମୁଖା ଖୋଲିଦେବା ପାଇଁ କେତେବଡ଼ ବିପଦ ମୁଣ୍ଡ ଉପରକୁ ନେଇଛନ୍ତି । ଆଉ ୟା ଫଳରେ ଯୋଉ ସୂଚନା ଆସୁଛି, ତାକୁ ଆଧାର କରି ଅଧିକାଂଶ ସଫଳତା ମିଳିପାରୁଛି । ମୋର ବିଶ୍ୱାସ ଯେ ଏଭଳି ସୂଚନା ସରକାରଙ୍କୁ ଦେବାପାଇଁ ଚାହୁଁଥିବା ଲୋକଙ୍କ ପାଇଁ ଗୋଟିଏ e-mail ଠିକଣା ପ୍ରସ୍ତୁତ କରାଯାଇଛି । ସେଥିରେ ଆପଣ ସୂଚନା ପଠାଇପାରିବେ, ନଚେତ୍ MyGov ଜରିଆରେ ବି ପଠାଇପାରିବେ । ସରକାର ଏଇଭଳି ଯାବତ ଅସଂଗତିକୁ ଦୂର କରିବା ପାଇଁ ପ୍ରତିବଦ୍ଧ । ଆଉ ଯେତେବେଳେ ଆପଣଙ୍କ ସହଯୋଗ ରହୁଛି ସେତେବେଳେ ମନ୍ଦଶକ୍ତିଙ୍କ ବିରୋଧରେ ଲଢ଼ିବାଟା ସହଜ ହେଇଯାଉଛି ।

ତୃତୀୟ ପତ୍ର ପ୍ରେରକଙ୍କ ଗ୍ରୁପ ବି ବହୁତ ବଡ଼ । ସେମାନେ କହୁଛନ୍ତି – “ମୋଦିଜୀ ଆପଣ ଥକି ପଡ଼ନ୍ତୁନି, ଅଟକି ଯାଆନ୍ତୁନି ଆଉ ଯେତେ କଠୋର ପଦକ୍ଷେପ ନେଇପାରିବେ ନିଅନ୍ତୁ । ଥରେ ରାସ୍ତା ଧରିଛନ୍ତି ମାନେ ଲକ୍ଷ୍ୟସ୍ଥଳରେ ପହଂଚିବାକୁ ପଡ଼ିବ” । ମୁଁ ଏଭଳି ଲେଖିଥିବା ସମସ୍ତ ପତ୍ର ପ୍ରେରକଙ୍କୁ ବିଶେଷ ରୂପରେ ଧନ୍ୟବାଦ ଦେଉଛି । କାରଣ, ଏମାନଙ୍କ ଚିଠିରେ ଏକପ୍ରକାର ବିଶ୍ୱାସ ସହ ଆଶୀର୍ବାଦ ବି ରହିଛି । ମୁଁ ଆପଣଙ୍କୁ ବିଶ୍ୱାସ ଦେଉଛି ଯେ ଆରମ୍ଭ ହୋଇଥିବା ଏ ପ୍ରୟାସରେ ବିରାମ ନାହିଁ; ଇଏତ ଆରମ୍ଭ ମାତ୍ର । କଳାଧନ ବିରୋଧରେ ଏ ଯୁଦ୍ଧ ଜିତିବାର ଅଛି । ଏଠି ଥକିପଡ଼ିବାର ବା ଅଟକିଯିବାର ପ୍ରଶ୍ନ ଉଠୁନି । ଆଉ ଯୋଉ କଥାକୁ ନେଇ ଶହେ ପଚିଶ କୋଟି ଦେଶବାସୀଙ୍କର ଆଶୀର୍ବାଦ ରହିଛି, ସେ କଥାରେ ଆଉ ପଛକୁ ହଟିବାର ପ୍ରଶ୍ନ କାହିଁକି? ଆପଣଙ୍କୁ ଜଣାଥିବ, ଆମ ଦେଶରେ “ବେନାମୀ ସମ୍ପତ୍ତି”ର ଗୋଟିଏ ଆଇନ 1988 ମସିହାରେ ପ୍ରସ୍ତୁତ ହୋଇଥିଲା, କିନ୍ତୁ ନା କେବେ ଏହାକୁ notify କରାଯାଇଛି ନା ଏହାର ନିୟମ ପ୍ରଣୟନ କରାଯାଇଛି, ଇଏ ଏମିତି ଶୀତଳ ଭଣ୍ଡାରରେ ପଡ଼ି ରହିଥିଲା । ଆମେ ତାକୁ ଶୀତଳ ଭଣ୍ଡାରରୁ ବାହାର କରି ଖୁବ୍ ଶାଣିତ “ବେନାମୀ ସମ୍ପତି” ଆଇନ ବନେଇଛୁ । ଆଗାମୀ ଦିନରେ ଏହି ଆଇନ ବି ନିଜ କାମ କରିବ । ଦେଶର ହିତ ପାଇଁ, ଜନସାଧାରଣଙ୍କ ମଙ୍ଗଳ ପାଇଁ ଯାହା ବି କରିବାକୁ ପଡ଼ିବ, ସେ କଥା ଆମର ପ୍ରାଥମିକତା ।

ମୋର ପ୍ରିୟ ଦେଶବାସୀଗଣ, ଗତ ଥର “ମନ୍ କି ବାତ୍’ରେ ବି ମୁଁ କହିଥିଲି ଯେ ଏବର କଠିନ ପରିସ୍ଥିତି ଭିତରେ ବି ଆମର କୃଷକଭାଇମାନେ ଖୁବ୍ ପରିଶ୍ରମ କରି ଫସଲ ରୋଇବା/ବୁଣିବାରେ ଗତବର୍ଷର ରେକର୍ଡ ଭଙ୍ଗ କରିଛନ୍ତି । କୃଷିକ୍ଷେତ୍ର ଦୃଷ୍ଟିରୁ ଇଏ ଶୁଭ ସଂକେତ । ଏ ଦେଶର ଶ୍ରମିକ ହୁଅନ୍ତୁ, ଏ ଦେଶର ଚାଷୀ ହୁଅନ୍ତୁ, ଏ ଦେଶର ଯୁବବର୍ଗ ହୁଅନ୍ତୁ, ଏ ସମସ୍ତଙ୍କ ପରିଶ୍ରମ ଆଜି ଦେଶପାଇଁ ନୂଆ ରଙ୍ଗ ଆଣୁଛି । ବିଗତ ଦିନରେ ବିଶ୍ୱ ଅର୍ଥନୀତିରେ ଭାରତ ଅନେକ କ୍ଷେତ୍ରରେ ନିଜର ନାଁ ଖୁବ୍ ଗୌରବର ସହ ଅଙ୍କିତ କରିପାରିଛି । ଆମ ଦେଶବାସୀଙ୍କର ଲଗାତାର ପ୍ରୟାସର ପରିଣାମ ଇଏ । ଭିନ୍ନ ଭିନ୍ନ ସୂଚକାଙ୍କ ଜରିଆରେ ଭାରତର ମାନ୍ୟତାରେ ଉନ୍ନତି ପରିଲକ୍ଷିତ ହେଉଛି । ବିଶ୍ୱ ବ୍ୟାଙ୍କର “Doing Business Report” ରେ ଭାରତର ମାନ୍ୟତା ବଢ଼ିଛି । ଭାରତର ବ୍ୟବସାୟ ପଦ୍ଧତିକୁ ବିଶ୍ୱର ଶ୍ରେଷ୍ଠ ପଦ୍ଧତି ଭାବେ ପ୍ରସ୍ତୁତ କରିବା ପାଇଁ ଆମେ ଖୁବ୍ ଜୋରରେ ଉଦ୍ୟମ ଜାରି ରଖିଛୁ ଏବଂ ଏଥିପାଇଁ ଆମକୁ ସଫଳତା ବି ମିଳୁଛି । UNCTAD ଦ୍ୱାରା ଜାରି କରାଯାଇଥିବା World Investment Report ଅନୁସାରେ “ସମ୍ଭାବିତ ଶୀର୍ଷ ଅର୍ଥବ୍ୟବସ୍ଥା 2016-18” ରେ ଭାରତ ତୃତୀୟ ସ୍ଥାନରେ ରହିଛି । World Economic Forum Global Competitiveness Reportରେ ଭାରତ 32ତମ ସ୍ଥାନକୁ ଉନ୍ନୀତ ହୋଇଛି । Global Innovation Index 2016ରେ ଆମେ 16ତମ ସ୍ଥାନର ଅଗ୍ରଣୀ ହାସଲ କରିଛୁ ଏବଂ World Bank Logistics Performance Index 2016ରେ ଊନବିଂଶ ମାନ୍ୟତାର ବୃଦ୍ଧି ଘଟିଛି । କେତେକ ରିପୋର୍ଟ ଏମିତି ରହିଛି ଯାହାର ମୂଲ୍ୟାଙ୍କନ ବି ଏହି ଦିଗରେ ଇଶାରା କରୁଛି । ଭାରତ ଖୁବ୍ ଦ୍ରୁତ ଗତିରେ ଆଗକୁ ବଢ଼ୁଛି ।

ମୋର ପ୍ରିୟ ଦେଶବାସୀଗଣ, ଏଥର ସଂସଦର ଅଧିବେଶନ ଦେଶବାସୀଙ୍କ ଅସନ୍ତୋଷର କାରଣ ପାଲଟିଛି । ଚାରିଆଡ଼େ ସଂସଦର ଗତିବିଧି ସମ୍ପର୍କରେ ରୋଷ ପ୍ରକଟ ହେଇଛି । ରାଷ୍ଟ୍ରପତି, ଉପ-ରାଷ୍ଟ୍ରପତି ବି ଏ ସମ୍ପର୍କରେ ନିଜ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କିନ୍ତୁ ଏଇ ପରିସ୍ଥିତିରେ ବି ବେଳେବେଳେ କିଛି ଭଲ କଥା ଘଟିଯାଏ ଆଉ ସେତେବେଳେ ମନକୁ ବହୁତ ସନ୍ତୋଷ ମିଳିଥାଏ । ସଂସଦର ହୋ-ହଲ୍ଲା ଭିତରେ ଏମିତି ଏକ ଉତ୍ତମ କାମ ହୋଇଯାଇଛି, ଯାହାଆଡ଼େ ଦେଶର ନଜର ପଡ଼ିନି । ଭାଇ ଓ ଭଉଣୀମାନେ, ଆଜି ମୁଁ ଏ କଥା ଆପଣଙ୍କୁ କହିଲାବେଳେ ମନରେ ହର୍ଷ ଆଉ ଆନନ୍ଦ ଅନୁଭବ କରୁଛି ଯେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ପାଇଁ ମୋ ସରକାରର ଯେଉଁ ଲକ୍ଷ ଥିଲା, ସେ ସମ୍ପର୍କିତ ବିଲଟି ସଂସଦରେ ଗୃହୀତ ହୋଇଯାଇଛି । ଏଥିପାଇଁ ମୁଁ ଲୋକସଭା ଏବଂ ରାଜ୍ୟସଭାର ସମସ୍ତ ସାଂସଦଙ୍କୁ ଦେଶର କୋଟି କୋଟି ଦିବ୍ୟାଙ୍ଗଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରୁଛି । ଦିବ୍ୟାଙ୍ଗଙ୍କ ପାଇଁ ଆମ ସରକାର ପ୍ରତିବଦ୍ଧ । ମୁଁ ବ୍ୟକ୍ତିଗତ ସ୍ତରରେ ଏଥିପାଇଁ ହେଉଥିବା ପ୍ରୟାସକୁ ଗତିଶୀଳ କରାଇବାରେ ଯୋଗଦାନ ଦେଇଛି । ମୋର ଇଚ୍ଛା ଥିଲା – ଦିବ୍ୟାଙ୍ଗମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ମିଳୁ, ସମ୍ମାନ ମିଳୁ – ଯାହାର ସେମାନେ ହକଦ।ର । ଆମର ଏସବୁ ପ୍ରୟାସ ଆଉ ଭରସାକୁ ଆମ ଦିବ୍ୟାଙ୍ଗ ଭାଇ-ଭଉଣୀମାନେ ପାରାଅଲମ୍ପିକ୍ କ୍ରୀଡ଼ାରେ 4ଟି ପଦକ ଜିତି ସେ ସମୟରେ ଆହୁରି ଦୃଢ଼ କରିଦେଲେ । ସେମାନେ ନିଜ ନିଜ ସଫଳତାରେ କେବଳ ଯେ ଦେଶକୁ ଗୌରବାନ୍ଵିତ କଲେ ସେକଥା ନୁହେଁ, ବରଂ ନିଜର ସାମର୍ଥ୍ୟ ପ୍ରଦଶର୍ନ କରି ଦେଶବାସୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଲେ । ଆମର ଦିବ୍ୟାଙ୍ଗ ଭାଇଭଉଣୀ ବି ଦେଶର ପ୍ରତ୍ୟେକ ନାଗରିକଙ୍କ ଭଳି ଆମର ଏକ ଅମୂଲ୍ୟ ସମ୍ପଦ, ଅମୂଲ୍ୟ ଶକ୍ତି । ମୁଁ ଆଜି ବହୁତ ଖୁସି ଯେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ହିତ ପାଇଁ ଏ ଆଇନ ଗୃହୀତ ହେବାପରେ ଦିବ୍ୟାଙ୍ଗମାନଙ୍କ ନିଯୁକ୍ତି ପାଇଁ ଅଧିକ ସୁଯୋଗ ସୃଷ୍ଟି ହେବ । ସରକାରୀ ଚାକିରିଗୁଡ଼ିକରେ ସଂରକ୍ଷଣ ସୀମା ବଦ୍ଧୃ କରି 4% କରଦିଆଯାଇଛି । ଏହି ଆଇନ ଅନୁଯାୟୀ ଦିବ୍ୟାଙ୍ଗମାନଙ୍କ ଶିକ୍ଷା, ସୁବିଧା ଆଉ ଅଭିଯୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବି କରାଯାଇଛି । ଦିବ୍ୟାଙ୍ଗଙ୍କୁ ନେଇ ସରକାର କେତେ ସମ୍ବେଦନଶୀଳ, ଏକଥାର ଅନୁମାନ ଆପଣ ଏହି ଉଦାହରଣରୁ କରିପାରିବେ ଯେ କେନ୍ଦ୍ର ସରକାର ବିଗତ ଦୁଇବର୍ଷ ମଧ୍ୟରେ ଦିବ୍ୟାଙ୍ଗମାନଙ୍କ ପାଇଁ 4350 ଶିବିର ଆୟୋଜନ କରିଛନ୍ତି ସାରା ଦେଶରେ । 352 କୋଟି ଟଙ୍କା ଖର୍ଚ୍ଚକରି 5 ଲକ୍ଷ 80 ହଜାର ଦିବ୍ୟାଙ୍ଗ ଭାଇ-ଭଉଣୀଙ୍କୁ ଉପକରଣମାନ ପ୍ରଦାନ କରାଯାଇଛି । ସରକାର ଜାତିସଂଘର ଭାବନା ଅନୁକୂଳ ନୂଆ ଆଇନ ପ୍ରଣୟନ କରିଛନ୍ତି । ଆଗରୁ ଦିବ୍ୟାଙ୍ଗମାନଙ୍କୁ ସାତୋଟି ଶ୍ରେଣୀରେ ବର୍ଗୀକରଣ କରାଯାଇଥିଲା । କିନ୍ତୁ ଏବେ ନୂଆ ଆଇନ ପ୍ରସ୍ତୁତ କରି ସେମାନଙ୍କର ବର୍ଗୀକରଣକୁ 21 ପ୍ରକାର ଯାଏ ବୃଦ୍ଧି କରାଯାଇଛି । ଏଥିରେ 14ଟି ନୂଆ ଶ୍ରେଣୀ ଯୋଗ କରାଯାଇଛି । ଦିବ୍ୟାଙ୍ଗମାନଙ୍କ ପାଇଁ ଏମିତି କେତେକ ବର୍ଗ ସଂଯୁକ୍ତ କରାଯାଇଛି, ଯେଉଁମାନଙ୍କୁ ପ୍ରଥମ କରି ନ୍ୟାୟ ମିଳିପାରିବ । ଯେମିତିକି ଥାଲାସେମିଆ, ପାର୍କିନସନ୍ କିମ୍ବା ବାମନ – ଏସବୁ ରୋଗକୁ ବି ଦିବ୍ୟାଙ୍ଗ ଶ୍ରେଣୀଭୁକ୍ତ କରାଯାଇଛି ।

ମୋର ଯୁବସାଥୀଗଣ, ବିଗତ କିଛି ସପ୍ତାହରେ କ୍ରୀଡ଼ା କ୍ଷେତ୍ରରୁ ଏଭଳି ଖବରମାନ ଆସିଛି ଯାହାକି ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିଦେଇଛି । ଭାରତୀୟ ଭାବେ ଆମେ ସମସ୍ତେ ଗର୍ବ ଅନୁଭବ କରିବା ସ୍ୱାଭାବିକ । ଭାରତୀୟ କ୍ରିକେଟ୍ ଦଳ ଇଂଲଣ୍ଡ ବିପକ୍ଷରେ 4-0 ରେ ସିରିଜ୍ ଜିତିଛି । ଏଥିରେ କେତେଜଣ ଯୁବ କ୍ରିକେଟିୟରଙ୍କ Performance ବେଶ୍ ପ୍ରଶଂସାଯୋଗ୍ୟ । ଆମର ଯୁବ ବ୍ୟାଟସମ୍ୟାନ କରୁଣ ନାୟାର ତ୍ରିଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି, କେ.ଏଲ.ରାହୁଲ 199 ରନର ଇନିଂସ ଖେଳିଛନ୍ତି । ଟେଷ୍ଟ କ୍ୟାପଟେନ୍ ବିରାଟ କୋହଲି ଖୁବ୍ ଚମତ୍କାର ବ୍ୟାଟିଂ ସାଙ୍ଗକୁ ସୁନ୍ଦର ନେତୃତ୍ୱ ଦେଇଛନ୍ତି ଦଳକୁ । ଭାରତୀୟ କ୍ରିକେଟ୍ ଟିମର ବୋଲର ଆର.ଅଶ୍ଵିନଙ୍କୁ ICC 2016 ମସିହା ପାଇଁ “Cricketer of the Year” ଏବଂ “Best Test Cricketer” ଭାବେ ଘୋଷଣାକରି ସମ୍ମାନିତ କରାଯାଇଛି । ଏମାନଙ୍କୁ ମୋର ବହୁତ ବହୁତ ଅଭିନନ୍ଦନ, ଶୁଭେଚ୍ଛା । ହକି କ୍ଷେତ୍ରରୁ ମଧ୍ୟ ପନ୍ଦର ବର୍ଷ ପରେ ଗୋଟିଏ ସୁସମ୍ବାଦ ମିଳିଛି, ଗୋଟିଏ ଖୁବ୍ ବଢ଼ିଆ ଖବର ଆସିଛି । ଆମ ଜୁନିୟର ହକି ଦଳ ବିଶ୍ୱକପକୁ ହାତେଇ ନେଇଛନ୍ତି । ପନ୍ଦର ବର୍ଷ ପରେ ଏଭଳି ମୁହୂର୍ତ୍ତ ଆସିଛି ଯେତେବେଳେ ଜୁନିୟର ହକି ଦଳ ବିଶ୍ଵ କପରେ ବିଜୟ ଲାଭ କରିଛି । ଏହି ଉପଲବ୍ଧି ପାଇଁ ଯୁବ-କ୍ରୀଡ଼ାବିତମାନଙ୍କୁ ଅନେକ ଅନେକ ଅଭିନନ୍ଦନ । ଏହି ଉପଲବ୍ଧି ଭାରତୀୟ ହକି ଟିମର ଭବିଷ୍ୟତ ପାଇଁ ଏକ ଶୁଭ ସଂକେତ । ଗତମାସରେ ଆମ ମହିଳା ଖେଳାଳିମାନେ ମଧ୍ୟ ଚମତ୍କାର ପ୍ରଦର୍ଶନ କଲେ । ଭାରତର ମହିଳା ହକି ଦଳ Asian Champions Trophy ଜିତିଲେ ଏବଂ ମାତ୍ର କିଛି ଦିନ ତଳେ Under-18 Asia Cupରେ ଭାରତୀୟ ମହିଳା ହକି ଦଳ ବ୍ରୋଞ୍ଜ ପଦକ ହାସଲ କଲେ । ମୁଁ କ୍ରିକେଟ ଏବଂ ହକି ଦଳର ସମସ୍ତ ଖେଳାଳିମାନଙ୍କୁ ହୃଦୟରୁ ଅନେକ ଅନେକ ଅଭିନନ୍ଦନ ଜଣାଉଛି ।

ମୋର ପ୍ରିୟ ଦେଶବାସୀଗଣ, 2017 ନୂତନ ଉତ୍ସାହ ଏବଂ ଉଦ୍ଦୀପନାର ବର୍ଷ ହେଉ, ଆପଣଙ୍କ ସମସ୍ତ ସଂକଳ୍ପ ପୂରଣ ହେଉ, ଆମେ ବିକାଶର ନୂତନ ଶିଖରକୁ ପାରି କରୁ, ଗରିବରୁ ଗରିବ ଲୋକଙ୍କୁ ମଧ୍ୟ ସୁଖ ଶାନ୍ତିରେ ଜୀବନଯାପନ କରିବାକୁ ସୁଯୋଗ ମିଳୁ । ଏହିଭଳି ହେଉ ଆମର 2017 ବର୍ଷଟି । 2017 ବର୍ଷ ପାଇଁ ମୋ ତରଫରୁ ସମସ୍ତ ଦେଶବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ।

ବହୁତ ବହୁତ ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
PM Modi Praises Farmers For Taking India's Rich Mango Heritage To Global Markets

Media Coverage

PM Modi Praises Farmers For Taking India's Rich Mango Heritage To Global Markets
NM on the go

Nm on the go

Always be the first to hear from the PM. Get the App Now!
...
India-Myanmar Joint Statement during the Official Visit of the President of Myanmar to India
June 01, 2026

At the invitation of H.E. Shri Narendra Modi, Prime Minister of India, H.E. U Min Aung Hlaing, President of the Republic of the Union of Myanmar paid his first Official Visit to India from 30 May to 3 June 2026.

The President was accompanied by the Union Ministers for President’s Office, Foreign Affairs, Finance & Revenue, Agriculture, Livestock & Irrigation, and Industry & MSME Business Development, and Governor of the Central Bank of Myanmar. A business delegation from diverse sectors including agriculture, pharmaceuticals, energy, banking, construction, IT, communications, trading and logistics, as well as members of the Myanmar-India Friendship Association, were part of the Myanmar delegation.

The Prime Minister of India and the President of Myanmar held talks on 1 June 2026, during which they reviewed bilateral, regional and global issues of mutual interest and charted the way forward for the relationship. The Prime Minister hosted a luncheon in honour of the visiting dignitary. Hon’ble President of India Smt. Droupadi Murmu received the President of Myanmar on the same day. Earlier, External Affairs Minister Dr. S. Jaishankar and National Security Adviser Shri Ajit Doval separately called on the President of Myanmar.

At the commencement of the visit, the President visited Bodh Gaya on 30 May 2026, where he offered prayers at Mahabodhi Temple, Mahabodhi Meditation Centre and Sujata Temple. These visits to deeply revered sites underscored the enduring spiritual and Buddhist ties, as well as the people-to-people links, between the two countries.

The President delivered a keynote speech at the India-Myanmar Business Conclave, jointly organised by the UMFCCI and CII, in New Delhi on 31 May 2026, where business heads from both sides discussed avenues for further strengthening and expanding bilateral trade and commercial opportunities. The President also toured the NTPC Energy Technology Research Alliance (NETRA) complex in Greater Noida to observe advanced R&D work, including in clean energy innovation, energy efficiency, renewable energy integration and grid resilience.

In his interaction with the President, the Prime Minister stated that Myanmar lies at the confluence of India’s Neighbourhood First, Act East and MAHASAGAR (Mutual and Holistic Advancement for Security and Growth Across Regions) policies. The discussions underscored the importance of strengthening bilateral cooperation, including trade and economic ties, defence and security, border management, development assistance and cultural exchanges. Both sides noted ongoing discussions on various bilateral Agreements and Memoranda of Understanding and looked forward to their early conclusion.

The Prime Minister underlined that enhanced connectivity would foster mutually beneficial economic linkages and shared prosperity in the region. In this regard, both sides shared the importance of working closely towards the completion of Kaladan Multi-Modal Transit Transport project and the India-Myanmar-Thailand trilateral highway.

The Prime Minister conveyed that the Mekong Ganga ICCR scholarships for Myanmar students would be enhanced from 36 to 100 from 2026 onwards.

Both sides agreed to facilitate and enhance bilateral trade including through the Rupee-Kyat settlement mechanism, and appreciated the steady growth in the volume of transactions recorded since its operationalisation in May 2024. Both sides also expressed support for closer trade and investment cooperation in the areas of mutual interest such as agro-processing, petroleum, energy, mining sectors, in accordance with their respective national laws and regulations.

The Prime Minister reaffirmed India’s support for the sovereignty and territorial integrity of the Republic of the Union of Myanmar. Both sides underscored the importance of preventing the misuse of sovereign territory for activities inimical to their security interests. The President reiterated Myanmar’s assurance that its territory would not be permitted to be used against India’s security interests. The Prime Minister affirmed that India, as a steadfast and trusted partner of Myanmar, remained committed to deepening security cooperation between the two countries.

The Prime Minister conveyed support for Myanmar-led efforts towards achieving peace, stability, national reconciliation and socio-economic development. He also offered continued assistance and cooperation, based on mutual respect and friendly relations between the two countries. The President appreciated India’s constructive support and cooperation.

The Prime Minister expressed confidence that the meetings of the President with the Governor of Maharashtra and the Chief Minister, as well as his business engagements during his upcoming visit to Mumbai on 02 - 03 June 2026 would further strengthen existing bilateral cooperation and economic ties.

The official visit of President U Min Aung Hlaing reaffirmed the long-standing friendship and close partnership between Myanmar and India and the shared commitment of both countries to further strengthen cooperation for the mutual benefit of the two countries. Both sides agreed to continue close engagement at all levels.

President U Min Aung Hlaing expressed his sincere appreciation to Prime Minister Shri Narendra Modi for the warm hospitality extended to him and to the members of his delegation during their stay in India. The President also extended an invitation to the Prime Minister of India to visit Myanmar at mutually convenient dates.