Four years ago no one had thought that middlemen of the helicopter scam, Christian Michel would be in custody: PM Modi
We have a psychology here that whenever a person goes to a court accusing the government, then it is believed that the government will be wrong and the accuser is right. But every charge of corruption has been proved wrong: PM
India is a country that never stops, says PM Modi Bottlenecks have been removed through policy driven governance and predictable transparent policies: PM Modi
My vision is clear- the country with the world's youngest young population cannot see small dreams: PM Modi
Our focus is on proper education for children, employment for the youth, medical facilities for the elderly, irrigation facilities for the farmer and we are ensuring that people’s voice is heard: PM Modi
From just two mobile manufacturing factories in 2014, we have crossed 120 manufacturing units: Prime Minister Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ମୁମ୍ବାଇଠାରେ ରିପବ୍ଲିକ ଟିଭି ସମ୍ମିଳନୀରେ ଉଦବୋଧନ ଦେଇଥିଲେ ।

ଗତକାଲି ମୁମ୍ବାଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଯୋଗୁ ହୋଇଥିବା ଜୀବନ ହାନି ନେଇ ସେ ଶୋକ ବ୍ୟକ୍ତ କରିଥିଲେ ।

ଏକ ଉଜ୍ଜ୍ୱଳ ଏବଂ ସମୃଦ୍ଧ ରାଷ୍ଟ୍ର ପାଇଁ ସକାରାତ୍ମକ ଖବରର ଗୁରୁତ୍ୱ ଉପରେ ସେ ଜୋର ଦେଇଥିଲେ । ସେ କହିଥିଲେ ଯେ ବିଭିନ୍ନ ଦିଗ ଯେପରିକି ବିଜ୍ଞାନ, ଉଦ୍ଭାବନ ଏବଂ କ୍ରୀଡ଼ା ଆଦି କ୍ଷେତ୍ରରେ ଭାରତ ମହାନ ଉଚ୍ଚତାକୁ ଯିବାର ଆବଶ୍ୟକତା ରହିଛି । ଗଣମାଧ୍ୟମ ମଧ୍ୟ ସେହି ଦିଗରେ ପ୍ରଗତି ହାସଲ କରିବାର ଆବଶ୍ୟକତା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଉଦୀୟମାନ ଭାରତ” ଶବ୍ଦ 130 କୋଟି ଭାରତୀୟଙ୍କୁ ପ୍ରତିନିଧିତ୍ୱ କରୁଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ 5 ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହେବା ଦିଗରେ ଆଗକୁ ବଢ଼ିବ ଏବଂ ବ୍ୟବସାୟିକ ସୁଗମତା ମାନ୍ୟତାରେ ମଧ୍ୟ ଆଗକୁ ବଢ଼ିବ ଏକଥା କଳ୍ପନା କରିବା କିଛିବର୍ଷ ତଳେ କଳ୍ପନା କରିବା ମଧ୍ୟ କଷ୍ଟକର ଥିଲା  । ସେ ଉଦାହରଣ ଦେଇ କହିଥିଲେ ଯେ ଆଜି କିପରି ଅପରାଧିକ ଗତିବିଧିରେ ଥିବା ଲୋକମାନେ ଧରାପଡ଼ୁଛନ୍ତି ଏବଂ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେ ସ୍ୱଚ୍ଛତାଠାରୁ ଆରମ୍ଭ କରି ଟିକସ ଆଧାରର ଉଦାହରଣ ଦେଇ କହିଥିଲେ ଯେ 4 ବର୍ଷ ମଧ୍ୟରେ ଏହି ପଦକ୍ଷେପ ପରିବର୍ତ୍ତନକୁ ପ୍ରଦର୍ଶିତ କରୁଛି । ସେ କହିଥିଲେ ଯେ କେନ୍ଦ୍ର ସରକାର ନୀତି ପରିଚାଳିତ ଶାସନ ପରିଚାଳନା ଏବଂ ସହଜରେ ଚିନ୍ତା କରାଯାଇପାରୁଥିବା ପାରଦର୍ଶୀ ନୀତି ମାଧ୍ୟମରେ ଆଗକୁ ବଢ଼ୁଛନ୍ତି । ସେ ଦୃତ ଗତିରେ ବିକଶିତ ହେଉଥିବା ମୌଳିକ ଭିତ୍ତିଭୂମି ବିଷୟରେ ଆଲୋଚନା କରିଥିଲେ । ସେ ମାସିକ ବୈଠକ ପ୍ରଗତି ବିଷୟରେ ଉଲ୍ଲେଖ କରିଥିଲେ ଯାହାର ଅଧ୍ୟକ୍ଷତା କରି ସେ ପ୍ରକଳ୍ପଗୁଡ଼ିକର ପ୍ରଗତି ସମୀକ୍ଷା କରିଥାନ୍ତି । ସେ କହିଥିଲେ ଯେ ଏହିପରି 12 ଲକ୍ଷ କୋଟି ଟଙ୍କାର ପ୍ରକଳ୍ପକୁ ତ୍ୱରାନ୍ୱିତ କରାଯାଇପାରିଛି ।

ପ୍ରଧାନମନ୍ତ୍ରୀ ଏହା ଉପରେ ମଧ୍ୟ ଗୁରୁତ୍ୱାରୋପ କରିଥିଲେ ଯେ ଆଇନ ଏବଂ ଅଧିନିୟମ ପ୍ରଣୟନ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ଏହି ସନ୍ଦର୍ଭରେ ସେ ଦେବାଳିଆ ଏବଂ ଦେବାଳିଆପଣ ସଂହିତା ବିଷୟରେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଯେ ଏବେ ଭାରତର ବିଦେଶ ନୀତି ଜାତୀୟ ସ୍ୱାର୍ଥ ଦ୍ୱାରା ନିର୍ଦ୍ଦେଶିତ ହେଉଛି ଏବଂ ଅନ୍ତର୍ଜାତୀୟ ମଂଚରେ ଭାରତର ସ୍ୱର ଶୁଣାଯାଉଛି ।

ଶ୍ରୀ ନରେନ୍ଦ୍ର ମୋଦୀ ସଂକେତ ଦେଇଥିଲେ ଯେ ଯଥାଶୀଘ୍ର ଜିଏସଟିର 28 ପ୍ରତିଶତ ସ୍ଲାବ ବିଳାସପୂର୍ଣ୍ଣ ବସ୍ତୁ ଭଳି ସାମଗ୍ରୀ ପର୍ଯ୍ୟନ୍ତ ହିଁ ସୀମିତ କରାଯିବ । ପ୍ରଧାନମନ୍ତ୍ରୀ କହିଥିଲେ ଯେ 99 ପ୍ରତିଶତ ବସ୍ତୁକୁ ଜିଏସଟିର 18 ପ୍ରତିଶତ ଏବଂ ତା’ଠାରୁ କମ ସ୍ଲାବରେ ଆଣିବା ଲାଗି ପ୍ରୟାସ କରାଯିବ । ଏହି ବସ୍ତୁଗୁଡ଼ିକ ମଧ୍ୟରେ ସାଧାରଣ ଲୋକମାନଙ୍କ ଉପଯୋଗର ସମସ୍ତ ବସ୍ତୁ ସାମିଲ ରହିଛି ।

Click here to read full text speech

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
India’s pharmaceutical sector records transformative growth over 12 years, strengthening affordable healthcare and self-reliance

Media Coverage

India’s pharmaceutical sector records transformative growth over 12 years, strengthening affordable healthcare and self-reliance
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 19, 2026
June 19, 2026

Appreciation for India’s Domestic Growth and Rising Global Influence under PM Modi’s Leadership