ମହାମହିମ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ନିମନ୍ତ୍ରଣକ୍ରମେ ମୁଁ 26-27 ମାର୍ଚ୍ଚ 2021ରେ ବାଂଲାଦେଶ ଗସ୍ତରେ ଯିବି।

ମୁଁ ଆନନ୍ଦିତ ଯେ କୋଭିଡ-19 ମହାମାରୀ ପରେ ମୋର ପ୍ରଥମ ଗସ୍ତ ଆମର ପଡ଼ୋଶୀ ବନ୍ଧୁ ରାଷ୍ଟ୍ରକୁ ହେଉଛି, ଯାହା ସହିତ ଭାରତର ନିବିଡ଼ ସାଂସ୍କୃତିକ, ଭାଷାଗତ ଏବଂ ଲୋକସମ୍ପର୍କ ରହିଛି।

ଆସନ୍ତାକାଲି ମୁଁ ବାଂଲାଦେଶର ଜାତୀୟ ଦିବସ ସମାରୋହରେ ଅଂଶଗ୍ରହଣ କରିବା ଲାଗି ଆଗ୍ରହୀ ଅଛି, ଏହି ଅବସରରେ ମଧ୍ୟ ବାଂଲାଦେଶର ରାଷ୍ଟ୍ରପିତା, ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ଜନ୍ମ ଶତାବାର୍ଷିକୀ ପାଳନ କରାଯିବ। ବଙ୍ଗବନ୍ଧୁ ବିଗତ ଶତାବ୍ଦୀର ଅନ୍ୟତମ ଶୀର୍ଷ ନେତା ଥଲେ, ଯାହାଙ୍କ ଜୀବନୀ ଓ ଆଦର୍ଶ ଲକ୍ଷ ଲକ୍ଷ ଲୋକଙ୍କୁ ଅନୁପ୍ରାଣିତ କରିଆସୁଛି। ମୁଁ ଟୁଙ୍ଗିପାଡ଼ାରେ ଥିବା ବଙ୍ଗବନ୍ଧୁଙ୍କ ସମାଧି ସ୍ଥଳ ପରିଦର୍ଶନ କରି ସେଠାରେ ତାଙ୍କ ପ୍ରତି ମୋର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବି।

ପୌରାଣିକ ପରମ୍ପରାର 51ଟି ଶକ୍ତିପୀଠ ମଧ୍ୟରୁ ଅନ୍ୟତମ ପ୍ରାଚୀନ ଯଶୋରେଶ୍ବରୀ କାଳୀ ମନ୍ଦିରରେ ମା’ କାଳୀଙ୍କୁ ପୂଜାର୍ଚ୍ଚନା କରିବା ଲାଗି ମଧ୍ୟ ମୁଁ ଅତ୍ୟନ୍ତ ଆଗ୍ରହୀ ରହିଛି।

ବିଶେଷ କରି ମୁଁ ଓରାକାଣ୍ଡି ଠାରେ ମାତୁଆ ସମୁଦାୟର ପ୍ରତିନିଧିମାନଙ୍କ ସହିତ ମୋର ଆଲୋଚନା ପାଇଁ ମୁଁ ଆଗ୍ରହୀ ରହିଛି, ଏହି ସ୍ଥାନରୁ ଶ୍ରୀ ହରିଚନ୍ଦ୍ର ଠାକୁର ଜୀ ତାଙ୍କର ପବିତ୍ର ବାର୍ତ୍ତା ପ୍ରଚାର କରିଥିଲେ।

ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସହିତ ଗତବର୍ଷ ଡିସେମ୍ବରରେ ଆମର ବେଶ ଫଳପ୍ରଦ ଭର୍ଚୁଆଲ ଆଲୋଚନା ହୋଇଥିଲା, ଏହାପରେ ତାଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବ। ମୁଁ ମଧ୍ୟ ମହାମହିମ ରାଷ୍ଟ୍ରପତି ଅବଦୁଲ ହମିଦଙ୍କୁ ସାକ୍ଷାତ କରିବି ଏବଂ ବାଂଲାଦେଶୀ ପ୍ରତିନିଧି ଦଳ ସହିତ ଆଲୋଚନା କରିବି।

ମୋର ଏହି ଗସ୍ତ ଶେଖ୍ ହସିନାଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ବରେ ବାଂଲାଦେଶର ଉଲ୍ଲେଖନୀୟ ଅର୍ଥନୈତିକ ଓ ବିକାଶମୂଳକ ସଫଳତାର ସମର୍ଥନ ଲାଗି ନୁହେଁ ବରଂ ଏହି ସଫଳତା ପ୍ରତି ନିରନ୍ତର ସହାୟତା ପାଇଁ ଭାରତର ପ୍ରତିବଦ୍ଧତାକୁ ବ୍ୟକ୍ତ କରୁଛି। କୋଭିଡ-19 ମୁକାବିଲାରେ ବାଂଲାଦେଶର ପ୍ରୟାସ ପ୍ରତି ମୁଁ ଭାରତର ସହାୟତା ଓ ସମର୍ଥନ ବ୍ୟକ୍ତ କରୁଛି।

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Indian economy navigated well external uncertainties: RBI Bulletin

Media Coverage

Indian economy navigated well external uncertainties: RBI Bulletin
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁଲାଇ 23, 2026
July 23, 2026

Digital Rails, PLI Jobs & Swift Justice: How PM Modi’s Governance is Rewiring India’s Future