ମାନନୀୟ,

ଜଳବାୟୁ ଅନୁକୂଳନ ଶିଖର ସମ୍ମିଳନୀକୁ ଭାରତ ସ୍ୱାଗତ କରୁଛି ଏବଂ ଏଥିପାଇଁ ପ୍ରଧାନମନ୍ତ୍ରୀ ମାର୍କ ରୁଟଙ୍କ ନେତୃତ୍ୱକୁ ପ୍ରଶଂସା କରୁଛି ।

ଜଳବାୟୁ ପରିବର୍ତ୍ତନ ଆଜିର ତାରିଖରେ ପୂର୍ବଠାରୁ ଅଧିକ ମହତ୍ତ୍ୱ ରଖୁଛି ଏବଂ ଭାରତର ବିକାଶମୂଳକ ପ୍ରୟାସଗୁଡ଼ିକର ଏହା ଏକ ପ୍ରମୁଖ ଅଂଶବିଶେଷ ।

 

ଆମେ ନିଜ ପ୍ରତି ନିମ୍ନଲିଖିତ ଭାବେ ପ୍ରତିବଦ୍ଧ ହୋଇଛୁ:

– ଆମେ କେବଳ ଆମର ପ୍ୟାରିସ ବୁଝାମଣା ଲକ୍ଷ୍ୟ ପୂରଣ କରିବୁ ନାହିଁ, ବରଂ ତା’ଠାରୁ ଅଧିକ କିଛି ହାସଲ କରିବୁ;

– ଆମେ କେବଳ ପରିବେଶ ସଂକ୍ରାନ୍ତ କ୍ଷୟକ୍ଷତିକୁ ନିୟନ୍ତ୍ରଣ କରିବୁ ନାହିଁ, ଏହାର ସଂରକ୍ଷଣ ଉପରେ ଯଥେଷ୍ଟ ଧ୍ୟାନ ଦେବୁ; ଓ,

– ଆମେ କେବଳ ନୂଆ ସାମର୍ଥ୍ୟ ସୃଷ୍ଟି ଉପରେ ଗୁରୁତ୍ୱ ଦେବୁନାହୁଁ, ଏହା ଯେମିତି ବିଶ୍ୱର ମଙ୍ଗଳ ପାଇଁ କାମରେ ଲାଗିବ, ତାହା ବି ସୁନିଶ୍ଚିତ କରିବୁ ।

 

ଆମର ପ୍ରତ୍ୟେକ ପଦକ୍ଷେପ ଆମ ପ୍ରତିଶ୍ରୁତିବଦ୍ଧତାକୁ ସୂଚାଉଛି ।

୨୦୩୦ ସୁଦ୍ଧା ୪୫୦ ଗିଗାୱାଟ ଅକ୍ଷୟ ଶକ୍ତି କ୍ଷମତା ପାଇଁ ଆମେ ଲକ୍ଷ୍ୟ ରଖିଛୁ ।

ଆମେ ଏଲଇଡି ଆଲୋକକୁ ପ୍ରୋତ୍ସାହନ ଦେଉଛୁ ଏବଂ ବର୍ଷକୁ ୩୮ ନିୟୁତ ଟନ ଅଙ୍ଗାରକାମ୍ଳ ନିର୍ଗମନକୁ ହ୍ରାସ କରୁଛୁ ।

୨୦୩୦ ସୁଦ୍ଧା ଆମେ ୨୬ ନିୟୁତ ହେକ୍ଟର ଅନୁର୍ବର ଜମିକୁ ଶସ୍ୟଶ୍ୟାମଳା କରିବାକୁ ଯାଉଛୁ ।

୮୦ ନିୟୁତ ଗ୍ରାମୀଣ ପରିବାରକୁ ଆମେ ସ୍ୱଚ୍ଛ ରନ୍ଧନ ଗ୍ୟାସ ଯୋଗାଇ ଦେଉଛୁ ।

୬୪ ନିୟୁତ ପରିବାରକୁ ଆମେ ପାଇପ ଜଳ ଯୋଗାଣ ସଂଯୋଗ ଯୋଗାଇ ଦେଇଛୁ ।

ଏବଂ, ଆମର ପଦକ୍ଷେପଗୁଡ଼ିକ କେବଳ ଭାରତ ମଧ୍ୟରେ ସୀମିତ ନାହିଁ ।

ଅନ୍ତର୍ଜାତୀୟ ସୌର ସଂଗଠନ ଓ ବିପର୍ଯ୍ୟୟ ପ୍ରତିରୋଧୀ ଢାଞ୍ଚା ନିମନ୍ତେ ହୋଇଥିବା ମେଣ୍ଟ ଅନ୍ତର୍ଜାତୀୟ ଜଳବାୟୁ ଭାଗୀଦାରିକୁ ମଜଭୁତ କରିଛି । ମୁଁ ଅନ୍ତର୍ଜାତୀୟ ଆୟୋଗକୁ ବିଶ୍ୱ ସ୍ତରରେ ଢାଞ୍ଚାଗତ ନମନୀୟତା ବଢ଼ାଇବା ପାଇଁ ସିଡିଆରଆଇ ସହ କାମ କରିବାକୁ ଅପିଲ କରୁଛି । ଏବଂ, ଆପଣମାନଙ୍କୁ ସମସ୍ତଙ୍କୁ ଚଳିତବର୍ଷ ଶେଷଭାଗରେ ଭାରତରେ ହେବାକୁ ଥିବା ବିପର୍ଯ୍ୟୟ ନମନୀୟତା ଭିତ୍ତିଭୂମି ସଂକ୍ରାନ୍ତ ତୃତୀୟ ଅନ୍ତର୍ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ ପାଇଁ ଆମନ୍ତ୍ରଣ କରୁଛି ।

 

ମାନନୀୟ,

ପ୍ରକୃତି ସହ ସଦଭାବରେ ରହିବା ଆବଶ୍ୟକ ବୋଲି ଭାରତର ସଭ୍ୟତାଗତ ମୂଲ୍ୟବୋଧ ଆମକୁ ଶିଖାଉଛି ।

ଆମର ପ୍ରାଚୀନ ଗ୍ରନ୍ଥ ୟଜୁର୍ବେଦ ଆମକୁ ଶିଖାଉଛି ଯେ ପୃଥିବୀ ସହ ଆମର ସମ୍ପର୍କ ଜଣେ ମାଆ ଓ ତା’ର ସନ୍ତାନ ଭଳି ।

ଯଦି ଆମେ ଧରିତ୍ରୀ ମାତାର ଧ୍ୟାନ ରଖିବା, ତେବେ ସେ ଆମର ପାଳନ-ପୋଷଣ କରିଚାଲିବ ।

ଜଳବାୟୁ ପରିବର୍ତ୍ତନ ଅନୁକୂଳ ହେବା ପାଇଁ, ଆମର ଜୀବନଶୈଳୀ ମଧ୍ୟ ଏହି ଆଦର୍ଶ ସହିତ ଅନୁକୂଳ ହେବା ଆବଶ୍ୟକ ।

ଆଗକୁ ବଢ଼ିବା ପାଇଁ ଆମର ମାର୍ଗଦର୍ଶନରେ ଏହି ଭାବନା ରହିବା ଉଚିତ ।

 

ମୁଁ ଆପଣମାନଙ୍କୁ ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Assam makes first agarwood export to Gulf, eyes Rs 50,000 crore potential

Media Coverage

Assam makes first agarwood export to Gulf, eyes Rs 50,000 crore potential
NM on the go

Nm on the go

Always be the first to hear from the PM. Get the App Now!
...
Russia’s Foreign Minister calls on Prime Minister Shri Narendra Modi
May 14, 2026
Russia’s Foreign Minister calls on Prime Minister Shri Narendra Modi.
FM Lavrov briefs PM on the progress achieved in bilateral cooperation since the meeting of the two leaders in December 2025.
FM Lavrov and PM discuss regional and global issues of mutual interest, including the situation in Ukraine and West Asia.
PM reiterates India’s consistent stand in favour of dialogue and diplomacy.
PM conveys his warm greetings to President Putin.

The Foreign Minister of the Russian Federation, H.E. Mr. Sergei Lavrov, called on Prime Minister Shri Narendra Modi today.

Foreign Minister Lavrov briefed the Prime Minister on the progress achieved in bilateral cooperation since the meeting of the two leaders in December 2025 for the 23rd India-Russia Annual Summit.

Foreign Minister Lavrov and PM exchanged views on various regional and global issues of mutual interest, including the situation in Ukraine and West Asia.

Prime Minister reiterated India’s consistent stand in of dialogue and diplomacy as the best way forward.

Prime Minister requested Foreign Minister Lavrov to convey his warm greetings to President Putin.