ମହାମହିମ ରାଷ୍ଟ୍ରପତି

ମୁନ-ଜେ-ଇନ

ମାନ୍ୟଗଣ ପ୍ରତିନିଧମଣ୍ଡଳୀ,

ବନ୍ଧୁଗଣ,

ଆନୟୋଂଗ

ହା-ସେୟୋ ।

ନମସ୍କାର ।

କୋରିଆ ଆସିବା ପାଇଁ ନିମନ୍ତ୍ରଣ କରିଥିବାରୁ ଏବଂ ବହୁ ଆଡମ୍ବର ସହ ସ୍ୱାଗତ କରିଥିବାରୁ ମୁଁ ରାଷ୍ଟ୍ରପତି ମୁନଙ୍କୁ ହୃଦୟରୁ ଜ୍ଞୃତଜ୍ଞତା ଜଣାଉଛି । ମୁଁ ପୂର୍ବରୁ ମଧ୍ୟ ଅନେକ ବାର କହିଛି ଏବଂ ଯେତେବେଳେ ମୁଁ ପ୍ରଧାନମନ୍ତ୍ରୀ ହୋଇନଥିଲି, ସେତେବେଳେ ମୁଁ ଭାବୁଥିଲି ଯେ ଭାରତର ବିକାଶ ପାଇଁ, କୋରିଆର ମଡେଲ ବୋଧହୁଏ ସବୁଠାରୁ ଅଧିକ ଅନୁକରଣୀୟ । କୋରିଆର ପ୍ରଗତି ଭାରତ ପାଇଁ ପ୍ରେରଣାର ଉତ୍ସ ଏବଂ ଏଥିପାଇଁ, କୋରିଆ ଯାତ୍ରା କରିବା ମୋ ପାଇଁ ସର୍ବଦା ଖୁସିର ବିଷୟ ।

ବନ୍ଧୁଗଣ,

ବିଗତ ଜୁଲାଇ ମାସରେ ରାଷ୍ଟ୍ରପତି ମୁନଙ୍କୁ ଭାରତରେ ସ୍ୱାଗତ କରିବାର ସୁଯୋଗ ମିଳିଥିଲା । ପୂର୍ବ ଏସିଆ ଶିଖର ସମ୍ମିଳନୀ ଏବଂ ଜି-20 ଶିଖର ସମ୍ମିଳନୀ ସମୟରେ ମଧ୍ୟ ଆମର ସାକ୍ଷାତ ହୋଇଥିଲା । ମୁଁ ଅନୁଭବ କରିଛି ଯେ ଭାରତର ଆକ୍ଟ ଇଷ୍ଟ ପଲିସି ଏବଂ କୋରିଆର ନୂତନ ଦକ୍ଷିଣୀ ପଲିସି ମଧ୍ୟରେ ଥିବା ସୁସଂପର୍କ ଆମର ସ୍ୱତନ୍ତ୍ର ରଣନୈତିକ ଭାଗୀଦାରୀତାକୁ ଆହୁରୀ ଅଧିକ ଗଭୀରତା ଏବଂ ସୁଦୃଢତାର ସହ ମଂଚ ପ୍ରଦାନ କରୁଛି ।

ଭାରତ-ପାସିଫିକ ସଂପର୍କରେ ଭାରତର ଦୁରଦୃଷ୍ଟି ସମାବେଶିତା, ଆସିୟାନର କେନ୍ଦ୍ରୀୟତା ଏବଂ ସମୃଦ୍ଧି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛି । ଏହା ଏକ ଏଭଳି କ୍ଷେତ୍ର ଯେଉଁଥିରେ ଭାରତ ଏବଂ କୋରିଆର ପାରସ୍ପରିକ ମୂଲ୍ୟବୋଧ ଏବଂ ହିତ ଆଧାରରେ, ସମଗ୍ର କ୍ଷେତ୍ର ଏବଂ ବିଶ୍ୱର ଲାଭ ପାଇଁ ମିଳିତ ଭାବେ କାର୍ଯ୍ୟ କରିପାରିବେ ।

ମୁଁ ଖୁସି ଯେ ବିଗତ ବର୍ଷ ରାଷ୍ଟ୍ରପତିଜୀଙ୍କ ଭାରତ ଯାତ୍ରା ପରେ ଅତି କମ ସମୟ ମଧ୍ୟରେ ଆମେ ପାରସ୍ପରିକ ସଂପର୍କରେ ଗୁରୁତ୍ୱପୂର୍ଣ୍ଣ ପ୍ରଗତି କରିଛୁ । ଏହି ପ୍ରଗତି ଏବଂ ଭବିଷ୍ୟତରେ ଆମ ସଂପର୍କର ରୋଡମ୍ୟାପ, ଜନସାଧାରଣ, ଶାନ୍ତି ଏବଂ ସମୃଦ୍ଧି ପାଇଁ ଆମ ପାରସ୍ପରିକ ଦୁରଦୃଷ୍ଟି ଉପରେ ପର୍ଯ୍ୟବେଶିତ ।

ବନ୍ଧୁଗଣ,

ବିଗତ ସପ୍ତାହରେ ଭାରତରେ ପୁଲୱାମାଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ, ରାଷ୍ଟ୍ରପତି ମୁନଙ୍କ ସମବେଦନା ଏବଂ ସମର୍ଥନର ବାର୍ତ୍ତା ପାଇଁ ଆମେ ତାଙ୍କ ନିକଟରେ କୃତଜ୍ଞ । ଆମେ ଆତଙ୍କବାଦ ବିରୁଦ୍ଧରେ ନିଜର ଦ୍ୱିପାକ୍ଷୀକ ଏବଂ ଅନ୍ତର୍ରାଷ୍ଟ୍ରୀୟ ସହଯୋଗ ଏବଂ ସମନ୍ୱୟକୁ ଆହୁରୀ ଅଧିକ ମଜବୁତ କରିବା ପାଇଁ ପ୍ରତିଶୃତିବଦ୍ଧ ।

ଆଜି ଭାରତର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏବଂ କୋରିଆର ରାଷ୍ଟ୍ରୀୟ ପୁଲିସ ଏଜେନ୍ସୀ ମଧ୍ୟରେ ହୋଇଥିବା ବୁଝାମଣା ଆମର ଆତଙ୍କବାଦୀ ବିରୋଧୀ ସହଯୋଗକୁ ଆହୁରୀ ଆଗକୁ ଅଗ୍ରସର କରାଇବ ଏବଂ ଏବେ ସମୟ ଆସିଯାଇଛି ଯେ ବିଶ୍ୱ ସମୁଦାୟ ମଧ୍ୟ ଆଲୋଚନାର ଆଗକୁ ଯାଇ ଏହି ସମସ୍ୟା ବିରୋଧରେ ଏକଜୁଟ ହୋଇ କାର୍ଯ୍ୟ କରନ୍ତୁ ।

ବନ୍ଧୁଗଣ,

ଭାରତର ଅର୍ଥନୈତିକ ପରିବର୍ତ୍ତନରେ କୋରିଆର ବହୁମୂଲ୍ୟ ଯୋଗଦାନ ରହିଛି । ଆମ ବାଣିଜ୍ୟ ଏବଂ ପୁଞ୍ଜି ନିବେଶ ସଂପର୍କରେ ବୃଦ୍ଧି ଘଟିଛି । ଆଜି ରାଷ୍ଟ୍ରପତି ମୁନ ଏବଂ ମୁଁ 2030 ସୁଦ୍ଧା ଆମ ଦ୍ୱିପାକ୍ଷୀକ ବ୍ୟବସାୟକୁ ବୃଦ୍ଧି କରି 50 ବିଲିୟନ ଡଲାର ପର୍ଯ୍ୟନ୍ତ କରିବାର ଲକ୍ଷ୍ୟ ହାସଲ କରିବା କ୍ଷେତ୍ରରେ ପ୍ରତିଶୃତିବଦ୍ଧ ।

ଭିତ୍ତିଭୂମି, ବନ୍ଦର ବିକାଶ, ମାରାଇନ ଏବଂ ଖାଦ୍ୟ ପ୍ରକ୍ରୀୟାକରଣ, ଷ୍ଟାର୍ଟ ଅପ ଏବଂ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଭଳି କ୍ଷେତ୍ରରେ ଆମେ ପାରସ୍ପରିକ ସହଯୋଗ ପାଇଁ ସହମତ ।

ଆମର ବୃଦ୍ଧି ପାଉଥିବା ସାମରିକ ଭାଗୀଦାରୀତା, ପ୍ରତିରକ୍ଷା କ୍ଷେତ୍ରର ପ୍ରମୁଖ ଭୂମିକା ପରିଲକ୍ଷିତ ହୋଇଛି । ଭାରତୀୟ ସ୍ଥଳ ସେନାରେ କେ-9 ‘ବଜ୍ର’ ଆଟିଲେରୀ ବନ୍ଧୁକ ସାମିଲ ହେବା ଏହାର ଏକ ଉଦାହରଣ ।

ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଏହି ଉଲ୍ଲେଖନୀୟ ସହଯୋଗକୁ ଆଗକୁ ବୃଦ୍ଧି କରିବା ପାଇଁ ଆମେ ପ୍ରତିରକ୍ଷା ଟେକ୍ନୋଲଜି ଏବଂ ସହ-ଉତ୍ପାଦନ ଉପରେ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ମଧ୍ୟ ସହମତି ଜଣାଇଛୁ ଏବଂ ଏହା ଅଧୀନରେ ଭାରତରେ ପ୍ରସ୍ତୁତ ହେଉଥିବା ପ୍ରତିରକ୍ଷା ଉଦ୍ୟୋଗ କରିଡରରେ କୋରିଆ କଂପାନୀଗୁଡିକର ଭାଗୀଦାରୀତାକୁ ମଧ୍ୟ ସ୍ୱାଗତ କରିବୁ ।

ବନ୍ଧୁଗଣ,

ବିଗତ ବର୍ଷ ନଭେମ୍ବରରେ ଅଯୋଧ୍ୟାରେ ଆୟୋଜିତ ‘ଦୀପୋତ୍ସବ’ ମହୋତ୍ସବରେ ପ୍ରଥମ ମହିଳା କିମଙ୍କର ମୁଖ୍ୟ ଅତିଥି ଭାବେ ଉପସ୍ଥିତି ଆମ ପାଇଁ ସମ୍ମାନର ବିଷୟ ଥିଲା । ତାଙ୍କର ଗସ୍ତ ଦ୍ୱାରା ହଜାର ହଜାର ବର୍ଷର ଆମ ସାଂସ୍କୃତିକ ସଂପର୍କରେ ଏକ ନୂତନ ଆଲୋକ ଦେଖାଯାଇଥିଲା ଏବଂ ନୂତନ ପିଢି ମଧ୍ୟରେ ଉତ୍ସୁକତା ଏବଂ ସଚେତନତାର ବାତାବରଣ ସୃଷ୍ଟି ହୋଇପାରିଲା ।

ଆମ ଐତିହାସିକ ଜନସାଧାରଣଙ୍କଠାରୁ ଜନସାଧାରଣ ସଂପର୍କକୁ ଆହୁରୀ ଅଧିକ ମଜବୁତ କରିବା ପାଇଁ ଆମେ ଭାରତରେ କୋରିଆର ନାଗରିକଙ୍କ ପାଇଁ ଭିସା ଅନ ଆରାଇଭାଲର ସୁବିଧା ପୂର୍ବ ବର୍ଷ ଅକ୍ଟୋବରରୁ ଆରମ୍ଭ କରିସାରିଛୁ ।

କୋରିଆ ଦ୍ୱାରା ଭାରତର ନାଗରିକମାନଙ୍କ ପାଇଁ ଗ୍ରୁପ ଭିସାର ସରଳୀକରଣର ନିଷ୍ପତ୍ତିକୁ ମୁଁ ସ୍ୱାଗତ କରୁଛି । ଏହାଦ୍ୱାରା ଆମର ଦ୍ୱିପାକ୍ଷୀକ ପର୍ଯ୍ୟଟନ ବିକାଶ ହୋଇପାରିବ ।

ମୋର ଏହି କୋରିଆ ଯାତ୍ରା ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷରେ ହେଉଛି ଯେତେବେଳେ ମହାତ୍ମା ଗାନ୍ଧୀଙ୍କ 150 ତମ ଜନ୍ମ ବାର୍ଷିକ ପାଳନ କରାଯାଉଛି ଏବଂ କୋରିଆରେ ଗଣତନ୍ତ୍ର ଆନ୍ଦୋଳନର ଶତାବ୍ଦୀ ସମାରୋହ ମଧ୍ୟ ପାଳନ କରାଯାଉଛି ।

ମହାତ୍ମା ଗାନ୍ଧୀ ସ୍ମରଣୋତ୍ସବ ସଂଗ୍ରହ ପାଇଁ ରାଷ୍ଟ୍ରପତି ମୁନଙ୍କ ଦ୍ୱାରା ଲେଖାଯାଇଥିବା ଶ୍ରଦ୍ଧାଞ୍ଜଳି ପାଇଁ ମୁଁ କୃତଜ୍ଞ ।

ବନ୍ଧୁଗଣ,

ଆଜି କୋରିଆର ପ୍ରାୟଦ୍ୱୀପଠାରେ ଯେଉଁ ଶାନ୍ତି ଏବଂ ସ୍ଥିରତା ଦେଖାଯାଉଛି ତାହାର ଶ୍ରେୟ ରାଷ୍ଟ୍ରପତି ମୁନଙ୍କ ଅଥକ ପ୍ରଚେଷ୍ଟାକୁ ଦିଆଯିବ । ତାଙ୍କର ଦୃଢ ବିଶ୍ୱାସ ଏବଂ ସ୍ଥିରତା ଧୈର୍ଯ୍ୟ ପାଇଁ ମୁଁ ତାଙ୍କର ଅଭିନନ୍ଦନ କରୁଛି ।

ଏବଂ କୋରିଆର ପ୍ରାୟଦ୍ୱୀପଠାରେ ସ୍ଥାୟୀ ଶାନ୍ତି ପାଇଁ ଭାରତର ସଂପୂର୍ଣ୍ଣ ସହଯୋଗର ପ୍ରତିବଦ୍ଧତାକୁ ପୁନରୁଦ୍ଧାର କରୁଛି । ଆଜି ଦ୍ୱିପ୍ରହରରେ ସୋଲ ଶାନ୍ତି ପୁରସ୍କାର ପ୍ରାପ୍ତ କରିବା ମୋ ପାଇଁ ବହୁତ ବଡ ସମ୍ମାନର ବିଷୟ ।

ମୁଁ ଏହି ସମ୍ମାନ ନିଜର ଉପଲବ୍ଧିଗୁଡିକ ପାଇଁ ନୁହେଁ ବରଂ ଭାରତର ଜନସାଧାରଣଙ୍କ ପାଇଁ କୋରିଆର ଜନସାଧାରଣଙ୍କର ସଦ୍ଭାବନା ଏବଂ ସ୍ନେହଁର ପ୍ରତୀକ ଭାବେ ସ୍ୱୀକାର କରିବି । ମୋତେ ଏବଂ ମୋ ପ୍ରତିନିଧିଦଳଙ୍କ ପାଇଁ ସ୍ନେହଁପୂର୍ଣ୍ଣ ସ୍ୱାଗତ ଏବଂ ଆତିଥ୍ୟ ପାଇଁ ମୁଁ ରାଷ୍ଟ୍ରପତି ମୁନ, କୋରିଆ ସରକାର ଏବଂ କୋରିଆ ଜନସାଧାରଣଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି ।

ଖମସା-ହମ-ନିନା

ଧନ୍ୟବାଦ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
The Bishkek Balancing Act: How India’s dual engagements define its strategic autonomy

Media Coverage

The Bishkek Balancing Act: How India’s dual engagements define its strategic autonomy
NM on the go

Nm on the go

Always be the first to hear from the PM. Get the App Now!
...
Prime Minister shares a Sanskrit Subhashitam, highlighting the qualities of a truly wise person
September 01, 2026

Prime Minister Shri Narendra Modi shared a Sanskrit Subhashitam today, highlighting the qualities of a truly wise person.

The Prime Minister wrote on X;

"यस्य कृत्यं न जानन्ति मन्त्रं वा मन्त्रितं परे।

कृतमेवास्य जानन्ति स वै पण्डित उच्यते॥"

A truly wise person is one whose plans and actions remain hidden from others until they are completed. Such a disciplined, discerning and thoughtful person is rightly regarded as truly wise.