PM Modi describes India’s democratic system of governance as a great teacher, which inspires over 125 crore people
The teachings of the Vedas, which describe the entire world as one nest, or one home, are reflected in the values of Visva Bharati University: PM
India and Bangladesh are two nations, whose interests are linked to mutual cooperation and coordination among each other: PM Modi
Gurudev Rabindranath Tagore is respected widely across the world; he is a global citizen: PM Modi
Institutions such as Visva Bharati University have a key role to play in the creation of a New India by 2022: PM Modi

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ପଶ୍ଚିମବଙ୍ଗର ଶାନ୍ତିନିକେତନ ଗସ୍ତ କରିଥିଲେ ।

ପ୍ରଧାନମନ୍ତ୍ରୀ ଶାନ୍ତିନିକେତନଠାରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ସ୍ୱାଗତ କରିଥିଲେ । ଗୁରୁଦେବ ରବୀନ୍ଦ୍ର ନାଥ ଟାଗୋରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଦୁଇ ନେତା ପରିଦର୍ଶିକ ପୁସ୍ତକରେ ସ୍ୱାକ୍ଷର କରିଥିଲେ । ଦୁଇ ନେତା ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ।

ଏହି ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଭାରତର ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାକୁ ଏକ ଶ୍ରେଷ୍ଠ ଗୁରୁ ଭାବେ ବର୍ଣ୍ଣନା କରିଥିଲେ, ଯେ କି 125 କୋଟିରୁ ଉର୍ଦ୍ଧ୍ଵ ଜନତାଙ୍କୁ ଅନୁପ୍ରାଣିତ କରୁଛି । ସେ କହିଥିଲେ ଯେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପବିତ୍ର ମାଟିରେ ଜ୍ଞାନୀଜନଙ୍କ ଗହଣରେ ଯୋଗ ଦେବା ତାଙ୍କ ପାଇଁ ସୌଭାଗ୍ୟର ବିଷୟ ।

ଆଜି ଡିଗ୍ରୀ ଗ୍ରହଣ କରିଥିବା ଛାତ୍ରଛାତ୍ରୀଙ୍କୁ ସେ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀ କେବଳ ଡିଗ୍ରୀ ହାସଲ କରିନାହାନ୍ତି ବରଂ ଏକ ମହାନ ପରମ୍ପରାର ଉତ୍ତରାଧିକାରୀ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ବେଦର ଜ୍ଞାନ, ଯାହା ସାରା ବିଶ୍ୱକୁ ଗୋଟିଏ ପରିବାର ଭାବେ ବର୍ଣ୍ଣନା କରିଛନ୍ତି, ତାହା ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟର ମୂଲ୍ୟବୋଧରେ ପ୍ରତିଫଳିତ ହୋଇଛି ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ସ୍ୱାଗତ ଜଣାଇ ସେ କହିଥିଲେ ଯେ ଭାରତ ଏବଂ ବାଂଲାଦେଶ ଦୁଇ ରାଷ୍ଟ୍ରର ସ୍ୱାର୍ଥ ଆପୋସ ସହଯୋଗ ଏବଂ ପାରସ୍ପରିକ ସମନ୍ୱୟ ସହିତ ଯୋଡ଼ି ହୋଇ ରହିଛି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କୁ ସାରା ବିଶ୍ୱରେ ସମ୍ମାନ ଦିଆଯାଉଥିଲା । ସେ କହିଥିଲେ ଯେ ତିନି ବର୍ଷ ପୂର୍ବେ ତାଜିକିସ୍ତାନ ଯାଇଥିବା ସମୟରେ ତାଙ୍କୁ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଥିଲା । ସେ କହିଥିଲେ ଯେ ଏପରିକି ଆଜି ମଧ୍ୟ ବିଶ୍ୱର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଟାଗୋରଙ୍କ ବିଷୟରେ ପଢ଼ାଯାଉଛି । ସେ ଗୁରୁଦେବଙ୍କୁ ବିଶ୍ୱ ନାଗରିକ ଭାବେ ବର୍ଣ୍ଣନା କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ଛାତ୍ରମାନେ ନିଜ ଭିତରେ ଭାରତୀୟ ପରିଚୟ ବଜାୟ ରଖି ସୁଦ୍ଧା ସାରା ବିଶ୍ୱ ସହିତ ସମାନ ଭାବେ ପ୍ରଗତି ହାସଲ କରନ୍ତୁ ବୋଲି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଚାହୁଁଥିଲେ । ସ୍ଥାନୀୟ ଗ୍ରାମାଂଚଳରେ ଦକ୍ଷତା ବିକାଶ ଏବଂ ଶିକ୍ଷାର ପ୍ରସାର ଭାବେ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ପ୍ରୟାସକୁ ସେ ପ୍ରଶଂସା କରିଥିଲେ । 2021ରେ ଶତବାର୍ଷିକୀ ପୂର୍ତ୍ତି ଅବସରରେ ଏହି ପ୍ରୟାସକୁ 100ଟି ଗ୍ରାମକୁ ସମ୍ପ୍ରସାରଣ କରିବା ଲାଗି ସେ ଉତ୍ସାହିତ କରିଥିଲେ । ଏହି 100ଟି ଗ୍ରାମରେ ସାମଗ୍ରୀକ ବିକାଶ ଦିଗରେ କାର୍ଯ୍ୟ କରିବା ଲାଗି ମଧ୍ୟ ସେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଆହ୍ୱାନ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ 2022ରେ ନୂତନ ଭାରତ ଗଠନରେ ବିଶ୍ୱ ଭାରତୀ ବିଶ୍ୱବିଦ୍ୟାଳୟ ଭଳି ସଂସ୍ଥାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଶିକ୍ଷା କ୍ଷେତ୍ରରେ କେନ୍ଦ୍ର ସରକାର ନେଇଥିବା ଭୂମିକା ଉପରେ ସେ ଆଲୋକପାତ କରିଥିଲେ ।

ବାଂଲାଦେଶ ଭବନ ଉଦ୍ଘାଟନ ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହାକୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ସାଂସ୍କୃତିକ ସମ୍ପର୍କର ପ୍ରତୀକ ବୋଲି କହିଥିଲେ ।

ସେ କହିଥିଲେ ଯେ ଏହି ବିଶ୍ୱବିଦ୍ୟାଳୟ ଏବଂ ଏହି ପବିତ୍ର ଭୂମିର ଏକ ଇତିହାସ ରହିଛି ଯାହା ଉଭୟ ଭାରତ ଏବଂ ବାଂଲାଦେଶର ସ୍ୱାଧୀନତା ସଂଗ୍ରାମ ଦେଖିଛି । ସେ ଆହୁରି ଉଲ୍ଲେଖ କରିଥିଲେ ଯେ ଏହା ଦୁଇ ଦେଶର ସହଭାଗୀ ଐତିହ୍ୟର ପ୍ରତୀକ ।

ସେ କହିଥିଲେ ଯେ ବଙ୍ଗବନ୍ଧୁ ଶେଖ ମୁଜିବୁର ରେହମାନ ଉଭୟ ଭାରତ ଏବଂ ବାଂଲାଦେଶରେ ସମାନ ଭାବେ ସମ୍ମାନିତ ହୋଇଛନ୍ତି । ସେହିପରି ସେ ଉଳ୍ଲେଖ କରିଥିଲେ ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସ୍ୱାମୀ ବିବେକାନନ୍ଦ ଏବଂ ମହାତ୍ମାଗାନ୍ଧୀଙ୍କୁ ଭାରତରେ ଯେତିକି ସମ୍ମାନ ଦିଆଯାଏ, ବାଂଲାଦେଶରେ ମଧ୍ୟ ସେତିକି ସମ୍ମାନ ଦିଆଯାଏ ।

ସେହିପରି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ଯେତିକି ବାଂଲାଦେଶର ସେତିକି ଭାରତର ମଧ୍ୟ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଗୁରୁଦେବ ରବୀନ୍ଦ୍ରନାଥ ଟାଗୋର ସାର୍ବଜନୀନ ମାନବବାଦର ମନ୍ତ୍ର କେନ୍ଦ୍ର ସରକାରଙ୍କ “ସବକା ସାଥ, ସବକା ବିକାଶ” ନୀତିକୁ ପ୍ରେରଣା ଯୋଗାଇଛି । ସେ କହିଥିଲେ ଯେ ଆତଙ୍କବାଦର ନିଷ୍ଠୁରତା ବିରୋଧରେ ଭାରତ ଏବଂ ବାଂଲାଦେଶର ମିଳିତ ସଂକଳ୍ପ ବାଂଲାଦେଶ ଭବନ ଜରିଆରେ ଭବିଷ୍ୟତ ପିଢ଼ିକୁ ପ୍ରେରଣା ଯୋଗାଇବ । ଗତବର୍ଷ ନୂଆଦିଲ୍ଲୀରେ ଭାରତୀୟ ସୈନିକଙ୍କୁ ବାଂଲାଦେଶର ସମ୍ବର୍ଦ୍ଧନାକୁ ସ୍ମରଣ କରିଥିଲେ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ଗତ କିଛିବର୍ଷ ହେବ ସ୍ୱର୍ଣ୍ଣିମ ଅଧ୍ୟାୟ ଦେଇ ଗତି କରୁଛି । ସେ ସ୍ଥାୟୀ ସୀମା ପ୍ରସଙ୍ଗ ଏବଂ ବିଭିନ୍ନ ଯୋଗାଯୋଗ ପ୍ରକଳ୍ପର ସମାଧାନ ବିଷୟରେ ସେ ଉଲ୍ଲେଖ କରିଥିଲେ ।

ସେ କହିଥିଲେ ଯେ ଦୁଇ ଦେଶର ସମାନ ଲକ୍ଷ୍ୟ ରହିଛି ଏବଂ ସେହି ଲକ୍ଷ୍ୟ ହାସଲ ଲାଗି ସେମାନେ ସମାନ ମାର୍ଗ ଦେଇ ଗତି କରୁଛନ୍ତି ।

 

 

 

 

 

 

 

 

 

 

 

 

 

 

 

 

 

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Nepal praises India's efforts in times of crisis; calls PM Modi 'exceptionally generous'

Media Coverage

Nepal praises India's efforts in times of crisis; calls PM Modi 'exceptionally generous'
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 30, 2026
August 30, 2026

Tiranga in Tashkent, Relief in Nepal: Soft Power Meets First Responder

Vocal for Local, Nari Shakti, Real Heroes: Mann Ki Baat’s Atmanirbhar Hour