ନୂତନ ଏୟାର ଇଣ୍ଡିଆ-ଏୟାରବସ୍ ସହଯୋଗିତା ଶୁଭାରମ୍ଭ ଅବସରରେ ଫ୍ରାନ୍ସ ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରନ୍‌ଙ୍କ ସହ ଭିଡିଓ ବାର୍ତ୍ତାରେ ଅଂଶଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।


ଏହି ସହଭାଗୀତା ଅନୁଯାୟୀ ଏୟାର ଇଣ୍ଡିଆ ଏୟାରବସରୁ ୨୫୦ ବିମାନ କିଣିବ

ଏହା ଭାରତ-ଫ୍ରାନ୍ସ ରଣନୀତିକ ସହଭାଗିତା ଶକ୍ତିର ପ୍ରତିଫଳନ

ଭାରତରେ ବେସାମରିକ ବିମାନ ଚଳାଚଳ ବଜାରର ଦ୍ରୁତ ବିସ୍ତାର ଏବଂ ଅଭିବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ଯାହା ଭାରତ ଏବଂ ଅବଶିଷ୍ଟ ବିଶ୍ୱ ସହିତ ସଂଯୋଗ ପାଇଁ ପ୍ରେରଣା ଯୋଗାଇବ

ଭାରତରେ ଫରାସୀ କମ୍ପାନୀଗୁଡିକର ଦୃଢ ଉପସ୍ଥିତିକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି ଏବଂ ଫ୍ରାନ୍ସର ବିମାନ ଇଞ୍ଜିନ ର୍ନିମାତା ସାଫ୍ରନ ଭାରତରେ ଏହାର ସର୍ବ ବୃହତ ଏମଆରଓ ସୁବିଧା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଛି

ଭାରତ-ଫ୍ରାନ୍ସ ସମ୍ପର୍କକୁ ଆଗକୁ ନେବାରେ ତାଙ୍କ ସହଭାଗିତା ପାଇଁ ପ୍ରଧାନମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି ଏବଂ ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ ତାଙ୍କ ସହ କାମ କରିବାକୁ ଉତ୍ସାହିତ ଅଛନ୍ତି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏୟାର ଇଣ୍ଡିଆ ଏବଂ ଏୟାରବସ୍ ମଧ୍ୟରେ ଏକ ସହଭାଗିତାର ଶୁଭାରମ୍ଭ ଅବସରରେ ଆୟୋଜିତ ଏଭ ଭିଡିଓ କଲ୍‍ରେ ଫ୍ରାନ୍ସର ରାଷ୍ଟ୍ରପତି ମାନ୍ୟବର ଇମାନୁଏଲ୍ ମାକ୍ରନ୍‌, ଏମେରିଟସ ଓ ଟାଟା ସନ୍ସର ଅଧ୍ୟକ୍ଷ ଶ୍ରୀ ରତନ ଟାଟା, ଟାଟା ସନ୍ସ ବୋର୍ଡର ଅଧ୍ୟକ୍ଷ ଶ୍ରୀ ଏନ ଚନ୍ଦ୍ରଶେଖରନ୍‌, ଏୟାର ଇଣ୍ଡିଆ ସିଇଓ ଶ୍ରୀ କ୍ୟାମ୍ପବେଲ ୱିଲସନ, ଏବଂ ଏୟାରବସ୍‌ର ସିଇଓ ଶ୍ରୀ ଗୁଇଲାଉାମେ ଫୌରୀଙ୍କ ସହିତ ଅଂଶଗ୍ରହଣ କରିଛନ୍ତି । 

ଏୟାର ଇଣ୍ଡିଆ ଏବଂ ଏୟାରବସ୍ ଏୟାର ଇଣ୍ଡିଆକୁ ୨୫୦ ବିମାନ, ୨୧୦ ସିଙ୍ଗଲ୍ ଆଇସଲ୍ ଏ୩୨୦ନିଓସ ଏବଂ ୪୦ ୱାଇଡ୍‍ବଡି ଏ୩୫୦ଏସ୍‍ ଯୋଗାଣ ପାଇଁ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି ।

 

ବିମାନ ଚଳାଚଳ କ୍ଷେତ୍ରର ଏହି ଦୁଇ ଖେଳାଳିଙ୍କ ମଧ୍ୟରେ ଏହି ବାଣିଜ୍ୟିକ ସହଭାଗୀତା ମଧ୍ୟ ଭାରତ-ଫ୍ରାନ୍ସ ରଣନୀତିକ ସହଭାଗିତାର ଶକ୍ତି ପ୍ରଦର୍ଶନ କରେ, ଯାହାକି ଏହି ବର୍ଷ ଏହାର ୨୫ ତମ ବାର୍ଷିକୀ ପାଳନ କରୁଛି । 

ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଭାରତରେ ବେସାମରିକ ବିମାନ ଚଳାଚଳ ବଜାରର ଦ୍ରୁତ ବିସ୍ତାର ଏବଂ ଅଭିବୃଦ୍ଧି ଉପରେ ଆଲୋକପାତ କରିଛନ୍ତି ଯାହା ଭାରତ ଏବଂ ବିଶ୍ୱ ମଧ୍ୟରେ ଅଧିକ ସଂଯୋଗ ସ୍ଥାପନ ପାଇଁ ପ୍ରେରଣା ଯୋଗାଇବ ଏବଂ ଏହା ଭାରତରେ ପର୍ଯ୍ୟଟନ ଏବଂ ବ୍ୟବସାୟକୁ ଉତ୍ସାହିତ କରିବ ।

ଭାରତରେ ଫରାସୀ କମ୍ପାନୀଗୁଡିକର ଦୃଢ ଉପସ୍ଥିତିକୁ ପ୍ରଶଂସା କରି ପ୍ରଧାନମନ୍ତ୍ରୀ ଫ୍ରାନ୍ସର ବିମାନ ଇଞ୍ଜିନ୍ ର୍ନିମାତା ସାଫ୍ରନ ର ଉଭୟ ଭାରତୀୟ ତଥା ଆନ୍ତର୍ଜାତୀୟ ପରିବହନକାରୀଙ୍କ ପାଇଁ ବିମାନ ଇଞ୍ଜିନ ସେବା ଯୋଗାଇବା ପାଇଁ ଭାରତରେ ଏହାର ସର୍ବ ବୃହତ ଏମଆରଓ ସୁବିଧା ସ୍ଥାପନ କରିବାକୁ ନିଷ୍ପତ୍ତି ନେଇଥିବା କଥା ମନେ ପକାଇଛନ୍ତି ।

ଭାରତ-ଫ୍ରାନ୍ସ ସମ୍ପର୍କକୁ ଆଗକୁ ନେବାରେ ଭାଗିଦାରୀ ପାଇଁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ମାକ୍ରୋନଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ଭାରତର ଜି -୨୦ ଅଧ୍ୟକ୍ଷତା ଅଧୀନରେ ତାଙ୍କ ସହ କାମ କରିବାକୁ ଉତ୍ସାହିତ ଅଛନ୍ତି ।

 

ସମ୍ପୂର୍ଣ୍ଣ ଅଭିଭାଷଣ ପଢିବା ପାଇଁ ଏଠାରେ କ୍ଲିକ କରନ୍ତୁ

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
Khichdi To Moringa Paratha: 7 Traditional Foods PM Modi Loves

Media Coverage

Khichdi To Moringa Paratha: 7 Traditional Foods PM Modi Loves
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଅଗଷ୍ଟ 26, 2026
August 26, 2026

Accountability Meets Ambition: Record Low NPAs, Record Defence Output, Record Digital Adoption Under the Leadership of PM Modi