ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଏମ୍ମାନୁଏଲ ମାକରୋଂଙ୍କୁ ଭେଟିଛନ୍ତି ।
ଆଲୋଚନା ପରେ ଗଣମାଧ୍ୟମକୁ ଉଦବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ମିଳିଥିବା ଭବ୍ୟ ସମ୍ବର୍ଦ୍ଧନା ପାଇଁ ରାଷ୍ଟ୍ରପତି ମାକରୋଂଙ୍କୁ ଧନ୍ୟବାଦ ଦେବା ସହ ନିର୍ବାଚନରେ ବିଜୟ ସକାଶେ ଅଭିନନ୍ଦନ ଜଣାଇଥିଲେ ।

ବିଗତ ବର୍ଷ ମାନଙ୍କରେ ମାନବତା ଓ ମାନବିକ ମୂଲ୍ୟବୋଧର ସେବା ଦିଗରେ ଭାରତ ଓ ଫ୍ରାନ୍ସ ମଧ୍ୟରେ ଥିବା ବର୍ଷ ବର୍ଷର ସମ୍ପର୍କକୁ ଉଲ୍ଲେଖ କରିଥିଲେ । ଏହି ସମ୍ପର୍କ ଭବିଷ୍ୟତରେ କାଏମ ରହିବ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ ।
ଏହି ଉପଲକ୍ଷେ ସେ ଆନ୍ତର୍ଜାତିକ ସୌର ମେଣ୍ଟରେ ଭାରତ ଓ ଫ୍ରାନ୍ସର ଯୌଥ ଉଦ୍ୟମକୁ ଉଦାହରଣ ଭାବେ ଉପସ୍ଥାପନ କରିଥିଲେ ।

ପ୍ରଧାନମନ୍ତ୍ରୀ ପ୍ୟାରିସ ଜଳବାୟୁ ଚୁକ୍ତିନାମାକୁ ସମଗ୍ର ବିଶ୍ୱର ଏକ ମିଳିତ ସମ୍ପତ୍ତି ଏବଂ ମାନବ ଜାତିର ଭବିଷ୍ୟତ ପିଢ଼ିର ଆଶା ପାଇଁ ବର୍ତ୍ତମାନ ପିଢ଼ିର ଅବଦାନ ଭାବେ ବର୍ଣ୍ଣନା କରିଥିଲେ । ପୃଥିବୀ ମା’କୁ ରକ୍ଷା କରିବା ଆମର ମିଳିତ ଦାୟିତ୍ୱ ବୋଲି ସେ କହିଲେ । ତାଙ୍କ ରାଜନୈତିକ ଜୀବନରେ ପ୍ୟାରିସ ସହରକୁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଭାବେ ସେ ବର୍ଣ୍ଣନା କରିବା ସହ ପ୍ୟାରିସ ଜଳବାୟୁ ଚୁକ୍ତି ପାଇଁ ଫ୍ରାନ୍ସ ଓ ଭାରତ କାନ୍ଧକୁ କାନ୍ଧ ମିଶାଇ କାମ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ପରିବେଶର ସୁରକ୍ଷା ଭାରତୀୟଙ୍କ ପାଇଁ ଏକ ବିଶ୍ୱାସ ଏବଂ ଯୁଗ ଯୁଗର ପରମ୍ପରା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
ସେ କହିଲେ, ଭାରତ ଚୁକ୍ତିନାମା ପ୍ରତି ଅଙ୍ଗୀକାରବଦ୍ଧ ଏବଂ ଯଦିବା ଏହା ବିଫଳ ହୁଏ, ତେବେବି ଭାରତ ଅନ୍ୟମାନଙ୍କ ସହ ମିଶି ଭବିଷ୍ୟତ ପିଢ଼ିକୁ ଉପହାର ଦେବା ସକାଶେ ପରିବେଶର ସୁରକ୍ଷା ଦିଗରେ କାମ କରିବ ।
ଉଭୟ ନେତା ଆତଙ୍କବାଦ ଓ ମୌଳବାଦର ମୁକାବିଲା ପ୍ରସଙ୍ଗରେ ଆଲୋଚନା କରିଥିବା ପ୍ରଧାନମନ୍ତ୍ରୀ କହିଲେ । ୟୁରୋପୀୟ ସଂଘର ମିଳିତ ପ୍ରଗତିଶୀଳ ଅଭିବୃଦ୍ଧି ପାଇ ଭାରତ କାମନା କରେ ବୋଲି ପ୍ରଧାନମନ୍ତ୍ରୀ ଏହି ଅବସରରେ କହିଥିଲେ ।

PM @narendramodi and President @EmmanuelMacron meet in Paris. pic.twitter.com/SLSx2jd2PC
— PMO India (@PMOIndia) June 3, 2017
A meeting to mark a new warmth and friendship. PM @narendramodi meets new French President Emmanuel Macron in Paris pic.twitter.com/BgNEcbzfZB
— Gopal Baglay (@MEAIndia) June 3, 2017


