ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ଅଦାଲାଜସ୍ଥିତ ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟଠାରେ ଆଜି ଶିକ୍ଷଣ ଓ ବିଦ୍ୟାର୍ଥୀ ଭବନର ଶିଳାନ୍ୟାସ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦବୋଧନ ଦେଇ କହିଲେ, ଯୁଗେ ଯୁଗେ ସୃଷ୍ଟି ହେଉଥିବା ଆହ୍ୱାନର ସମ୍ମୁଖୀନ ହେବା ପାଇଁ ବିଭିନ୍ନ ଗୋଷ୍ଠୀ ଆଗଭର ହୋଇଥିବାର ସମୃଦ୍ଧ ପରମ୍ପରା ଭାରତରେ ରହିଛି । ଜଳସେଚନ ଓ ଶିକ୍ଷାର ବିକାଶ ଦିଗରେ ବିଭିନ୍ନ ଗୋଷ୍ଠୀ ଏକତ୍ର ହାତ ମିଳାଉଛନ୍ତି । ଏହି ଗୋଷ୍ଠୀଭିତ୍ତିକ ମିଳିତ ଉଦ୍ୟମ ଲୋକଙ୍କ ପାଇଁ ବହୁତ ଲାଭଦାୟକ ହେଉଥିବା ପ୍ରଧାନମନ୍ତ୍ରୀ କହିଥିଲେ ।

ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କୁ ସ୍ମରଣ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମବାୟ କ୍ଷେତ୍ରରେ ତାଙ୍କ ଭୂମିକାକୁ କେବେ ହେଲେ ଭୁଲି ହେବ ନାହିଁ ।

ଖାଦ୍ୟ ପ୍ରକ୍ରିୟାକରଣ ଦିଗରେ କାର୍ଯ୍ୟ କରିବାକୁ ଗୁଜରାଟର ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏହି ମୂଲ୍ୟଭିତ୍ତିକ କାର୍ଯ୍ୟ ଉଭୟ କୃଷକ ଓ ଉଦ୍ୟୋଗ କ୍ଷେତ୍ରକୁ ସହାୟତା କରିବ ବୋଲି ସେ କହିଥିଲେ ।

 

 

 

 

ମା’ ଅନ୍ନପୂର୍ଣ୍ଣାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ପ୍ରଧାନମନ୍ତ୍ରୀ କହିଲେ, ସମାଜରେ ଲିଙ୍ଗଗତ ସମାନତା ଓପ୍ରତ୍ୟେକଙ୍କ ସମୃଦ୍ଧି ଦିଗରେ ଅନ୍ନପୂର୍ଣ୍ଣା ଧାମ ଟ୍ରଷ୍ଟ କାର୍ଯ୍ୟ କରିବା ଉଚିତ ।

Explore More
ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଲୋକପ୍ରିୟ ଅଭିଭାଷଣ

ଶ୍ରୀରାମ ଜନ୍ମଭୂମି ମନ୍ଦିର ଧ୍ଵଜାରୋହଣ ସମାରୋହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ
‘Modi Govt’s 12 years are transformational for industry’

Media Coverage

‘Modi Govt’s 12 years are transformational for industry’
NM on the go

Nm on the go

Always be the first to hear from the PM. Get the App Now!
...
ସୋସିଆଲ ମିଡିଆ କର୍ଣ୍ଣର ଜୁନ 12, 2026
June 12, 2026

Breaking Barriers, Building Bharat: PM Modi’s Historic Push for Gender Equality and Inclusive Growth